Wednesday, February 19, 2025

raja mananka raja jishu raja ରାଜାମାନଙ୍କ ରାଜା ଯୀଶୁ ରାଜା Odia Christian Lyrics


ରାଜାମାନଙ୍କ ରାଜା ଯୀଶୁ ରାଜା
ଆମ ସଭିଙ୍କ ପ୍ରିୟ ଯୀଶୁ ରାଜା
ଜଗତର ପିତା ସୃଷ୍ଟି କରତା କର ତାଙ୍କର ପ୍ରଶଂସା … (ଘୋଷା)

କେହି ଯେବେ ଯୀଶୁଙ୍କୁ ହୃଦେ ନିଅନ୍ତି
ନୂତନ ଜୀବନ ଲାଭ କରନ୍ତି
ଆତ୍ମାଙ୍କ ଇଙ୍ଗିତେ ସଦା ଚାଲନ୍ତି
ହଜାତ୍ମାମାନଙ୍କୁ ଲାଭ କରନ୍ତି … |୧|

ଖ୍ରୀଷ୍ଟ ଆଦେଶ ମାନିବ ଯଦି
ପ୍ରଦୀପ ସଦୃଶ୍ୟ ଜଳିବ ଯଦି
ଗ୍ରାମେ ଗ୍ରାମେ ସହରେ ପ୍ରଚାରିବ ଯାଇ
ଖ୍ରୀଷ୍ଟ ହିଁ ଏକମାତ୍ର ମୁକ୍ତି ଆମର ପାଇଁ… |୨|

ସୂଚୀମାଳାକୁ ଫେରନ୍ତୁ

rasanaa tu aa re rasanaa re ରସନା, ତୁ ଆନେ ରସନା ରେ, Odia Christian Lyrics


ରସନାତୁ ଆନେ ରସନା ରେ,

କେବଳ ଖ୍ରୀଷ୍ଟଙ୍କ ପ୍ରେମାମୃତ ପାନ ବିନୁ କରୁଛି ମନାରେ । ଘୋଷା ।

ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ତନୟ    ସେ ତ ଅନାଦି ଅନନ୍ତ ଅବ୍ୟୟ,

ଅଜର ଅମର ଭୋଗିଲେ ମରଣ ତୋର ପାପ ପାଇଁ ସିନାରେ । ୧ ।

ନାହିଁ କେହି ତ୍ରିଭୁବନ ମଧ୍ୟରେ   ଯୀଶୁ ଖ୍ରୀଷ୍ଟ ପରି ଆଉ ଜଣେରେ 

ଆପଣେ ମରିବ ପରକୁ ତାରିବ ଭୋଗିବ ତା ଯାତନାରେ । ୨ ।

କରି ଶତ୍ରୁକୁ ମିତ୍ର ପରି ସ୍ନେହ     କିଏ ଦେବ ଆପଣା ପ୍ରାଣ ଦେହ ?

ଖ୍ରୀଷ୍ଟ ପ୍ରେମ କଲେଶତ୍ରୁ ହସ୍ତେ ମଲେଶତ୍ରୁ ପାଇଁ ପ୍ରାର୍ଥନାରେ । ୩ ।

ଧନ୍ୟ ବୋଲ ତାଙ୍କୁ ତୁ ନିରନ୍ତର ସ୍ତୁତି ପ୍ରଶଂସା କର ତୁ ତାଙ୍କର,

ତାଙ୍କୁ କର ଭକ୍ତିସେ କରିବେ ମୁକ୍ତି ପୂର୍ଣ୍ଣ କରି କାମନାରେ । ୪ ।

ସୂଚୀମାଳାକୁ ଫେରନ୍ତୁ

range uthile divya saraga tanu ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ Odia Christian Lyrics


