Thursday, March 27, 2025

Anadi ananta he prabhu moro asima ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ

 

(ସ୍ବର- କେମିତି କହିବି ହେ ପ୍ରଭୁ ମୋର ଭଲ ମୁଁ ପାଉନି ବୋଲି)

ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)
ଏଡ଼େ ପ୍ରେମ କଲ ! ନିଜ ପ୍ରାଣ ଦେଲ
କରିବାକୁ ଆପଣାର

ପାପ ରୋଗେ ରୋଗି ପ୍ରତିଫଳ ଭୋଗି ସଢ଼ୁଥୁଲି ମୁଁ ଜଗତେ
ନିରାଶ ଜୀବନେ ନିରୁପାୟ ପ୍ରାଣେ ନ ଥୁଲେ କେହି ମରତେ ହୋ…(୨ଥର)
ଆସିଲ ନିକଟେ ନେଲ ନିଜ ହସ୍ତେ
ବଞ୍ଚାଇଲ ଦେଇ ନିଜ ରକ୍ତେ
ସରଗର ସୁଖ ତେଜି ମୋ କାରଣେ ମାନବ ରୂପେ ଆଇଲ
ମୋ ତ୍ରାଣ କାରଣେ ନିଜ ବଳି ଦାନେ ମୋ ପରିତ୍ରାଣ ସାଜିଲ ହୋ…(୨ଥର)
ହଜି ଯାଇଥୁଲି ଖୋଜି ଆବୋରିଲ
ପାପ କ୍ଷମି କୋଳେ ସ୍ଥାନ ଦେଲ

ସୂଚୀମାଳାକୁ ଫେରନ୍ତୁ


Ananta jibana paibaku chahen ଅନନ୍ତ ଜୀବନ ପାଇବାକୁ ଚାହେଁ


ଅନନ୍ତ ଜୀବନ ପାଇବାକୁ ଚାହେଁ
କଣ କରିବି ମୁହିଁ (୪ଥର)
ପଚାରିଲେ ଜଣେ ଧନମାନ ବ୍ୟକ୍ତି…ଯୀଶୁଙ୍କ ଆଗ୍ରହୀ ହୋଇ -0-

ନୈତିକ ଜୀବନ କାଟୁଅଛି ନୀତି ବ୍ୟବସ୍ଥା ପାଳନ କରି ହୋ…(୨ଥର)
ଯୌବନ କାଳର ବିଧ୍ଵ ବିଧାନକୁ ନେଇଛି ମୁଁ ଆଦରି
କୁହ ଏବେ ମୋତେ କର୍ତବ୍ୟ ମୋହର (୨ଥର)
କରିବାକୁ ଚାହେଁ ମୁହିଁ (୨ଥର)
ଅନନ୍ତ ଜୀବନ…

ଯୀଶୁ ତାଙ୍କୁ ଚାହିଁ କହିଲେ ପ୍ରେମରେ ଉଣା ଗୋଟିଏ ବିଷୟ ହୋ…(୨ଥର)
କର ବିତର ଦରିଦ୍ର ମାନଙ୍କୁ ସର୍ବସ୍ବ କରି ବିକ୍ରୟ
ଅନୁଗାମୀ ହୁଅ ଅନନ୍ତ ଜୀବନ (୨ଥର)
ପାଇବାକୁ ଚାହଁ ଯଦି (୨ଥର)
ଅନନ୍ତ ଜୀବନ…

ସୂଚୀମାଳାକୁ ଫେରନ୍ତୁ

anao thare krusha upare ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର

 


ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର
ମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା)

ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗ
ମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧|

ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେ
ହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨|

ସୂଚୀମାଳାକୁ ଫେରନ୍ତୁ

atulaniya prema jishu dekhaila ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ


ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦|

ଦେଖାଇଲ ପ୍ରଭୁ ମୁକତିର ପଥ
କାଲବରୀ ଚୂଳେ ହୋଇଲା ହତ
ଝରିଗଲା ପ୍ରଭୁ ଝର ଝର ହୋଇ
ତୁମ ତପିତ ରୁଧୁର ଧାର,
ଆହାର ଦେଲ ପ୍ରଭୁ ଗୋ ଏ ଜୀବନରେ (୨ଥର)
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ …. |୧|

ତ୍ୟାଗକଲ ପ୍ରାଣ ହେ ବିଶ୍ଵନାଥ
ଜଗତେ ଖୋଲିଦେଲ ମୁକତିର ପଥ
ମୃତ୍ୟୁ ନାହୁଡ଼ ଭାଙ୍ଗି ଦେଇ ପ୍ରଭୁ
ହୋଇଥୁଲ ତୁମେ ପୁନରଥିତ,
ସ୍ଵର୍ଗଦ୍ଵାର ଖୋଲିଲ ପ୍ରଭୁ ଅନୁଗ୍ରହରେ (୨ଥର)
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ … |୨|

ସୂଚୀମାଳାକୁ ଫେରନ୍ତୁ

Anadi ananta he parameswara ଅନାଦି ଅନନ୍ତ ହେ ପରମେଶ୍ବର

 

ଅନାଦି ଅନନ୍ତ ହେ ପରମେଶ୍ବର
ତୁମେ ମୋର ଦୁର୍ଗ ଆଶ୍ରୟ ମୋହର

ଦୁର୍ଦନ କି ବାତ୍ୟା ଘନ ଅନ୍ଧକାରେ
ଶରଣ ନିଏ ମୁଁ ତାଙ୍କ ପକ୍ଷ ତଳେ
ପଥ ପ୍ରାନ୍ତେ କଣ୍ଟା ପ୍ରସ୍ତର ଯେତେ
ନ ବାଯିବ ପାଦେ ଯାତ୍ରାର ପଥେ
ରକ୍ଷା କରୁଥିବେ ଦୁତ ସଦାପ୍ରଭୁଙ୍କର

ବ୍ୟାଧର ଫାନ୍ଦରୁ ମହାମାରୀଠାରୁ
ରକ୍ଷା କରି ମୋତେ ନେବେ ନିଜ ପଥେ
ସିଂହ କାଳ ସର୍ପ କରେ ପଦଚାରି
ମହା ସଙ୍କଟରୁ ଯିବି ମୁଁ ଉଦ୍ଦାରି
ପ୍ରଭୁଙ୍କର ନାମ ନେଇ ଅଧରେ ମୋହର

