Tuesday, February 18, 2025

sana sana pila ame ସାନ ସାନ ପିଲା ଆମେ Odia Christian Lyrics


ସାନ ସାନ ପିଲା ଆମେ
ସରଗ କଳି..ଆମେ ସରଗ କଳି….
ଛୋଟ ଦୀପ ପରି ଆମେ ଯିବୁରେ ଜଳି..ଆମେ..(ଘୋଷା)

ଆମ ମନେ ନାହିଁ ଭେଦ ଛଳନା କେବେ
ଆମ ଲୁହ ଆର କ୍ଷଣେ ହସରେ ଲିଭେ
ସେହି ହସ ଝରିଯାଏ ମୁକୁତା ଭଳି…ସେ ଯେ ମୁକୁତା ଭଳି || ୧ ||

ଯୀଶୁ ବାପା ଆମ ସାଥି ଆମେ ତ ମେଷ
ନେଇଯାନ୍ତି ସେ ଆମରି ଦୁଃଖ ଅଶେଷ
ଆମେ କରୁ ତାଙ୍କ ଜୟ ପ୍ରଶଂସା ତୋଳି… ତାଙ୍କ ପ୍ରଶଂସା ତୋଳି || ୨ ||

ସୂଚୀମାଳାକୁ ଫେରନ୍ତୁ


sukha dine mu ta tumaku ସୁଖ ଦିନେ ମୁଁ ତ, ତୁମକୁ ଦେଇଛି ପାଶୋରି Odia Christian Lyrics


ସୁଖ ଦିନେ ମୁଁ ତ, ତୁମକୁ ଦେଇଛି ପାଶୋରି
ଆଜି ଦୁଃଖ ବେଳେ ତୁମକୁ ଡାକିଲେ
ଆଜି ଦୁଃଖ ଦିନେ ତୁମକୁ ହେଜିଲେ
କରୁଣା ଦେବ କି ଜାଳି
ପ୍ରଭୁ ତୁମକୁ ଦେଇଛି ପାଶୋରି (ଘୋଷା)

ଅଳୀକ ଜଗତେ ସୁଖର ମୂଳ୍ପନା
ରଖିଥିଲା ମୋତେ କରି ବନ୍ଦାପନା
ସେ ବେଳେ ତୁମକୁ ଡାକିନାହିଁ ପ୍ରଭୁ
ସୁଖ ସାଗରରେ ସନ୍ତରି
ପ୍ରଭୁ ତୁମକୁ ଦେଇଛି ପାଶୋରି || ୧ ||

କରି ଅନୁତାପ ଡାକୁଛି ହେ ପ୍ରଭୁ
କ୍ଷମା କର ଆଜି ମୋର ପାପ ସବୁ
ଅବାଧ ମୁଁ ଦୀନ ଶପଥ କରୁଛି
ହେଜିବି ତୁମକୁ ମନରେ ମୁଁ ନିତି
ଦୁଃଖ ନିଅ ହେ ମୋହରି
ପ୍ରଭୁ ତୁମକୁ ଯିବିନି ପାଶୋରି || ୨ ||

ସୂଚୀମାଳାକୁ ଫେରନ୍ତୁ


simahina akasha ra nilimare ସୀମାହୀନ ଆକାଶର ନୀଳିମାରେ Odia Christian Lyrics


ସୀମାହୀନ ଆକାଶର ନୀଳିମାରେ
କହିଯାଏ ତାରାଟିଏ
ଜନମିଛି ତୁମପାଇଁ ଧରାପରେ….
ସରଗର ଶିଶୁଟିଏ (ଘୋଷା)

ସୁନ୍ଦର ଶିଶୁ ରୂପରେ, ଶାନ୍ତିରାଜା ଜନମିଲେ
ସରଗ ଶାନ୍ତିର ବାଣୀ, ପ୍ରେମରେ ସେ ଢାଳିଦେଲେ
ମୁକତିର ପଥ କରି ଆଲୋକିତ ପ୍ରଣୋଦନ ସେ ହୋଇଲେ
ସରଗର ଶିଶୁଟିଏ || ୧ ||

ବାକ୍ୟରୁପି ହୋଇ ନିଜେ ମାନବ ରୂପ ଧରିଲେ
ତାଙ୍କ ମହା କରୁଣାରେ, ଦୁଃଖୀ ଦୁଃଖ ନେଇଗଲେ
ପାପୀ ମାନବକୁ ଆମର ପ୍ରେମରେ ଅନନ୍ତ ଜୀବନ ଦେଲେ
ସରଗର ଶିଶୁଟିଏ || ୨ ||

Lyrics/Composition: Late Mr. Tapan Suna (Balangir, Odisha)

