ମଙ୍ଗଳମୟ ପ୍ରଭୁ ତୁମେ
କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁ ତ ତୁମରି କରୁଣା ଦାନ
ଜୀବନଦାତା ପ୍ରଭୁ ତୁମେ
ମୁକତିଦାତା ଯୀଶୁ ତୁମେ
କୁଶେ ଚଢିଲେ ଜୀବନ ଦେଲ
ତୁମ ପ୍ରେମ ଅନୁପମ
ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହିଁ କିଛି ପ୍ରତିଦାନ
ମଙ୍ଗଳମୟ ପ୍ରଭୁ ତୁମେ
କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁ ତ ତୁମରି କରୁଣା ଦାନ
ଜୀବନଦାତା ପ୍ରଭୁ ତୁମେ
ମୁକତିଦାତା ଯୀଶୁ ତୁମେ
କୁଶେ ଚଢିଲେ ଜୀବନ ଦେଲ
ତୁମ ପ୍ରେମ ଅନୁପମ
ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହିଁ କିଛି ପ୍ରତିଦାନ
ଧନ୍ୟ ଯୀଶୁ, ଧନ୍ୟ ଯୀଶୁ,
ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା ।
ଯୀଶୁ ସର୍ବ ଗୁଣଧାମ, କେ କରିପାରେ ବର୍ଣ୍ଣନ;
ତ୍ରିଭୁବନେ ତାଙ୍କ ସମ କିସ ଅଛି ତୁଳନା । ୧ ।
ଯୀଶୁ ସତ୍ୟ ପ୍ରେମ ରତ୍ନ, ସେହି ଦେଲେ ତନୁ ପ୍ରାଣ;
ମନ, ଧର କରି ଯତ୍ନ, ତାଙ୍କ ପଦେ ଶରଣ । ୨ ।
ଯୀଶୁ’ଛନ୍ତି ସ୍ୱର୍ଗସେତୁ, କୋଣ ପଥର ପ୍ରମାଣ;
ଦୀନହୀନ ପାପୀ ହେତୁ ପିତ୍ରୁଦତ୍ତ ପରିତ୍ରାଣ । ୩ ।
ଯୀଶୁ ପ୍ରାଣଦାୟୀ ବୃକ୍ଷ, ତହୁଁ ନିତ୍ୟ ତୋଳ ଫଳ;
ତାଙ୍କ ଛାୟା ତଳେ ବସ, ସେ ତ ଅତି ରମ୍ୟ ସ୍ଥଳ । ୪ ।
ଯୀଶୁ ଅମୃତ ଅର୍ଣ୍ଣବ, ଅନୁକ୍ଷଣ କର ପାନ;
ସର୍ବ ପୁଷ୍ପର ସୌରଭ, ତହୁଁ ସଦା କର ଘ୍ରାଣ । ୫ ।
ଯୀଶୁ ସର୍ବ ଗୁଣମଣି, ତାଙ୍କ ମହିମା ଅପାର;
ମୁଁ ପାପୀ କି ପାରେ ଭଣି ଯୀଶୁ ନାମ ଗୁଣାକାର । ୬ ।
ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା
ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା ।
ତାଙ୍କ ରାଜ୍ୟ ପ୍ରବଳେ ବ୍ୟାପୁ ସର୍ବ ଅଞ୍ଚଳେ
ବିନାଶ ହେଉ ବହନ ପାପାନ୍ଧକାର-ରାଜା । ୧ ।
ତାଙ୍କ ଶତ୍ରୁ ସମସ୍ତ ହେଉନ୍ତୁ ପରାଜିତ,
ସ୍ଥାନ ତେଜି ପଳାଉନ୍ତୁ ସର୍ବେ ପାଇଣ ଲଜ୍ଜା । ୨ ।
ଯେତେକ ମିଥ୍ୟା ମତ ସମୂଳେ ହେଉ ଲୁପ୍ତ,
ବାଜୁ ସର୍ବ କର୍ଣ୍ଣେ ତାଙ୍କ ସୁସମାଚାର ବାଜା । ୩ ।
ତାଙ୍କ ପରମ ନାମ ହେଉ ଜଗତେ ଗାନ
ଦେଉନ୍ତୁ ପ୍ରଶଂସାବଳି ସକଳ ରାଜା ପ୍ରଜା । ୪ ।
ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ କେଡ଼େ ଭାଗ୍ୟବାନ ହେ । ଘୋଷା ।
ନାହିଁ ସିନା ତାର ରାଜ୍ୟ ସିଂହାସନ ଜଗତର ସୁଖ୍ୟାତି ସମ୍ଭ୍ରମ ଧନ,
ତଥାପି ତାହାକୁ ସରି ହୋଇବାକୁ ଅଟଇ କେଉଁ ରାଜନ ହେ । ୧ ।
ଅଛି ତାର ଯେଉଁ ଉତ୍ତମାଧିକାର ଜଗତ ଜାଣିବେ କାହୁଁ ମୂଲ୍ୟ ତାର,
ତାଙ୍କ ଇଷ୍ଟ ସିନା ଅଷ୍ଟରତ୍ନ ସୁନା, ଏତ ମୂଲ୍ୟେ ଅତି ହୀନ ହେ । ୨ ।
ଦେଖ ଜଗତର ରାଜାଗଣ ପ୍ରତି, ଅଭାବ ନ ଥାଇ କେହି କି ଅଛନ୍ତି ?
