Sunday, March 2, 2025

nuhoyee muhin niraasho kole dhuli ନୁହଇ ମୁହିଁ ନିରାଶ କଲେ ଧୂଳି


(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ,

ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା ।

ପୁନରୁତ୍ଥାନ ଦିନେ    ତୂରୀ ବାଜିଲାକ୍ଷଣେ

ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ ।

ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ,

ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ ।

ଅବା ଅପମାନରେ ଶୋଇଥିଲେ କବରେ

ଉଠିବି ମୁଁ ଗୌରବରେଘୁଞ୍ôଚବ ଅପମାନ । ୩ ।

 

ପାଇ ଅକ୍ଷୟ ଦେହ   କରି ମୃତ୍ୟୁକୁ ଜୟ 

ସୂର୍ଯ୍ୟ ପ୍ରାୟ ତେଜସ୍କର ହୋଇବ ମୋ ବଦନ । ୪ ।

nishi ghunchi ghunchi jaauchi ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି,


ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି,

ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା ।

ତୁଟି ତୁଟି ଯାଏ ଅନ୍ଧକାର ମୋହ,              ହସି ହସି ଉଠେ ପ୍ରକୃତି ନିବହ

ନୂଆ ଜନମର ଜୀବନ ପ୍ରବାହ   ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ ।

କ୍ରୁଶ କାଲଭେରୀ ମୁକୁଟ କଣ୍ଟାର,               ପକ୍ଷୀକଳତାନ ଭ୍ରମର ଝଙ୍କାର,

ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ ।

କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ   ବିଶ୍ୱର ଦୁଆରେ କ୍ରୁଶ କାନ୍ଧେ ଠିଆ,

ପରିପୂର୍ଣ୍ଣ ପ୍ରେମ ମୁକତି ତାଟିଆ ଦୁଆରେ ଦୁଆରେ ଯାଚୁଛି । ୩ ।

ପାପୀ ତାପୀ ଦୀନ ଆତୁର ଅନାଥ          ପୂଣ୍ୟମୟ କର ପରଶେ କୃତାର୍ଥ,

ଆସ ଯହିଁ ଯେତେ ଅଛ ପରିଶ୍ରାନ୍ତ          ଅନନ୍ତ ବିଶ୍ରାମ ମିଳୁଛି । ୪ ।

ଆଣିଛି ଆଲୋକ ନୂଆ ଜାଗରଣ,              ଜାଗରେ ନିଦ୍ରିତ ଉତ୍କଳ ସନ୍ତାନ,

ଥିବ କେତେ ଦିନ ମୋହ ନିଗମନ ! ଶୁଭ ଶଙ୍ଖ ଦେଶେ ବାଜୁଛି । ୫ ।

nahi samaya kalo dino ନାହିଁ ସମୟ କାଳ ଦିନ lyrics


ନାହିଁ ସମୟ କାଳ ଦିନ
ପାଖେଇ ଆସିଲା ପ୍ରଭୁଙ୍କ ଆଗମନ
ପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣ
ଯୀଶୁଙ୍କୁ ଦେବାରେ ମନରେ… (ଘୋଷା)

ଛାଡ଼ିଯିବା ଆମେ ମରତପୁର
ସ୍ଵର୍ଗ ହେବ ଆମ ଘର
ସ୍ଵର୍ଗ ସିଂହାସନେ ବସାଇବେ ପ୍ରଭୁ
ଭୋକ ଶୋଷ ହେବ ଦୂର
ପାଇଲେ ଶାଶ୍ବତ ପ୍ରେମ ହୋ ପୁଲକିତ ହେବ ମନ
ଧନ୍ୟ ହେବ ଆମ ଜୀବନ… |୧|

ଯିଏ ଜାଣି ନାହିଁ ଜଣେଇ ଦେବା
ପ୍ରଭୁ ଆଗମନ କଥା
ଜାଣି ଶୁଣି ଯିଏ ଭୁଲାଇବ ମଥା
ଭୋଗିବ ନରକ ବ୍ୟଥା
ଆଉ ଭାଇ କ୍ଷମା ନାହିଁ ହୋ …
ଉଦ୍ଧାର ପାଇବ ନାହିଁ
ଥାଉ ଥାଉ ଫେର ମନରେ… |୨|

ସୂଚୀମାଳାକୁ ଫେରନ୍ତୁ


niramala niramala niramala debataa ନିରମଳ ନିରମଳ ନିରମଳ ଦେବତା


ନିରମଳ ନିରମଳ ନିରମଳ ଦେବତା 

ସୁର ନର ପ୍ରଶଂସିତ ସୃଷ୍ଟିକରତା      । ଧ୍ରୁବ ।

ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା 

ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା  । ୧ ।

ପ୍ରେମମୟ ଅବତାର ଅଦ୍ୱିତୀୟ କୁମର

କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା           । ୨ ।

କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ,

ପତିତ ଜନ ବାନ୍ଧବପାପହରତା            । ୩ ।

ଜ୍ୟୋତିର୍ମୟପବିତ୍ରାତ୍ମାସାରତତ୍ତ୍ୱ ବୋଧାତ୍ମା,

ଅନୁପମ ବରଦାତା ନୀତି ବିଧାତା           । ୪ । 

 ମଧୁମୟ ରତ୍ନାକର ସତ୍ୟ ଶିବ ସୁନ୍ଦର

କରେ ଭିକ୍ଷାଦିଅ ନାଥ ! ଭକ୍ତି ମମତା । ୫ ।

ସୂଚୀମାଳାକୁ ଫେରନ୍ତୁ