ସୂଚୀମାଳାକୁ ଫେରନ୍ତୁ


se nadira upakule ସେ ନଦୀର ଉପକୂଳ Odia Christian Lyrics


ସେ ନଦୀର ଉପକୂଳ
କି ସୁରମ୍ୟ ଛଳ ଛଳ
ବହେ ତହିଁ ପ୍ରେମ ଜଳ ଉପୁରି ତା ସ୍ବର୍ଗସ୍ଥଳ (ଘୋଷା)

ସେ ନଦୀ ଜଳରେ ଭାଇ ପାପ ଦାଗ ଯାଏ ଧୋଇ
ଯେତେ ପାପୀ ସବୁ ଚାଲ ଯିବା ସେ ନଦୀର କୂଳ || ୧ ||

ପାପୀ ଜନ ନିରାଶାରେ ମରୁଥିଲେ ଯେ ତୃଷାରେ
ଦେବାକୁ ଅମୃତ ଜଳ, ବହିଲା ସେ ନଦୀ ଜଳ || ୨ ||

ଅମୃତ ଜଳର ଉତ୍ସ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
ଡାକୁଛନ୍ତି ଆସ ପିଇ ବଞ୍ଚିବ ଅନନ୍ତ କାଳ || ୩ ||

ସୂଚୀମାଳାକୁ ଫେରନ୍ତୁ

he santi adhara ହେ ଶାନ୍ତି ଆଧାର ତବ ଛନ୍ଦା ଚରଣେ Odia Christian Lyrics


ହେ ଶାନ୍ତି ଆଧାର ତବ ଛନ୍ଦା ଚରଣେ ନମୁଁଛୁ ପ୍ରଭୁ ହେ
ଉଭା ହୋଇ ତବ ଦୁଆର (ଘୋଷା)

ହେ ପ୍ରଭୁ ତୁମେ କେଡେ ମହାନ୍
ସରାଗିବାହିନୀ ଯା’ଙ୍କ ଅଧୀନ
ଗଗନ ପବନ ସାଗର ତରଙ୍ଗ,
ଆଦେଶ ମାନେ ଯାହାର… |୧|

ଯୁଗ ଯୁଗ ଧରି ତୁମେ ସମାନ
ମିଳେ ସବୁଠାରେ ତୁମରି ସନ୍ଧାନ
ତୁମରି ଅନାଦି ଅନନ୍ତ ନାମରେ,
ପ୍ରକୃତି ତୋଳେ ଝଙ୍କାର… |୨|

ଧରମ ମିହିର ତୁମେ ଜଗଜ୍ୟୋତି
ବିନାଶିଛି ଯୀଶୁ ତୁମେ ଅମାରାତି
ତୁମରି ଆଲୋକେ ଆଲୋକିତ କର,
ଆମେ ତବ ପରିଚାର … |୩|

ସୂଚୀମାଳାକୁ ଫେରନ୍ତୁ


Vandanam yesayya vandhanam yesaiah వందనం యేసయ్యా వందనం యేసయ్యా

 నీవు చేసిన మేళ్లకు

నీవు చూపిన కృపలకు (2)
వందనం యేసయ్యా (4)

ఏపాటివాడనని నేను
నన్నెంతగానో ప్రేమించావు
అంచెలంచెలుగా హెచ్చించి
నన్నెంతగానో దీవించావు (2) ||వందనం||

బలహీనుడనైన నన్ను
నీవెంతగానో బలపరచావు
క్రీస్తేసు మహిమైశ్వర్యములో
ప్రతి అవసరమును తీర్చావు (2) ||వందనం||

parishudha parishudha prabhuva పరిశుద్ద పరిశుద్ద ప్రభువా

 పరిశుద్ద పరిశుద్ద ప్రభువా


పరిశుద్ద పరిశుద్ద పరిశుద్ద ప్రభువా
వర దూత-లైన నిన్ వర్నింపగలరా (2)


1. పరిశుద్ద జనకుడ పర-మాత్మ రూపుడ (2 )
నిరుపమ బల-బుద్ది నీతి ప్రభవా

2. పరిశుద్ద తనయుడ నర రూప ధారుడ (2 )
నరు-లను రాక్షించు కరుణా సముద్రా

3. పరిశుద్ద మగు నాత్మ వర ము-లిడు నాత్మ (2)
పర-మానంద ప్రేమ భక్తుల కిడుమా

4. జనక కుమరాత్మ లను నెక దేవ (2)
ఘన మహిమ చెల్లును దనరా నిత్యముగా

mahima ghanathaku arhudavu మహిమ ఘనతకు అర్హుడవు

 మహిమ ఘనతకు అర్హుడవు

నీవే నా దైవము
సృష్టికర్త ముక్తి దాత ||2||
మా స్తుతులకు పాత్రుడా
ఆరాధనా నీకే ఆరాధనా నీకే
ఆరాధనా స్తుతి ఆరాధనా ఆరాధనా నీకే ||2||
ఆరాధనా నీకే ఆరాధనా నీకే