ମାତ୍ର ଖ୍ରୀଷ୍ଟିୟାନ ନୁହଇ ତେସନ, ସର୍ବ ଅଟେ ତା ଅଧୀନ ହେ । ୩ ।
ଈଶ୍ୱର ତାହାର ପିତା ଓ ପାଳକ, ଖ୍ରୀଷ୍ଟ ଜ୍ୟେଷ୍ଠ ଭ୍ରାତା ଆଉ ତା ତାରକ,
ସୁଖ ଶାନ୍ତିଦାତା ଅଟନ୍ତି ଧର୍ମତ୍ମା, ଆଉ ତାର କି ଭାବନା ହେ ? । ୪ ।
ଜଗତ ନୁହେଁ ତାର ନିତ୍ୟ ବସତି, ଅଟେ ସେ ଅମର ସ୍ୱର୍ଗପୁର ଯାତ୍ରୀ,
ଆହା ! ତହିଁ ତାର ଯେ ସୁଖ ସମ୍ଭ୍ରମ ବୁଝିବେ କି ଜଗଜ୍ଜନ ହେ । ୫ ।
ଧନ୍ୟ ଈଶ୍ୱରାଶ୍ରିତ ଜନ,
ଧ ନ୍ୟ ଧନ୍ୟ ସଦା ଧନ୍ୟ, ଧନ୍ୟ ତାହାର ଜୀବନ । ଘୋଷା ।
କି ସୁଖ ବଚନ, ଅଭିମାନ ଶୂନ୍ୟ ଲୋକେ ଅଟନ୍ତି ଧନ୍ୟ;
ଅନୁଗ୍ରହର ଭଣ୍ଡାର ସେମାନଙ୍କ ଅଧିକାର,
ସ୍ୱର୍ଗପୁରରେ ରକ୍ଷିତ ଜୀବନ ମୁକୁଟ ଜାଣ । ୧ ।
ପୁନର୍ବାର ଶୁଣ, ଭଗ୍ନାନ୍ତଃକରଣ ଲୋକେ ଅଟନ୍ତି ଧନ୍ୟ,
ପାପ ପାଇଁ ଯେଉଁ ଜନ କରଇ ଖେଦ କ୍ରନ୍ଦନ,
ହୁଏ ତା ପାପ ମୋଚନ, ପାଏ ପୂର୍ଣ୍ଣ ଶାନ୍ତି ଦାନ । ୨ ।
ଧନ୍ୟ ନମ୍ରଶୀଳ, ଯେ କରଇ ଈର୍ଷା କ୍ରୋଧ ଗର୍ବାଦି ଦୂର କ୍ଷିତି ତାର ଅଧିକାର,
ଈଶ୍ୱର ହେବେ ତାହାର,
କରିବେ ଅଭାବ ଦୂର, ହେବେ ତାର ସୁରକ୍ଷଣ । ୩ ।
ଧନ୍ୟ ଧର୍ମ ପାଇଁ କ୍ଷୁଧିତ ତୃଷିତ ଯେଉଁ ଜନ ଅଟଇ,
ହେବ ସଦା ପରିତୃପ୍ତ ହୋଇ ଅତି ହୃଷ୍ଟପୁଷ୍ଟ,
ଅନନ୍ତ ଜୀବନ ଭକ୍ଷ୍ୟ ଜଳ ହୋଇବ ପ୍ରାପଣ । ୪ ।
ଧନ୍ୟ ଦୟାଶୀଳ, ଯେ କରେ ଦରିଦ୍ର ଦୁଃଖୀର ଉପକାର,
ଯାହାର ଅନ୍ତଃକରଣ ପ୍ରେମରେ ତରଳେ ପୁଣ,
ପ୍ରଭୁଠାରୁ ସେ ପାଇବ ସଦା ଆଶୀର୍ବାଦ ଦାନ । ୫ ।
କି ମିଷ୍ଟ ବଚନ, ନିର୍ମଳାନ୍ତଃକରଣ ଲୋକେ ସଦା ଧନ୍ୟ,
ଅନ୍ତଃକରଣ ଯାହାର ଅଟେ ଶୁଚି ପରିଷ୍କାର,
ହେବ ମହା ସୁଖ ପ୍ରାପ୍ତ କରି ଈଶ୍ୱର ଦର୍ଶନ । ୬ ।