ରଙ୍ଗେ ଉଠିଲେଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ ।

ପ୍ରତିଜ୍ଞାତ ମଶୀହଈଶ ମନୁଷ୍ୟ ସେ ଯେ,

ଯୀଶୁ ନାମ ନେଲେମର୍ତ୍ତ୍ୟେ ଅବତରିଲେ,

କ୍ରୁଶେ ପ୍ରାଣ ସେ ଦେଲେମୃତ୍ୟୁ ବଳ ଭାଙ୍ଗିଲେ,

ଶୟତାନ ବଳ ଗର୍ବ ଖର୍ବ କରିଲେ,

ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ ।

ଦମ୍ଭେ ଉଠିଲେମାୟା ବିଜୟୀ ବୀର

ପୁନରୁତ୍ଥିତ ହୋଇଲେ … ଉଠିଲେ ସରଗ ସିଂହାସନପିତା ଦିବ୍ୟ ସଙ୍ଗମ,

ତ୍ୟଜିଲେ ମର୍ତ୍ତ୍ୟେ ପୁଣମାତା ଭାତୃଗହଣସେ ଦୀନହୀନ ବେଶେ ସେ,

ଗ୍ରାମଦାଣ୍ଡେ ବୁଲିଲେଦୁଃଖୀ-ରଙ୍କି ମେଳେ,

ମହାଯୋଗୀ ବେଶେ ସେ ମୃତ୍ୟୁ ପରେ ଜୀବନ ମର୍ତ୍ତ୍ୟେ ଆଣିଲେ ସେ   । ୨ ।

ପ୍ରେମେ ଉଠିଲେପ୍ରେମେ ସୁଷମା କାନ୍ତି ସରଗ ମର୍ତ୍ତ୍ୟେ ଲୋଟିଲେ… ଲୋଟିଲେ

ସେ ପ୍ରେମ ରାଜନପ୍ରେମର ଗଣ୍ଠିଧନ ପ୍ରେମେ ନିଜେ ଭୋଗିଲେପାପୀ ପାପ-କଷଣ

ପ୍ରେମେ ସେ ବିହରିଲେପ୍ରେମ ବାଣୀ ଭାଷିଲେ,

ପ୍ରେମେ କ୍ରୋଧାନଳ ଅଙ୍ଗେ ସେ ନିଭାଇଲେ ପ୍ରେମେ ମୃତ୍ୟୁ ଦଳି ପ୍ରେମିକ ବନ୍ଧୁ ହେଲେ ସେ । ୩ ।

ସୂଚୀମାଳାକୁ ଫେରନ୍ତୁ

luhara banyare bhijayi ଲୁହର ବନ୍ୟାରେ ଭିଜାଇ ଜୀବନ Odia Christian Lyrics


ଲୁହର ବନ୍ୟାରେ ଭିଜାଇ ଜୀବନ
ଉଠେ କୋହ ଢେଉ ଅନ୍ତରୁ ଉଛୁଳି (ଘୋଷା)

ବାଙ୍ଗିଣିଆ ବସ୍ କଣ୍ଟାର କିରୀଟ
ପାଣି ପାଦେ ପ୍ରେକ ବକ୍ଷେ ବକ୍ସାଘାତ
ଝୁଲେ ଆଡ଼ କାସେ ଦେବ ପୁରୁଷ
ଝୁରି ହେବି ସିନା ପାଇବି କିପରି ? …|| ୧ ||

ଦାରୁଣ ଯନ୍ତ୍ରଣା କଲା ହନ୍ତସନ୍ତ
ଜାଣି ନ ଥିଲେ କି ଅନାଦି ଅନନ୍ତ
ଆହା ପ୍ରଭୁ କୁଶେ ସହିଲ କି ଦୁଃଖ
ଦେଖିଛି ଯା’ ଆଖି ନ ପାରଇ ଭୁଲି…|| ୨ ||

ଚିହ୍ନିଲା ପ୍ରକୃତି ନର ବା କିପରି
ନ ଚିହ୍ନ ଟ୍ରାତାଙ୍କୁ ମରୁଛି ତା’ପାଇଁ
ଶରୀରେ ଯନ୍ତ୍ରଣା; ତଥାପି ଗୁହାରୀ
କରନ୍ତି ମୋ ପ୍ରଭୁ “ପିତଃ କ୍ଷମ’ ବୋଲି…|| ୩ ||

ସୂଚୀମାଳାକୁ ଫେରନ୍ତୁ

santidata pabitra atma ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେ Odia Christian Lyrics


ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେ
ଶୁଦ୍ଧକାରୀ ଅଗ୍ନିସମ, ଆସ ମୋ ହୃଦୟରେ (ଘୋଷା)


କଳୁଷ ଭରା ଅନ୍ତର ମୋର ତବ ଆଗମେ ପବିତ୍ର କର
ପକାଇ ତବ ସିଂହାସନ ରୁହ ସଦା ଅନ୍ତରେ
ଶାନ୍ତିଦାତା ରୁହ ସଦା ଅନ୍ତରେ … ରୁହ ସଦା ଅନ୍ତରେ |୧||


ପାପ ସାଗରୁ ଉଦ୍ଧରି ମୋତେ କିଏ ନେବ ସେ ସିୟୋନ ପଥେ
କେ ଦେବ ଜ୍ୟୋତି କେ ଦେବ ଶାନ୍ତି ତୁମ ବିହୁନରେ
ଜ୍ୟୋତିର୍ମୟ ଜ୍ୟୋତି ଦିଅ ଅନ୍ତରେ … ଶାନ୍ତି ଦିଅ ଅନ୍ତରେ ।୨ ||


ପରାଣ ଭରୁ ମୋ ତୁମରି ପ୍ରେମେ, କଣ୍ଠ ଭରୁ ହେ ତୁମରି ଗାନେ
ବିଜୟୀ କର ଶକତି ଦାନେ ଜୀବନ ସଂଗ୍ରାମରେ
ଶାନ୍ତିଦାତା ରହି ସଦା ସାଥିରେ … ରହି ସଦା ସାଥିରେ I୩I


ଚଲାଅ ମୋ ଜୀବନ ତରୀ, ହେ ପବିତ୍ରାପା ହୋଇ ନାଉରୀ
ମିଳାଅ ଶେଷେ ସ୍ଵର୍ଗ ସିୟୋନେ, ପ୍ରାଣପତି ସାଥିରେ
ପ୍ରେମମୟ ପ୍ରାଣପତି ସାଥିରେ … ଦୂତଗଣ ମେଳରେ I୪I

ସୂଚୀମାଳାକୁ ଫେରନ୍ତୁ


suna re suna moha premo ଶୁଣ ରେ ଶୁଣ ମହା ପ୍ରେମ କାହାଣୀ Odia Christian Lyrics


ଶୁଣ ରେ ଶୁଣ ମହା ପ୍ରେମ କାହାଣୀ
ମନରୁ ତାହା କେବେ ଭୁଲି ହୁଏନି
ଶିଶୁ ସେ ସୁକୋମଳ, ଶାନ୍ତି ଅବତାର
ସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ… (ଘୋଷା)