మన్నాను కురిపించినావు
బండనుండి నీల్లిచ్చినావు
యెహోవా ఈరే చూచుకొనును
సర్వము సమకూర్చును ||ఆరాధనా||

వ్యాధులను తొలగించినావు
మృతులను మరి లేపినావు
యెహోవా రాఫా స్వస్థపరచును
నను స్వస్థపరచును ||ఆరాధనా||

ninne ninne ne koluthunayya నిన్నే నిన్నే నే కొలుతునయ్యా నీవే నీవే నా

 యేసయ్యా యేసయ్యా యేసయ్యా యేసయ్యా

నిన్నే నిన్నే నే కొలుతునయ్యా
నీవే నీవే నా రాజువయ్యా ॥2॥
యేసయ్య యేసయ్య యేసయ్యా ॥నిన్నే నిన్నే॥
1॰
కొండలలో లోయలలో
అడవులలో ఎడారులలో
నన్ను గమనించినావా ॥2॥
నన్ను నడిపించినావా
॥యేసయ్యా॥
2॰
ఆత్మీయులే నన్ను అవమానించగా
అన్యులు నన్ను అపహసించగా
అండ నీవైతివయ్యా ॥2॥
నా కొండ నీవే యేసయ్యా
॥యేసయ్యా॥
3॰
మరణఛాయలలో మెరిసిన నీ ప్రేమ
నలిగిన బ్రతుకున కురిసిన నీ కృప
నన్ను బలపరచెనయ్యా ॥2॥
నిన్నే ఘనపరతునయ్యా
॥యేసయ్యా॥
4॰
వంచెన వంతెన ఒదిగిన భారాన
ఒసగక విసిగిన విసిరె కెరటానా
కలలా కడతేర్చినావా ॥2॥
నీ వలలో నను మోసినావా
॥యేసయ్యా॥

viluveleni naa jeevitham nee chethilo padagaane విలువేలేని నా జీవితం నీ చేతిలో పడగానే

 విలువేలేని నా జీవితం – నీ చేతిలో పడగానే

అది ఎంతో విలువని నాకు చూపితివే
జీవమే లేని నాలో నీ – జీవమును నింపుటకు
నీ జీవితాన్నే ధారబోసితివే (2)

నీది శాశ్వత ప్రేమయా – నేను మరచిపోలేనయా
ఎన్ని యుగాలైనా మారదు
ఎండిన ప్రతి మోడును – మరలా చిగురించును
నా దేవునికి సమస్తము సాధ్యమే (2)

పాపములో పడిన నన్ను
శాపములో మునిగిన నన్ను
నీ ప్రేమతో లేపితివే
రోగమే నన్ను చుట్టుకొనియుండగా
రోదనతో ఒంటరినైయుండగా
నా కన్నీటిని తుడిచితివే (2) ||నీది||

పగలంతా మేఘ స్తంభమై
రాత్రంతా అగ్ని స్తంభమై
దినమంతయు రెక్కలతో కప్పితివే
స్నేహితులే నన్ను వదిలేసినా
బంధువులే భారమని తలచినా
నా కొరకే బలి అయితివే (2) ||నీది||

సాధ్యమే సాధ్యమే సాధ్యమే
నా యేసుకు సమస్తము
సాధ్యమే సాధ్యమే సాధ్యమే
నా ప్రియునికి సమస్తము (2)

ఎండిన ప్రతి మోడును మరలా చిగురించును
నా దేవునికి సమస్తము సాధ్యమే (2) ||విలువేలేని||

he prabhu jishu karunamaya ହେ ପ୍ରଭୁ (ଯୀଶୁ) କରୁଣାମୟ ସତ୍ୟ Odia Christian Lyrics


ହେ ପ୍ରଭୁ (ଯୀଶୁ) କରୁଣାମୟ ସତ୍ୟ ପଥେ ନିଅ ହେ
ଯେ? କେହି ଯାଏ ଅସତ୍ୟ ପଥେ
ଭବସାଗରେ ମରେ ହେ (ଘୋଷା)

ତୁମେ କରିଛି ନର ସୃଜନ,
କରିବାକୁ ତୁମ ସ୍ତୁତି ଭଜନ
ଭୁଲିଯାଏ କେହି ଅନ୍ତର କରୁ ତୁମେ
ଭୁଲି ଯାଅନ ହେ… |୧|

