Wednesday, February 26, 2025

bhanga hrudaye kalankita ehi ଭଙ୍ଗା ହୃଦୟେ କଳଙ୍କିତ ଏହି lyrics


ଭଙ୍ଗା ହୃଦୟେ କଳଙ୍କିତ ଏହି
ଶୁନ୍ୟ ଜୀବନ ମୋର
ତୁମ ଉପ ଯୋଗି ପାତ୍ର କରିପ୍ରଭୁ
କର ମୋତେ ବ୍ୟବହାର …(ଘୋଷା)

ମାଟିଠାରୁ ହିନ ଏଇ ମୋ ଜୀବନ
ଭରା ତହଁ କଳୁଷତା
ତୁମ ବାକ୍ୟ ଲାଗି ଓଠେ ମୋର ଖାଲି
ଭରିଅଛି ନିରବତା
ତୁମରି ଇଛାରେ ରୂପଦିଅ ତାରେ
ଭରିଦିଅ ତୁମ ସୁର … |୧|

ସାକ୍ଷୀ ତୁମ କର, ସାଥୀ ମୋର ହୁଅ
ତୁମ ଚଲା ପଥେ ନିଅ
ଧନ ସନମାନ ସବୁ ତୁମେ ନିଅ
ଅଭିମାନ ପୋଛିଦିଅ
କୃଶର ପ୍ରହାରେ ଭାଙ୍ଗି ମାୟା ମୋହ
ତୁମପରି ମୋତେ କର … |୨|

ସୂଚୀମାଳାକୁ ଫେରନ୍ତୁ

bhai re aji bada ananda ଭାଇରେ ଆଜି ବଡ଼ ଆନନ୍ଦ, lyrics


ଭାଇରେ ଆଜି ବଡ଼ ଆନନ୍ଦ,

ମୃତ୍ୟୁଜୟୀ ମହାପ୍ରଭୁ ପରମ ଆନନ୍ଦ (ଘୋଷା)


ଟାଣପଣ ନରକର ଭାଗିଲା ଏଥର

ବଦ୍ଧ ପାପୀ ଲଭେ ପ୍ରାଣେ ମୁକତି ଆନନ୍ଦ … |୧|


ମୃତ୍ୟୁ ଶକତି ନିଦାନ ଭୀତ ଶୟତାନ

ଲୁଚିଲା ନର ଜୀବନ ମରଣ ବିଷାଦ … |୨|


ଅଗଢ଼ା ଅନନ୍ତ ଜ୍ୟୋତି ନାଶି ମୃତ୍ୟୁ-ରାତି

ମତେ ବିତରିଲାଣି ଅମୃତ-ଆନନ୍ଦ … |୩|


ପ୍ରଭୁ ( ଯୀଶୁ) ପାଦ କୋକନଦ ସୁପ୍ରେମ ମରନ୍ଦ

ପିଅରେ ଆକଣ୍ଠ ଭୋଳେ ଭକତି ମିଳନ୍ଦ … |୪|


ସୂଚୀମାଳାକୁ ଫେରନ୍ତୁ

bhabi thili mu jibane ଭାବିଥିଲି ମୁଁ ଜୀବନେ (ପ୍ରଭୁ) ହେବି lyrics


ଭାବିଥିଲି ମୁଁ ଜୀବନେ (ପ୍ରଭୁ) ହେବି ଏକା ତୁମର
ଟାଣିନେଲା ମୋତେ ମୋହ ମାୟା ସଂସାର (ଏହି) … (ଘୋଷା)

ମନ ଅଇନାରେ, ଯେବେ ଦେଖେ ନିଜକୁ
କଳ୍କିତ କଲି ତୁମରି ଆତ୍ମାକୁ
ଦେବାକୁ ତୁମରି ହାତେ ଖାଲି ପାପ ଅଛି ମୋହର … |୧|

କର୍ମପଥେ ଚାଲିଛି ଚାଲିବି ବହୁ ଦୂର
ଧର୍ମପଥେ ଟିକିଏ, ପାଦ କଢ଼ାଇ ନିଅ ପ୍ରଭୁ
ଶୁଣିଛି ପ୍ରଭୁ ହେ ତୁମେ ସହାୟ ସେ ଅସହାୟର … |୨|

ସୂଚୀମାଳାକୁ ଫେରନ୍ତୁ

bhaba aranya re patha harayee ଭବ ଅରଣ୍ୟରେ ପଥ ହରାଇ ବୁଲୁଛି lyrics


ଭବ ଅରଣ୍ୟରେ ପଥ ହରାଇ ବୁଲୁଛି ଏକା ମୁହିଁ
ପାଉ ନାହିଁ ରାହା କିଏ ଦେବ ମୋତେ ପଥ ଦେଖାଇ… (ଘୋଷା)

ଯାଏ ଯେଉଁଆଡେ ମୋ ନିଜ ଇଚ୍ଛାରେ ପାଏନା ସତ୍ୟ ପଥ
ଭବାରଣ୍ୟ ଶୁଣି ସିଂହର ଗର୍ଜନ ଭାଗିଯାଏ ମୋ ହୃଦ
କାହାକୁ ଗ୍ରାସିବି ବୋଲି ଖୋଜେ ସେ ତ
କାହିଁ ମୋ ରକ୍ଷା ପାଇ… |୧|

କିଏ ଉଦ୍ଧାରିବ ଘୋର ବିପଦରୁ ଶୁଣି ମୋ ଆରତ
ନିର୍ଭୟେ ବାନ୍ଧିବ ଦୁଷ୍ଟ ଶୟତାନ ନ ହେଲେ ରକ୍ଷା ପ୍ରାପ୍ତ
ଯୀଶୁ ନାମେ ସିନା ଅଛି ରକ୍ଷାପଥ ଭବୁ ତାରିବା ପାଇଁ… |୨|

ହେ ଯୀଶୁ ଈଶ ତୁମେ ହିଁ ସତ୍ୟ ତୁମେ ଜୀବନ ପଥ
ତୁମକୁ ହରାଇ ତୃଟି ମୁଁ କରିଛି ଦୟାରେ ଧରି ହାତ
କଢ଼ାଇନିଅ ସତ୍ୟ ପଥେ ସତତ, ସାହା ମୋ ନାହିଁ କେହି… |୩|

ସୂଚୀମାଳାକୁ ଫେରନ୍ତୁ