Thursday, February 20, 2025

jishu he muhin atyanta durdosaa purno ଯୀଶୁ ହେ, ମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନ, ହୁଅ ପ୍ରସନ୍ନ; Odia Christian Lyrics


ଯୀଶୁ ହେମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନହୁଅ ପ୍ରସନ୍ନ;

ତୁମ୍ଭ ବିନା ନାହିଁ ମୋର ଆଶ୍ରୟ ଆନ । ଘୋଷା । 

 

ମହା ଶତ୍ରୁ ଶୟତାନ ଗ୍ରାସିବାକୁ ମୋର ପ୍ରାଣ

ଧାଉଁଛି ପଛରେ ମୋର କରି ଗର୍ଜ୍ଜନ । ୧ ।

ପୁଣି ମୋ ଅଗଣ୍ୟ ପାପ ବ୍ୟବସ୍ଥା ଲଂଘନ 

ଶାପ ପ୍ରତିହନ୍ତା ସମାନ ପଛେ ଧାବମାନ । ୨ ।

ତୁମ୍ଭେ ହେ ଅଟ ମୋହର ଦୃଢ଼ ଆଶ୍ରୟ ନଗର,

ତୁମ୍ଭ ନିକଟକୁ କରୁଛି ପଳାୟନ । ୩ ।

 

କର ହେ ମୋତେ ରକ୍ଷଣ ଦେଇଣ ତୁମ୍ଭ ଶରଣ,

ତୁମ୍ଭ ଭୁଜ ତଳେ ହେଉ ମୋ ଆବରଣ । ୪ ।

ସୂଚୀମାଳାକୁ ଫେରନ୍ତୁ


jishu doyaa moyo sunno he ey binoyo ଯୀଶୁ ଦୟାମୟ, ଶୁଣ ଏ ବିନୟ, Odia Christian Lyrics


ଯୀଶୁ ଦୟାମୟଶୁଣ ଏ ବିନୟ,

ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ । ଘୋଷା ।

ଅନ୍ତରର ଅନ୍ଧକାର

କୃପା କରି ଦୂର କର ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ । ୧ । 

 

ଆସ ପ୍ରଭୁ ଏ ଆଳୟ,

ଧ ର୍ମାତ୍ମା ଅଗ୍ନି ଜ୍ୱଳାଅ,

ତବାଲୋକେ ଦୀପ୍ତିମୟ

କର ଏ ସମୟ । ୨ ।

ଆଶୀର୍ବାଦ କର ଆସି,

ପାପ ଅବିଶ୍ୱାସ ନାଶିସୁସ୍ଥ କର ଦାସ ଦାସୀ

ହୋଇଣ ସଦୟ । ୩ ।

ସୂଚୀମାଳାକୁ ଫେରନ୍ତୁ

jishu khristo naamo mana gaare sehi ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି Odia Christian Lyrics


ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି ଧ୍ୟାଆରେ । ଘୋଷା । 

 

ବିଶ୍ୱ ପ୍ରେମ ଧନ ସତ୍ୟ ଶାନ୍ତି ଧାମ ସେହି ଏକା ଏହି ବସୁଧାରେ,

ପୂତ ଆତ୍ମାଦାତା      ପାପୀ ପରିତ୍ରାତା,

ଚରଣକମଳୁ ମଧୁ ଖାଆରେ । ୧ ।

ସେ ପ୍ରେମ ନିର୍ଝର    ସର୍ବ ମୂଳାଧାର ମୁକତି କରତା ପରପାରେ

ଧନ ମନ ଜୀବନ     ଆତ୍ମା ସମର୍ପଣ

କରି ସେ ନାମ ସ୍ମରୁ ଥାଆରେ । ୨ ।

ସୂଚୀମାଳାକୁ ଫେରନ୍ତୁ


jishu rajana hai mo trana pasara ଯୀଶୁ ରାଜନ ହେ ମୋର ତ୍ରାଣ ପସରା Odia Christian Lyrics


ଯୀଶୁ ରାଜନ ହେ ମୋର ତ୍ରାଣ ପସରା

ପାପୀବନ୍ଧୁ ପାପହରା । ଘୋଷା ।

ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ

ପାପୀ ପାପ ବହି କ୍ରୁଶେ ହୋଇଲେ ଧରା । ୧ । 

 

କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି

କି କଲବଲରେ ପ୍ରାଣ ନେଲଟି ପରା । ୨ ।

ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ

ଏହା ଦେଖି ବେନି ଆଖି ସହେ କି ପରା । ୩ । 

 

କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇ 

ରକ୍ତ ଟୋପା ଝାଳ ପରି ବହୁଛି ପରା । ୪ ।

ତାହାଙ୍କର ପ୍ରେମ ବାରି ବହୁଅଛି ସ୍ରୋତ ପରି 

ତୁହି ପାପୀ ଡୁବି ହୁଅ ଶୁକ୍ଳଟି ପରା । ୫ ।

jishu hai tumori korunaa daane ଯୀଶୁ ହେ, ତୁମରି କରୁଣା ଦାନେ Odia Christian Lyrics



ଯୀଶୁ ହେତୁମରି କରୁଣା ଦାନେ
ଜଗାଅ ମୋହନ ଛବି ଗୋପନେ,
ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ
ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ    ା ଘୋଷା ।

ଯୀଶୁ ହେ ଜୀବନ ଜୀବଧାରୀ,
ପତିତପାବନ ପାପହାରୀ,
ଯୀଶୁ ହେ ଆସହୃଦୟେ ବସ,
ଦିଅହେ ପ୍ରିୟ ଧର୍ମ-କିରଣ,
ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ,
ପରଶ ଦିଅ ଏହି ମିଳନେ  ା ୧ ।

