ଜୟ ଯୁବାମେଷ ଯୀଶୁ ଜଗତ ଜୀବନ,
ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା ।


ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ,
ଯୋଗୀ-ଜପମାଳ ରଙ୍କ-ରତ୍ନଥାଳଅନନ୍ତ ଜୀବନ ଧନ । ୧ ।


ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ,
ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆଜୟ ତ୍ରିଲୋକପାବନ । ୨ ।


ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ,
 ସନ୍ତାପହରତା ତ୍ରିଏକ ବିଧାତାପୂର୍ଣ୍ଣ କର ମନସ୍କାମ । ୩ ।