Monday, April 7, 2025

ehi sesakale suni jao thare ଏହି ଶେଷକାଳେ ଶୁଣିଯାଅ ଥରେ


ଏହି ଶେଷକାଳେ ଶୁଣିଯାଅ ଥରେ
ଫେରିବାକୁ କୁଶପଥେ…( ୨ ଥର)
ଘେରିଛି ଜୀବନେ ପାପର କାଳିମା
ଛପିଛି ଅନ୍ତରେ ଆଶା ( ୨ ଥର)
ଭରିଅଛି ପ୍ରାଣେ ସଂସାରର ମୋହ
ଅନୀତି ଜୀବନ ଭାଷା …(ଘୋଷା)

ଚାଲିଯାଏ ବେଳକାଳ ଦିନ
ସରିଆସେ ମାନ ଅଭିମାନ
ବିଚାର କରିବେ ଯେଉଁଦିନ
ହେବୁ ତୁହି ବାଳୁଙ୍ଗା ସମାନ
ଆଜିବି ରହିଛି, ଭାବିବାକୁ ମନେ ଅନୁତାପର ଏ ସମୟ … |୧|

ଗର୍ବଦମ୍ଭ, ମାନ, ଅଭିମାନ
ତେଜି ସବୁ ଜଗତର ମୋହ
ଯୀଶୁରେ ରଖ ବିଶ୍ବାସରେ ମନ
ପାଇବୁରେ ଅନନ୍ତ ଜୀବନ
ଆଜିବି ରହିଛି, ଭାବିବାକୁ ମନେ ଏହି ତୋର ଶେଷ ସମୟ … |୨|

ସୂଚୀମାଳାକୁ ଫେରନ୍ତୁ

ei dekha jishu bahi neuchanti ଏଇ ଦେଖ ଯୀଶୁ


ଏଇ ଦେଖ ଯୀଶୁ
ବହି ନେଉଛନ୍ତି କୁଶ ( ୨ ଥର)
ନିଜ ନିଜ କୃଶ ବହି ନେଇ ତୁମେ
ତାଙ୍କ ପଛେ ପଛେ ଆସ (ଘୋଷା)

କେତେ ଯେ କଷଣ କେତେ ଯେ ଯାତନା, ତଥାପି ସେ ଧୀର
ଦୁଇ ପାଖେ ଦେଖି କାନ୍ଦୁଛି ଜନତା ଆଖି ଲୁହ ଝର ଝର
କଣ୍ଟାର ମୁକୁଟ ସତେବା କହୁଛି ଦୁଃଖରେ ବି ତୁମେ ହସ … |୧|

ସେ ତ କହୁଛନ୍ତି ତୁମେ କାନ୍ଦ ନାହିଁ, ମୋ ପାଇଁ କାନ୍ଦ ନାହିଁ
ତୁମ ସନ୍ତାନ ପାଇଁ ଯଦି ପାର ଲୁହ ଦିଅ ତୁମେ ଢ଼ାଳି
କୁଶ ବିଦ୍ଧ ହେଲେ, ପାପ ଅଭିଯୋଗ ହୋଇଯିବ ସବୁନାଶ … |୨|

ସୂଚୀମାଳାକୁ ଫେରନ୍ତୁ


ei achi ei nahi manisha jibana ଏଇ ଅଛି ଏଇ ନାହିଁ ମଣିଷ ଜୀବନ


ଏଇ ଅଛି ଏଇ ନାହିଁ ମଣିଷ ଜୀବନ… ମଣିଷ ଜୀବନ…
ତଥାପି ଅସାର ଯେତେ, କାଲିର ସ୍ବପନ
ମଣିଷ ଜୀବନ…(ଘୋଷା)

ମନ ଆଖି ଦେଖେ ଯାହା ଆଗାମୀର ପାଇଁ
ଜାଣେନା ସେ କାଲି ସତେ ଆସିବ କି ନାହିଁ
କେହି ତ ଭାବେନା ରହେ ଜୀବନେ ମରଣ
ମଣିଷ ଜୀବନ… |୧|

ମିଛ ଜୀବନରେ ସଦା ମାୟା ପ୍ରଲୋଭନ
ଖୋଜେ ନା ମଣିଷ କେବେ ମରଣେ ଜୀବନ
ଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣ
ମଣିଷ ଜୀବନ…|୨|

ସୂଚୀମାଳାକୁ ଫେରନ୍ତୁ


e pruthibi janu ame ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ


ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର
ଦେଖି ଆମ ପ୍ରେମ ଏ ଜଗତ ଜାଣୁ
ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା)

ଈଶ୍ଵରଙ୍କ ଠାରେ ଆମେ ସର୍ବେ ଏକ
ପ୍ରାର୍ଥନା ବିଶ୍ଵାସେ ସାଜି ( ସଇନିକ)
ଆମ କାମ ଦେଖି ଜଗତ ଚାଣିବ (ଆମେ ଯୀଶୁଙ୍କର) … |୧|