ଅନ୍ଧକାର ଆଉ ବିପଦ ସଂହାର
ପତ଼ୁ ବିଶ୍ବାସୀକୁ ନାହିଁ କେବେ ଡ଼ର
କାହିଁରେ ସହସ୍ର ମୃତ୍ୟୁ ଲଭିଲେ
ତୁମକୁ ଛୁଇଁବ ନାହିଁ ସେ ପାରେ
ଦୀର୍ଘାୟୁ ଦେଇ ସେ ଦେବେ ପ୍ରାର୍ଥନା ଉତ୍ତର

ସୂଚୀମାଳାକୁ ଫେରନ୍ତୁ


Anantara jhuruchi mo galgatha ra prema ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ


ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁ
ହୃଦୟ ଜଳୁଛି ମୋ କୁଶେ ଭରା ସ୍ନେହ ପାଇଁ (୨ଥର)
କି ଯାତନା କି ଯନ୍ତ୍ରଣା ନିଜ ଅଙ୍ଗେ ନେଲ ବୋହି ହୋ…
ସେ ପ୍ରେମର ସୀମା ନାହିଁ

ବନ୍ଧୁ ବୋଲି ପ୍ରେମ କରି ଜୀବନ ଦିଏ କିଏ କାହା ପାଇଁ
ବିରଳ ସେ ପ୍ରେମର ଛବି ଆଙ୍କି ଦେଲେ ସେ ମୋ ପାଇଁ ହୋ… (୨ଥର)
ମୋ ପାପର ଜ୍ଜଳା କଣ୍ଟକ ସାଜିଲା
ବହିଗଲା ରକ୍ତ ନଇ ହୋ…
ମୋ ପାପର କ୍ଷମା ପାଇଁ

କୁଶ ପରେ କହି ଗଲେ କ୍ଷମାମୟଙ୍କର କ୍ଷମା ବାଣୀ
ପ୍ରେମରେ ସେ କିଣିଲେ ମୋତେ ଆପଣାର ପ୍ରାଣ ଦେଇ ହୋ…(୨ଥର)
ସେ ପ୍ରେମ ପାତିତ ବୁକୁର ରକତ
ବହିଥ୍ବଲା ମୋର ପାଇଁ ହୋ…
ବର୍ଣ୍ଣିବାକୁ ଭାଷା ନାହିଁ
ଆ…ଆ…ଆ…ଆ…

ସୂଚୀମାଳାକୁ ଫେରନ୍ତୁ

asagada hrudaya ku sajadila ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ


ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ
ଉଜୁଡ଼ା ଏ ଜୀବନକୁ ଗଢ଼ି ଦେଲ ତୁମେ
ତୁମରି ପ୍ରେମର ପରଶେ … (ଘୋଷା)

ପଡ଼ିଥିଲି ଅପରାଧେ ଏ ଜଗତେ ଯେବେ
ଯୀଶୁ ତୁମେ ଅତି ପ୍ରେମେ ଆସିଲ ମୋ ପାଶେ
ଜାଳିଲ ଆଲୋକ ଅନ୍ତରେ ତୁମରି ସ୍ବର୍ଗୀୟ ଦୟାରେ
ପରିତ୍ରାଣ ଦେଲ ମୋତେ ତୁମ ଅନୁଗ୍ରହେ
ତୁମରି ସନ୍ତାନ ହୋଇ ନୂତନ ଜନମେ
ଶାନ୍ତି ପାଇଲି ମାନସେ … |୧|

ଆପଦରେ ବିପଦରେ ସାହା ଏକା ତୁମେ
ମୋ ଦୁଃଖରେ ମୋ ସୁଖରେ ବନ୍ଧୁ ଏକା ତୁମେ
ତୁମରି ପ୍ରେମରୁ କେ ମୋତେ-ଚ୍ଛିନ୍ନ ନ କରିବ ଜଗତେ
ଏତିକି ଭରସା ପ୍ରଭୁ ଦେଉଛ ମୋ ମନେ
ଭୟ ନାହିଁ ମୋତେ ଆଉ, ତୁମେ ଅଛ ସାଥେ
ବଞ୍ଚିବି ମୁଁ ଏହି ବିଶ୍ୱାସେ … |୨|

ସୂଚୀମାଳାକୁ ଫେରନ୍ତୁ


atula sehi premara jhara ଅତୁଳ ସେହି ପ୍ରେମର ଝର



ଅତୁଳ ସେହି ପ୍ରେମର ଝର
ଦେଖ ଝରିଯାଏ ।
କାଲବରୀଠାରେ …ହୋ … (୨ଥର) … (ଘୋଷା)

କେହି ପାରେ ନି ଜୀବନ ଦେଇ
ଏହି ଜଗତରେ
ପାପର ଦାଗ ଲିଭାଇ ଦେଇ ନିଜ ରକତରେ
ରୁର ସେହି ପାପୀ ପାଇଁ ( ୨ ଥର)
ଦେଖ ଝରି ଯାଏ
କାଲବରୀ ପରେ …ହୋ … (୨ ଥର) … |୧|

ସେ ମହା ପ୍ରେମ ପାଇବା ପାଇ
ଯାହାକୁ ସେ ଥରେ
ଜୀବନ ପାପ ଧୋଇବା ପାଇଁ
କ୍ଷମା ଲହୁ ଧାରେ
ଅସୀମ ସେହି ତ୍ୟାଗର କଥା
କୁଶ କହି ଯାଏ …
କାଲବରୀ ପରେ …ହୋ… (୨ଥର) … |୨|

ସୂଚୀମାଳାକୁ ଫେରନ୍ତୁ

Asara duniya tire bhasuthila ଅସାର ଦୁନିଆ ତିରେ ଭାସୁଥୂଲା



ଅସାର ଦୁନିଆ ତିରେ ଭାସୁଥୂଲା ମୋ ଜୀବନ
ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ

ଦେଖିଲି ପ୍ରେମିକ ସେ ଅପରିଚିତ
ହାତ ପାଦେ ତାଙ୍କ କଣ୍ଟାର ଆଘାତ (୨ଥର)
କହିଲେ ସେ ତୋର ପାଇଁ
ସହୁଛି ହେ ମୁଁ କଷଣ (୨ଥର)
ସହୁଛି ମୁଁ ଏ କଷଣ

କାତର ଅନ୍ତରେ ପଡ଼ିଲି ଚରଣେ
ଦେଖୁଲି କରୁଣା ତାଙ୍କରି ବଦନେ (୨ଥର)
ପ୍ରେମ ଭରେ ତୋଳି ନେଇ
ଦେଲେ ଅନନ୍ତ ଜୀବନ (୨ଥର)
ଦେଲେ ଅନନ୍ତ ଜୀବନ

ସୂଚୀମାଳାକୁ ଫେରନ୍ତୁ


Asimata kebe kalina tume ଅସିମତା କେବେ କଳିନ ତୁମେ


ଅସିମତା କେବେ କଳିନ ତୁମେ ମୋ ପାପ ନାମେ (୨ଥର)
ଗଭୀରତା ମୁହିଁ ପ୍ରେମର ତୁମ ମାପିନି କେବେ

ପରିଚୟ ଦେଲ ମୋର କହି ତୁମର ବୋଲି
କେହି ନୂହଁ ତୁମେ ମୋର କହି ପଥର ହେଲି (୨ଥର)
ଅଭିମାନ ତୁମେ କରିଲ ତଥାପି ଭୁଲିନ କେବେ…

ଲହୁଧାରେ ଦେଲ ପଥେ ମୋର କୁସୁମ ଭରି
ଝୁଣ୍ଢିବା ପାଇଁ ତୁମ ମୁଁ ଯେ ପଥର ହେଲି (୨ଥର)
ଅବୁଝା ଜାଣି ମୁଁ ଆଘାତ ତଥାପି ଦେଇ ନ କେବେ…

ସୂଚୀମାଳାକୁ ଫେରନ୍ତୁ

arpana karuchi mu dana ଅର୍ପଣ କରୁଛି ମୁଁ ଦାନ ତୁମରି


ଅର୍ପଣ କରୁଛି ମୁଁ ଦାନ ତୁମରି
ପ୍ରଭୁ ଗ୍ରହଣ କର ହ୍ମ ଆଦରି …(ଘୋଷା)

ପାଇନି ବୋଲି କିଛି ନାହିଁ ଆହୁରି
ଯାହା ମୋଠାରେ ଅଛି ସବୁ ତ ତୁମରି
ଶୂନ୍ୟରେ ଆସିଛି ଶୂନ୍ୟରେ ଯିବି ଫେରି
ରହିବନି ଆଉ କିଛି ଦାବି ମୋହରି, ପ୍ରଭୁ…
ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୧|

ଦେଇଛି ଉଛୁଲାଇ ଆହୁରି ଯାଚି
ମାଗିବାକୁ ଆଉ ମୋର ବାକି କି ଅଛି ?
ତୁମଠୁ ହେ ପିତା ଯୀଶୁକୁ ପାଇଛି
ତାଙ୍କ ବଳି କି ଆଉ ଲୋଡ଼ିବା ଅଛି ? ପ୍ରଭୁ…
ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୨|

ସୂଚୀମାଳାକୁ ଫେରନ୍ତୁ

anhibadana ra kabita jhare ଅଭିବାଦନର କବିତା ଝରେରେ


ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେ
ସମୀର ନାଚଇ ଗହନ ବନରେ….
ସାଗରେ ଖେଳେ ତରଙ୍ଗରେ
ସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….
ନାଚି ନାଚିକା ଗାଇ ଗାଇକା
ଭାସି ଯାଉ…..(ଘୋଷା)

ପୁଲକେ ଧରଣୀ ରାଣୀ ଆକାଶେ ମିଶି
ଆକାଶ ବକ୍ଷେ ବଉଦ ଯାଉଛି ଭାସି
ଧରଣୀର ନବ ଗାନେ, କୋଇଲିର ମଧୁସ୍ମନେ ( ୨ ଥର)
ନାଚିଯିବା, ଗାଇଯିବା, କାନେ କାନେ କହିଯିବା
ମହାନନ୍ଦରେ…..|୧|

ପୂରୁବ ଦିଗେ ଜ୍ୟୋତିଷ ତାରକା ଦେଖି
ନିରୀକ୍ଷନ୍ତି ପୁସ୍ତକକୁ ଶୀଘ୍ର ତନଖି ( ୨ ଥର)
ସୁନା, କୁନ୍ଦୁରୁ, ଗନ୍ଧରସ, ଭେଟିନେଇଁ ତାଙ୍କ ପାଶ ( ୨ ଥର)
ଆପାତି ପ୍ରଣମିଲେ, ଆନନ୍ଦରେ
ବେଥିଲିହିମେ…..| ୨ |

ସୂଚୀମାଳାକୁ ଫେରନ୍ତୁ


Jishu Janamara SuAbhibadana ଯୀଶୁ ଜନମର ସୁଅଭିବାଦନ


ଯୀଶୁ ଜନମର ସୁଅଭିବାଦନ…
ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ

ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣ
ଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣ
ଅଭିନନ୍ଦନ ଘେନ ଅଭିନନ୍ଦନ

ଆନଂଦ ଜନକ ଏହି ସୁସମାଚାର (ସୁସମାଚାର)
ଈଶ୍ୱରଙ୍କ ଦୂତ ମରତେ କଲେ ପ୍ରଚାରେ (କଲେ ପ୍ରଚାରେ)
ମୁକ୍ତି ସାଧିବାକୁ ସାରା ବିଶ୍ୱଜନର (ବିଶ୍ୱଜନର
ଆସିଲେ ଧାରାକୁ ଛାଡ଼ି ସରଗପୁର (ସରଗପୁର)
ବାକ୍ୟରୁପି ଇସସୁତ ଯୀଶୁରୂପେ ହେଲେ ଜାତ
ମାନବ କାରଣ…

ଅଭିନନ୍ଦନ ଘେନ ଅଭିନନ୍ଦନ

ଆସିଅଛି ବୋଲି ଯୀଶୁଙ୍କ ଜନ୍ମଦିନ (ଜନମଦିନ)
ଆନନ୍ଦେ ସଭିଙ୍କ ମନ ହୁଏ ଉତଛନ୍ନ (ହୁଏ ଉତଛନ୍ନ)
ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଗଣ (ବିଶ୍ୱାସୀ ଗଣ)
ମଧୁଗିତୀ ଗାଇ କରିବା ଜୟଗାନ (ଜୟଗାନ)
ପରସ୍ପର ମିଳିମିଶି ବାଣ୍ଟି ନେବା ହସଖୁସି (୨ଥର )
ହୋଇ ଏକ ମନ ….