ନର ଜୀବନେ କେତେ ଯେ ବାଧା,
ଲହରୀ ପରି ଆସଇ ସଦା
କାତର ନ ହୋଇ ଡାକେ ତୁମକୁ
ହରଷେ ଡାକ ଶୁଣ ହେ |୨|

ତୁମରି ରଚିତ ଏହି ସଂସାର,
ଜଗତର କିଛି ନୁହେଁ ଆମର
ଯାହା, ଦେଖୁଅଛୁ ସବୁ ତୁମର,
କେ କଳନା କରିପାରେ ହେ । |୩|

ତୁମେ ହିଁ ଅଟ ଜ୍ୟୋତି ଆମର,
ପାପ ଜଗତରୁ ଉଦ୍ଧାର କରି
ତେଜି ପାପ ସବୁ ଆଜି ସତ୍ୱର,
ଚାଲୁଥୁବୁ ତୁମ ସାଥେ ହେ I୪I

ଆମେ ଅଧମ ଆମେ ଅକ୍ଷମ,
ସାହସ ଶକତି କର ପ୍ରଦାନ
ଗାଉଥୁବ ତୁମ ପବିତ୍ର ନାମ,
ସଦାନନ୍ଦ ଏହି ପ୍ରାଣେ ହେ I୫I

ସୂଚୀମାଳାକୁ ଫେରନ୍ତୁ


hayo ! moro papo pain re ହାୟ ! ମୋର ପାପ ପାଇଁରେ ପ୍ରଭୁ Odia Christian Lyrics


ହାୟ ! ମୋର ପାପ ପାଇଁରେ ପ୍ରଭୁ ଯୀଶୁ ମଲେ କୃଶରେ
ମୋ ପାପର ଦଣ୍ଡ ସହି କ୍ଷତ ବିକ୍ଷତ ସେ ହୋଇ
ହୋଇଲେ ଚୂର୍ଣ ଶରୀରେ
ତାହାଙ୍କ ଶାସ୍ତି ଭୋଗରେ ପାଇଲି ଶାନ୍ତି ଆମାରେ … (ଘୋଷା)

ମୁଣ୍ଡରେ କଣ୍ଟା ମୁକୁଟ ଲହୁରେ ଭରା ଲଲାଟ
କାଣେ ଭାରି କୁଶ କାଠ ପିଠିରେ କୋରଡ଼ା ଛୋଟ
ଛେପ ପକାଉଛି କେହିବା ମୁଖରେ
ଚାପୁଡ଼ାକେ ମାରେ ଥଟ୍ଟାରେ
ତଥାପି ସେ ନିରବରେ ସହିଲେ ସବୁ ପ୍ରେମରେ … |୧|

ନିର୍ଭେଷ ନିଷ୍ପାପ ହୋଇ ଦୋଷୀ ପ୍ରାୟ ଦଣ୍ଡ ସହି
ମୋତେ କ୍ଷମା ଦେବା ପାଇଁ କୁଶବିଦ୍ଧ ହେଲେ ସେହି
ମୋ ପାଇଁ ରକତ ବୁହାଇ କହିଲେ,
ପିତଃ କ୍ଷମ ପାପ ଏହାର
ଭୁଲିବିନି ଜୀବନରେ ଅବା, ମରଣ କାଳରେ |୨|

ସୂଚୀମାଳାକୁ ଫେରନ୍ତୁ

he jish tuma premo mu ହେ ଯୀଶୁ ତୁମ ପ୍ରେମ ମୁଁ ପାଶୋରିବି କି Odia Christian Lyrics


ହେ ଯୀଶୁ ତୁମ ପ୍ରେମ ମୁଁ ପାଶୋରିବି କି ? (ଘୋଷା)
ପ୍ରକାଶି ଅସୀମ ପ୍ରେମ ତେଜିଲ ସ୍ଵର୍ଗ ଭୂବନ
ସେ ପ୍ରେମ ଉପମା କାହୁଁ ମୁଁ ପାଇବି କି ? I୧|

ଅଶେଷ ଦୁଃଖ ସହିଣ ବିସର୍ଜଲ ନିଜ ପ୍ରାଣ,
ଛାର ମୁଖେ ତାହା ବଣ୍ଡି ମୁଁ ପାରିବି କି ? |୨ |

ଧୋଇଲେ ସେ ମହାପ୍ରେମ, ହୃଦୟ ହୁଏ ବିଦୀର୍ଣ୍ଣ
କିବା ପ୍ରତିଦାନେ ତାହା ଶୁଝିବି କି ? |୩|

ହେ ଯୀଶୁ ତ୍ରାତା ପରମ, ଗଲେ ଯିବ ଏ ଜୀବନ,
ସେ ଅନନ୍ତ ପ୍ରେମ ସତେ ମୁଁ ମୂଚ୍ଛିବି କି ? |୪|

ସୂଚୀମାଳାକୁ ଫେରନ୍ତୁ

halleluya halleluya gao jisu jaya ହାଲିଲୁୟା, ହାଲିଲୁୟା ଗାଅ ଯୀଶୁ ଜୟ Odia Christian Lyrics