ଦେଖାଇଛୁ ପଥ ଆମେ ଅନ୍ଧକାରେ
କ୍ଷମି ଯିବୁ ଶତୁ ପୁଣି ପ୍ରେମଭରେ
ସେହି ପ୍ରେମ ଦେଖି ଜଗତ କହିବ (ଆମେ ଯୀଶୁଙ୍କର) … |୨|

ପ୍ରଶଂସା କରିବୁ ରାଜା ରାଜାଙ୍କର
ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କର
ଦେଖି ସେ ପ୍ରଶଂସା ସରବେ ଜାଣିବେ (ଆମେ ଯୀଶୁଙ୍କର) … |୩|

ସୂଚୀମାଳାକୁ ଫେରନ୍ତୁ


ei jibanare prabhu hebi ଏଇ ଜୀବନରେ ପ୍ରଭୁ ହେବି ଏକା ତୁମର


ଏଇ ଜୀବନରେ ପ୍ରଭୁ ହେବି ଏକା ତୁମର
ତୁମ ଗଉରବ ପାଇଁ
ଯେହ୍ନେ ହେବି ମୁହିଁ ସଦା ବ୍ୟବହାର … (ଘୋଷା)

କ୍ଷଣିକ ଏହି ଜଗତ ମୋହ ମାୟାରେ ପୂରିତ
ଟାଣେ ଏ ହୃଦୟ ମନ କରେ ତୁମଠୁ ଦୂରିତ
ଧର ହେ ପ୍ରଭୁ ତୁମରି ହସ୍ତେ
କରି ସଦା ନିଜର … |୧|

ସଂସାର ଜଞ୍ଜାଳ ଭାର ଭାଙ୍ଗ ବିଶ୍ୱାସ ମୋହର
ସନ୍ଦେହ ଉଠଇ ମନେ ଯିବାକୁ ସରଗପୁର
ତୁମ ଶକତି ଧୌର୍ଯ୍ୟରେ ଭରି
କରାଅ ଅଗ୍ରସର …. |୨|

ସମର୍ପିଛି ମୋ ଜୀବନ ତୁମରି ପୂତ ପୟରେ
ହଟିବିନି ଆଉ କେବେ ଯେହେତୁ ମୁଁ ତୁମ ହସ୍ତରେ
ଥୋଇଛି ପ୍ରଭୁ ପ୍ରତିଟି ଭାର
ସମ୍ଭାଳ ଆମ୍ବା ମୋର … |୩|

ସୂଚୀମାଳାକୁ ଫେରନ୍ତୁ


ei jibanara akasha dine ଏଇ ଜୀବନର ଆକାଶେ ଦିନେ


ଏଇ ଜୀବନର ଆକାଶେ ଦିନେ
ସଂଧ୍ୟା ଆସିବ ନଇଁ ନଇଁ … (୨ ଥର)
ବଂଧୁ ତୁମେ କି ପ୍ରସ୍ତୁତ ଥିବା
ସେହି ମହାଯାତ୍ରା ପାଇଁ ?… (ଘୋଷା)

କୁହ ଯାତ୍ରା ଶେଷ ଜୀବନ ମୁକୁଟ
ରହିଛି କି ତୁମ ପାଇଁ ?
ପାଇଛ କି ତୁମେ ଜୀବନେ-ଅଶେଷ
ପ୍ରଲୋଭନ ବାଧା ଡେଇଁ ?
ଆସ କୁଶ ତଳେ ଯଦି ତୁମ ପାଶେ
ତ୍ରାଣ ଅନୁଭୂତି ନାହିଁ…. |୧|

ଜଗତ ଅଟେ ଯେ ଦୁଇଦିନ ପାଇଁ
ଅଭିନୟ ମଞ୍ଚ ଏକ (୨ ଥର)
ଧନ ଯଉବନ ଆହୁରି କ୍ଷଣିକ
ଅନିତ୍ୟ ଅଟେ ସେ ସୁଖ
ହୁଅ ଯାତ୍ରୀ ତୁମେ ଭୁଲି ଜଗତକୁ
ଅନନ୍ତ ଜୀବନ ପାଇଁ…. |୨|

ସୂଚୀମାଳାକୁ ଫେରନ୍ତୁ

ei satabdhi ra awahana ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ


ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନ
ଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା)

କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶ
ଏହା ଥିଲା ତୁମ ବିଦାୟ ବେଳାର ପ୍ରେମଭରା ଆଦେଶ
ପାଳନ କରିବୁ ଆଜ୍ଞା ତୁମରି ହୋଇ ସଦା ସଚେତନ… |୧|

ସୁସମାଚାରର କାର୍ଯ୍ୟ ସାଧକ ଉଠ ଜାଗ୍ରତ ହୋଇ
ଅନେକ ଆପ୍ ଆକୁଳ ଆତୁର ଜୀବନର ଜଳ ପାଇଁ
ପାପ ଅନ୍ଧାରେ ବାକ୍ୟ ଆଲୋକେ ଭରିଦିଅ ଉଦ୍ଦୀପନା… | ୨ |