ତାଙ୍କ ହାତର ପରଶ ପାଇ, ଦୁଃଖୀର ଦୁଃଖ ଗଲା ଉଭେଇ
କରୁଣାଭରା ତାଙ୍କରି ଆଖି, ଢ଼ାଳିଲା ଲୁହ ପାପୀଙ୍କୁ ଦେଖି
ଚିହ୍ନିଥିଲେ ସେ ଯେ ମଣିଷର ମନ
ଏଡ଼େ ପ୍ରେମ ଆଉ କେହି କରିନି |୧||

ନଥିଲା ତାଙ୍କ ସୁଖ ଆବାସ, ସେବାକୁ ସିଏ ମଣିଲେ ସୁଖ
ମଣିଷ ପାଇଁ ସହି ଆଘାତ, ପିନ୍ଧିଲେ ଶେଷେ କଣ୍ଟା ମୁକୁଟ
ଜଗତର ପାଇଁ ସ୍ନେହ ଉପହାର
ଦୟା ବହି ଆଉ କେହି ଦେଇନି |9|

ସୂଚୀମାଳାକୁ ଫେରନ୍ତୁ


subhe aji subha barota ଶୁଭେ ଆଜି ଶୁଭ ବାରତା ପ୍ରତି Odia Christian Lyrics


ଶୁଭେ ଆଜି ଶୁଭ ବାରତା ପ୍ରତି କର୍ଣ କୁହରରେ
କିଏ ଯିବ ନେଇ ସମ୍ବାଦ ଗ୍ରାମେ, ନଗରେ, ସହରେ
ଯା’ ସୁସମାଚାର ଅଟେ ଅଗୋଚର ନିବିଡ଼ ଅନ୍ଧକାରେ
ଯାଅରେ ବିତରି କୁଶର କାହାଣୀ ଅର୍ଶୀଳ ଜଗତରେ (ଘୋଷା)

ଶତ ପ୍ରାଣର ଆକୁଳ କ୍ରନ୍ଦନ, ପ୍ରତିନି ତୋଳି କରଇ ଚିତ୍କାର
ଜଗତେ ନାହିଁ ଶାନ୍ତି, ଭରିଛି ପାପ କ୍ରାନ୍ତି, କାହିଁରେ ଅଛି ମୁକ୍ତି
ଯାଅରେ ବିତରି କୁଶର କାହାଣୀ
ଯୀଶୁର ସତ୍ୟ ଶାନ୍ତି (୨ ଥର)
ଯୀଶୁ ନାମେ ଅଛି ପାପ କ୍ଷମା ଭାଇ,
ଯୀଶୁ ହିଁ ଆନନ୍ଦ ମୁକ୍ତି (୨ ଥର)… ।୧।

ତାଙ୍କରି ଆହ୍ବାନ ଆଜି ଯଦି ଶୁଣ,
ହୃଦୟ ତୁମର ନ କର କଠିନ
ନାହଁରେ ଆଉ ବେଳ, ହେଲାଣି ଶେଷ କାଳ,
ନାହିଁ କି ମନେ ଡର
ଅଛନ୍ତି ତୋ ସାଥେ ଯୁଗ ଶେଷ ଯାଏ ଅକ୍ଷୟ,
ଅମର କୁମର (୨ ଥର)
କହନ୍ତି ସରାଗେ ରହିଛି ତୋ ପାଇଁ,
ଅକ୍ଷୟ, ଅମର, ଅଜର (୨ ଥର)… ।୨।

ସୂଚୀମାଳାକୁ ଫେରନ୍ତୁ


santidata jishu raja ଶାନ୍ତି ଦାତା ଯୀଶୁ ରାଜା ତୁମ Odia Christian Lyrics


ଶାନ୍ତି ଦାତା ଯୀଶୁ ରାଜା ତୁମ ପାଦେ ଏହି ଅଳି
ଦିଅ ଶକ୍ତି ଦିଅ ଭକ୍ତି ଯେହ୍ନେ ନ ପଡିବୁ ଟଳି
ତୁମ ରକ୍ତରେ କିଣା ଜନ ଆମେ
ଆଶିଷ ଦିଅ ହେ ଢ଼ାଳି… (ଘୋଷା)

ଅନ୍ଧାର ଏହି ଚଲାପଥେ ପ୍ରଭୁ
ନାହିଁ କେହି ଆମ ସାୟା
ଜୀବନ ତରୀଟି ବାହି ନେବା ପାଇଁ
ଅଳି କରୁ ନିତି ନିତି
ତୁମରି ବାକ୍ୟ ତଇଳରେ ସବୁ
ଜୀବନ ପ୍ରଦୀପ ଉଠୁ ଜଳି… |୧|

ଭୁଲିବାକୁ ଯେତେ ଅତୀତ କାଳିମା
ସାରିବାକୁ ଅମାରାତି
ଦିବାନିଶି ତୁମେ ଶିଖାଇ ଦିଅ ହେ
ଗାଇବାକୁ ଜୟ ଗୀତି
ସୁନ୍ଦର କର ଜୀବନ ସବୁରି
ଏତିକି ତୁମରି ପଦେ ଅଳି… |୨|

