ଆସ ଆସ ହେ ସକଳ ପିଲାପିଲି,

ଆସ ଆସ ହୋଇ ଏକ ମେଳି । ଘୋଷା । 

 

ଡାକୁଛନ୍ତି ତ୍ରାତା ସ୍ନେହ କରି,

ନ କରିବେ ତୁଚ୍ଛ ପିଲା ବୋଲି । ୧ । 

 

ତାଙ୍କ କୋଳେ ବସ ସ୍ଥାନ ମାଡ଼ି,

ଦେବେ ସେହି ଆଶୀର୍ବାଦ ଢାଳି । ୨ ।

 

 ଧ ।ର୍ମିକ ହୁଅ ହେ ତାଙ୍କ ପରି,

ଛାଡ଼ ମିଥ୍ୟା ହିଂସା କ୍ରୋଧ କଳି । ୩ ।

ପିଲାକାଳୁ ଶାମୁୟେଲ ପରି

ତାଙ୍କ ଡାକ ଶୁଣ ଯତ୍ନ କରି । ୪ । 

 

ପ୍ରଭୁଙ୍କୁ ସର୍ବଦା ଭୟ କରି ସେବା କର ଓବଦୀୟ ପରି । ୫ । 

 

ତେଣୁ ପ୍ରଭୁଙ୍କର କୃପାବାରି

ସ୍ରୋତ ମତେ ଯିବ ପଛେ ଚାଲି । ୬ ।