ଆହା କି ଯାତନା ମୋହର ହେ ପ୍ରଭୁ ପରାତ୍ପର
ବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର …(ଘୋଷା)

ଜଗତେ ଅଛି କଳଙ୍କ, ଜଗତେ ଅଛି ସଂକଟ
ଏଥିରୁ ଉଦ୍ଧାର କରି ପ୍ରଭୁ, କର ମୋର ପାପ ଦୂର … |୧|

ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତି
କର ହେ ମୋତେ ଉଦ୍ଧାର, ପ୍ରଭୁ କର ମୋର ପାପ ଦୂର … |୨|

ପାପର ଅଭିଳାଷରେ ବୁଡ଼ିଛି ଏ ଜଗତରେ
ଡାକୁଛି ଅତି କାତରେ ପ୍ରଭୁ ରଖ ହେ ତୁମ ସାଥିରେ … |୩|

ସୂଚୀମାଳାକୁ ଫେରନ୍ତୁ