ପାପରେ ପତିତ ଏ ଜୀବନ,
ପାପର ଶୃଙ୍ଖଳେ ବନ୍ଦୁଆନ,
ଯୀଶୁ ହେଆସପାପାତ୍ମା ନାଶମୁକ୍ତ କରି ଗୁପ୍ତ ଫାଶ
ଆଣ ଆଜି ଜାଗରଣ ହେ ଆମ ତ୍ରାଣ,

ଆଶିଷ ଦାନେ ଏହି ମିଳନ       ା ୨ ।

jishu mo prana jishu mo trana ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ Odia Christian Lyrics


ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ
ଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ …………=୦=

ଯୀଶୁ ହିଁ ଚାଳକ ଦୁର୍ଗମ ପଥର
ଯୀଶୁ ହିଁ ନାବିକ ଜୀବନ ନଦୀର
ଯୀଶୁ ହିଁ ରକ୍ଷକ ବିନାଶ କାଳର
ଯୀଶୁ ହିଁ ଆଲୋକ ଅନ୍ଧାର ବାଟର
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ…………..=୧=

ନାଥ ସେ ଅଟନ୍ତି ଅନାଥ ଜନର
ଆଶା ସେ ଅଟନ୍ତି ନିରାଶା ମନର
ବଳ ସେ ଅଟନ୍ତି ଦୁର୍ବଳ ପ୍ରାଣର
ଢାଲ ସେ ଅଟନ୍ତି ବିଶ୍ୱାସୀ ଗଣର
ଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
ଯୀଶୁ ହିଁ ଏକା ମୋହର
ପଥ ସତ୍ୟ ଜୀବନ ………..=୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ

ସୂଚୀମାଳାକୁ ଫେରନ୍ତୁ


jishu tume moro asa ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା Odia Christian Lyrics



ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା
ତୁମେ ମୋ ବିଶ୍ୱାସ ଭୂମି, ମୋର ମୁକତି ଶରଣୀ
ତୁମଠାରେ ରଖିଛି ମୁଁ ଦୃଢ଼ ଭରସା
ଯୀଶୁ ତୁମେ ମୋର ଆଶା …(୪ଥର) …(ଘୋଷା)

ଆସୁ ଦୁଃଖ ନୈରାଶ୍ୟ ଅବା ଘେରୁ ଝଡ କ୍ଳେଶ
ବିଶ୍ବାସେ ପ୍ରତିଦିନ, କାଟୁଥିବି ଏ ଜୀବନ
ତୁମେ ମୋ ବିଶ୍ୱାସ ଭୂମି … |୧|

ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ଶୟତାନ
ହେବି ନାହିଁ ଭୟଭୀତ ଗାଉଥିବି ଜୟଗୀତ
ତୁମେ ମୋ ବିଶ୍ୱାସ ଭୂମି … |୨|

ସୂଚୀମାଳାକୁ ଫେରନ୍ତୁ


jishu dayamaya suna hai binaya ଯୀଶୁ ଦୟାମୟ, ଶୁଣ ଏ ବିନାୟ, Odia Christian Lyrics


ଯୀଶୁ ଦୟାମୟ, ଶୁଣ ଏ ବିନାୟ,
ଆମ୍ଭ ମଧେ ଉପସ୍ଥିତ ହୁଅ ଏ ସମୟ … (ଘୋଷା)

ଅନ୍ତରର ଅନ୍ଧକାର କୃପା କରି
ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ … |୧|

ଆସ ପ୍ରଭୂ ଏ ଆଳୟ, ଧର୍ମାମା ଅଗ୍ନି ସ୍ବଳାଅ,
ତବାଲୋକେ ଦୀପ୍ତିମୟ କର ଏ ସମୟ … |୨|

ଆଶୀର୍ବାଦ କର ଆସି, ପାପ ଅବିଶ୍ୱାସ ନାଶି,
ସୁସ୍ଥ କର ଦାସ ଦାସୀ ହୋଇଣ ସଦୟ … |୩|

ସୂଚୀମାଳାକୁ ଫେରନ୍ତୁ


jishu rajana hai moro prana ଯୀଶୁ ରାଜନ ହେ ମୋର ପ୍ରାଣ ପସରା Odia Christian Lyrics


ଯୀଶୁ ରାଜନ ହେ ମୋର ପ୍ରାଣ ପସରା
ପାପୀବନ୍ଧୁ ପାପହରା .. (ଘୋଷା)

ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟ ଓହ୍ଲାଇ
ପାପୀ ପାପ ବହି କୁଶେ ହୋଇଲେ ଧରା … |୧|

କେଡ଼େ ନିଷ୍ଣୁର ଯିହୂଦୀ ବକ୍ଷସ୍ଥଳେ ବର୍ଲା ଭେଦି
କି କଲବଲରେ ପ୍ରାଣ ନେଲଟି ପରା … |୨|

ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ
ଏହା ଦେଖୁ ବେନି ଆଖୁ ସହେ କି ପରା … |୩|

କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇ
ରକ୍ତ ଟୋପା ଝାଳ ପରି ବହୁଛି ପରା … |୪|

ତାହାଙ୍କର ପ୍ରେମ ବାରି ବିହୁଅଛି ସ୍ରୋତ ପରି
ତୁହି ପାପୀ ଡୁବି ହୁଅ ଶୁକ୍ଳଟି ପରା … |୫|

ସୂଚୀମାଳାକୁ ଫେରନ୍ତୁ

jishu mo pranora bandhu ଯୀଶୁ ମୋ ପ୍ରାଣର ବନ୍ଧୁ Odia Christian Lyrics


ଯୀଶୁ ମୋ ପ୍ରାଣର ବନ୍ଧୁ
ତୁମେ ଦୀନ ଦୟା ସିନ୍ଧୁ
ଭାଙ୍ଗେ ମୋ ଅନ୍ତର, କାନ୍ଦେ ମୋ ଅନ୍ତର
ଘେନ ମୋ ଲୋତକ ବିନ୍ଦୁ
ତୁମେ ଦୀନ ଦୟା ସିନ୍ଦୁ (ଘୋଷା)