ସୂଚୀମାଳାକୁ ଫେରନ୍ତୁ

sarana neuchi charane tumari ଶରଣ ନେଉଛି ଚରଣେ ତୁମରି Odia Christian Lyrics


ଶରଣ ନେଉଛି ଚରଣେ ତୁମରି
ହେ ପ୍ରଭୁ ପରମେଶ୍ଵର (୨ଥର)
ଚଲାପଥେ ମୋର ଶୟତାନ ଠାରୁ
ତୁମେ ମୋତେ ରକ୍ଷାକର (ଘୋଷା)

ବିଦୀର୍ଣ୍ଣ କରିବ ସିଂହ ପରି ସେ ଯେ
ଏହି ମୋର ଦେହ ପ୍ରାଣ
ଚୂର୍ଣ୍ଣ କର ହେ ପରାକ୍ରମତାରେ
ରଖ ତୁମେ ମୋର ପ୍ରାଣ
କହି ପାରିବନି ଯେହ୍ନେ ସେ କେବେ ବି
କିଏ ଅଛି ସାହା ତୋର … |୧|

ଜୀବନର ସାହା ଚଲାପଥେ ରାହା
ତୁମେ ତ ମୋହର ସବୁ
ତୁମଲାଗି ମୋର ସକଳ ଗୌରବ
ତୁମେ ତ୍ରିଭବନ ପ୍ରଭୁ
ସେହି ପରାକ୍ରମେ ରକ୍ଷା କରି ମୋତେ
ଆସିଲେ ହିଁ ଦୁର୍ଦ୍ଦିନ ଘୋର … |୨|

ସୂଚୀମାଳାକୁ ଫେରନ୍ତୁ


sesa ghanti bajilani ଶେଷ ଘଣ୍ଟି ବାଜିଲାଣି Odia Christian Lyrics


ଶେଷ ଘଣ୍ଟି ବାଜିଲାଣି
ମହା କ୍ଳେଶ ପାଖେ ଆସିଲାଣି
ଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗ
ଜାଗି ଉଠ ଏହି କ୍ଷଣି
ସତର୍କର ଶେଷ ବାଣୀ
ଚଉଦିଗେ ଏବେ ଶୁଭିଲାଣି
ଶୁଣ ଶୁଣ ଶୁଣ ବନ୍ଧୁ ଗଣ ଶୁଣ
ମନ ଦେଇ ଯାଅ ଶୁଣି
ଶେଷ ଘଣ୍ଟି ବାଜିଲାଣି………=୦=

ଶୋଇବ କେତେ ନିଦ୍ରିତ ହୋଇ
କ୍ଷଣିକ ହେଲେ ସମୟ ନାହିଁ
ବିଳମ୍ବ ଆଉ ନ କର କେହି
ଜାଗ୍ରତ ହୁଅ ମନ ଫେରାଇ
ଭୂମିକମ୍ପ ଘଟିଲାଣି
ମହାଯୁଦ୍ଧ ଆରମ୍ଭ ହେଲାଣି
ଉଠ ଉଠ ଉଠ ବନ୍ଧୁ ଗଣ ଉଠ
ଚେଇଁ ଉଠ ଏହି କ୍ଷଣି………=୧=

ଏମିତି ଯଦି ହେଳା କରିବ
ତେବେ କେମିତି ରକ୍ଷା ପାଇବ
ଯୀଶୁଙ୍କୁ ଯଦି ହୃଦେ ରଖିବ
ଶେଷରେ ପରିତ୍ରାଣ ଲଭିବ
ସମୟଟା ସରିଲାଣି
ଯୁଗ ଶେଷ ଦିନ ଆସିଲାଣି
ଫେର ଫେର ଫେର ବନ୍ଧୁଗଣ ଫେର
ଫେରି ଆସ ଏହି କ୍ଷଣି………=୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ

ସୂଚୀମାଳାକୁ ଫେରନ୍ତୁ

satarka tike ruha ସତର୍କ ଟିକେ ରୁହ Odia Christian Lyrics


ସତର୍କ ଟିକେ ରୁହ
ଜୀବନ ବଦଳାଅ
ମୋହ ମାୟାରୁ ଦୂରେଇ ରୁହ
ଅଭିଳାଷରୁ ପୃଥକ ହୁଅ
ଆସୁଛି ଦୁଃସମୟ
ଯୀଶୁ ପାଶେ ରଖ ହେ ଲୟ
ଯୀଶୁ ହେବେ ସଦା ସହାୟ….=୦=

ଆକାଶମଣ୍ଡଳ ବିଚଳିତ ହେବ
ନକ୍ଷତ୍ର ସକଳ ଖସି ପଡ଼ିଯିବ
ସୂରୁଜ ଆପଣା ତେଜ ହରାଇବ
ଚନ୍ଦ୍ର ପୃଷ୍ଠ ସବୁ ରକ୍ତମୟ ହେବ
ମାଡ଼ି ଆସିବ ମହା ପ୍ରଳୟ
ସାରା ଜଗତ ହେବ ବିଳୟ
ପ୍ରାଣ ହେବ ଅଥୟ
ଯୀଶୁ ପାଶେ ରଖ ହେ ଲୟ
ଯୀଶୁ ହେବେ ସଦା ସହାୟ….=୧=

