Friday, March 28, 2025

amara isa sutare ଅମର ଈଶ ସୁତରେ


ଅମର ଈଶ ସୁତରେ, ଅମର ଈଶ ସୁତ
କାଲବରୀ କୁଶେ ହତରେ … ହଁ … ତ (ଘୋଷା)

ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇ
ରଚିଲେ ସତ୍ୟ ପଥରେ … ପ … ଥା |୧|

କଣ୍ଟାର ମୁକୁଟ ବହି, ଅଶେଷ ଯାତନା ସହି
ରହିଲେ ମୌନ ଶାନ୍ତରେ |୨|

ଅନନ୍ତ ଜୀବନ ପାଇଁ ବୁକୁର ରକତ ଦେଇ
ଧରଣୀ କଲେ ପୂତରେ …ପୂ…ତ I୩I

ଯୀଶୁ (ତାଙ୍କ) ପଦେ ରଖ ଲୟ, ପାପ ଯିବ ଦୁଃଖ ଭୟ
ସେହି ସତ୍ୟ ପଥରେ ( ଜୀବନ) … ପ… ଥ I୪I

ଦୁର୍ଗମ ପଥ ଦେଇ ପହଂଚିବୁ ସ୍ୱର୍ଗ ଯାଇ,
ଧର୍ମାମ୍ବା ତୋ ଚାଳକରେ ..ଚା…କ…କ… |୫|

ସୂଚୀମାଳାକୁ ଫେରନ୍ତୁ


antara kholi antara kholi ଅନ୍ତର ଖୋଲି … ଅନ୍ତର ଖୋଲି,


ଅନ୍ତର ଖୋଲି … ଅନ୍ତର ଖୋଲି,
ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା)


ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜା
ଆଜି ଏଠାକୁ ଏ ତୁମ ଦାନ
ଲଭିବୁ ଶାନ୍ତି ପ୍ରାର୍ଥନା କରି … |୧|


ଆସ ଏଠାକୁ ତୁମ ପିଲାଙ୍କୁ, ତୁମରି ବାକ୍ୟ ତୁମରି ଲକ୍ଷ୍ୟ
ଜଣାଅ ପ୍ରଭୁ ଆମକୁ ସବୁ,
ଆନନ୍ଦ ମନେ ଯିବୁ ଗୋ ଫେରି … |୨|


ଜୀବନେ ଦେଇ ହେ ନରସାଇଁ, ପାପୁ ଉଦ୍ଧରିଲେ ରକତ ଦେଇ
ମେଲାଣି ଦିଅ ହେ ଆମ ପ୍ରିୟ,
ପ୍ରଚୁର ତବ ଆଶିଷ ଭରି … |୩|


ଦେବ ନାହିଁକି କଲ୍ୟାଣକୁ ନିରାଶେ ଯିବୁ ରିଭ୍ର ହସ୍ତେ କି ?
କର ମୁକତି କରୁନିତି
ଦେଉ ହୃଦୟ ପୁଷ୍ପ ଅଞ୍ଜଳି.. | ୪|

ସୂଚୀମାଳାକୁ ଫେରନ୍ତୁ


arupo rupo drushya hoile ଅରୂପ ରୂପ ଦୃଶ୍ୟ ହୋଇଲେ,


ଅରୂପ ରୂପ ଦୃଶ୍ୟ ହୋଇଲେ,
ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା । 

କାଳବଳେ ଅନାୟତ୍ତ ଥିଲା ସକଳ ଜଗତ,
ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ । 

ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ 
ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ ।

ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନ
କରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ ।

ଧନ ମାନ ସଂସାରକୁ ପକାଇ ସବୁ ପଛକୁ
ଖ୍ରୀଷ୍ଟ-ପ୍ରେମ-ପିୟୁଷକୁ ଚାଖି ତୃପ୍ତ ହୋଇଲେ । ୪ ।

ଯାଇ ଅମର ଭୁବନ ଅରୂପ ରୂପ ଦର୍ଶନ ପାଇ 
ନିତ୍ୟ ବିଶ୍ରାମକୁ ମହାନନ୍ଦେ ରହିଲେ । ୫ ।

ସୂଚୀମାଳାକୁ ଫେରନ୍ତୁ


ananta jibana mu paichi ଅନନ୍ତ ଜୀବନ ମୁଁ ପାଇଛି



ଅନନ୍ତ ଜୀବନ ମୁଁ ପାଇଛି
ତାଙ୍କ ଅନୁଗ୍ରହେ ପାଇଛି।
ଧରି ଶ୍ରୀଚରଣେ ଦେଇ ମନ ପ୍ରାଣ
ନୂତନତା ମୁହଁ ଲଭିଛି (ଘୋଷା)