ପାପର ବ୍ୟାଧୁ ଘେରିଛି ହୃଦେ
କଳିଙ୍କିତ ଏ ଜୀବନ
ଅନୁତାପର ଲୋତକ ଧାର
ଝରାଏ ମୁଁ ଅନୁକ୍ଷଣ
ଛୁଇଁ ଦିଅ ନାଥ କ୍ଷମାର ସେ ହାତ (୨ଥର)
କ୍ଷମା ମୟ ପାପୀ ବନ୍ଧୁ
ତୁମ୍ଭେ ଦୀନ ଦୟା ସିନ୍ଧୁ … |୧|

ସଞ୍ଜ ସକାଳେ ମଧ୍ୟାହ୍ନ କାଳେ
ଶୁଣ ମୋ ଆଉଁ କ୍ରନ୍ଦନ
ତୁମ୍ଭ ପାତ୍ରରେ ମୋ ନେତ୍ର ଜଳ
ରଖହେ ଦୁଃଖ ନାଶନ
ପୋଛି ଦିଅ ନାଥ ମୋର ହୃଦ ତାପ
ତୁମେ ମୋ ଆନନ୍ଦ ସିନ୍ଧୁ
ତୁମ୍ଭେ ଦୀନ ଦୟା ସିନ୍ଧୁ … |୨|

ସୂଚୀମାଳାକୁ ଫେରନ୍ତୁ


jishur pache chaluthiba jaya git ଯୀଶୁର୍ ପଛେ ଚାଲୁଥିବା ଜୟଗୀତ ଗାଉଥୁବା Odia Christian Lyrics


ଯୀଶୁର୍ ପଛେ ଚାଲୁଥିବା ଜୟଗୀତ ଗାଉଥୁବା
ଫର୍ ଫର୍ ଉଡ଼ାଇ ବିଜୟ ବାନା
ହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା… |୦|

ବାଟେ ଘାଟେ ଯାହାକୁ ବି ଦେଖୁଥିବା
ତ୍ରାଣକର୍ତ୍ତା ଯୀଶୁ ବୋଲି କହୁଥିବା
ଦେଖୁବାକୁ ମନେ ବୋଲି ଯୀଶୁ ଦେବେ
ଆମର ଆଗେ ହାତ ଧରି ଚାଲୁଥିବେ
ପାପଯିବ ଅପସରି ଶୟତାନ ଯିବହାରି
ନାହିଁ କାହିଁ ଗତିମୁକ୍ତି ଯୀଶୁ ବିନା
ହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା …|୧|

ଆମେ ପାପୀ ହେଲେ ବି ସେ ଶକ୍ତି ଜନେ
ମୁନୁଷ ରୂପେ ଏ ଜଗତେ ଜନମ୍ ନେଲେ
କୁଶ କା ଚଢ଼ି ରକତ ଢ଼ାଳି ଦେଲେ
ସେ ରକତେ ଆମର୍ ପାପ ଧୋଇ ଦେଲେ
ପାପ ଯିବ ଅପସରି ଶୟତାନ ଯିବହାରୀ
ନାହିଁ କାହିଁ ଗତି ମୁକ୍ତି ଯୀଶୁର ବିନା
ହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା …|୨|

ସୂଚୀମାଳାକୁ ଫେରନ୍ତୁ

jishu charan tale ଯୀଶୁ – ଚରଣ ତଳେ Odia Christian Lyrics

ଯୀଶୁ – ଚରଣ ତଳେ
ବସିଛି ପୂଜାରୀ ଏ ଅବେଳେ । (ଘୋଷା)

ଅନନ୍ତ ହେ ତୁମ ପୂଜା ପାଇଁ,
ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନାହିଁ
ତୁମ୍ଭ ମୋର ସ୍ରଷ୍ଟା, ମୁହିଁ ତୁମ୍ଭ ସୃଷ୍ଟି
ଅଛି କି ପୂଜାର କିଛି ହେଲେ ? … |୧|

ପୁଣ୍ୟ ପୂଜା ମୋର କିଛି ନାହିଁ,
ତୁଷ୍ଟି ହେବ ପ୍ରଭୁ ତୁମ୍ଭେ ଯହିଁ,
ଭଙ୍ଗାଚୁନା ଛାର ହୃଦୟଟି ମୋର
ଥୋଇ ଦେଲି ତୁମ ପାଦ ତଳେ … |୨|

ସୂଚୀମାଳାକୁ ଫେରନ୍ତୁ


jishu bina brutha mo jibana ଯୀଶୁ ବିନା ବୃଥା ମୋ ଜୀବନ Odia Christian Lyrics


ଯୀଶୁ ବିନା ବୃଥା ମୋ ଜୀବନ
ଯୀଶୁ ବିନା ନାହିଁ ତୋ ପରିତ୍ରାଣ
ଯୀଶୁ ହିଁ ଅଟନ୍ତି ଜଗତେ ମହାନ୍
ଯୀଶୁ ହିଁ ଅଟନ୍ତି ଜଗତେ ଜୀବନ
ଯୀଶୁଠାରେ ପାପୀ ପାଏ ପରିତ୍ରାଣ
ଯୀଶୁ ଅନନ୍ତ ଜୀବନ… (ଘୋଷା)

