ଆକାଶେ ଉଠି ନାହିଁ ସେଦିନ ତାରାଟି
ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ । ଘୋଷା ।
ଗାଇନି ସରଗ ବାହିନୀ
ଜନମି ନାହିଁରେ ବେଥଲିହିମରେ
ଅମରାବତୀର ଶିଶୁଟି
ପରାଚୀ ପଣ୍ଡିତ ନରେଶ ହେରୋଦ
ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ
ଯେସନେ ଅତୀତ କାହାଣୀ । ୧ ।
ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ
ଜଳସ୍ଥଳ ନଭ ଜଣାଏ ସ୍ୱାଗତ ଶିଶୁର ଜନମ ଜୟନ୍ତୀ
ସଂସାର ପ୍ରବାସେ ମାତିଲୁ ଉଲ୍ଲାସେ
ସାର ହେଲା ଏଥି କାହାଣୀ । ୨ ।
ସେଦିନର ଶିଶୁ ତେଜି ସୁରପୁର ଖୋଜୁଛି ଆଳୟେ ଆଳୟେ
ନେବାକୁ ଜନମ ଏହି ଶୁଭ ଦିନେ ସବୁରି ଆବିଳ ହୃଦୟେ
ସାର୍ଥକ କର ଆଜି ବଡ଼ଦିନେ
ଯୀଶୁ ହେ ଅନ୍ତରେ ଜନମି । ୩ ।