ଅଭିନନ୍ଦନ ଘେନ ଅଭିନନ୍ଦନ

ସୂଚୀମାଳାକୁ ଫେରନ୍ତୁ

Abhula se drushya kalbari ra ଅଭୂଲା ସେହି ଦୃଶ୍ୟ କାଲବରୀର


ଅଭୂଲା ସେହି ଦୃଶ୍ୟ କାଲବରୀର
ଅଭୂଲା ସେହି ପ୍ରେମ ଯୀଶୁଙ୍କର (୨ଥର)
ବଳି ହେଲେ କୁଶ କାଠରେ ତ୍ରାଣକର୍ତା ନୀରବରେ (୨ଥର)
ତ୍ରାଣକର୍ତା ନୀରବରେ…

ପ୍ରହାରିତ ହେଲେ ଯୀଶୁ କୋରୋଡ଼ା ପ୍ରହାରେ
ଅପରାଧୀ ନ ହୋଇ ସେ, ଜୀବନ ଦେଲେ କୁଶରେ (୨ଥର)
ସହିଲେ ନୀରବରେ ତୋ ଉଦ୍ଧାର ପାଇଁରେ (୨ଥର)
ତୋ ଉଦ୍ଧାର ପାଇଁରେ…

ରକତ ବୁହାଇ ନିନ୍ଦା ସେ ସହି ପ୍ରେମରେ ଜୀବନ ଦେଲେ (୨ଥର)
ଧୋଇଦେଇ ଅପରାଧ ସେ ପରିତ୍ରାଣ ତୋତେ ଦେଲେ (୨ଥର)

ସୂଚୀମାଳାକୁ ଫେରନ୍ତୁ

antaru mo jhare anutapa ଅନ୍ତରୁ ମୋ ଝରେ ଅନୁତାପ ନୀର


ଅନ୍ତରୁ ମୋ ଝରେ ଅନୁତାପ ନୀର
କ୍ଷମାକର ପ୍ରଭୁ (୩ଥର) ପାପ ମୋର …(ଘୋଷା)

ପ୍ରତିଜ୍ଞା କରି ମୁଁ ପାରି ନାହିଁ ରଖି
ନିଜ ପ୍ରାଣେ କରିପ୍ରେମ ତୁମକୁ ଉପେକ୍ଷି
ଗରବ ଗାରିମା…..ଆ…. ଦୁର କର ମୋର
ଏହି ମୋ ବିନତି (୩ଥର) ଶ୍ରୀ ପୟରେ …|୧|

କି କରିବି ଏହି ଜୀବନକୁ ନେଇ
ଅପରାଧୀ ମୁହି ପ୍ରଭୁ ମଥା ଯାଏ ନଇଁ
ଜାଣି ଶୁଣି ପ୍ରଭୁ….ଉ… କଲି ମୁଁ ଅସ୍ବୀକାର
ଥରେ ନୁହେଁ ପ୍ରଭୁ ୩ଥର) ଦୁଇ ଥର … |୨|

ସୂଚୀମାଳାକୁ ଫେରନ୍ତୁ

anutapa nira nei ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର


ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର
ଭାଳେ ମୁହିଁ, ଦେଲ କିମ୍ପା ମୋ ଲାଗି ରୁଧିର … (ଘୋଷା)

ସୃଷ୍ଟି ପାଇଁ ମନେ କିମ୍ପା ସରାଗ ଯେ ଭରିଲ
ତୁମେ କିମ୍ପା ନୀରବରେ କୃଶ ବହିଗଲ
କୁଶ ଝରା ବାଣୀ ତୁମ କେତେ ଯେ ମଧୁର … |୧|

ପାପ ପଥେ ହଜିଥିଲି ତୁମେ କିମ୍ପା ଖୋଜିଲ
ମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଲ
ପତିତ ମୁଁ ଯାଏ ଛୁଇଁ ତୁମରି ପୟର … |୨|

ସୂଚୀମାଳାକୁ ଫେରନ୍ତୁ

anitya sansare bhai khrista ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର


ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର
ଯାହା ଦେଖି ଯାହା କର ସବୁ ଅସାର …(ଘୋଷା)

ପିତାମାତା ବନ୍ଧୁ ଭ୍ରାତା
କେ ନୁହନ୍ତି ମୁକ୍ତିକର୍ତ୍ତା
ଖ୍ରୀଷ୍ଟ ଏକା ହଭା କତ୍ତା ଏ ଜଗତର …|୧|

ଧନମାନ ଏ ସମ୍ପତ୍ତି କେ ନୁହନ୍ତି ଆତ୍ମା ଗତି
ନ ଯିବେ ମରଣ କାଳେ ସଙ୍ଗେ କାହାର … |୨|

ଯାହା କର ଏ ସଂସାରେ ଲେଖା ହୁଏ ସ୍ଵର୍ଗପୁରେ
କରିବେ ଈଶ୍ୱର ଦିନେ ସବୁ ବିଚାର … |୩|

ଧାର୍ମିକ ଲୋକଙ୍କୁ ନେବେ ସ୍ଵର୍ଗପୁରେ ବାସ ଦେବେ
ପାପୀ ଲୋକଙ୍କୁ ରଖିବେ ନରକେ ଘୋର … |୪|

ସ୍ଵର୍ଗ ସୁଖ ନର୍କ ଦୁଃଖ ଭୋଗିବାକୁ ଅଛି ଦେଖ
ନ ହୁଅ ସଂସାରେ ରତ ଏ ଯେ ଅସାର … |୫|

ଏଣୁ ଖ୍ରୀଷ୍ଟ ଆଶ୍ରା ନେଇ ଚଳ ଏ ସଂସାରେ ଭାଇ
ଭୋଗିବ ସରଗ ସୁଖ ହେଲେ ବିଚାର … |୬|

ସୂଚୀମାଳାକୁ ଫେରନ୍ତୁ


Anitya ehi jibana anitya ehi ଅନିତ୍ୟ ଏହି ଜୀବନ ଅନିତ୍ୟ ଏହି


ଅନିତ୍ୟ ଏହି ଜୀବନ ଅନିତ୍ୟ ଏହି ସଂସାର
ଯୀଶୁ ହିଁ କେବଳ ଚିରନ୍ତନ ଇଶ୍ବର (୨ଥର)
ଅନିତ୍ୟ ଏହି ଜୀବନ