ହାଲିଲୁୟା, ହାଲିଲୁୟା ଗାଅ ଯୀଶୁ ଜୟ
ନୂଆ ଜନ୍ମ ଲଭେ ହୁଏ ନୂତନ ହୃଦୟ (ଘୋଷା)


ଯୀଶୁ ନାମେ ଅଛି ପାପ କ୍ଷମା ଭାଇରେ
ଯୀଶୁ ରକ୍ତ ସବୁ ପାପ ଯାଏ ଧୋଇରେ
ଯୀଶୁ ପାଶେ ରହିଥିଲେ ନାହିଁ ପାପ ଭୟ |୧|


ମନ ଫେରାଇଲେ ଭାଇ ମିଳଇ ଶାନ୍ତି
ମନ ଆମ୍ବା ଦେହ ପୁଣି ଲଭେ ଶକତି
ମନ ହୁଏ ସ୍ଥିର ଚିତ୍ତ ଲଭେ ପରାଭୟ |୨|

ଚାଲ ମନ ପରିତ୍ରାଣ ଘେନ ବହନ
ଚାଲ କୁଶ ପାଶେ ଥାଉ ଥାଉରେ ଦିନ
ଚାଲରେ ସ୍ବର୍ଗୀୟ ପଥେ ନକରି ସଂଶୟ |୩|

ସୂଚୀମାଳାକୁ ଫେରନ୍ତୁ

he jisu he prabhu aasichhi ହେ ଯୀଶୁ ହେ ପ୍ରଭୁ ଆସିଛୁ ତୁମ ପାଦ Odia Christian Lyrics


ହେ ଯୀଶୁ ହେ ପ୍ରଭୁ ଆସିଛୁ ତୁମ ପାଦ ତଳେ
ଦରଶନ ଦିଅ ଥରେ .. (ଘୋଷା)


ଏହି ଜଗତର ଅନ୍ଧକାର ପଥେ,
ସଢୁଥିଲି ମୁଁ ପାପରେ
ଶୁଣି ଯୀଶୁ ନାମ ଦିଏ ପରିତ୍ରାଣ,
(ପ୍ରଭୁ) ଆସିଛି ତୁମ ଚରଣେ |୧|


ଶୁଣିଲି ମୁଁ ବାଣୀ କ୍ରୁଶର କାହାଣୀ
ମୋ ପାଇଁ ଦେଲ ଜୀବନ ।
ମୋର ପାପ ନେଇ ତୁମ ରକ୍ରେ ଧୋଇ,
(ପ୍ରଭୁ) କର ମୋତେ ନୂତନ | ୨|


ତୁମେ ମୋ ରକ୍ଷକ ହୋଇ ମୋ ପାଳକ,
ଦେଇଛ ତୁମ ଅନୁଗ୍ରହ ।
ତୁମ ନାମ ଗାଏ ସଦା ଆନନ୍ଦ ପାଏ,
(ଯୀଶୁ) ତାହା ମୁଁ ଚାହେଁ ଜୀବନେ… |୩|

ସୂଚୀମାଳାକୁ ଫେରନ୍ତୁ


halleluya hosana halleluya hosana ହାଲିଲୁୟା ହୋଶାନ୍ନା ହାଲିଲୁୟା ହୋଶାନ୍ନା Odia Christian Lyrics


ହାଲିଲୁୟା ହୋଶାନ୍ନା ହାଲିଲୁୟା ହୋଶାନ୍ନା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା । (ଘୋଷା)


ସେ ଯେ’ ଆମ ତ୍ରାଣକାରୀ ଜୀବନ କରତା
ସେ ଯେ’ ଆମ ଦୁଃଖହାରୀ ବିଶ୍ୱ ନିୟନ୍ତା ।
ଜୀବନେ ଯାହା ପାଇଛୁ ସବୁ ତାଙ୍କରି କରୁଣା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା
ଆସ ଯେତେ ଭକ୍ତଗଣ ଦିଅ ଧନ୍ୟବାଦ | ୧|


ପ୍ରଭୁ ନାମେ ଭକ୍ତି ଚିରେ ଘେନ ଆଶୀର୍ବାଦ
ପରମ ପିତା ଘେନିଲେ ଆମ ଜୀବନ ଯାତନା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା ( ୨ ଥର) | ୨|