ଯୀଶୁ ତୋର ଧନ, ଯୀଶୁ ତୋର ଜ୍ଞାନ
ଯୀଶୁ ତୋର ଗାନ, ଯୀଶୁ ତୋର ପ୍ରାଣ
ଯୀଶୁ ନାମେ ଅନ୍ଧ ପାଏ ନୟନ
ଯୀଶୁ ନାମେ ମୃତ୍ୟୁ ପାଏ ଜୀବନ… |୧|

ଯୀଶୁ ତୋର ବଳ, ଯୀଶୁ ତୋର ଢାଲ
ଯୀଶୁ ତୋର ପଥ, ଯୀଶୁ ତୋର ସତ୍ୟ
ଯୀଶୁ ନାମେ ଖଞ୍ଜ କରେ ଗମନ
ଘୃଙ୍ଗା ବୋଲେ ଯୀଶୁଙ୍କ ଜୟଗାନ… |୨|

ଯୀଶୁ ତୋ ପାଳକ, ଯୀଶୁ ତୋ ଚାଳକ
ଯୀଶୁ ତୋ ରକ୍ଷକ, ଯୀଶୁ ତୋ ମସ୍ତକ
ଆକାଶର ତଳେ ନାହିଁ କା ନାମ
ପାପୀ ପାଇବାକୁ ତ ପରିତ୍ରାଣ… |୩|

ସୂଚୀମାଳାକୁ ଫେରନ୍ତୁ


jishunka name gao sarba ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତା Odia Christian Lyrics


ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତା
ହୋଶାନ୍ତା ହାଲିଲୁୟା ( ୨ ଥର)… (ଘୋଷା)

ତାଙ୍କ ରକ୍ତ କ୍ରିତ ଆହେ ସାଧୁଭକ୍ତ
ଗାଅ ହେ ନୂତନ ଗୀତ
ଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ… |୧|

ପରିତ୍ରାଣ ପ୍ରାପ୍ତ ଯେତେ ପାପୁ ମୁକ୍ତ
ଗାଅ ହେ ସ୍ବର୍ଗୀୟ ଗୀତ
ଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ… |୨|

ଚବିଶ ପ୍ରାଚୀନ ଚାରି ପ୍ରାଣୀ ସହ
ଗାଇବା ପ୍ରଶଂସା ଗୀତ
ଆମେ ଯେତେ ଆହୁତ ହୋଇଛୁ ମନୋନୀତ… |୩|

କେଡ଼େ ପ୍ରେମ କଲେ କେଡ଼େ ଦୟା କଲେ
ଅନନ୍ତ ଜୀବନ ଦେଲେ
ଆପଣା ପ୍ରାଣ ଦେଲେ କୁଶରେ ବଳି ହେଲେ… |୪|

ସୂଚୀମାଳାକୁ ଫେରନ୍ତୁ


jishu namo priya namo ଯୀଶୁ ନାମ ପ୍ରିୟ ନାମ Odia Christian Lyrics


ଯୀଶୁ ନାମ ପ୍ରିୟ ନାମ
ଯୀଶୁ ନାମ ମଧୁ ନାମ
ଯୀଶୁ ନାମେ ଅଛି ଅନନ୍ତ ଜୀବନ (୨ ଥର)
ଯୀଶୁ ନାମେ ପରିତ୍ରାଣ… (ଘୋଷା)

ଯୀଶୁ ନାମେ ଅନ୍ଧ ଦେଖେ
ଯୀଶୁ ନାମେ ମୃତ ଜାଗେ
ଯୀଶୁ ନାମ ଦିଏ ତ୍ରାଣ
କରି ତାଙ୍କ ଜୟ ଗାନ…. |୧|

ସେହି ନାମେ ଅଛି ଶାନ୍ତି
ସେହି ନାମେ ଅଛି ମୁକ୍ତି
ତାଙ୍କ ନାମେ ଅଛି ଶକ୍ତି
ସଂଭ୍ରମରେ କର ଭକ୍ତି
ହୃଦେ ନିଅ ଯୀଶୁ ନାମ
ସେହି ପ୍ରିୟ ଯୀଶୁ ନାମ… |୨|

ସେହି ମୋର ପ୍ରିୟତମ
ସବୁଠାରୁ ମହୀୟାନ
ତାଙ୍କଠାରେ ଦେଲେ ମନ
ପାଇବ ନୂଆ ଜୀବନ
ପ୍ରିୟ ଯୀଶୁ ରାଜା ଆମ
ଜୟ ତାଙ୍କ ମହା ନାମ… |୩|

ସୂଚୀମାଳାକୁ ଫେରନ୍ତୁ

jishu moro doya kara ଯୀଶୁ ମୋର ଦୟା କର ସାହା ନାହିଁ Odia Christian Lyrics


ଯୀଶୁ ମୋର ଦୟା କର ସାହା ନାହିଁ କେହି ମୋର
ଏ ଭବ ସାଗର ଅତି ଭୟଙ୍କର
କେମିତି ମୁଁ ହେବି ପାର… (ଘୋଷା)

ପରୀକ୍ଷା କେତେ ମୋହର ଆସୁଅଛି ବାରମ୍ବାର (୨ଥର)
ଖସିବ କି ପାଦ ମୋର, ହେଉଛି ମନ ଅସ୍ଥିର
ତୁମେ ଏକା ଆଶ୍ରା ମୋର… |୧|

ଆଶା ରହିଛି ମୋହର, ପ୍ରବେଶିବି ସ୍ୱର୍ଗଦ୍ୱାର (୨ଥର)
ଲକ୍ଷ୍ୟଭ୍ରଷ୍ଟ ନୋହୁଁ ମୋର ପାଳିବି ବାକ୍ୟ ତୁମର
ହାତ ଧରି ନିଅ ମୋର… |୨|