ଗର୍ବଦମ୍ଭ ଅଭିମାନ, ରହିବନି ଚିରଦିନ, ରହିବନି ଚିରଦିନ
ଧନ, ଯନ, ସନମାନ, ଅଟଇ ଅଳପ କ୍ଷଣ, ଅଟଇ ଅଳପ କ୍ଷଣ
ଅନିତ୍ୟ ଏହି ଜୀବନ…

ଯୀଶୁ ନାମେ ଦେଇ ମନ କର ହେ ଉତ୍ତମ କର୍ମ
ଲଭିବ ଅନନ୍ତ ଜୀବନ
ଶେଷ ଦିନେ ତୁମକୁ ଯେ କରିବେ ସେ ମୁଦ୍ରାଙ୍କନ
ହୋଇବ ସିୟୋନ ସନ୍ତାନ
ଅନିତ୍ୟ ଏହି ଜୀବନ…

ସୂଚୀମାଳାକୁ ଫେରନ୍ତୁ

ananta jibana pathe mate ଅନନ୍ତ ଜୀବନ ପଥେ ମୋତେ ନେଇଯାଅ


ଅନନ୍ତ ଜୀବନ ପଥେ ମୋତେ ନେଇଯାଅ
ଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା)

ଶୟତାନ ଆଣେ କେତେ ପରୀକ୍ଷା ଜୀବନେ
ଆଘାତ କରଇ ସେ ଯେ ଖାଲି ଅକାରଣେ
ଡରିବିନି ପ୍ରଭୁ କେବେ ସାହା ହୋଇଥାଅ …|୧|

ବିଶ୍ବାସ ନାବରେ ମୋର ଆସେ ଯେ ଭଉଁରୀ
ଧରିଥାଅ ମଙ୍ଗ ମୋର ହୋଇ ତ ନାଉରୀ
ବିଶ୍ବାସ ନଉକା ମୋର ପାରି କରି ନିଅ … |୨|

ସୂଚୀମାଳାକୁ ଫେରନ୍ତୁ

chaki kathe jharere bukura ଛକି କାଠେ ଝରେରେ ବୁକୁର ଶୋଣିତ ଝର


ଛକି କାଠେ ଝରେରେ ବୁକୁର ଶୋଣିତ ଝର
କାଲବରୀ ଚୁଳେ …
ଛକି କାଠେ ଝରେରେ … (ଘୋଷା)

ଯେ, ଆଜି ନିରବେ କାଲବରୀ ବେଦି ପରେ
ଯେ, ଆଜି କ୍ଷତବିକ୍ଷତ ବରଛାର ଧାରେ
ସେ ତୋହରି ପରା ମୁକତି କରତା
ଚିହ୍ନି ପାରୁଛୁ କି ତାରେ ?
କାଲବରୀ ଚୂଳେ । |୧|

ଯା’ ଶୋଣିତ ଦାନେ ଭାଙ୍ଗିଛି ପାପ ପ୍ରାଚୀର
ତା’ ଶୋଣିତେ ଦାନେ ଖୋଲିଛି ମୁକ୍ତି ଦୁଆର
ସେ ଶୋଣିତେ ବୁଡ଼ି ଲଭିଛୁ କି ଆଜି
ମୁକତି ତୋ ଜୀବନରେ ?
କାଲବରୀ ଚୂଳେ । |୨|

ସେ କୁଶର ତଳେ ଉଭା ମୁଁ ମୁକ୍ତି ଭିକାରୀ
ମୋକ୍ଷ ଦିଅ ଆଜି ହେ ଯୀଶୁ କଳୁଷହାରୀ
ତୁମରି ବିକ୍ଷତ ହସ୍ତ ପରଶେ
ଆସୁ ମୁକ୍ତି ଜୀବନରେ …
କାଲବରୀ ଚୂଳେ |୩|

ସୂଚୀମାଳାକୁ ଫେରନ୍ତୁ


chha ha dino hoila goto helaa darshana ଛଅ ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ


ଛଅ ଦିନ ହୋଇଲା ଗତହେଲା ଦର୍ଶନ ବିଶ୍ରାମ ପ୍ରଭାତ;

କି ଆମୋଦ ଦିନ କଲା ଆଗମନ,

ଆଜି ଦେହ ଆତ୍ମା ବିଶ୍ରାମପ୍ରାପ୍ତ । ଘୋଷା ।

ସୃଷ୍ଟିକାଳେ ପରମେଶ୍ୱର କରିଥିଲେ ବିଶ୍ରାମ ଆର,

କରି ଆଶୀର୍ବାଦ କରିଲେ ବିଶ୍ରାମ କରି ସର୍ବ ସୃଷ୍ଟି ପ୍ରଭୁ ସମାପ୍ତ । ୧ ।

ସର୍ବ ଅସାର ଚିନ୍ତାମାନ କରି ପରିତ୍ୟାଗ ହେ ମନ,

ଖ୍ରୀଷ୍ଟ ପ୍ରେମ ଚିନ୍ତା ପ୍ରଭୁଙ୍କର କଥା ଏ ଆଦିରେ ହେଉ ଏ ଦିନ ଅନ୍ତ । ୨ । 

 