ଯାଅ ଏ ଜଗତେ ସବୁ ଜାତି ପାଶେ କୁହ ପରିତ୍ରାଣ କଥା
ପ୍ରତି ଅନ୍ତରେ ଯୀଶୁ ନାମ ଝରୁ ଫୁଚିଯାଉ ଦୁଃଖ ବ୍ୟଥା
ପ୍ରାର୍ଥନା ବଳେ ହେ ବୀର ସାଧକ ହୁଅ ଆଜି ଆଗୁଆନ… ।୩।

ସୂଚୀମାଳାକୁ ଫେରନ୍ତୁ


e nutana jugare asara sangsara ଏ ନୂତନ ଯୁଗରେ ଆଶାର ସଂଚାର


ଏ ନୂତନ ଯୁଗରେ ଆଶାର ସଂଚାର
ଗଲଗଥା କୁଶଗାଥା ଅମର ସେ
ଜୟ ଜୟ ଯୁବାମେଷ…. ହୋ…. ହୋ….(ଘୋଷା)

ହିମାଚଳ ଗାଏ ଯାର ଜୟଗୀତି, ଆମେ ତାଙ୍କ ଅନୁଗାମୀ
ଶୁଣାଇବା ବିଶ୍ୱ ତାଙ୍କ ମହାପ୍ରେମ,
ହେଲେ ସେ ମାନବ ପ୍ରେମୀ
ଜାଗରେ ଭାରତ ଉଦ୍ଯୋଗୀ ଦଳ,
ଛୁଟାଅ ସଂଗୀତ ଧ୍ବନି…. |୧|

ସେହି ପ୍ରଭୁରାଜ ଅଧୁରାଜ, ସକଳ ଜୀବନ ସ୍ୱାମୀ
ଆକାଶର ତଳେ ଏକା ସେହି, ପାତକୀ ମୁକତି ଖଣି
ବିଚାରକ ହୋଇ ଆସୁଛନ୍ତି ଦିନେ, ମେଘରେ କିରୁବେ ଘେନି…. |୨|

ତେଜମୟ ସେହି ପ୍ରଭୁ ପୂତ ପଦ ବନ୍ଦି ଯାଅ ଭେଟି ନେଇ
ଦେଇ ତୋଷ ତାଙ୍କୁ ଭଙ୍ଗାଚୂନା ମନ, ଆମ ବଳ ଗାନ ସେହି
‘ଶାଲେ ମର ରାଜା’ ଜୀବନର ପଥ, ମାନବ ମଙ୍ଗଳକାମୀ…. |୩|

ସୂଚୀମାଳାକୁ ଫେରନ୍ତୁ

eto tumo premo prabhu ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ


ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ
ଜାଣିଛି ବୁଝିଛି ମୁଁ ତ, ତୁମେ ଦୟାମୟ (ଘୋଷା)

ନାମ ବହିଅଛି ତୁମେ ଦୁଃଖହରା ବୋଲି
ମୋ ଦୁଃଖ ହରି ନେଇଛି ଦୟାମୟ ବୋଲି
ତୁମ ନାମ ଜାଣେ ପ୍ରଭୁ ପତିତପାବନ [୧]

ଉଦ୍ଧାରିଲ ମୋତେ ତୁମେ ପାପର ସାଗରୁ
ଧରିଣ ଗୋ ନିଜ ହାତେ ଶାନ୍ତିମୟ ପ୍ରଭୁ
ସେହି ଦିନୁ ଜାଣିଛି ମୁଁ ତୁମେ ଯେ ମହାନ୍ .. |୨|

ଶେଷେ ରଖ ମୋ ମିନତି ମୋ ପାଶେ ରୁହ ଗୋ ନିତି
ଚାଲିବି ମୁଁ ସଦା ତବ ପଦ ଚିହ୍ନ ଦେଖି ଦେଖି |୩|

ସମପିଲି ଦେହ ପ୍ରାଣ ମୋ ଆତ୍ମା ଜୀବନ ..
ବିଶ୍ଵାସୀର ସତ୍ୟ ତୁମେ, ଦେଖାଅ ସତ୍ୟଲୋକ
ସତ୍ୟ କହି ଲଭିବୁ ଆମେ ଚିରନ୍ତନ ଜୀବନ |୪|

ସୂଚୀମାଳାକୁ ଫେରନ୍ତୁ


ehi subha sandhyara kole ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟ


ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟ
ଜାଳିଛୁ ଆମେ ଭକତି ଦୀପାଳି
ଅରଚନା ତୁମେ ନିଆ ( ଘୋଷା)

ଉଦଯୋଗୀ ପ୍ରାଣର ମୂର୍ଜନା ଆଜି ତୁମେ
ମଉଳା ମନର ପ୍ରେରଣା ପ୍ରଭୁ ତୁମେ
ତୁମରି ଇଙ୍ଗିତେ ଚାଲିବୁ ଆମେ
ପଥ ଦେଖାଅ ହେ ଜ୍ୟୋତିର୍ମୟ | ୧|


ରକତ ଝରାଇ ମୁକ୍ତି ସାଧିଲ ତୁମେ
କଳୁଷିତ ଆମ ଆତ୍ମା ଧୋଇଲ ପ୍ରେମେ
ଗାଇବୁ ତୁମରି ବିଜୟୀ ଗୀତି
ଖୋଲି ଦିଅ ପଥ ହେ ପ୍ରେମମୟ … (୨)