ଛ’ଶ ଛଷଠି ନମ୍ବର, ଆସୁଅଛି ତୁରନ୍ତର (୨ ଥର)
କପାଳେ ସମସ୍ତଙ୍କର, ଚିହ୍ନ ଦେବେ ବଳତ୍କାର
ପ୍ରାଣରକ୍ଷା କର ମୋର… |୩|

ସୂଚୀମାଳାକୁ ଫେରନ୍ତୁ


jishu tuma pase amo ଯୀଶୁ ତୁମ ପାଶେ ଆମ ଆଜି ଏହି Odia Christian Lyrics


ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନ
ଚାହୁଁନା, ଯା’ ତୁମେ ଚାହିବୁନି ଆମେ
ଚାହିଁବୁନି କଦାଚନ… (ଘୋଷା)

ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେ
ଧାର୍ମିକତା ଈଶ୍ବର ପରାୟଣତା ଭରି ଉଠୁ ହୃଦୟରେ
ଉତ୍ତମ ଯୁଦ୍ଧରେ ଯେହ୍ନେ କରିବୁ ପ୍ରାଣପଣ
ଦିଅ ଆଶିଷ ଶେଷେ ପାଇବୁ ଅନନ୍ତ ଜୀବନ… |୧|

ପଥଭ୍ରଷ୍ଟ ହେବାକୁ ଆମେ ଚାହୁଁ ନାହୁଁ
ଦୁଃଖରେ ହୃଦୟ ଆମ ବିଦୀର୍ଣ୍ଣ କେବେ ନ ହେଉ
ଦିଅ ସହିବାକୁ ଧୈର୍ଯ୍ୟ ତୁମ ପବିତ୍ର ସେ ପ୍ରେମ
ସାକ୍ଷୀ ହୋଇ ଧର୍ମବି କରିବୁ ପାଳନ… |୨|

ସୂଚୀମାଳାକୁ ଫେରନ୍ତୁ

jishure labhichi mu nua jibana ଯୀଶୁରେ ଲଭିଛି, ମୁଁ ନୂଆ ଜୀବନ, Odia Christian Lyrics


ଯୀଶୁରେ ଲଭିଛି, ମୁଁ ନୂଆ ଜୀବନ,
ଯୀଶୁରେ ହୋଇଛି ମୋର ପରିବର୍ତ୍ତନ (ଘୋଷା)

ସୃଜାତି ପ୍ରେମୀ ମୁଁ ଉଯୋଗୀ ଶିମୋନ
ଦେଶ, ଜାତି ପାଇଁ କଲି ଖଡ୍ଗ ଧାରଣ
ତାଙ୍କ ପଛେ ଯାଇ, ସବୁ ଛାଡ଼ିଦେଇ
ଯୀଶୁରେ ମୁଁ ହେଲି ନୂତନ…|୧|

ଉଦ୍ଯୋଗୀ ଶାଉଲ ମୁଁ ନିଜ ଧର୍ମରେ
ଅତ୍ୟାଚାରୀ ଥିଲି କିନ୍ତୁ ଧର୍ମ ନାମରେ
ଧରିଲେ ସେ ମୋତେ ଦଶେକ ପଥେ
ଯୀଶୁରେ ମୁଁ ହେଲି ନୂତନ… |୨|

ଧନୀମାନଙ୍କ ମଧ୍ୟରେ ମୁଁ ଅନ୍ୟତମ
ସବୁକିଛି ଥୁଲା କିନ୍ତୁ ଅନ୍ୟାୟ ଧନ
ପାପେ ଥିଲି ହଜି ପାଇଲେ ସେ ଖୋଜି
ଯୀଶୁରେ ମୁଁ ହେଲି ନୂତନ… |୩|

ଖ୍ରୀଷ୍ଟିୟ ପରିବାରେ, ହୋଇ ଜନମ,
ଅନୁଭବି ନଥିଲି ମୁଁ ନୂଆ ଜନମ
ଯେବେ ତ୍ରାଣକାରୀ ରୂପେ ଦେଲି ହୃଦୟ,
ଭରିଦେଲ ଶାନ୍ତି ମୁକ୍ତି ହୋଇ ସଦୟ
କଲି ସମର୍ପଣ ମୋ ସାରା ଜୀବନ,
ଯୀଶୁରେ ମୁଁ ହେଲି ନୂତନ… |୪|

ସୂଚୀମାଳାକୁ ଫେରନ୍ତୁ


jishunka pari au kiye ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ Odia Christian Lyrics


ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ
ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ… (ଘୋଷା)

ଜଗତରେ କେହି ନାହିଁ ଦେବା ପାଇଁ ଶାନ୍ତି
ତାଙ୍କ ବିନା ନାହିଁ ଆଉ କାହାଠାରେ ମୁକ୍ତି
ନ ହୋଇ ଚିନ୍ତିତ ବିଶ୍ଵାସ ରଖି
ଭକ୍ତି ଲୟ ତାଙ୍କଠାରେ… |୧|

ଶାନ୍ତିମୟ ନାମ ତାଙ୍କ ଶାନ୍ତିର ଆଧାର
ସେହି ନାମ ଦେବ ତୋତେ ସନ୍ଧାନ ସ୍ଵର୍ଗର
ସେହି ନାମଟି ଯେ ସୁଧାମୟ ନାମ
ନେବ ତୋତେ ସ୍ଵର୍ଗପୁରେ… |୨|