ସାଂସାରିକ କାର୍ଯ୍ୟରୁ ମନ         ଆଜି ଦିନ କର ବିଶ୍ରାମ,

ପ୍ରାର୍ଥନା ପ୍ରଶଂସା ପ୍ରଭୁଙ୍କ ଭଜନାଏ ଆଦିରେ ହୁଅ ନିବିଷ୍ଟଚିତ୍ତ । ୩ ।

ଆଜି ମୋର ପ୍ରଭୁଙ୍କ ଦିନଛଅ ଦିନଠାରୁ ଏ ଭିନ୍ନ,

କର ହେ ପାଳନ ଏ ବିଶ୍ରାମ ଦିନସ୍ୱର୍ଗ ବିଶ୍ରାମର ଅଟେ ଦୃଷ୍ଟାନ୍ତ । ୪ ।

ସୂଚୀମାଳାକୁ ଫେରନ୍ତୁ

chena chena megha rathe ଚେନା ଚେନା ମେଘ ରଥା ଆସିବେ


ଚେନା ଚେନା ମେଘ ରଥା
ଆସିବେ ମୋ ରାଜନ
କି ଦେଇ ତୋଷିବି ତାଙ୍କ ଅନୁପମ ବଦନ… (ଘୋଷା)

ଗାଇଯିବେ ନାଚିଯିବେ କିରୁବ ଦୂତଗଣ ହେ
କି ଶୋଭନୀୟ ଦିଶିବ ଆଦର ସୀମାହୀନ ହେ
ଫାଟିଯିବ କବରୁ ଉଠିବେ ବିଶ୍ବାସୀଗଣ ….|୧|

ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଶ୍ରୀପାଦ ତଳେ ଲୋଟିବେ ହେ
ଜୀବଜନ୍ତୁ ପଶୁପକ୍ଷୀ ତାଙ୍କ ନାମେ ଗାଇବେ ହେ
ତୁରୀ ଧ୍ବନୀ କମ୍ପିବ ଏ ଧରାପୃଷ୍ଣ ସେ ଦିନ … |୨|

ଆସ ସର୍ବେ ହେବା ଠୁଳ, ହେଲା ବର ସମୟ ହେ
ଜାଗ୍ରତେ ତଇଳ ଭରି କରି ରାତ୍ରି କ୍ଷେପଣ ହେ
ସଫଳିବ-ଭାବବାଣୀ ନିଶ୍ଚ ହେବ ସମ୍ପନ୍ନ … |୩|

ସୂଚୀମାଳାକୁ ଫେରନ୍ତୁ

chiradina priyajishu mu kebala ଚିରଦିନ ପ୍ରିୟ ଯୀଶୁ ମୁଁ କେବଳ ତୁମରି


ଚିରଦିନ ପ୍ରିୟ ଯୀଶୁ ମୁଁ କେବଳ ତୁମରି
ପଛେ ପଛେ ଗୁଲୁଥିବି ଜଗତକୁ ପାଶୋରି … (ଘୋଷା)

ଯଦି ପାଶେ ଆସେ ମୋର ବିପଦ ସଙ୍କଟ ଭୟ
ଯୀଶୁ ତବ ମହା ନାମେ ଲଭିବି ମୁଁ ଜୟ … |୧|

ଯଦି ବିଜନେ ଏକାକୀ ରଖ ମୋତେ ଯୀଶୁ ହେ
ତୁମରି ମଧୁର ରବେ ଲଭିବି ଆନନ୍ଦ ହେ … |୨|

ଶୋକ, ଦୁଃଖ, କ୍ରେଶ, ତାପେ ନାହିଁ ଭୟ ପରାଣେ
ତବ ପ୍ରେମେ ମଜି ପ୍ରାଣେ ନ ଡରିବି ମରଣେ … |୩|

ଯେବେ ବନ୍ଧୁ ପରିଜନେ ତ୍ୟଜି ଯାନ୍ତି ହେ ଦୂରେ
ଚାଲିଥିବି ପଛେ ତୁମ ଯୀଶୁ ନାମେ ସାହସେ … |୪|

ସୂଚୀମାଳାକୁ ଫେରନ୍ତୁ

chandra surjya tara thile ki labha ଚନ୍ଦ୍ର, ସୂର୍ଯ୍ୟ, ତାରା ଥିଲେ କି ଲାଭ


ଚନ୍ଦ୍ର, ସୂର୍ଯ୍ୟ, ତାରା ଥିଲେ କି ଲାଭ ହେବ ?
ଜଗତରେ ଯେବେ ତାଙ୍କ ଜ୍ୟୋତି ନୋହିବା
ମଣିଷ ଯେପରି ସାରା ଜଗତ ଜିଣେ
ଧନ, ଜନ, ମାନ ପାଇଁ ଆତ୍ମା ହରାଏ
ଜଗତରେ ବଞ୍ଚି ତାର କି ଲାଭ ହେବ ? …(ଘୋଷା)

ସମୟ ଅଛିରେ ଏବେ ବାଟକୁ ଫେର
ଯୀଶୁ ତୋତେ ଡାକୁଛନ୍ତି ଦେଇ ରୁଧିର
ଫେରି ଅନା ଶୁଣି ସେହି କରୁଣା ସ୍ଵର
ସେ ଅଧରୁ ଝରୁଅଛି ଜୀବନ ଝର ! … |୧|

କୁପଥ୍ୟ ଗମି ଯେବେ ତୁ ଲଭିବୁ ଧନ
ବୃଥା ତୋ ଜୀବନ ଏହି ମଣିଷ ପଣ
ମଣିଷ ପଣରେ ତୋର ଏତେ ଗରିବ
ଲୁଚି ଯାଆନାରେ ତୋତେ ଦେଖେ ଦଇବ … |୨|

ସୂଚୀମାଳାକୁ ଫେରନ୍ତୁ


chakhyu kholidiya dekhibi ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପ


ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପ
କଣ୍ ଖୋଲିଦିଅ ଶୁଣିବି ତୁମରି ଡାକ
ଚିତ୍ତ ଖୋଲିଦିଅ ପ୍ରଭୁ ରଖିବି ପବିତ୍ର ବାକ୍ୟ… (ଘୋଷା)

ମୋ ଚକ୍ଷୁ ପାପରେ ଲିପ୍ତ ହୋଇଛି।
ଅନ୍ଧଠୁ ବଡ ଅନ୍ଧ ହୋଇଛି
ମାସର ଚକ୍ଷୁ ମୋ ଦେଖାଯାଉଛି
ଆମ୍ରାର ଚକ୍ଷୁ ମୋ ଅନ୍ଧ ହୋଇଛି (୨ ଥର)
ଦୟା କର … ଦୟା କର
ଦୟା କରି ମୋର ଚକ୍ଷୁ ଖୋଲ… |୧|