ପ୍ରଚଣ୍ଡ କ୍ରୋଧରେ ଅଗ୍ନି ବରଷିବ
ସାରା ସୃଷ୍ଟ ବସ୍ତୁ ଜଳି ପୋଡ଼ିଯିବ
ଆକାଶ ହଲିବ ପୃଥିବୀ କମ୍ପିବ
ରକ୍ତ ଅଗ୍ନି ଆଉ ଧୂମ ଦେଖାଯିବ
ଅଧର୍ମ ଯେତେ ବୃଦ୍ଧି ପାଇବ
ସବୁରି ପ୍ରେମ ଶିଥିଳ ହେବ
ସରିଯିବ ସମୟ
ଯୀଶୁ ପାଶେ ରଖ ହେ ଲୟ
ଯୀଶୁ ହେବେ ସଦା ସହାୟ….=୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ

ସୂଚୀମାଳାକୁ ଫେରନ୍ତୁ

swartha ta nahi kahin pain ସ୍ଵାର୍ଥତ ନାହିଁ କାହିଁ ପାଇଁ ପ୍ରଭୂ Odia Christian Lyrics


ସ୍ଵାର୍ଥତ ନାହିଁ କାହିଁ ପାଇଁ ପ୍ରଭୂ
କୋରଡ଼ା ପ୍ରହାର ସହିଲ
ମାୟା କିବା ମୋହ, ନାହିଁ ସିନା ପ୍ରଭୁ ( ୨ ଥର)
କାହିଁକି କୁଶକୁ ବୋହିଲ … (ଘୋଷା)

କପାଳ ଫାଟିଲା ରକତ ଝରିଲା
କହିଲନି କଥା ପଦେ
ଦୋଷୀତ ସାଜିଲ କାହା ପାଇଁ ତୁମେ
କେଉଁ ଦୋଷ ଅପରାଧେ
ପାରିବକି କହି ଦୁନିଆଁରେ କେହି ( ୨ ଥର)
କେଉଁ କର୍ମର ସେ ଫଳ … |୧|

ଶୁଣିଛି ଏ କାନେ ଦୋଷ ଥାଇ ଦୋଷୀ
ଦଣ୍ଡ ପାଇଥାଏ ଦିନେ
ତଥାପି ମୋ ପ୍ରଭୁ ନମ୍ର ହୋଇଥୁଲ
ବିନା ଦୋଷେ ଅକାରଣେ
ଝରିଗଲା ଯାହା କୋରଡ଼ା ଆଘାତେ (୨ ଥର)
ସ୍ନେହ ପ୍ରେମ ହେଲା କାଳ … |୨|

ସୂଚୀମାଳାକୁ ଫେରନ୍ତୁ

samaya atyalpa bujha he bhai ସମୟ ଅତ୍ୟଜ ବୁଝ ହେ ଭାଇ Odia Christian Lyrics


ସମୟ ଅତ୍ୟଜ ବୁଝ ହେ ଭାଇ
କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ (ଘୋଷା)

ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣ
ବୃଥାରେ ନ କାଟି ଦିନ ଶୁଭ କାଳ ହରାଇ …|୧|

ସମୟଟି ଅତି ଅଳ୍ପ ବୁଝ କଠିନମନା,
ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ …|୨|

ସମୟଟି ଅତି ଅଳ୍ପ ଦେଖ ଧାମିକଗଣ
ଅବିଳମ୍ବେ ଯୀଶୁ ସ୍ଵଗୁଁ ଆସିବେ ହେ ଓହ୍ଲାଇ…|୩|

ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,
ଅବିଳମ୍ବେ ସ୍ଵର୍ଗପୁରେ ପ୍ରବେଶିବା ହେ ଯାଇ … |୪|

ସୂଚୀମାଳାକୁ ଫେରନ୍ତୁ

stuti gita mu gaibi ସ୍ତୁତି ଗୀତ ମୁଁ ଗାଇବି Odia Christian Lyrics


ସ୍ତୁତି ଗୀତ ମୁଁ ଗାଇବି ପ୍ରଶଂସା ଗୀତ
ଭଜି ତୁମ ଗୁଣ ଗାଇବି ପ୍ରଭୁ
ହାଲେଲୁୟା……..ହାଲେଲୁୟା
ହାଲେଲୁୟା……ହାଲେଲୁୟା……..ହାଲେଲୁୟା( ୨ ଥର)

ଦାନିଏଲଙ୍କୁ ସିଂହ ଗର୍ଭରୁ
ଉଦ୍ଧାରି ଥୁଲ ତୁମେ ପ୍ରଭୁ
ଜଳ ପ୍ରଳୟରୁ ନୋହଙ୍କୁ ତାରିଲ,
ସର୍ବଶକ୍ତିମାନ ତୁମେ ପ୍ରଭୁ (୪ଥର)

ଶମିରୋଣ ସ୍ତ୍ରୀଙ୍କୁ କରୁଣା ଦେଖାଇ,
ସତ୍ୟମାର୍ଗ କଢ଼ାଇଲ ତୁମେ ପ୍ରଭୁ
ପାପୀଙ୍କ ପାଇଁ ପ୍ରାଣଦାନ କଲ
କରୁଣାମୟ ତୁମେ ପ୍ରଭୁ (୪ଥର)

ସୂଚୀମାଳାକୁ ଫେରନ୍ତୁ

samaya ehi na kara deri ସମୟ ଏହି ନ କର ଡ଼େରି Odia Christian Lyrics


ସମୟ ଏହି ନ କର ଡ଼େରି
ଆଉ ବିଳମ୍ବ ନାହିଁ ଏହି ଆମ ଶେଷକାଳରେ
ଆସୁଛି ମାଡ଼ି ବିପଦ ଘେରି
ପ୍ରସ୍ତୁତ ହୁଅ ଖ୍ରୀଷ୍ଟରେ
ଏହି ଆମ ଶେଷ କାଳରେ … |୦|