ସୂଚୀମାଳାକୁ ଫେରନ୍ତୁ

jishunka poche chalibu ଯୀଶୁଙ୍କ ପଛେ ଚାଲିବୁ Odia Christian Lyrics


ଯୀଶୁଙ୍କ ପଛେ ଚାଲିବୁ
ନବ ଜୀବନ ଲଭିବୁ… (ଘୋଷା)

ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବର
ମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେ
ସଜାଡ଼ି ତାଙ୍କ ଚରଣେ ପାପ ଭାର ରଖିବୁ… |୧|

ସେ ଯେ ସତ୍ୟ ଜୀବନ ସତ୍ୟ ମୁକ୍ତି ନନ୍ଦନ
ତ୍ରାତାଙ୍କ ମିଳନ ଯିଏ ମୋ ପ୍ରାଣଧନ
ଜୀବନେ ଏ ମିଳନେ ପ୍ରାଣ ଭରି ଗାଇବୁ… |୨|

ସୂଚୀମାଳାକୁ ଫେରନ୍ତୁ

jishu aso mo antare ଯୀଶୁ ଆସ ମୋର ଅନ୍ତରେ, ଲଭିବି Odia Christian Lyrics


ଯୀଶୁ ଆସ ମୋର ଅନ୍ତରେ, ଲଭିବି ପ୍ରାଣ ଦେଖି ତୁମରେ
ମୋର ତାପିତ ପ୍ରାଣ ଶୀତଳ ହେବ ହେ ବାରେ
ପାଇଁ ଅନ୍ତରେ (ଘୋଷା)

ତୁମ ମୋହନ ମୂରତି ଦେଖି ହେ ଯିବ ଦୁଃଖ ଅନ୍ତରେ… |୧|
ପ୍ରଭୁ ତୁମେ ଯହିଁ ସ୍ଵର୍ଗ ତହିଁ ହେ ଆସ ମୋର ଅନ୍ତରେ… ।୨।
ତୁମ ସହବାସେ ସ୍ଵର୍ଗ ସୁଖ ହେ, ମିଳେ ଏହି ସଂସାରେ… |୩|
ତୁମ ଦର୍ଶନେ ମନ ମୁଗଧ କରେ ହେ, ଆସ ମୋର ଅନ୍ତରେ …|୪|

ସୂଚୀମାଳାକୁ ଫେରନ୍ତୁ


jishu tumoku chahen ଯୀଶୁ ତୁମକୁ ଚାହେଁ ମୋ ଜୀବନ Odia Christian Lyrics


ଯୀଶୁ ତୁମକୁ ଚାହେଁ ମୋ ଜୀବନ ଦେଖାଏ,
ତବ ଆମା ପୂଣ୍ଠଦାନ, କରି ମୋତେ ପ୍ରଦାନ (ଘୋଷା)

ଆଉ ଚାହେଁ ତୁମରେ ହି, ଚାହେଁ ତୁମରେ,
ଆହୁରି ହୃଦେ ଚାହେଁ ତୁମ ପ୍ରେମେ ଡୁବିଯାଏ
ଆଉ ତୁମ ଅଭିଳାଷ, ହୃଦରେ କର ବିକାଶ,
ତୁମର ବିନା ଆନ ନାହିଁ ମୋ ପ୍ରୟୋଜନ |୧|

ତବ ବାକ୍ୟ ମଧୁମୟ ହେଉ ମୋ ଅତି ପ୍ରିୟ
ଶୁଣି ମୁଁ ତା ସ୍ବର୍ଗୀୟ ସୁଖେ ହେବି ତନ୍ମୟ
ତୁମ କୁଶ-ଗୌରବ ମୃତ୍ୟୁଞ୍ଜୟୀ ପ୍ରଭାବ
ଗାଇବି ନିରନ୍ତର ଯୁଗେ ଯୁଗେ ତୁମର |୨|

ସୂଚୀମାଳାକୁ ଫେରନ୍ତୁ

jishu toh jibana jhara ଯୀଶୁ ତୋ ଜୀବନ ଝର ଦିଅନ୍ତି Odia Christian Lyrics


ଯୀଶୁ ତୋ ଜୀବନ ଝର ଦିଅନ୍ତି ଆଶିଷ ବର
ଜୀବନର ପଥେ ଚାଲ ହେ ପଥିକ,
ଯୀଶୁ ଚରଣେ ନିଅ ଶରଣ… (ଘୋଷା)

କୁଶ ତୋ ସାଥ ଆଉ କୁଶ ତୋ ମୁକତି
ଯୀଶୁ ହାତ ଧରି ନିତି ପାଇବୁ ଶକତି
କୋମଳ ସୁନ୍ଦର ସେ ଯେ ପ୍ରେମମୟ
କର ଆଜି ତାଙ୍କୁ ଗ୍ରହଣ … ଯୀଶୁ ତୋ… |୧|

ଅନ୍ଧାର ପଥେ ସେ ଯେ ଆଲୋକର ଧାରା
ଜୟ ଯୀଶୁ ଜୟ ଗାଅ ଏ ଜଗତ ସାରା
ମହିମା ପ୍ରଶଂସା ଗଉରବ ଗୀତି
ଯୁଗେ ଯୁଗେ ହେଉ ତାଙ୍କର … |୨|

ଯୀଶୁର ଚରଣେ ତୋର ପାପ ଦିଅ ଥୋଇ
ଯୀଶୁର ରକତେ ଯିବ ଯେତେ ପାପ ଧୋଇ
ଭୁଲନା ସେ ପ୍ରେମ ସେ ମଧୁର ନାମ
ଯୀଶୁ ନାମ ହେଉ ତୋ ସାର… ଯୀଶୁ ତୋ…|୩|