ମୋ କ ଅଧର୍ମ କଥା ଶୁଣିଛି।
ଜଡଠୁ ବଡ ଜଡ଼ ହୋଇଛି।
ମାଂସର କଣ୍ଠ ମୋ ଶୁଣାଯାଉଛି
ଆତ୍ମାର କର୍ଣ ମୋ ବଧୂର ହୋଇଛି ( ୨ ଥର)
ଦୟା କର … ଦୟା କର
ଦୟା କରି ମୋର କର୍ଣ ଖୋଲ… |୨|

ମୋ ଚିତ୍ତ ଅଧମ ଚିନ୍ତା କରିଛି
କଠିନଠୁ ବଡ କଠିନ ହୋଇଛି
ମାଂସର ଚିତ୍ତ ମୋ ବୁଝା ଯାଉଛି (୨ ଥର)
ଆମ୍ବାର ଚିରୁ ମୋ ହଜିଯାଇଛି
ଦୟା କର … ଦୟା କର
ଦୟା କରି ପ୍ରଭୁ ଚିତ୍ତ ଖୋଲ… |୩|

ସୂଚୀମାଳାକୁ ଫେରନ୍ତୁ

chaha chaha bandhu thare se ଚାହାଁ ଚାହାଁ ବନ୍ଧୁ ଥରେ ସେ


ଚାହାଁ ଚାହାଁ ବନ୍ଧୁ ଥରେ ସେ
କାଲବରୀ କୁଶ ପ୍ରତି ଝଟତି,
ଚାହିଦେଲେ ହୃଦ ଦୟ ଭାଙ୍ଗୁଛି ତରଳିଯାଏ ଚମକି ଛାତି … (ଘୋଷା)

ନିର୍ବୋଷୀ ନିଷ୍ଠାପୀ, ହୋଇଣ ବଂଧୁ ଏତେ କଷଣ ସହିଣ
ମୁଁ ଦୀନହୀନ ତାରଣ କାରଣ,
ନିଷ୍ଣୁର କୁଶେ ଯାଉଛି ପ୍ରାଣ… |୧|

କଣ୍ଟା ମୁକୁଟର ଘାତେ କି ରକ୍ତ ଝରି ପଡୁଛି ଛାତିକି
ବର୍ଜୁଘାତେ ବକ୍ଷୁ ରକ୍ତ ଝରିକି ତିନ୍ତାଉଛି ନିରସ ମହିକି… |୧|

ହସ୍ତ ପାଦେ କଣ୍ଟା ମାରଣ ହୋଇ ସେ କୁଶ ଧନରେ ମନ
ନ କହି କାହାକୁ କଟୁ ବଚନ
ବିକଳେ ଅଙ୍କୁ ଛାଡ଼ିଲେ ପ୍ରାଣ… |୩|

ମୋର ଲଗା ହେବା ପାଇଁ କି ବନ୍ଧୁ ଏତେ କଷଣ ସହି କି
କଲ ମୋରି ପାଇଁ ପ୍ରେମ ଯାହାକି
କାଲବରୀ ପର୍ବତ କୁଶ ସାକ୍ଷୀ… |୪|

ସୂଚୀମାଳାକୁ ଫେରନ୍ତୁ

chalapatha dhare prabhu ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ


ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବ
ତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା)

ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟ
ଡରିବିନି ପ୍ରଭୁ ଚାଲୁଛି ସାହସେ, ତୁମଠି ରଖି ମୋ ଲୟ
ଝୁଣ୍ଟିବା ଆଗରୁ ଜାଣେ ମୁଁ ତୁମେ ତ,
ହାତ ମୋର ଧରି ନେବା… |୧|

ଛୋଟ ହୃଦୟଟି ତୁମ ଲାଗି ପ୍ରଭୁ, ରଖିବି ସଦା ମୁଁ ଖୋଲି
ଆହେ ମହାଜ୍ୟୋତି ମୋ ହୃଦ ବେଦୀରେ,
ପ୍ରେମ ଦୀପ ଦିଅ ଢ଼ାଳି
ସେ ଆଲୋକ ଶିଖା ନିତି ଜଳି ଜଳି,
ତୁମ ସ୍ତୁତି ଗାଉଥିବା… |୨|

ସୂଚୀମାଳାକୁ ଫେରନ୍ତୁ


chau dige dekho aaji moru ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତର


ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତର
ଶୁଣ ସେ ଡାକରା ଫିଟାଅ ପସରା
ବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା)

ତୁମ ବିନା ନାହିଁ କେହି ଆଉ ଦେଖାଇବ ସତ୍ୟଜ୍ୟୋତି
ହେ ଲବଣ ରୂପୀ ହେ ଖ୍ରୀଷ୍ଟଙ୍କ ସାକ୍ଷୀ
ଆଦେଶ ଘେନ ଯୀଶୁର କର ପ୍ରଚାର । |୧||

ଆସୁଅଛି ଖରେ ସେହି ଦିନ ବିଚାର କରିବେ ନ୍ୟାୟବାନ
ଦେଇଛନ୍ତି ଯେତେ ଗୁଣ ରାଗ କରୁଛ କି ତୁମେ ବିନିଯୋଗ
ହେ ଉତ୍କଳବାସୀ … ହେ ଖ୍ରୀଷ୍ଟ ବିଶ୍ୱାସୀ .
ଆଦେଶ ଘେନ ଯୀଶୁର କର ପ୍ରଚାର , |୨|

ସୂଚୀମାଳାକୁ ଫେରନ୍ତୁ

chalare krusa pathe chalare ଚାଲରେ କୃଶ ପଥେ ଚାଲରେ ମୁକ୍ତି ପଥେ


ଚାଲରେ କୃଶ ପଥେ ଚାଲରେ ମୁକ୍ତି ପଥେ
ଚାଲ ସିୟୋନ ପଥେ ଚାଲ ସେ ସ୍ଵର୍ଗ ପଥେ
ଚାଲ ଯୀଶୁଙ୍କ ପାଶେ (ଘୋଷା)