ସୂଚୀମାଳାକୁ ଫେରନ୍ତୁ

He aakasha mandala suna ହେ ଆକାଶ ମଣ୍ଡଳ ଶୁଣ ଶୁଣ Odia Christian Lyrics


ହେ ଆକାଶ ମଣ୍ଡଳ ଶୁଣ ଶୁଣ
ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)
କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
ଅଗ୍ନି ତେଜରେ ରାଜା ଆସିବେ
ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
ହେ ପୃଥିବୀ .
ଆସୁଛି ଅତି ଭୟଙ୍କର ଦିନ ||୧||


ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
ତା’ନୁହେଁ ସେ ଚିର ଆନନ୍ଦ … ହୋ … ହୋ
ହେ ପୃଥିବୀ … ତୁମେ ହୁଅ ଚଞ୍ଚଳ ସାବଧାନ || ୨ ||

ଯୀଶୁଙ୍କ ରକତେ କିଣା ଯେତେ ଜନ ରହିଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
ସଂଗ୍ରହ କରିବେ ଦୂତ ଗଣ
କରିବାକୁ ସରଗେ ଗ୍ରହଣ .. ହୋ … ହୋ
ହେ ପୃଥ୍ବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ ।୩।

ସୂଚୀମାଳାକୁ ଫେରନ୍ତୁ

he sarvadesiyo maanobo gono ହେ ସର୍ବଦେଶୀୟ ମାନବଗଣ, Odia Christian Lyrics


ହେ ସର୍ବଦେଶୀୟ ମାନବଗଣ,

କର ଯିହୋବାଙ୍କ ପ୍ରଶଂସା ଗାନ,

ତାହାଙ୍କ ଗୌରବଯୁକ୍ତ ସିଂହାସନ ଛାମୁରେ କର ସମ୍ଭ୍ରମ ପ୍ରଣାମ ା ଧ୍ରୁବ । 

ସେହି ପ୍ରଭୁ ଅଟନ୍ତି ହୁଅ ଜ୍ଞାତ,

ଅସୀମ ଜ୍ଞାନଯୁକ୍ତ ପରାକ୍ରାନ୍ତ,

ସେହି ପାରନ୍ତି କରିବାକୁ ନିର୍ମାଣ,

ସେହି ପାରନ୍ତି କରି ବିନାଶନ     ା ୧ ।

 

ଆମ୍ଭେମାନେ ନୋହୁଁ ଯେ ଆତ୍ମସୃଷ୍ଟ,

ସେହି କରିଅଛନ୍ତି ରୂପବନ୍ତ

ପ୍ରକାଶି ଅସୀମ ଜ୍ଞାନ ପରାକ୍ରମ,

ଧୂଳିରୁ ଶରୀର କଲେ ନିର୍ମାଣ । ୨ ।

 

ଆମ୍ଭେମାନେ ତାହାଙ୍କ ଲୋକଗଣ ଅଥବା ତାଙ୍କ ମେଷପଲ ଜାଣ,

ମେଷ ତୁଲ୍ୟ କଲେ ବିପଥେ ଗମନ,

ଖୁଆଡ଼େ ଫେରାଇ ଆଣନ୍ତି ପୁଣ । ୩ ।

 

ଆସ ଆନନ୍ଦେ ଆସ ସର୍ବ ପ୍ରାଣୀ,

କର ତାଙ୍କ ମନ୍ଦିରେ ଜୟଧ୍ୱନି,

ଧନ୍ୟବାଦ-ପ୍ରଶଂସା-ସୁଗନ୍ଧି ଧୂପେ କର ତାଙ୍କ ମନ୍ଦିର ପରିପୂର୍ଣ୍ଣ   ା ୪ ।

 

ସେହି ମଙ୍ଗଳଦାୟକ ଈଶ୍ୱର,

ଚିରକାଳସ୍ଥାୟୀ କୃପା ତାଙ୍କର,

ସତ୍ୟତା ତାଙ୍କର ଅଟଇ ଅଟଳ,

ଅତ୍ୟନ୍ତ ଦୃଢ଼ ପର୍ବତ ପ୍ରମାଣ   ା ୫ ।

he saraga chanda jishu ହେ ସରଗ ଚାନ୍ଦ ଯୀଶୁ Odia Christian Lyrics


ହେ ସରଗ ଚାନ୍ଦ ଯୀଶୁ ଆସିଦେଇ ଯାଅ ସୁଧାଂଶୁ
ଅନାଇ ବସିଛୁ ମିଳି ପାଇବୁ ବୋଲି ଉର୍ଦ୍ଧ ଆକାଶୁ … (ଘୋଷା)

ଆଗମନେ କରାଅ ସରସ ପ୍ରତିପ୍ରାଣେ ପରସି ପିୟୁଷ
ତୁମରି ବିହୁନେ ସକଳେ ଅସୁନ୍ଦର ଦିଶଇ ଆସ୍ୟ
ଆସି ବସ ପ୍ରତି ବିଶ୍ଵର
ତବ କରୁଣା ରୂପ ହସୁ … ଅନାଇ .. |୧|

