ଆହା କି ମନୋହର ରାଜ୍ୟ ଆସଇ ଶାନ୍ତି ରାଜାର,

ଜୟ ଜୟ ଶବ୍ଦ ତିନିପୁର । ଘୋଷା ।

ପୃଥ୍ୱୀ ସର୍ବଦେଶୀ କିବା ସର୍ବଭାଷୀ ଦାସ ହୋଇବେ ତାଙ୍କର

ସଦା ସର୍ବକ୍ଷଣ ରାଜତ୍ୱ ଗୌରବ ପରାକ୍ରମ ତାହାଙ୍କର 

ସର୍ବ ନରାତ୍ମାରେ ମହାଶାନ୍ତି ହେବହୃଦେ ବାସ ଧର୍ମାତ୍ମାର,   । ୧ 

ଶୂନ୍ୟ ଦେଶେ ମହା ଆନନ୍ଦ;

ବନସ୍ତ ଗୋଲାବ ପ୍ରାୟେ ପ୍ରଫୁଲ ଅନ୍ଧଙ୍କର ଚକ୍ଷୁ 

ପ୍ରସନ୍ନ ହୋଇବ କର୍ଣ୍ଣେ ଶୁଣିବେ ବଧିର,    । ୨ 

ହରିଣର ପ୍ରାୟେ ଡିଆଁ ମାରୁଥିବେ ଛୋଟା 

ନେଙ୍ଗଡ଼ା ସକଳ ମହାନନ୍ଦେ ସ୍ତୁତି ଗାୟନ 

କରିବ ଜିହ୍ୱା ଘୁଙ୍ଗାମାନଙ୍କର,         । ୩ 

ଅନୁର୍ବରା ଭୂମି ଉର୍ବରା ହୋଇବ ମରୁଭୂମିରେ ନିର୍ଝର । ୪ ।

ଯୁବାସିଂହ ହୃଷ୍ଟପୁଷ୍ଟ ପଶୁ ଆଦି ହୋଇବେ ଏକତ୍ର ମେଳ,

ଜନ୍ତୁ ନ ମାରିଣ ଗୋରୁ ପ୍ରାୟେ ନଡ଼ାସିଂହ କରିବ ଆହାର       । ୫ ।

ତତ୍ତ୍ୱଜ୍ଞାନେ ପୃଥ୍ୱୀ ପରିପୂର୍ଣ୍ଣ ହେବ ଯେସନେ ସମୁଦ୍ରେ ନୀର,

ବିଧର୍ମୀ ନାସ୍ତିକ କେହି ନ ରହିବେ,

ନାହିଁ ହିଂସା ଅହଙ୍କାର ତାହାଙ୍କ ରାଜ୍ୟର ଶେଷ ନ ହୋଇବ,

ବର୍ଦ୍ଧିଷ୍ଣୁ ଅନନ୍ତ କାଳ,    । ୬ 

ପ୍ରଜାଗଣଙ୍କର ଆନନ୍ଦ ଉଲ୍ଲାସଶୋକ ବିଳାପର ଦୂର

ଧନ୍ୟ ଧନ୍ୟ ଧନ୍ୟ ଅଦ୍ୱିତୀୟ କର୍ତ୍ତାଧନ୍ୟ ହେ ଯୀଶୁ ଈଶ୍ୱର,       । ୭ 

ସମୁଦାୟ ରାଜ୍ୟେ ତୁମରି ମହିମା ପୂର୍ଣ୍ଣ ହେଉ ହେ ସତ୍ୱର        । ୮ ।

ସୂଚୀମାଳାକୁ ଫେରନ୍ତୁ