ଥୁଲା ଯେତେ ମୋର ପାପର ଦଣ୍ଡ
ମୋ ପାଇଁ ମରି ସେ କଲେ ନୀଦଣ୍ଡ
ନାହିଁ ଆଉ ମୋର ଭୟ କିଛି
ତାଙ୍କ ଠାରେ ମୁହିଁ ରହିଛି… |୧|

ପିତା ଠାରୁ ମୁଁ ଯେ ଦୂରରେ ଥିଲି
ଖ୍ରୀଷ୍ଟଙ୍କ ବନ୍ଧନେ ମିଳିତ ହେଲି
ଏକ ପରିବାରରେ ମୁଁ ମିଶିଛି
ସ୍ଵର୍ଗ ଭୋଗ ମୋ ପାଇଁ ଅଛି… |୨|

ପାପ ଦାସ ଭାବେ ପାପରେ ଥିଲି
ପାପ ତେଜି ଖ୍ରୀଷ୍ଟ ଜୀବିତ ହେଲି
ବହୁ ମୂଲ୍ୟ ରକ୍ତ କିଣା ହୋଇଛି
ତେଣୁ ତାଙ୍କ ପାଇଁ ବଂଚିଛି… |୩|

ସୂଚୀମାଳାକୁ ଫେରନ୍ତୁ

ananta akasha tole ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ


ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ
କେବଳ ଯୀଶୁଙ୍କ ନାମ, ସାଧୁପାରେ ପରିତ୍ରାଣ …(ଘୋଷା)

ରକ୍ତିମ କୁଶ କହେ, ମୁକତି ଶୋଣିତ ବହେ
ଆସ ଆସ ପାପୀଜନ, ଲଭିବ ନବଜୀବନ… |୧|

ଅନ୍ତର ଖୋଲି କୁହ, ଢ଼ାଳି ଅନୁତାପ ଲୁହ
କରେ ପ୍ରଭୁ ସମର୍ପଣ, ପ୍ରଭୁ ପରିତ୍ରାଣ ଧନ… |୨|

ସୂଚୀମାଳାକୁ ଫେରନ୍ତୁ


andhara diya durakari ଅନ୍ଧାର ଦିଅ ଦୂର କରି,


ଅନ୍ଧାର ଦିଅ ଦୂର କରି,
ହେ ମନ ରାଇଜ ଆଲୋକିତ ପଥ ସାଥୀ
ଚିର ଉତ୍କଳ ହେ ବିଶ୍ବକରତା
ତୁମଠାରେ ପ୍ରଭୁ କରିଛୁ ଭରସା
ରଖି ତୁମ ପଦେ ମତି, ଅନ୍ଧାର ଦିଅ ଦୂର କରି … (ଘୋଷା)

ତୁମେ ଦିଅ ମନେ ନିତି ନବଭାବେ ଚାଳନା
ଭରି ପ୍ରତି ପ୍ରାଣେ ନୂତନର ଶୁଭ କାମନା
ଦିଅ ହେ ଆଶିଷ ଏତିକି ଶ୍ରୀପାଦେ ଅଳି,
ଅନ୍ଧାର ଦିଅ ଦୂର କରି … |୧|

ନାହିଁ କିଛି ଆମ, ପାପ ମଳିନ ମରମ
ଅରଚନା ଘେନ, ଦିଅ ଆଜି ଦରଶନ
ତୁମ ସାଥେ ନିତି ଗାଇବୁ ପରାଣ ଭରି
ଅନ୍ଧାର ଦିଅ ଦୂର କରି … |୨|

ସୂଚୀମାଳାକୁ ଫେରନ୍ତୁ

Andhakara ghera moro e jibane ଅନ୍ଧକାର ଘେରା ମୋର ଏ ଜୀବନେ


ଅନ୍ଧକାର ଘେରା ମୋର ଏ ଜୀବନେ
ତୁମରି ଆଲୋକ କର ମୋତେ ଦାନ (୨ଥର)
ସେଇ ଆଲୋକରେ ପଥ ନ ହରାଇ (୨ଥର)
କରୁଥ୍ବି ସଦା ତୁମ ଗୁଣଗାନ {0}

କି ଦେବି ତୁମକୁ ହେ ଯୀଶୁ ରାଜନ
ନାହିଁ ମୋର ପାଶେ କିଛି ପ୍ରତି ଦାନ (୨ଥର)
ଶୂନ୍ୟ ହୃଦୟକୁ କର ପ୍ରଭୁ ପୂର୍ଣ୍ଣ
କରିବି ପ୍ରଶଂସା ଭଶ ନନ୍ଦନ (୨ଥର)