ସୂଚୀମାଳାକୁ ଫେରନ୍ତୁ

jishu mo pain jhulila ଯୀଶୁ ମୋ’ ପାଇଁ ଝୁଲିଲ Odia Christian Lyrics


ଯୀଶୁ ମୋ’ ପାଇଁ ଝୁଲିଲ
ଅତୁଳନୀୟ ଅଟେ ସେ ପ୍ରେମ
ସେ ଦୟା ଅଟେ ସୀମାହୀନ (ଘୋଷା)

ନମ୍ର ଚିତ୍ତେ ସବୁ ସହିଲ କଣ୍ଟା ମୁକୁଟ ଶିରେ ବୋହିଲ
ପାପୀ ପାଇଁ ଦୟା ବହିଲ କୁଶେ ରକ୍ତ ଝରାଇଲ I୧I

ଶାନ୍ତି ବାଣୀ ଶୁଣାଇଲ ନିନ୍ଦା ଅପବାଦ ଶୁଣିଲ
ତୁମ ଧୈର୍ଯ୍ୟ କି ଚମତ୍କାର
ସେ ଶୌର୍ଯ୍ୟ ହେଉ ସଦା ଧନ୍ୟ |୨|

ପାଷାଣ ହୃଦୟ ମୋର ସବୁ ଜାଣି ଶୁଣି ନିସ୍ତୁର
ମୋର ହୃଦୟ କରି ବିଦୀର୍ଣ୍ଣ ତୁମ ଲାଗି ମୋତେ ବଞ୍ଚାଅ ।୩।

ମୃତ୍ୟୁ ପରେ ଉତ୍ଥାପିତ ହୋଇ ଏହି କଥା ଦେଲ
ସ୍ଵର୍ଗରେ ମୋ ପାଇଁ ସ୍ଥାନ ସଜାଡ଼ିବା ପାଇଁ ଗଲ … I୪I

ସ୍ଵର୍ଗ ଆନନ୍ଦ ସାଗର ଏହି କଥା ନାହିଁ ଭୁଲ
ଆନନ୍ଦ ସାଗରେ ଭାସି ପାପୀ ଯୀଶୁଙ୍କ ପଛେ ଚାଲ … |୫|

ସୂଚୀମାଳାକୁ ଫେରନ୍ତୁ


jishu tumo premo kede mohano ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେ Odia Christian Lyrics


ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେ
ଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା)

ଅପାର ଆନନ୍ଦରେ ହୃଦୟ ଭରିଯାଏ
ପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ ହେ
ସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ |୧|

ସଙ୍କଟ ସମୟରେ ମନ ନିରାଶେ ଡୁବିଲେ
ପ୍ରଭୁ ଦୟାକର ଯଦିରେ ଉଚ୍ଚାରେ
ଡାକିବା ଆଗେ ସେ କହନ୍ତି ମୋତେ
ଅଛି ତୋ’ ସାଥିରେ |୨|

ଅନ୍ଧାର ଘାଟିରେ ଯିବାକୁ ହେବ ଯେ,
ମୃତ୍ୟୁ ଘେରା ପଥରେ ହେବ ନିଶ୍ଚିତ ଗତିରେ
ହୋଇ ମୋ ପାଳକ ନେବେ ସେ ଚଳାଇ
ସତତ ଥାଇ ସଙ୍ଗରେ |୩|

ଅଭାବକୁ ମୋହର ନ ହେବ ଆଉ ଡର
ତୃଣମୟ ସ୍ଥାନରେ ହୋଇବ ବିଶ୍ରାମ ମୋର
ସୁସ୍ୱାଦୁ ଖାଦ୍ୟରେ କରିବେ ତୃପ୍ତ ସେ
ସତତ ଥାଇ ସଙ୍ଗରେ I୪I

ସ୍ଵର୍ଗୀୟ ଭବନରେ ସ୍ତୁତି କରିବି ମୁଁ ଯେ
ସେବିବି ଯୀଶୁଙ୍କୁ ଭକ୍ତିପୂର୍ଣ୍ଣ ହୃଦୟ
ଯୋଗ୍ୟ ସେ ଇଶ୍ଵର ମୋର ପ୍ରଶଂସାର
ହାଲିଲୁୟା ଆମେନ |୫|

ସୂଚୀମାଳାକୁ ଫେରନ୍ତୁ

jishu tumo premo kede mohano ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେ Odia Christian Lyrics


ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେ
ଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା)

ଅପାର ଆନନ୍ଦରେ ହୃଦୟ ଭରିଯାଏ
ପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ ହେ
ସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ |୧|

ସଙ୍କଟ ସମୟରେ ମନ ନିରାଶେ ଡୁବିଲେ
ପ୍ରଭୁ ଦୟାକର ଯଦିରେ ଉଚ୍ଚାରେ
ଡାକିବା ଆଗେ ସେ କହନ୍ତି ମୋତେ
ଅଛି ତୋ’ ସାଥିରେ |୨|

ଅନ୍ଧାର ଘାଟିରେ ଯିବାକୁ ହେବ ଯେ,
ମୃତ୍ୟୁ ଘେରା ପଥରେ ହେବ ନିଶ୍ଚିତ ଗତିରେ
ହୋଇ ମୋ ପାଳକ ନେବେ ସେ ଚଳାଇ
ସତତ ଥାଇ ସଙ୍ଗରେ |୩|

ଅଭାବକୁ ମୋହର ନ ହେବ ଆଉ ଡର
ତୃଣମୟ ସ୍ଥାନରେ ହୋଇବ ବିଶ୍ରାମ ମୋର
ସୁସ୍ୱାଦୁ ଖାଦ୍ୟରେ କରିବେ ତୃପ୍ତ ସେ
ସତତ ଥାଇ ସଙ୍ଗରେ I୪I

