Sunday, April 6, 2025

Aado kathe chanda aji ଆଡ଼ କାଠେ ଛନ୍ଦା ଆଜି


ଆଡ଼ କାଠେ ଛନ୍ଦା ଆଜି
ଇଶ୍ବ ସୂତ ମୋ ପାଇଁ
କଲେ ମୋତେ ଉଧାର
ନେଇ ମୋର ପାପ ଭାର
ପ୍ରେମର ନିର୍ଝର ମୋହର ପ୍ରାଣର ।।0।।

ନିନ୍ଦା ଅପମାନ ଯାହା
ମୋ ଲାଗି ରଖା ଥିଲା
କୋରଡ଼ାର କୋଷା ଘାତ
ମୋ ପାଇଁ ଯାହା ଥିଲା
ସବୁ ନେଲ ନିଜ ପରେ
ପ୍ରେମିକ ଯୀଶୁ ମୋର
କଲେ ମୋତେ ଉଧାର
ନେଇ ମୋର ପାପ ଭାର
ପ୍ରେମର ନିର୍ଝର ମୋହର ପ୍ରାଣର।।1।।

ବିପଦରେ ଯାଏ ଯେବେ
ଝରାନ୍ତି ସେ ଲୋତକ
ପ୍ରେମ ଡୋରେ ବାନ୍ଧି ମୋତେ
କରାନ୍ତି ଅନୁଗତ
ତାଙ୍କ ପ୍ରେମ ଚିରନ୍ତନ
ବୋଧରସେ ଅଗମ୍ଯ
କଲେ ମୋତେ ଉଧାର
ନେଇ ମୋର ପାପ ଭାର
ପ୍ରେମର ନିର୍ଝର
ମୋହର ପ୍ରାଣର ।।2।।

ସୂଚୀମାଳାକୁ ଫେରନ୍ତୁ


ageyi aso hai swarga pathe ଆଗେଇ ଆସହେ ସ୍ଵର୍ଗପଥେ


ଆଗେଇ ଆସହେ ସ୍ଵର୍ଗପଥେ
ଚାଲିବା ଯୀଶୁଙ୍କୁ ନେଇ ସାଥେ
ଜଗତର ଯେତେ ଅସାର ବନ୍ଧନୁ
ଏଡ଼ାଇ ପ୍ରଭୁଙ୍କୁ ଦେଇ ଦେବା
ଏ ଆମ ଯଉବନ… (ଘୋଷା)

ଯୀଶୁ ପାଶେ ଅଛି ଶାନ୍ତି
ସତ୍ୟ ପୁଣି ଚୀର ମୁକ୍ତି
ଅନନ୍ତ ଜୀବନ ଦେଇ
ସ୍ଵର୍ଗ ରାଜ୍ୟେ ସେ ନିଅନ୍ତି
ଲଭିବା ସ୍ବର୍ଗ ଧାମ … |୧|

ଯେତେ ଶତ ଦୁର୍ବଳତା
ଯୀଶୁ ନାମେ ପରି ହରି
ପ୍ରକାଶିବା ସତ୍ୟ ଧାମ
ଧାର୍ମିକତା ହୃଦେ ଧରି
ଗାଇବା (ଯୀଶୁଙ୍କ) ଗୁଣ ଗାନ … |୨|

ଉଦ୍ଭିଯୋଗରେ ରହିନିତ୍ୟ
ପ୍ରଭୁ କାର୍ଯ୍ୟ ହେବା ବ୍ରତ
ବିଜୟ କେତନ ଧରି
ସାଜ ସର୍ବେ ରାଜ ଦୂତ
ହୋଇବା (ଯୀଶୁରେ) ଆଗୁଆନ … |୩|

ସୂଚୀମାଳାକୁ ଫେରନ୍ତୁ

akhira luha re dhoibi ଆଖିର ଲୁହରେ ଧୋଇବି ଚରଣ ବୋଲି


ଆଖିର ଲୁହରେ ଧୋଇବି ଚରଣ ବୋଲି
ଖୋଜୁଛି କେତେ ମୁଁ ପାଉ ନାହିଁ ଦେଖା
ଥକିଲିଣି ଚାଲି ଚାଲି ମୁଁ ( ୨ ଥର) …(ଘୋଷା)

ତୁମେ କହିଥିଲ ଆଘାତ କରିଲେ ଦ୍ୱାରେ
ଦୁଆର ଫିଟାଇ ପାଶେ ବସାଇବ ବାରେ
ସେହି ଆଶା ମୋର ଆଶାରେ ରହିଲା
ନିରାଶାରେ ଘୁରି ମଲି ମୁଁ (୨ ଥର) … |୧|

ଭାବିଛି ମୋ ମନେ ତୁମକୁ ଖୋଜିଲା ବେଳେ
ଅବିଶ୍ଵାସ କିଛି ଜାଗିଥିଲା ବୁକୁତଳେ
ସେଥିପାଇଁ ମୋତେ ଦେଲ ନାହିଁ ଦେଖା
ନିରାଶାରେ ଝୁରିମଲି ମୁଁ (୨ ଥର) … |୨|

ପ୍ରଭୁଙ୍କ ପବିତ୍ର ଆତ୍ମାଙ୍କ ପରଶ ଦାନେ
ଅବିଶ୍ୱାସ ନାଶି, ଚିତ୍ତ ଶୁଦ୍ଧ କଲ ପ୍ରେମେ
ଦେଖୀ ମୁଁ ପାରିଛି ସେ ରୂପ ମାଧୁରୀ
ମନ ଆଶା ଗଲା ଭରି ମୋ ( ୨ ଥର) … |୩|

ସୂଚୀମାଳାକୁ ଫେରନ୍ତୁ

ENTHAN ULLAM PUTHU KAVIYALE PONGA எந்தன் உள்ளம் புதுக்கவியாலே பொங்க

 

1. எந்தன் உள்ளம் புதுக்கவியாலே பொங்க
இயேசுவைப் பாடிடுவேன்
அவர் நாமம் ஊற்றுண்ட பரிமள தைலம்
அவரையே நேசிக்கிறேன்.(2)
அல்லேலூயா துதி அல்லேலூயா - எந்தன்
அண்ணலாம் இயேசுவைப் பாடிடுவேன்
இத்தனை கிருபைகள் நித்தமும் அருளிய
கர்த்தனைக் கொண்டாடுவேன்.
2. சென்ற காலம் முழுவதும் காத்தாரே ஓர்
சேதமும் அணுகாமல்
சொந்தமாக ஆசீர் பொழிந்தெனக்கின்றும்
சுக பெலன் அளித்தாரே - அல்லேலுயா
3. சிலவேளை இமைப் பொழுதே தம்முகத்தை
சிருஷ்டிகர் மறைத்தாரே
கடும் கோபம் நீக்கித் திரும்பவும் என்மேல்
கிருபையும் பொழிந்தாரே - அல்லேலூயா
4. பஞ்சக்காலம் பெருகிட நேர்ந்தாலும் - தாம்
தஞ்சமே ஆனாரே
அங்கும் இங்கும் நோய்கள் பரவி வந்தாலும்
அடைக்கலம் அளித்தாரே - அல்லேலூயா