ଝୁଲୁଛନ୍ତି ସେ କୃଶେ, ପାପର ଦର୍ପ ନାଶେ
ଝରାଇ ରକ୍ତ କୁଶେ, ଡ଼ାକନ୍ତି ପାପୀ ପାଶେ
ଚାଲ ଯୀଶୁଙ୍କ ପାଶେ |୧|


ତୋର ଶୁଚି ନିମନ୍ତେ, ଝରୁଛି କୃଶେ ରକ୍ତ
ଆସ ପାପୀ ସମସ୍ତ; ହୁଅ ସେ ରକ୍ତ ଧୌତ
ହୋଇବ ପାପୁ ମୁକ୍ତ ।୨|


ଆସୁଛନ୍ତି ଆକାଶେ ନେବାକୁ ମୁକ୍ତ ଯେତେ
ସେହି ସିୟାନ ଦେଶେ ପାଇବ ଶାନ୍ତି ଶେଷ
ଚାଲ ଯୀଶୁଙ୍କ ପାଶେ |୩|

ସୂଚୀମାଳାକୁ ଫେରନ୍ତୁ

chaahan re chaahan re noro kaalobori ଚାହାଁରେ ଚାହାଁରେ ନର କାଲବରୀ


ଚାହାଁରେ ଚାହାଁରେ ନର କାଲବରୀ ଚୂଳେ,

ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା । 

 

କଣ୍ଟାର ଲତିକା ଶିରେ ଶୋଭୁଛି ମୁକୁଟ ସରି,

ନିବାରେ ନରକ କି ସେ ଯୁଗଳ କର ବିସ୍ତାରି,

ବିନ୍ଧିଛି ଦାରୁଣ ପ୍ରେକ ଚରଣ ଯୁଗଳେ । ୧ ।

 

 ତପତ ରକତ ଧାର ଶ୍ରୀଅଙ୍ଗୁ ପଡୁଛି ଝରି,

ବିଶ୍ୱର ଲାଞ୍ଛନା ପରା ଦେଇଛି ବକ୍ଷ ବିଦାରି,

ଅଧରେ କରୁଣା ଧାରା ପ୍ରେମରେ ଉଛୁଳେ । ୨ ।

chaalo premo poche godaayee ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ


ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ ଉପମା ଚାହିଁ । ଘୋଷା ।

କର ଏକ ଆରେକ ପ୍ରେମଖ୍ରୀଷ୍ଟଙ୍କର ଏହି ନୂଆ ବିଧାନ;

ଅଟେ ପରସ୍ପର ପ୍ରେମ ବ୍ୟବହାର ଖ୍ରୀଷ୍ଟଙ୍କ ଶିଷ୍ୟର ଲକ୍ଷଣ ଏହି । ୧ । 

 

ଦେଖ ତାହାଙ୍କ ମହା ପ୍ରେମପ୍ରେମେ କଲେ ସେ ନିଜ ପ୍ରାଣ ଦାନ;

ତାଙ୍କର ବିଧାନ କର ହେ ପାଳନପ୍ରେମେ ହେଉ ସବୁ ନିଷ୍ପନ୍ନ ଭାଇ । ୨ । 

 

ପ୍ରେମ ନ କରେ କ୍ରୋଧ କଳିପ୍ରେମେ ହୁଅ ସମସ୍ତେ ଏକମେଳି;

ଅଟେ ପ୍ରେମ ବିଧି ବହୁମୂଲ୍ୟ ନିଧିପ୍ରେମ ସଦାକାଳ ରହଇ ଭାଇ । ୩ । 

 

ପ୍ରେମ ଦୀର୍ଘକାଳ ସହଇବହୁଳ ପାପକୁ ଡାମ୍ପଇ ସେହି;

ପେମ୍ର ସଙ୍ଗ ଧରପେମ୍ରାଳାପ କରପେମ୍ର ବିନା କାହିଁରେ ଋଣୀ ନୋହି । ୪ । 

 

ପ୍ରେମ ରଜ୍ଜୁରେ ବନ୍ଧା ହୋଇ ଚାଲ ଖ୍ରୀଷ୍ଟ ପ୍ରେମ ପଛରେ ଧାଇଁ;

ପେମ୍ର ସ୍ୱର୍ଗପୁରେ ଧର୍ମଦୂତ ମେଳେପ୍ରେମେ ରହିବା ଏକମେଳି ହୋଇ । ୫ ।

ସୂଚୀମାଳାକୁ ଫେରନ୍ତୁ


chaalo trano potokaa dhori ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼


ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼ ନିର୍ଭର କରି । ଘୋଷା ।

କର ମଳିନ ବସ୍ତ୍ର ତ୍ୟାଗଖ୍ରୀଷ୍ଟ ରୂପ ବସ୍ତ୍ରେ ହୁଅ ହେ ସଜ;

ଯୀଶୁ ନାମେ ଧରି ବିଶ୍ୱାସର ଢାଲ ଆଗ ବଢ଼ି ଚାଲ ସାହସ କରି । ୧ ।

ପଥେ ଅଛି ଆପଦ ଘେରିଲାଗିଅଛି ପୁଣି ସମର ଭାରି;

ଶତ୍ରୁ ଶୟତାନ ପାପ ମୃତ୍ୟୁ ପୁଣ ବସିଣ ଅଛନ୍ତି ପଥ ଓଗାଳି । ୨ ।

 

 ବାକ୍ୟରୂପ କଠଉ ମାଡ଼ି ପଛକୁ ନ ହଟ ଆପଦ ଡରି

ଦ୍ୱିଧାର ଖଡ୍ଗ କଟି ଦେଶରେ ଭିଡ଼ି ଭରସା-ଟୋପର ମସ୍ତକେ ପିନ୍ଧି । ୩ । 

 

କି କରିବ ସଙ୍କଟକାଳ ସଙ୍ଗରେ ଅଛନ୍ତି ଇମ୍ମାନୁଏଲ;

ସଦା ସର୍ବକ୍ଷଣେ ସେ ରଖିବେ ଧରି ନିଜ ବାହୁବଳ ବିସ୍ତାର କରି । ୪ ।