ସୂଚୀମାଳାକୁ ଫେରନ୍ତୁ


E duniara andhara pathe ଏ ଦୁନିଆର ଅନ୍ଧାର ପଥେ


ଏ ଦୁନିଆର ଅନ୍ଧାର ପଥେ
ଆଲୋକ ଜାଳିଦିଅ ପ୍ରଭୁ
ଏ ଦୁନିଆର ନୀଳ ପାରାବାରେ
ଭାବନା ମୋତେ ଦିଅ ପ୍ରଭୁ (ଘୋଷା)


ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେ
କୋରଡ଼ା ପ୍ରହାର ଦେହେ ବହିଲ ଶ୍ରୀ ଅଙ୍ଗରେ
ଝରଝର ରକ୍ତ ସୂଅ କୁହାଇଲ କୁଶରେ
ଲଲାଟେ କଣ୍ଟା ମୁକୁଟ ପିନ୍ଧିଲେ ଆନନ୍ଦରେ
ସେ ସୁନ୍ଦର ମନ ଭାବିବାକୁ ମନେ ଭାବନା ମୋତେ ଦିଅ ପ୍ରଭୁ ।୧|


ଏ ମହୀମଣ୍ଡଳେ ପ୍ରଭୁ ହୁଅ ତୁମେ ସାଥୀ
ଜଗତର ଚଲାପଥେ ହୁଅ ତୁମେ ଦୀପ୍ତି
ଏ ଦୁନିଆର ଘନ ଅନ୍ଧାରେ ଆଲୋକ ଜାଳିଦିଅ ପ୍ରଭୁ |9|

ସୂଚୀମାଳାକୁ ଫେରନ୍ତୁ


emiti pape budi thibu kete dino ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ


ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ
କେବେ ଛାଡ଼ିବୁ ମନ୍ଦ ଗୁଣ
କେବେ ହେବୁ ପରିବର୍ତ୍ତନ
କେବେ ଭଜିବୁ ଯୀଶୁ ନାମ
କେବେ କରିବୁ ତାଙ୍କ ଧ୍ୟାନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦=

ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳା
ଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳା
ବଦଳାଇ ଦେ ନିଜକୁ ଥାଉ ଥାଉ ବେଳା
ନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳା
ଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)
କେବେ ସଜାଡିବୁ ମନ
କେବେ ହେବୁ ସଂଶୋଧନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୧=

ମାୟା ମରିଚିକା ପଛେ କେତେ ଧାଉଁଥିବୁ
ରଙ୍ଗ ରସ ମତ୍ତତାରେ କେତେ ମାତିଥିବୁ
ଛଳ କୂଟ କପଟରେ କେତେ ବୁଡିଥିବୁ
ଅସାର ପଥରେ କେତେ ବାଟ ଚାଲୁଥିବୁ
ଛାଡ଼ି ଏ ମିଛ ଦୁନିଆ ଯୀଶୁ ପାଶେ ତୁ ଫେରିଆ (୨ଥର)
ଦେବେ ତୋତେ ପରିତ୍ରାଣ
ଧନ୍ୟ ହେବ ତୋ ଜୀବନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
କଣ୍ଠଦାନ – ବାବୁନ୍ ପାଣି

ସୂଚୀମାଳାକୁ ଫେରନ୍ତୁ

ey groohe aasho he prabhu posi aaso ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ


(ସ୍ୱର : ଦୁଆରେ ଉଭା ନ ହୋଇ)

ଏ ଗୃହେ ଆସ ହେ ପ୍ରଭୁପଶି ଆସ ଭିତରେ,

ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ ।

 

 ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି,

କାଢ଼ି ଦିଅ ବନ୍ଧୁ ମୋରତୁମ ଶକ୍ତି ବଳରେ । ୧ ।

ଯଦି ଅସାର ଏ ଧରା କରିଥାଏ ପଥହରା,

ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ ।

ଏହି ବିଶ୍ୱ ଖେଳ ଶେଷେ ନିଅ ପ୍ରଭୁ ତବ ଦେଶେ,

ଏହି ପରିବାର ସଦା ରହୁ ତବ ପାଶରେ । ୩ ।

ey nobo joubono bayasa ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ


ଏ ନବ ଯୌବନ ବୟସଦିନୁଁ ଦିନ ତାର ହୁଅଇ ହ୍ରାସ,

ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,

ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

 

ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,

ଦନ୍ତ ହେବ କ୍ଷୀଣଶକ୍ତି ହେବ ହୀନ,

ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

ଥ ର ହର ହେବ ଶରୀରଭୟ ହେବ ଉଚ୍ଚ ସ୍ଥାନର,

ଆଉ ବାଟେ  ଘାଟେ କରତେ ଯାଆସ,

ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

ଏହି କି ସୁନ୍ଦର ବଦନଧୂଳି ଦେହ ପୂର୍ବ ସମାନ,

ଆତ୍ମାଦାତାଠାରେ ଆତ୍ମା ଫେରିଯିବ

ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

 

ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 

ବୋଲିବ ଏଥିରେ ନାହିଁ ହରଷ । ୪ ।

udhara karihe mote prabhu ଉଦ୍ଧାର କରିହେ ମୋତେ ପ୍ରଭୁ କର ଉଦ୍ଧାର


ଉଦ୍ଧାର କରିହେ ମୋତେ ପ୍ରଭୁ କର ଉଦ୍ଧାର
ପାପ ଜଗତରୁ ମୋତେ, ପ୍ରଭୁ କର ଉଦ୍ଧାର
ଦୁଷ୍ଟ ସିଂହ ନ୍ୟାୟ, କରଇ ଗର୍ଜନ ଗ୍ରାସିବାକୁ ଦିଆବଳ
କର ଉଦ୍ଧାର…… (ଘୋଷା)

ଜୀବନ ଯାତ୍ରାର ଚଲାପଥେ ପ୍ରଭୁ
ସାହାରା ନାହିଁ ମୋ କେହି
କେତେ ଝଡ଼ଝଞ୍ଜା ଘନେଇ ଆସୁଛି ସହିବାକୁ ବଳ ନାହିଁ
ଏ ମିଛ ଦୁନିଆ ଅଟେ ଦି ଦିନିଆ
ଅସାର ସବୁ ଅସାର…କର ଉଦ୍ଧାର … |୧|

ଦୀନ ଦରିଦ୍ରତା, ମୃତ୍ୟୁ, ଅସୁସ୍ଥତା
ଜଗତେ ରହିଛି ଭରି
ଅଶାନ୍ତ ଜଗତେ ଶାନ୍ତି ବୋଲି କିଛି ଜୀବନେ ମୁଁ ପାଉ ନାହିଁ
କାହାଠାକୁ ଯିବି କା ଆଗେ କହିବି
କେହି ନୁହେଁ ତ ନିଜର….କର ଉଦ୍ଧାର ! … |୨|

ପାପେ ପରିପୂର୍ଣ୍ଣ ମୁହିଁ ଦୀନହୀନ
କରୁଅଛି ନିବେଦନ
ହେ ଯୀଶୁ ସୁନ୍ଦର ଢ଼ାଳି ରକ୍ତ ଧାର କରି ମୋତେ ପରିତ୍ରାଣ
ତୁମ ବିନା ଶାନ୍ତି ନାହିଁ ଗତିମୁକ୍ତି
ଧରିଛି ତବ ପୟର…..କର ଉଦ୍ଧାର … |୩|

ସୂଚୀମାଳାକୁ ଫେରନ୍ତୁ


uddhara kara hai prabhu ଉଦ୍ଧାର କରିହେ ପ୍ରଭୁ, କରମେତେ


ଉଦ୍ଧାର କରିହେ ପ୍ରଭୁ, କରମେତେ ଉଦ୍ଧାର ( ୨ ଥର)
ଶୁଣିହେ ଶୁଣହେ, ଶୁଣହେ ଡାକ ମୋହର
ସଦା ପ୍ରଭୁହେ…..
ନେଉଛି ଶରଣ ତୁମର ଚରଣେ ….. (ଘୋଷା)

ଅଟଳ ଅନନ୍ତ ତୁମେ
ଦୃଢ଼ ଶଇଳ ମୋର
ପରିତ୍ରାଣ ପାଇଁ ମୋର
ବଳି ହେଲ ପ୍ରଭୁ ତୁମେ
ସଦା ପ୍ରଭୁ ହେ…….
ଶତୁ ଜାଲରୁ ମୋତେ ଉଦ୍ଧାର … |୧|

ଜୀବନ ବଢୁଛି ମୋର
ଏହି ପାପ ସଂସାରେ
ଶରୀର ହେଉଛି କ୍ଷୀଣ
ନିଜ ଅପରାଧରେ
ସଦାପ୍ରଭୁହେ
ପରିତ୍ରାଣ କର କରୁଣାରେ ଉଦ୍ଧାର… |୨|

ସୂଚୀମାଳାକୁ ଫେରନ୍ତୁ

utho jago bhetibaku jishu rajare ଉଠ ଜାଗ ଭେଟିବାକୁ ଯୀଶୁ ରାଜାରେ


ଉଠ ଜାଗ ଭେଟିବାକୁ ଯୀଶୁ ରାଜାରେ
ସ୍ବର୍ଗବାହିନୀ ସାଥେ ଆରୋହୀ ମେଘ ରଥେ
ଆସୁଛନ୍ତି ବେଗେ ମଧ୍ୟ ଆକାଶରେ … (ଘୋଷା)

ଅନୁତାପ ହୃଦୟେ କର ଖେଦ କ୍ରନ୍ଦନ
କର ଯେବେ ସ୍ୱୀକାର ହେବ ପାପ ମୋଚନ
ପରିଷ୍କୃତ ହେବ ଯୀଶୁଙ୍କ ରକତରେ |୧|