ସ୍ଵର୍ଗୀୟ ଭବନରେ ସ୍ତୁତି କରିବି ମୁଁ ଯେ
ସେବିବି ଯୀଶୁଙ୍କୁ ଭକ୍ତିପୂର୍ଣ୍ଣ ହୃଦୟ
ଯୋଗ୍ୟ ସେ ଇଶ୍ଵର ମୋର ପ୍ରଶଂସାର
ହାଲିଲୁୟା ଆମେନ |୫|

ସୂଚୀମାଳାକୁ ଫେରନ୍ତୁ


jishu uttama, jishu uttama ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ Odia Christian Lyrics


ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)
ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|
ଯୀଶୁ ମରିଲେ ( ୩ ଥର) କୃଶରେ ମୋ ପାଇଁ .. |୨|
ଯୀଶୁ ଉଠିଲେ (୩ ଥର) କବରୁ ମୋ ପାଇଁ । I୩I
ଯୀଶୁ ଜୀବିତ (୩ ଥର) ସର୍ବଦା ମୋ ପାଇଁ |୪|
ଯୀଶୁ ଆସିବେ ( ୩ ଥର) ଆକାଶେ ମୋ ପାଇଁ |୫|

ସୂଚୀମାଳାକୁ ଫେରନ୍ତୁ


jeu dina dekhili se chabi ଯେଉଁ ଦିନ ଦେଖିଲି ସେ ଛବି Odia Christian Lyrics


ଯେଉଁ ଦିନ ଦେଖିଲି ସେ ଛବି
କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା)

କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।
କହିଲେ ସେ ମୋତେ ପାପ ପାଇଁ ତୋର କରୁଛି ପ୍ରାୟଶ୍ଚିର
ପଚାରିଲେ, ପ୍ରେମରେ ସେ ମୋତେ ତୋର ମୁକ୍ତି ପାଇଁ
ସହୁଛି ଏ ଦୁଃଖ ପାରୁକି ଅନୁଭବି…ପାରୁକି…ଅନୁଭବି |୧|

ଢାଳି ମୁଁ ଲୋତକ କହିଲି ଅଧୀରେ ଅଟେ ମୁଁ ଯେ ପ୍ରତାରକ
କ୍ଷମା କର ପ୍ରଭୁ ପାପ ଯେତେ ମୋର କରୁଛି ଅନୁତାପ
ପ୍ରେମ ବହି କହିଲେ ସେ ମୋତେ, ଆଜିଠାରୁ ମୁହଁ .
ସାରା ଜୀବନ ତୋ’ ପାଶେ ପାଶେ ଥିବିକେବେ ନ ଛାଡ଼ିବି |୨|

ସୂଚୀମାଳାକୁ ଫେରନ୍ତୁ

jishu tuma premo smari ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନା Odia Christian Lyrics


ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନା
କରୁଛୁ ପୁଣ୍ୟ ଚରଣେ (ଘୋଷା)

ଉଚ୍ଚାରିଲେ ସେହି ପ୍ରିୟ ମଧୁ ନାମ
ଯାଏ ଦୂରେ ଦୁଃଖ ଯାତନା
ଦେଖୁଲେ ତୁମ ସୁଖ ଅନୁପମ,
କେବେ ତାହା ଭୁଲି ହୁଏନା
ସଙ୍ଗୀତେ ତୋଳୁ ମୂଚ୍ଛନା ଆମେ,
ଅମର ଦିବ୍ୟ ଚରଣେ |୧|

ଆମ ଜୀବନର ଗଳାହାର ପ୍ରଭୁ …
ତୁମେ ହୁଅ ନିତ୍ୟ ଭାବନା
ମନ ମରୁତୀରେ ହୋଇ ଜଳଧାର,
କର ନାହିଁ ଉଣା କରୁଣା
ଅର୍ଜନା ଘେନ ମଙ୍ଗଳମୟ,
ମିନତି ତୁମ ଚରଣେ |୨|

ସୂଚୀମାଳାକୁ ଫେରନ୍ତୁ

jebe raja jisu asibe ଯେବେ ରାଜା ଯୀଶୁ ଆସିବେ, ନୂତ ଆଉ Odia Christian Lyrics


ଯେବେ ରାଜା ଯୀଶୁ ଆସିବେ, ନୂତ ଆଉ ସାଧୁ ମେଳରେ
ତୁରୀ ଶବଦରେ ଡାକିବେ ଯିବି ମୁଁ ଉଠି
ପଲକରେ … (ଘୋଷା)


ସେ ମଧ୍ୟ ଆକାଶ ସୀମାରେ ମୋତେ ଭେଟିବେ
ସ୍ଵର୍ଗୀୟ ତେଜରେ
ଲଭି ମୁଁ ନୂତନ ଶରୀର ହୋଇଯିବି ତାଙ୍କପରି ରେ , |୧|


ପ୍ରଭୁଙ୍କ ବିବାହ ଭୋଜିରେ, କେତେ ସାକ୍ଷ୍ୟ ମୋର ସାଧୁ ସାଙ୍ଗରେ
ପାଇବି ମୋର ପୁରସ୍କାର ଜୀନ ମୁକୁଟ ମୋ ଶିରେ । I9 ||


ସେ ମହା ପୁନରୁଥାନ କାଳେ,
କେତେ ରହିଯିବେ ଏ ପୃଥିବୀରେ
ତୁମେ କି ହେ ବନ୍ଧୁ ନଯିବ ଥରେ ଭାବି ଦେଖା
(ନିଜ) ମନରେ |୩|

ସୂଚୀମାଳାକୁ ଫେରନ୍ତୁ