ପୁଅ ଝିଅ ବିଭିନ୍ନ ସ୍ଥାନରୁ ଆସି ଅଛନ୍ତି ଆହେ ଶିକ୍ଷା ଗୁରୁ
ଭାଷଣ ଶୁଣାଇ ମନରୁ ଦୂରକର ସନ୍ଧେହ – ଭୀରୁ
କରି ଜ୍ଞାନଯୁକ୍ତ କରନ୍ତୁ ମୁକ୍ତ
ସକଳ ପାପ ତ୍ରାଷୁ …. ଅନାଇ … |୨|

ଜାଇ ଧ୍ୟାୟି କରୁଛୁ ଗୁହାର, ଦେଇ କି – ଧନ ପ୍ରୀତି ଉପହାର
ତୋଷିବ ଜୀବନ ଅଯୋଗ୍ୟ ଦୀନହୀନ ବାନ୍ଧବ ତୋର
ଦେଇ ପ୍ରେମରୁଣ କରିବ ଧନ୍ୟ
ମଧ୍ୟସ୍ଥ ହେବେ ଯୀଶୁ … ଅନାଇ … |୩|

ଦାୟାଗୁଣେ ନ ହେଜି ଅଭାବ ଦାଇତ୍ୱ ନେଇ ପୁତ ମନଭାବ
ଦେଖାଇ ପୁରାଣ କରିବ ଶାୟତାନ ଲଜ୍ଜିତ ହେବ
ପ୍ରେମଛଳେ ହେଇ ବନ୍ଧନ
ପ୍ରତି ମନରେ ମନ ମିଶୁ … ଅନାଇ … |୪|

ସୂଚୀମାଳାକୁ ଫେରନ୍ତୁ

ଗୀତ ରଚନା : ଭିକାରି ବୀର ଓ ଦଣ୍ଡାସି ପାଇକ
ଗାୟକ ବୃନ୍ଦ : ଆଶାପୂର୍ଣ୍ଣ ବୀର ଓ ଯୀହୋଶିୟ ପାଳ

ଗଂଜାମ (ଗଜପତି) ମାଳ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ
ଅଷ୍ଟ-ଚତ୍ୱାରିଂଶ ବାର୍ଷିକ ଅଧିବେଶନ
ସ୍ଥାନ : ଛେଳିଗଡ଼ ମଣ୍ଡଳୀ

ତାରିଖ : ୧୯୭୦ ମାର୍ଚ୍ଚ ୧୫ ଠାରୁ ୧୮ ପର୍ଯ୍ୟନ୍ତ

he dharmaatmaa binoyo gheno ହେ ଧର୍ମାତ୍ମା, ବିନୟ ଘେନ, Odia Christian Lyrics

 

ହେ ଧର୍ମାତ୍ମାବିନୟ ଘେନ,

ବିନୟ ଘେନି ମୋ ମନେ ହୁଅ ବିଦ୍ୟମାନ । ଘୋଷା ।

ଆସ ଦୀପ୍ତି ସମନାଶ ମୋର ହୃଦୁଁ ସବୁ ଦୁଷ୍କୃତ ତମ,

ତବ ଦୀପ୍ତିରେ ମୋ ପ୍ରାଣ ହେଉ ସଦା ଦୀପ୍ତିମାନ,

ପାପକ୍ଷତିଶୟତାନ ନ କରୁ ତା ବିନାଶନ । ୧ ।

ଆସ ଅଗ୍ନି ସମହୃଦେ ପ୍ରବେଶି ସମ୍ପୂର୍ଣ୍ଣ କର ଶୋଧନ,

ପୁନର୍ଜନ୍ମ ସୁଲକ୍ଷଣ ତହିଁ କର ପ୍ରକାଶନ,

ହେଉ ତା ତୁମ୍ଭର ରାଜ୍ୟ କର୍ତ୍ତାପଣର ଆସନ । ୨ । 

 

ଶିଶିର ପ୍ରମାଣ ହେ ସୁସ୍ଥିର ଆତ୍ମା ହୃଦେ ହୁଅ ପତନ,

ସେହି ଅନୁର୍ବର ପ୍ରାଣଉର୍ବରା ଭୂମି ସମାନ

ତବ ଗ୍ରାହ୍ୟ ଯୋଗ୍ୟ ଫଳରେ କର ସଦା ଫଳବାନ । ୩ ।

ଆସ କାପ୍ତାସମଆସ ପ୍ରେମ-ଶାନ୍ତି-ପକ୍ଷ କରି ବିସ୍ତୀର୍ଣ୍ଣ,

ମୋ  ମୁଣ୍ଡେ ତବାଧିଷ୍ଠାନ ସୌନ୍ଦର୍ଯ୍ୟ କରୁ ବର୍ଦ୍ଧନ,

ଯେହ୍ନେ ମଣିବି ସଦା ମୁଁ ତବ ଅଭିଷିକ୍ତ ଜନ । ୪ ।

hrudoyo raajo hrude biraajo aajo ହୃଦୟ ରାଜ ହୃଦେ ବିରାଜ ଆଜ, Odia Christian Lyrics

 