ଜଗତରେ କିଆଁ ଅଭିମାନ କରୁ
ମୁକତି କିଛି ତ ନାହିଁ (୨ ଥର)
ରଖିବି ଧନ କୋଠା ବାଡ଼ିରେ
ସପନ ତୋରି ବୃଥା ହୋଇବ
ସଫଳ ହେବ ନାହିଁରେ …|୧|

ଜୀବନ କରତା ଯୀଶୁଙ୍କର ସେବା
ଦିନେ ତ କରିଲୁ ନାହିଁ
ପାଗଳ ପରି ଘୁରି ବୁଲୁଥିଲୁ
ଧନ ସଞ୍ଚବାର ପାଇଁ ( ୨ ଥର)
ଯୀଶୁଙ୍କ ବିନା ଏହି ଜଗତେ
ଆନ ଧନ ଆଉ ନାହିଁରେ … |୨|

ଦିନ ଆସିବ ବଳ ବୟସ
ସବୁ ହୋଇବ ଶେଷ
ମୃତ୍ୟୁ ମୁଖରେ ପଡ଼ିବୁ ଦିନେ
କରିବୁ ତହିଁରେ କିସ
ଘର ଛାଡ଼ିବୁ ବନ୍ଧୁ ଛାଡ଼ିବୁ (୨ଥର)
ଏକଲା ହୋଇ ଯିବୁରେ
ଏହି ଆମ ଶେଷ କାଳରେ … |୩|

ସୂଚୀମାଳାକୁ ଫେରନ୍ତୁ

sagaru gabhira akasha ru ucha ସାଗରୁ ଗଭୀର ଆକାଶରୁ ଉଚ୍ଚ Odia Christian Lyrics


ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)
ଯୀଶୁ ତୁମ ପ୍ରେମ ଅସୀମ
ଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମ
ବିତି ଯାଉ ଏହି ଜୀବନ … |୦|

ଅପବ୍ୟୟ ପୁତ୍ର ପରି ବୁଲୁଥିଲି
ହୋଇ ବାଟ ବଣା ଦିନେ ମେଷ ମୁଁ ତୁମରି
ପାଦରେ ପାଦୁକା ହାତେ ମୁଦି ନେଇଁ
ନୂଆ ଏକ ଗୀତ ମୋର ଓଠେ ଦେଇ ଭରି
ଗାଇ ରାତି ଦିନ ତୁମ ସୁତି ଗାନ (୨ଥର)
ବିତିଯାଉ ଏହି ଜୀବନ
କରୁଥିବି ଜୟ ଜୟ ମନ ଉପବନେ
ଢ଼ାଳି ଦେଇ ଆତ୍ପାଙ୍କ ଦାନ …|୧|

କହିଗଲ ତୁମେ ଆସି ନେଇଯିବ
ଚିର କାଳ ସାଥେ ତୁମ ସରଗେ ରଖିବା
ସେ ବାଟକୁ ଚାହିଁ ଜାଗି ଅଛି ମୁଁହିଁ
ହୃଦ ମନ୍ଦିର ତୁମରି ପ୍ରଦୀପ ସଜାଇ
ଲୋଡ଼ା ନାହିଁ ମୋର ଧନ ଜନ ମାନ (୨ଥର)
ବିତି ଯାଉ ଏହି ଜୀବନ
ପ୍ରଭୁ ତୁମ ପାପୁଲିର କୋମଳ ପରଶେ ମୋର
ଧନ୍ୟ ହେଉ ଏହି ଜୀବନ … |୨|

ସୂଚୀମାଳାକୁ ଫେରନ୍ତୁ

sadaprabhunkara dhanyabada kara ସଦାପ୍ରଭୁଙ୍କର ଧନ୍ୟବାଦ କର Odia Christian Lyrics


ସଦାପ୍ରଭୁଙ୍କର ଧନ୍ୟବାଦ କର
କାରଣ ସେ ମଙ୍ଗଳମୟ (୨ଥର)
କାରଣ ତାହାଙ୍କର ଦୟ ଅନନ୍ତକାଳ ସ୍ଥାୟୀ (୨ ଥର) … (ଘୋଷା)

ପ୍ରଭୂମାନଙ୍କର ପ୍ରଭୁଙ୍କର ଧନ୍ୟବାଦ କର
ରାଜାମାନଙ୍କର ରାଜାଙ୍କର ଧନ୍ୟବାଦ କର (୨ଥର)
କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୧|

ସ୍ଵର୍ଗୀୟ ପିତା ପରମେଶ୍ବରଙ୍କ ଧନ୍ୟବାଦ କର
ଦେବମାନଙ୍କର ଦେବଙ୍କର ଧନ୍ୟବାଦ କର (୨ଥର)
କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୨|

ଆସୁଛନ୍ତି ଯୀଶୁ ମେଘମାଳେ ଧନ୍ୟବାଦ କର
ଅୟୁତ ଅୟୁତ ସାଧୁଦଳେ ଧନ୍ୟବାଦ କର (୨ଥର)
କାରଣ ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ (୨ ଥର) … |୩|