ଜୀବନ ପୁସ୍ତକରେ ଲେଖା ଯାହାର ନାମ
ମହାନନ୍ଦେ ପ୍ରବେଶ କରିବେ ସ୍ଵର୍ଗଧାମ
ଭୋଗିବେ ଅନନ୍ତ-ଜୀବନ ସ୍ଵର୍ଗ-ପୁରେ । |୨|

ମେଷ ଶାବକ ରକ୍ତ ହୋଇଛି ଶୁକ୍ଳ ବର୍ଣ୍ଣ
ନିଷ୍କଳଙ୍କ ନିର୍ବାଗ ପରିତ୍ରାଣ ବସନ
ହୁଅ ବେଗେ ସେହି ବସ୍ତେ ବିଭୂଷିତରେ .. |୩|

ପବିତ୍ର ଆମ୍ରାରେ ହୁଅ ପରିପୂର୍ଣ୍ଣ
ତାଙ୍କରି ଇଂଗିତରେ ସଦା କର ଗମନ
ମିଳାଇବେ ସେହି ଏକା ଯୀଶୁ ସାଥୁରେ … |୪|

ଦିଦିନଆ ଅଟେ ଏହି ପାପ ସଂସାର
ସ୍ଵର୍ଗ ରାଜ୍ୟ ଅଟେ ଆମ ଚିର ନଗର
ଚିର ଶାନ୍ତି, ବିଶ୍ରାମ ଭୋଗିବା ତହିଁରେ |୫|

ସୂଚୀମାଳାକୁ ଫେରନ୍ତୁ


utthaao uche probhu udeshyo ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ

 

ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେଧନ୍ୟବାଦ ଗୀତ ସୁସ୍ୱରେ । ଘୋଷା । 

 

ସର୍ବଶକ୍ତିମାନ କୃପାରେ ମହାନନିସ୍ପୃହ ପାପୀ-ବିନାଶରେ

ଭୟକାରୀ ପ୍ରତି ବିଶ୍ୱସ୍ତ ସେ ଅତିଅଟନ୍ତି ସକଳ ସମୟରେ । ୧ ।

 

ପ୍ରଭୁଙ୍କର ପ୍ରଭୁବିଶ୍ୱର ସେ ବିଭୁତାଙ୍କ ସମ ନାହିଁ ଆନରେ,

ସେ ରାଜାଧିରାଜ ନିତ୍ୟ ତାଙ୍କୁ ଭଜଦେଇ ମନ ସୁଶ୍ରଦ୍ଧା ଚିତ୍ତରେ    ା ୨ ।

 

ନୀଳ ମେଘମାଳ ଗଗନମଣ୍ଡଳସୃଜିଲେ ସେ ଆଜ୍ଞା ମାତ୍ରରେ,

ଚନ୍ଦ୍ରମା ଆଦିତ୍ୟ ଅସଂଖ୍ୟ ନକ୍ଷତ୍ରସ୍ଥାପିଲେ ଦୀପ୍ତି ଦେବା ଅର୍ଥରେ । ୩ ।

 

ଅସୀମ ଜ୍ଞାନରେ ଜଗତ ସୃଜିଲେଆବର ଯେତେ ତନ୍ମଧ୍ୟରେ,

ଫଳ ପୁଷ୍ପ ନାନା ଯା’ ନୁହେଁ ଗଣନାଦେଇଛନ୍ତି ଭୋଗ ନିମିତ୍ତରେ । ୪ ।

 

ଆହା ! ତାଙ୍କ କାର୍ଯ୍ୟ କେମନ୍ତ ଆଶ୍ଚର୍ଯ୍ୟ ! 

କି ଶୋଭା ଅଟଇ ସୃଷ୍ଟିରେ ବଳ ବୁଦ୍ଧି ଜ୍ଞାନ ଆଉ ମହା ପ୍ରେମ,

ସୁପ୍ରକାଶ ହୁଅଇ ତହିଁରେ  ା ୫ । 

 

ସେ ପ୍ରିୟ ସୂତକୁ ପେଷିଲେ ମର୍ତ୍ତ୍ୟକୁ ପାପୀମାନଙ୍କ ନିମିତ୍ତରେ,

ଏମନ୍ତ ଅଦ୍ଭୁତ ଜଗତେ ଅଶ୍ରୁତପ୍ରେମ ଦେଖା ନାହିଁ କେଉଁଠାରେ  ା ୬ । 

 

ସେ ପ୍ରଭୁ ଉଦ୍ଦେଶ୍ୟେ ଏଣୁ ସର୍ବେ  ହର୍ଷେଉଠାଅ ସୁନାଦ ସୁସ୍ୱରେ,

ମହିମା ସମ୍ଭ୍ରମ ରାଜ୍ୟ କର୍ତ୍ତାପଣହେଉ ତାହାଙ୍କର ନିରନ୍ତରେ      ା ୭ ।

ସୂଚୀମାଳାକୁ ଫେରନ୍ତୁ


utho bahana heuchi belo obosaano ଉଠ ବହନ, ହେଉଛି ବେଳ ଅବସାନ


ଉଠ ବହନହେଉଛି ବେଳ ଅବସାନ । ଘୋଷା । 

 

କି ପାଇଁ ବିଳମ୍ବ କରଗନ୍ତବ୍ୟ ପଥ ଅପାର ?