ହୃଦୟ ରାଜ       ହୃଦେ ବିରାଜ ଆଜ,

ଦେଇ ତବ ପ୍ରେମ-ବାରି ମାଜ ସମାଜ । ଘୋଷା । 

 

ବିଳାସେ ସାରି ସାରି ଗଲା ସମ୍ପଦ ଶିରି,

ରହିଛି ପ୍ରାଣଟି ଧରିତାକୁ ନ ତ୍ୟଜ । ୧ ।

ସ୍ୱାର୍ଥରେ ଭାଇ ଭାଇ ପ୍ରେମେ ଜଳି ଭିଆଇ 

ବସିଅଛି ତ ହରାଇ ଶକତି ତେଜଃ । ୨ ।

ଯୀଶୁ ହେ ତୁମ୍ଭ ଗୁଣ  ତୁମ୍ଭର ଆତ୍ମା ମନ

ଦିଅ ନିତିପ୍ରେମେ ମାତି ସାଜୁ ସେ ସାଜ । ୩ ।

hrudoyo kotha moromo byothaa ହୃଦୟ କଥା ମରମ ବ୍ୟଥା Odia Christian Lyrics


ହୃଦୟ କଥା                ମରମ ବ୍ୟଥା

ଜାଣିବ କିଏ ଆଉ ପ୍ରାଣ ଦେବତା । ଘୋଷା । 

ସାରାଟି ଜୀବନ ବହିଣ ଯାଏ,

ସାଧନ ଭଜନ ମୋର ବିଫଳ ହୁଏ,

କରି ପରଶ    କର ହରଷ

ଜୀବନ ମୋ ଆହେ ପାପ ହରତା । ୧ ।

ତୁମ୍ଭ ଦେଖା ପାଇଁ ଆସିଛି ଧାଇଁ,

ପାଏ କି ନ ପାଏ ଭୟ ହୁଅଇ,

ପଛେ ବା ଶୂନ୍ୟ ହୃଦୟେ ଫେରିବି ପୂର୍ବ ପରାଏ,

କୁହ ପ୍ରାଣ ଶାନ୍ତି ରାୟେ ଶାନ୍ତି ବାରତା । ୨ ।

he traanokari bhobadwi tori ହେ ତ୍ରାଣକାରୀ, ଭବାବ୍ଧି ତରୀ, Odia Christian Lyrics


ହେ ତ୍ରାଣକାରୀଭବାବ୍ଧି ତରୀ,

ଯୀଶୁ କର ପାରି । ଘୋଷା ।

ଦାରୁଣ ଭବାବ୍ଧି ମଧ୍ୟରେ ପଡ଼ିଛିମୋହ-ମାୟା ପଙ୍କେ ବୁଡ଼ି ଯାଉଅଛି,

ଜଞ୍ଜାଳର ଜାଲ ମୋତେ ଭିଡୁଅଛିକାଳ କୁମ୍ଭୀର ଓଟାରି । ୧ । 

 

ନିବିଡ଼ ଅନ୍ଧାର ଘୋଟି ଆସୁଅଛିପ୍ରଚଣ୍ଡ ପବନ ଖରେ ବହୁଅଛି,

ପ୍ରବଳ ତରଙ୍ଗ ମୁଣ୍ଡରେ ଭାଙ୍ଗୁଛିପ୍ରାଣ ହେଉଅଛି ଭାରୀ । ୨ ।

ଏ ଦୁଃଖ କଷଣ ହେବାରୁ କଠିନ ହେଉଅଛି ହତ ବୁଦ୍ଧି ଜ୍ଞାନ ଧ୍ୟାନମୋ

 ବିଶ୍ୱାସ-ଧନ ଲୁଟିବା କାରଣ ଜଗି ବସିଅଛି ଅରି । ୩ ।

ଲୟର ନିକଟେ ଡାକୁଛି ଉତ୍କଟେନ ତେଜ ସଙ୍କଟେ ଲଗାଅ ହେ ତଟେ,

ମୋ ଆରତ ବାଣୀ ଦୟା ଚିତ୍ତେ ଶୁଣି ଉଦ୍ଧରି ନିଅ ସେ ପାରି । ୪ ।