ଲୋଡ଼ା ନାହିଁ ମୋର ଧନ, ସନମାନ
ତୁମ ପାଦ ପୂଜିଯାଉ ଏ ଜୀବନ (୨ଥର)
ରଖୀଛ ଜଗତେ ମୋତେ ଯେତେ ଦିନ (୨ଥର)
ଶରଣ ନେବି ମୁଁ କୁଶ ଚରଣ

ସୂଚୀମାଳାକୁ ଫେରନ୍ତୁ


asanta jagate papo dukha soke ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେ



ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେ
ଅଟକି ତୁମେ ନିରାଶ
ପାଇବ ଶାନ୍ତି, ପାଇବ ତୃପ୍ତି
ଯୀଶୁ ପାଶେ ଫେରି ଆସ … (ଘୋଷା)

ତୁମ ହୃଦୟ ର ସବୁ ଦୁଃଖ
ତୁମ ଜୀବନର ସବୁ ବୋଝ
ତୁମ ସମସ୍ୟା ଓ ଚିନ୍ତା ଦୁଃଖ
ଦୂର କରି ଯୀଶୁ ଦେବେ ସୁଖ (୨ ଥର)
ଶାନ୍ତି ରାଜା ଯୀଶୁ ଜଗତ କରତା
କରନ୍ତି ନାହିଁ ନିରାଶ… |୧|

ଯୀଶୁ ଯେ ପ୍ରେମର ନିରିଝର
ଯୀଶୁ ପାପ କ୍ଷମାର ଭଣ୍ଡାର
ଆମକୁ ଦେବାକୁ ସବୁ ସୁଖ
ଭୋଗିଲେ କୁଶରେ କେତେ ଦୁଃଖ
ଚିର ଜୀବନ ନିରିଝର ସେ ତ
ଅମୃତ … ତାଙ୍କ ପୟର … |୨|

ସୂଚୀମାଳାକୁ ଫେରନ୍ତୁ


andha mu je patha jae bhuli ଅନ୍ଧ ମୁଁ ଯେ ପଥ ଯାଏ ଭୁଲି


ଅନ୍ଧ ମୁଁ ଯେ ପଥ ଯାଏ ଭୁଲି
ଭ୍ରାନ୍ତି ସ୍ରୋତେ ଭାସିଯାଏ ଚାଲି
ହୁଅ ପ୍ରଭୁ ସାଥ୍ ମୋର
ଆଜି ଆଉ କାଲି…. (ଘୋଷା)

ସାଥିହରା ହୋଇ ଏ ସଂସାରେ
ଜ୍ୟୋତି ହରା ଏଇ ଜୀବନରେ
ହୁଅ ପ୍ରଭୁ ସାଥି ମୋର
ଆଜି ଆଉ କାଲି… |୧|

ଦୃଶ୍ୟଭରା ଏହି ଜଗତରେ,
ଅସୀମ ତା’ ରୂପ ସୁଷମାରେ,
(ଯେବେ) ଜ୍ଞାନ ହରା ହୋଇ ସେ ସୁରାରେ
ଡୁବିଯାଏ ଚିତ୍ତ ସେ ମାୟାରେ
ହୁଅ ପ୍ରଭୁ ସାଥ୍ ମୋର
ଆଜି ଆଉ କାଲି…. |୨|

ଅଶ୍ରୁ ଯେବେ ଝରେ ନୟନରେ
ପୋଛି ତବ ଦିବ୍ୟ ବସନରେ
ଶେଷେ ନିଅ ପାର ଦୀଶେ
ନ ଯାଅ ଗୋ ଭୁଲି…. |୩|

ସୂଚୀମାଳାକୁ ଫେରନ୍ତୁ

Antara mora kahe ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ


ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ
ତୋ ପାଇଁ ଜଣେ ବେଦନା ସହେ (ଘୋଷା)

ଦୋଷ ପାପ ତାପ ମିଛ ଅଭିମାନ
ବୃଥା ଗୌରବ ଆଣେ ଅପମାନ
ସେଇ ପାପ ଧୋଇ କ୍ଷମିବାର ପାଇଁ
କ୍ରୁଶ ପୁଣି ସେ ଯେ ବହେ (୧)

ଭରି ଦିଏ ମୁହିଁ ସତ ଲାଞ୍ଚନା
ଯୀଶୁ ରାଜ ପାଇଁ ଖାଲି ପ୍ରତାରଣା
ସବୁ ସାହି ଯାଇ ମୋର ମୁକ୍ତି ପାଇଁ
କ୍ଷମା ପୁଣି ସେ ଯେ ଦିଏ (୨)