ଧ ରି ଖ୍ରୀଷ୍ଟ ପଦ ଚିହ୍ନ କର ଗମନ । ୧ । 

 

ବେଗେ ହୁଅ ଅଗ୍ରସରପଛେ ଗୋଡ଼ାଉଛି କାଳ,

ବହି ଯାଉଅଛି ମାସ ବରଷ ଦିନ । ୨ । 

 

ଜଳସ୍ରୋତ ଛାୟା ମତ ହେଉଅଛି ଦିନ ଅନ୍ତ,

ଧ ର ବେଗେ ତ୍ରାଣପଥ ଖ୍ରୀଷ୍ଟ ଶରଣ । ୩ । 

 

ଯେଉଁ କାଳେ କେହି କର୍ମ କରି ନ ପାରିବେ ଜାଣ,

ଏମନ୍ତ ଅନ୍ଧାର ନିଶି ଆସେ ବହନ । ୪ । 

 

ଥ ।ଉଁ ଥାଉଁ ଶୁଭ କାଳ ଦୀପ୍ତିମୟ ପଥେ ଚାଲ,

ବେଗେ ଲାଭ କର ଖ୍ରୀଷ୍ଟ ଅମୂଲ୍ୟ ଧନ । ୫ ।

utho utho bege aahe pothiko ଉଠ ଉଠ ବେଗେ ଆହେ ପଥିକ,

 

ଉଠ ଉଠ ବେଗେ ଆହେ ପଥିକ,

ଯାଉଛି ବହି ଦିନ । ଘୋଷା ।

ଆସୁଛି ଝାସି ଅନ୍ଧାର ନିଶି,

ଶୀଘ୍ର କର ଗମନ ହେ ପଥିକ । ୧ ।

ବାଟରେ ଘୋର ଶତ୍ରୁ ଅପାର,

କର କଟି ବନ୍ଧନ ହେ ପଥିକ । ୨ । 

 

ପ୍ରଭୁଙ୍କ ଶାସ୍ତ୍ର ଦ୍ୱିଧାର ଅସ୍ତ୍ରକରେ,

କର ଧାରଣ ହେ ପଥିକ । ୩ । 

 

ବାମେ ଡାହାଣେ ନ ଯାଅ କ୍ଷଣେ,

ସିଧା କର ଧାବନ ହେ ପଥିକ । ୪ । 

 

ସଂକୀର୍ଣ୍ଣ ପଥପାଖେ ବିପଥ,

ହୁଅ ତୁ ସାବଧାନ ହେ ପଥିକ । ୫ । 

 

ସ୍ୱର୍ଗ ସିୟୋନ ପ୍ରତି ନୟନ ପକାଅ ଅନୁକ୍ଷଣ ହେ ପଥିକ । ୬ ।

ଯୁଦ୍ଧର ବେଳେ ଯୀଶୁଙ୍କ ବଳେ କରି ରିପୁ ଛେଦନ ହେ ପଥିକ । ୭ ।

uttho huo deeptimaano ondho kaaro ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ


ଉଠହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ,

ହେ ମୃତ୍ୟୁଚ୍ଛାୟା ନିବାସୀକର ଦୀପ୍ତିରେ ଗମନ । ଘୋଷା ।

ହୁଅଇ ଉଜ୍ଜ୍ୱଳ ଅତିଉଦେ ହେଲେ ମହାଜ୍ୟୋତିଃ,

ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ ।

ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ

ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ ।

ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ,

ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ । ୩ 

ଆସି ଯିହୁଦା ଦେଶେଣ କଲେ ଖ୍ରୀଷ୍ଟ ଅନ୍ୱେଷଣ,

ପଚାରିଲେକେଉଁଠାରେ ପାଇବା ତାଙ୍କ ଦର୍ଶନ । ୪ ।

ପ୍ରଭୁ ନିଜ ଅଧିକାରେ ଅଇଲେ ନମ୍ର ଭାବରେ,

ତୁଚ୍ଛ କରି ପ୍ରଜାଗଣ  କଲେ ଅନ୍ଧାର ଗ୍ରହଣ । ୫ ।

ନ କର ତାହାଙ୍କୁ ତୁଚ୍ଛ ତାଙ୍କ ବିନା ସର୍ବ ମିଛ,

ଆସ ତାହାଙ୍କ ଦୀପ୍ତିରେ          କରିବା ହୃଷ୍ଟେ ଗମନ । ୬ ।

ଆସି ତାହାଙ୍କ ନିକଟ କର ସର୍ବେ ଦଣ୍ଡବତ,

ତାଙ୍କ ମସ୍ତକେ ମୁକୁଟ ଦିଅ ରାଜା ପ୍ରଜାଗଣ । ୭ ।

ପଣ୍ଡିତଗଣ ଯେସନ  ଦେଲେ ବହୁମୂଲ୍ୟ ଧନ,

ତେହ୍ନେ ଆହେ ନରଗଣ         ସମର୍ପି ତାହାଙ୍କୁ ମନ । ୮ ।

ସୂଚୀମାଳାକୁ ଫେରନ୍ତୁ

amo jishu raja ଆମ ଯୀଶୁ ରାଜା


ଆମ ଯୀଶୁ ରାଜା … ଆ… ଆ…
ଆମ ଯୀଶୁ ରାଜା ଆସୁଛନ୍ତି ପରା ମେଘ ରଥରେ
ଆସ ଭେଟିଯିବା ତାଙ୍କୁ ମହାନନ୍ଦରେ … (ଘୋଷା)