ଯେ ମିଳନକାରୀ ଧନ୍ୟ ସେ ପୁଣି, ଧନ୍ୟ ଜୀବନ ତାହାରି;
ଦେଖ ତାହାର ସୌଭାଗ୍ୟ, ହେବ ପ୍ରାପ୍ତ ସ୍ୱର୍ଗରାଜ୍ୟ
ହୋଇବ ବିଖ୍ୟାତ ସେ ସର୍ବ ଶକ୍ତିମାନ-ସନ୍ତାନ । ୭ ।
ଧ ନ୍ୟ ଯୀଶୁ ଲାଗି ନିନ୍ଦିତ ତାଡ଼ିତ ଦୁଃଖିତ ଲଜ୍ଜାଭୋଗୀ,
ସଦା ସେମାନଙ୍କ ଚିତ୍ତ ହେବ ଖ୍ରୀଷ୍ଟେ ଆନନ୍ଦିତ,
ଗୌରବଜନକ ପୁରସ୍କାର ହୋଇବ ପ୍ରାପଣ । ୮ ।
ଧର୍ମଗ୍ରନ୍ଥ ବଚନମାଳା ! ଭବାବ୍ଧି ତରଣେ ତରୀ ହୋଇଲା,
ଏ ଭବ-ଅରଣ୍ୟେ ପାପୀ ନରଗଣେ
ତ୍ରାଣର ଆଲୁଅ ଉଦୟ କଲା । ଘୋଷା ।
ତହିଁ ପାପ ମୋଚନ ବାଟ ଅଛି ସ୍ପଷ୍ଟ ରୂପେ ପ୍ରକଟ;
ତାହା ପାପୀ ମନ କରଇ ଫେରଣ, କରେ ନିବାରଣ ନରକ ଜ୍ୱାଳା । ୧ ।
ମଧୁଠାରୁ ଅତି ସୁମିଷ୍ଟ, ଶୁଦ୍ଧ ସୁବର୍ଣ୍ଣରୁ ସେ ଇଷ୍ଟ,
ଧ ର୍ମଗ୍ରନ୍ଥ ବାଣୀ ଅତି ଶୁଦ୍ଧ ମଣି, ଅମୂଲ୍ୟ ରତନ ହୃଦୟ ମାଳା । ୨ ।
ନୁହେଁ ମନୁଷ୍ୟର କଳ୍ପିତ, ହୋଇଅଛି ସେ ପରୀକ୍ଷିତ,
ଆଦ୍ୟ ପ୍ରାନ୍ତ ତାର ଅତି ସୁମିଳିତ, ଘଟିବ ବିନାଶ କରିଲେ ହେଳା । ୩ ।
ଆଚରିବା ପାଇଁ ବ୍ୟବସ୍ଥା, ପଥ ଦର୍ଶନାର୍ଥେ ବଇଠା,
ଦେଇ ଧର୍ମ ଦୀପ୍ତି କରେ ନୂଆ ମତି, ପାପାନ୍ଧାର ଭୟ ସବୁ ନାଶିଲା । ୪ ।
ଅଜ୍ଞାନର ଜ୍ଞାନଦାୟକ ମନର ସେ ପରିବର୍ତ୍ତକ,
କହଇ ପତିତ, ଏହି ଧର୍ମଗ୍ରନ୍ଥ ଈଶ୍ୱର ଆଦେଶେ ଦତ୍ତ ହୋଇଲା । ୫ ।
ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ,
ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା ।
ଯେକାଳେ ଏ ଜଗତ ସୁତ ଦାରାଦି ବିତ୍ତ
ଅବା ନିଜ କଳେବର ତେଜ ବିନା ଶୋଚନେ । ୧ ।
ପାପୀ ହୋଇ କାତର, କି ଗତି ହେବ ମୋର ?
ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ ।
ମାତ୍ର ତୁମ୍ଭେ ସେକାଳେ ଭାସ ଶାନ୍ତି-କଲ୍ଲୋଳେ
ଆଗତ ଭରସା ବଳେ ଶୋଉଅଛ ସାନ୍ତ୍ୱନେ । ୩ ।
ଯଦି ମୃତ୍ୟୁ ନାହୁଡ଼ ବିନ୍ଧଇ ଅତି ବଡ଼,
ତେବେ ନୁହଁ ହଡ଼ବଡ଼ ଉତ୍ତମାଶା କାରଣେ । ୪ ।
ପ୍ରତିଜ୍ଞାର ମୁଚୁଳେ ଦେଇ ମୁଣ୍ଡ କୁଶଳେ
ମହାଦିନ ପ୍ରାତଃସରି ଶୁଅ ସ୍ଥିର ବିଶ୍ରାମେ । ୫ ।
ଭରସା ଓ ବିଶ୍ୱାସ ଗନ୍ଧଦ୍ରବ୍ୟ ସଦୃଶ
ମର୍ଦ୍ଦିତ ହୋଇଣ ତହିଁ ଶୁଅ ଶାନ୍ତି ଶୟନେ । ୬ ।
ଦିବ୍ୟ ସୁଖ ସମ୍ଭ୍ରମ, ମହାନନ୍ଦ ବିଶ୍ରାମ,
ଜୀବନ-ମୁକୁଟ ଥୁଆ ତୁମ୍ଭ ନିତ୍ୟ ଭୁଷଣେ । ୭ ।
ଧନ୍ୟ ହେ ଯୀଶୁ ତ୍ରାତା, ତୁମ୍ଭେ ମୃତ୍ୟୁ-ସଂହର୍ତ୍ତା,
ତୁମ୍ଭ ଉତ୍ଥାନରୁ ଜାତ ଏ ଭରସା ମୋ ମନେ । ୮ ।
ନୀରବେ କେତେ କାନ୍ଦିବି ଯୀଶୁ ହେ
କିଏ ଶୁଣିବ ମୋ କାନ୍ଦଣା
କିଏ ସେ ମୋ ଦୁଃଖ ଦେଖିବ ପ୍ରଭୁ ହେ
କିଏ ଫେଡ଼ିବ ମୋ ଯାତନା (ଘୋଷା)
ପଡ଼ିଛି ପରା ମୁଁ ଚରଣ ତଳେ
ବିକଳେ ପରାଣ କାନ୍ଦ ଆକୁଳେ
ଦିଅ ଦେଖା ହୃଦୟ ସଖା, ନିବାରି ମରମ ବେଦନା || ୧ ||
ସେ ରୂପ ମାଧୁରୀ ଦେଖିବା ଦିନୁ
ନିରବଧୂ ନୀର ଝରେ ନୟନୁ ।
ଅରୂପ ରୂପ ପ୍ରଣୟ-ଦୀପ ଦେଖା ଦେଇ ଲୁଚିଯାଅନା || ୨ ||
ଜାଣିଛି ଅନ୍ତର, ଅନ୍ତରଯାମୀ
ଜାଣିଶୁଣି କିମ୍ପା କନ୍ଦାଅ ପୁଣି
ଆହେ ଦୟାମୟ, କରୁଣା ନିଳୟ ମୋରେ କିମ୍ପା ଉଣା କରୁଣା ||୩||
ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ
ସେହି ମୋର ପରିତ୍ରାଣ ୨ ଥର)ମୁକତି ଧାମ (ଘୋଷା)
ସେ ନାମରେ ମିଳେ ଶାନ୍ତି ସେ ନାମେ ମିଳଇ ମୁକ୍ତି
ସେହି ମୋର ଯୀଶୁ ପ୍ରିୟତମ ସେ ନାମେ ଯାଏ ଦୁଃଖ
ଯେ ନାମେ ଅନନ୍ତ ସୁଖ ଗାଉଥିବି ସଦା ସେହି ଯୀଶୁଙ୍କ ନାମ ||୧||
ସେହି ନାମେ ଅଛି ଶକ୍ତି ସେ ନାମରେ ଦିନ ରାତି
ବିତି ଯାଉ ମୋର ପ୍ରତିକ୍ଷଣ ପାପୀ ପାଇଁ ସେହି ନାମ
କ୍ଷମା ଭରା ସଖୀବନ ଅଛି ପୁଣି ସେହି ନାମେ ଅମୃତ ପ୍ରେମ ||୨||