ତଥାପି ସେ ସତେ ନିରିମମ ଏତେ
ଫେରିନି ଥରଟେ ତାଙ୍କରି ପଥେ
ମନ ଚାହେଁ ମୋର ହେବାକୁ ତାଙ୍କର
ଅନୁତପି ଭରା ଲୁହେ (୩)

ସୂଚୀମାଳାକୁ ଫେରନ୍ତୁ

antara dekhanti antarjami ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି

 

ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି
ବୁଝନ୍ତି ମନର ବେଦନା
ଅଶାନ୍ତି ହୃଦୟ ତାଙ୍କ ବିନା
କିଏ ଦେଇପାରେ ଶାନ୍ତି ସାନ୍ତନା … |୦|

ଲୋତକର ଭାଷା ବୁଝି ସେ ପାରନ୍ତି।
ଲୋତକର ଧାରା ସେ ପୋଛି ଦିଅନ୍ତି
କ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତି
ଦିଅନ୍ତି ଅନ୍ତରରେ ସାନ୍ବନା |୧|

ମନର ଭାବନା ସେ ଜାଣି ପାରନ୍ତି।
କଳପନା ଯେତେ ସେ ବୁଝିପାରନ୍ତି
କିଛି ହିଁ ନୁହେଁ ତାଙ୍କ ଅଗୋଚର
ମଣିଷ ତା ବୁଝି ପାରେନା
ତଥାପି ସେ ଫେରି ଆସେନା |୧|

ସୂଚୀମାଳାକୁ ଫେରନ୍ତୁ


antara ma kandhuchi pape padi ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର



ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର
ଅପରାଧ ମୁଁ ଅବିବେକି (୨ ଥର)
ଫେରି ମୁଁ ଆସିଛି ଅନୁତାପ କରି (୨ଥର)
କରିଛି ସତ ଅନେକ ଦୋଷ କ୍ଷମାକର ଜଗଦୀଶ …|୦|

ମନଆତ୍ମା ଭାବନା ମୋ ପାପରେ ହଜିଛି।
ଅନ୍ଧକାରେ ଏ ଜଗତେ ପାପରେ ଲୁଚୁଛି
ସାହା ହୁଅ ଏ ସହାୟ ଦୟାରେ କ୍ଷମାକର … |୧|

ଭ୍ରାତା ଭଗ୍ନି ଓ ତୋ ବିରୁଦ୍ଧ କରିଛି ପାପ ମୁଁ
ସାଧୁ ସ୍ଵାଧୀ ଓ ଯୀଶୁ ପାଶେ
ମିନତି କରେମୁଁ, କ୍ଷମାକର ପାପ ମୋର
କ୍ଷମା ର ତୁମେ ମହା ସାଗର … |୨|

ସୂଚୀମାଳାକୁ ଫେରନ୍ତୁ

ananta jibana rahichi jishunka krusha ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ



ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ
ଚାଲିଯିବା ସେ ପଛେ ଚାଲିବା (ଘୋଷା)

ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)
ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)
ଆସ ଯିବା ସାନ୍ବନା ଲଭିବା .. |୧|

ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)
ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)
ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨|

ସୂଚୀମାଳାକୁ ଫେରନ୍ତୁ


Ananta jibana jhare jibanta ଅନନ୍ତ ଜୀବନ ଝରେ ଜୀବନ୍ତ



ଅନନ୍ତ… ଜୀବନ ଝରେ ଜୀବନ୍ତ ପଥରଠାରେ
ଯୀଶୁ ହିଁ ତାଙ୍କରି ନାମ ଜୀବନ୍ତ ପଥର ଆମ
ତାଙ୍କରି ଚରଣେ ନିଅ ଚରଣ ଥରେ…

ଝଞ୍ଜା ବିପଦ ଆସିଲେ କେବେ ବି ସେ ଆଶା ଟଳିବ ନାହିଁ
ଶକତିରେ ଭରା ସେହି ପଥରକୁ ମରଣ ବି ଜିତି ନାହିଁ
ବୁଝିନି ମଣିଷ ହେଲେ ସେ ତା ଲାଗି ପ୍ରାଣ ଦେଲେ ସେ ମୋହରେ

କୋଣର ପଥର ଯୀଶୁ ରାଜା ହେବେ ତାଙ୍କଠାରେ ଆମେ ରହି
ଏକ ହୋଇ ଚାଲ ଗଢିବା ମନ୍ଦିର ନିଜ ମନ ପ୍ରାଣ ଦେଇ
ମନ୍ଦୀରେ ସେହି ପୂଜିବା ଯୀଶୁଙ୍କୁ ସଦା ରହି ତାଙ୍କ ଠାରେ

ସୂଚୀମାଳାକୁ ଫେରନ୍ତୁ