ବିକ୍ରମଶାଳୀ ସେ ରାଜା ସରବେ କରିବେ ପୂଜା
ହେବ ପ୍ରତି ଆଣ୍ଡ ନତ କହିବେ ପ୍ରଭୁ ସେଇତ
ଉଚ୍ଚ ନୀଚ ଯେତେ ଉଭା ହେବେ ସେଠି
ସେ ଶ୍ଵେତ ସିଂହାସନରେ… |୧|

ଯେତେ ପରିତ୍ରାଣ ପ୍ରାପ୍ତ ହେବେ ସ୍ଵର୍ଗ ପୁରସ୍କୃତ
ପାପୀର ଦଶା ଭୟାର୍ଷ ନରକେ ହେବେ ନିକ୍ଷିପ୍ତ ।
ଆପଣା କରମେ, ହୋଇ ବିଚାରିତ
ଭୋଗିବେ ସରଗପୁରେ… |୨|

ସୂଚୀମାଳାକୁ ଫେରନ୍ତୁ


aamo paribaare tume ruha sabu ଆମ ପରିବାରେ ତୁମେ ରୁହ ପ୍ରଭୋ


ସ୍ୱର : ଆଉ କିଛି ପ୍ରଭୋ ଚାହେଁ ନା ଜୀବନେ )

ଆମ ପରିବାରେ ତୁମେ ରୁହ ପ୍ରଭୋ ! ଶୁଭାଶିଷେ ଭରି ତାହାକୁ,

ଯାହା ପାଇଁ ଲୋଡ଼ାଯେଉଁ ଦାନ ପ୍ରଭୁଦେଉଥାଅ ନିତି ତାହାକୁ । ଘୋଷା ।

ଧ ନ ପାଇ ଯେବେଆମ ପରିବାର

ଭୁଲିଯାଏ ପ୍ରଭୁ ତୁମକୁ,

ସେଭଳି ଧନରେ  ଲୋଡ଼ା ନାହିଁ ପ୍ରଭୋ,

ଖ୍ରୀଷ୍ଟ ଧନେ ଭର ତାହାକୁ

ଆମ ପରିବାରେ ଦିଅ ପ୍ରଭୋ ଶାନ୍ତି,

ପ୍ରୀତିତୃପ୍ତି ପ୍ରତି ଜଣକୁ,

ବିଶ୍ୱ ରଙ୍ଗରସଅଳସବିଳାସ  । ୧ ।

ନାଶ ନ କରୁ ହେ ତାହାକୁ

ଆମ ପରିବାର ନିତି ନିତି ପ୍ରଭୁ

ପ୍ରଚାର କରୁ ହେ ତୁମକୁ,

ଆମ ପୁଅ ଝିଅ ତୁମ ଲାଗି ପ୍ରଭୁ,

ଦାନ କରନ୍ତୁ ହେ ନିଜକୁ          । ୩ ।

aamo najorito probhu jishu khristo ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ


ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ

ପାପୀ ପାଇଁ ବଳି ହେଲେ

କେଡେ ପ୍ରେମ କଲେ ( ୨ ଥର)

ପାପୀ ପାପ ପାଇଁ କୁଶ ଭାର ବହି

କାଲବରୀ ପାହାଡରେ ( ୨ ଥର )

କଣ୍ଟାର ପଥେ ସେ ଚାଲିଲେ

ମାନବର ଏହି ପାପ ତାପ ପାଇଁ

ପିଠିରେ କୋରଡ଼ା ଛାଟ ( ୨ ଥର)

ମସ୍ତକେ କଣ୍ଡା ପାଗ ବାନ୍ଧିଲେ

ଅନ୍ଧଛୋଟାକାଲପକ୍ଷାଘାତିକୃଷି ।

ଯୀଶୁଙ୍କ ନିକଟେ ଗଲେ ( ୨ ଥର)

ଦୟାରେ ଆଶୀର୍ବାଦ କଲେ

ଚାରି ହସ୍ତ ପଦେ କଣ୍ଟାବିଦ୍ଧ ହେଲେ

ସେ ପବିତ୍ର ରକ୍ରେ ଭାଇ

ପାପୀର ପାପ ଧୋଇ ଦେଲେ II

ତିନି ଦିନ ପରେ କବର ଫଟାଇ

ଆନନ୍ଦରେ ଉଠି ସେହି

ଦେହରେ ସ୍ବର୍ଗକୁ ଗଲେ

ସୂଚୀମାଳାକୁ ଫେରନ୍ତୁ