ସୂଚୀମାଳାକୁ ଫେରନ୍ତୁ

saja phula mu saja phula ସଜ ଫୁଲ ମୁଁ ସଜ ଫୁଲ Odia Christian Lyrics


ସଜ ଫୁଲ ମୁଁ ସଜ ଫୁଲ
ଏଦନ ଉଦ୍ୟାନରେ (ମଣ୍ଡଳୀ ଉପବନେ)
ଆମେ ଫୁଟା ସଜ ଫୁଲ
ସାତ ରଙ୍ଗରେ ରଙ୍ଗା ଯେ ଆମେ
ପ୍ରଭୁ ଦେଇଛନ୍ତି ଶୋଭା ଆମ … (ଘୋଷା)

ଏ ରୂପ ଦେଇଛନ୍ତି ଯେଉଁ ରଚକ
ସାରା ଦୁନିଆଁର ସେ ସଂସ୍ଥାପକ
ମନ ଲାଗେ ଆମେ ହୋଇ ଗଳାହାର
ତାଙ୍କରି ବକ୍ଷରେ ଝୁଲୁ ଥିବ ଚୀର
ଝଲସିବୁ ଦିନମଣୀ ସମ … |୧|

ସୁବାସ ଦେଇଛନ୍ତି ମୋ ପାଖୁଡ଼ାରେ
ମୋହିତ ହୋଇଯାନ୍ତି ମୋ ସୁଗନ୍ଧରେ
ତାଙ୍କ ଆଶିଷରେ ଏହି ମୋ ସୁବାସ
ସାରା ଜଗତରେ କରିବି ବିକାଶ
ପ୍ରଶଂସିବି ଜୀବନ ତମାମା … |୨|

ଯେଣେ ମଉଳିଲେ ସେ ଆଉଁସି ଦିଅନ୍ତି
ବାକ୍ୟ ପ୍ରାର୍ଥନାରେ ମୋତେ ପୁଣି ଜଗାନ୍ତି
ତାଙ୍କ ଅଧୀନରେ ମୋ ଆଗାମୀ ଦିନ
ହୋଇବ ମଙ୍ଗଳ ଭରି ଶୁଭ ଦିନ
ଲକ୍ଷ୍ୟ ଅଛି ମୋର ସ୍ଵର୍ଗ ଧାମ

ସୂଚୀମାଳାକୁ ଫେରନ୍ତୁ

sansara e baridhire ସଂସାର ଏ ବାରିଧରେ Odia Christian Lyrics


ସଂସାର ଏ ବାରିଧରେ
ଦଦରା ଆଶା ନଉକାରେ
ଯାଇ ନ ପାରେ କୂଳରେ
ପାରି କର ତବ କୃପାରେ… (ଘୋଷା)

ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶ
କଳା ବଉଦକୁ ଛୁଇଁ, ଲହଡ଼ି ଆସିଲାଣି ଧାଇଁ
ଅରପି ଜୀବନ ପୟରେ, ଡାକଇ ତୁମକୁ ଆତୁରେ… |୧|

ଆଶା ନଉକା ଯାଏ ଭାଜି, କାତ ମୋର ଯାଉଛି ହଜି
ଅମା ନିଶା ଦୁଃଖ ଲହୁଡ଼ି, ଆସେ ଧ୍ବଂସ ରୂପ ସାଜି
ନ ହେଲେ ତୁମରି କରୁଣା, ମୁହିକି ଆଉ ବଂଚିପାରେ… |୨|

ନ ହେଲେ ଯେସନେ ହତାଶ, ଦିଅ ହେ ତୁମରି ଆଶିଷ
ନେଇ ତୁମରି ଭରସା, ଦୂର କରି ଅମାନିଶା
କୁଶଳେ ଯେସନେ ସିୟୋନେ
ତବ ସ୍ଥାନେ ଯାଇ ରହିବି… |୩|

ସୂଚୀମାଳାକୁ ଫେରନ୍ତୁ

susamacharaku nei prati ganku ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା Odia Christian Lyrics



ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା
ମଣ୍ଡଳୀ ଠିଆ ହେବ ସଫଳ ଆମେ ହେବା
ଏହି … ଏହି ଆମରି ଲକ୍ଷ୍ୟ (୨ଥର) (ଘୋଷା)

ଆସିବ କେତେ ଝଡଝଞ୍ଜା ପଛକୁ କେବେ ନ ହଟିବା
ଆପଣା କୁଶ ବହନ କରି ଲକ୍ଷ୍ୟ ପଥ ଦେଖାଇବା
ବଢି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା … |୧|

ଖ୍ରୀଷ୍ଟ ଆମ ପ୍ରିୟ ସାଥୀ ଆମ ସଙ୍ଗେ ସଦା ରୁହନ୍ତି।
ସେ ଅଟନ୍ତି ଆମ ଶକତି ଦୂର ହେବ ସକଳ ଭୀତି
ବଢ଼ି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା … |୨|

ସୂଚୀମାଳାକୁ ଫେରନ୍ତୁ

sathi jiba chalago ସାଥି ଯିବା ଚାଲ ଗୋ Odia Christian Lyrics


ସାଥି ଯିବା ଚାଲ ଗୋ
ଯିବା ଚାଲ ବେଥଲିହିମ .. ବେଥଲିହିମ
ଦୂରେ ଚାହିଁ ଦେଖି ହସୁଛି ତାରା
ହାତ ଧରି ତୋତେ ଡାକୁଛି ପରା
ହୋଇଛନ୍ତି ଯହିଁ ଯୀଶୁ ଜନମ ଯୀଶୁ ଜନମ…. (ଘୋଷା)

ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବୋହି
ପାପୀ ପାପ ସବୁ ନେବେ ନୂଆ ଜୀବନ ସେ ଦେବେ
ତାଙ୍କ ପାଦେ ଆମେ ଭକତି ଭରି
ଜଣାଇବା ଚାଲ ଆମ ପ୍ରଣାମ … |୧|

ପୁଲକିତ ହୁଏ ଧରା ଝରେ ଆନନ୍ଦର ଧାରା
ଶୁଭେ ପ୍ରଭୁଙ୍କର ଗୀତି ଭରିଯାଏ ଶାନ୍ତି ପ୍ରୀତି
ରାଜାଙ୍କର ରାଜା ଆମ ଯୀଶୁ ରାଜା
ସେହି ଯେ ମଶୀହ ଶାନ୍ତି ପରମ … |୨|

ସୂଚୀମାଳାକୁ ଫେରନ୍ତୁ


seba kariba kahara aji ସେବା କରିବ କାହାର ଆଜି Odia Christian Lyrics


ସେବା କରିବ କାହାର ଆଜି ମନୋନୀତ କର
ଜଗତ ଅବା ଯୀଶୁଙ୍କର ଆଜି ମନୋନୀତ କର
ଦୁଇ ମୁନିବର ସେବା କରି ନପାର
ସେବା କରିବ କାହାର … (ଘୋଷା)

ଜଗତର ସୁଖ ଅଟେ କ୍ଷଣ ଭଙ୍ଗୁର
ଦେଖା ଏ ଜୀବନେ ପ୍ରଲୋଭନ ପ୍ରଚୁର
ମାୟା ମରିଚିକା ପଛେ ହଜାଇ ସପନ ମିଳେ
କିମ୍ପା କରୁଛି ଉଛୁର ଆଜି ମନୋନୀତ କର… |୧|

ଅମାନିଆ ଜୀବନ ଯେ ଅଟେ ଅସାର
କାଲବରୀ ଚୁଳେ ଡାକେ ଯୀଶୁ ସୁନ୍ଦର
ତୋଳିନେବେ ନିଜ ହାତେ
ଗଢିବେ ଯତନେ ତୋତେ
ବଂଧୁ ଅଟନ୍ତି ପାପିର ଆଜି ମନୋନୀତ କର
ସେବା କରିବ କାହାର … |୨|

ସୂଚୀମାଳାକୁ ଫେରନ୍ତୁ


stuti bandana puja aradhana ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ Odia Christian Lyrics


ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେ
ହେ ଯୀଶୁ ଈଶ ଜୟ ଯୁବା ମେଷ
ସଦା ଜୟ ତୁମ ନାମେ… (ଘୋଷା)

ତୁମେ ହେ ପ୍ରଭୁ ଅନାଦି ଅନନ୍ତ ସୃଷ୍ଟି କରତା ହେଲ ଦେହବନ୍ତ
ସରଗ ତେଜିଲ ହେ ଇମ୍ମାନୁୟେଲ ଜନମିଲ ଧରାଧାମୋ… |୧|

ତୁମେ ହେ ପ୍ରଭୁ କଳୁଷହାରୀ,
କୁଶୀୟ ଯାତନା ନେଲି ଅଙ୍ଗେ ବରି
ହେଲ ବଳିକୃତ କଲ ପ୍ରାୟଶ୍ଚିତ ତୁମରି ମହାପ୍ରେମେ… |୨|

ତୁମେ ହେ ପ୍ରଭୁ ରାଜାରାଜନ ନିତ୍ୟ ଜୀବିତ ସର୍ବଶକ୍ତିମାନ
କରନ୍ତୁ ଗାୟନ ସର୍ବ ପ୍ରାଣୀଗଣ,
ହାଲେଲୁୟା ତୁମ ନାମେ… |୩|

ତୁମେ ହେ ପ୍ରଭୁ ମରଣ ବିଜୟୀ, ଜଗତଜୟୀ ପାପ ବିଜୟୀ
ରାଜ୍ୟ କର୍ତ୍ତାପଣ ମହିମାସଂଭ୍ରମ ପାଇବା ଯୋଗ୍ୟ ତୁମେ… |୪|

ସୂଚୀମାଳାକୁ ଫେରନ୍ତୁ

sadaprabhu mangalamaya ସଦାପ୍ରଭୁ ମଙ୍ଗଳମୟ, ଆସ କରି Odia Christian Lyrics


ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନ
କ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା)

ଅଧର୍ମ ସକଳ ସେ ଯେ କ୍ଷମାକାରୀ
ଆବର ସମସ୍ତ ରୋଗ ସୁସ୍ଥକାରୀ
ବିନାଶରୁ ମୁକ୍ତକାରୀ
ନିଅ ତାଙ୍କ ଶରଣ (୨ ଥର)… |୧|

କରୁଣା ଦୟାରେ କରନ୍ତି ସେ ଭୂଷିତ
ଉତ୍ତମ ଦ୍ରବ୍ୟରେ କରନ୍ତି ମୁଖ ତୃପ୍ତ
ଉକ୍ରୋଶର ସମ ହୁଏ
ନୂତନ ଯଉବନ ( ୨ ଥର)… |୨|

ଭଗ୍ନମନାର ସେ ଅତି ନିକଟବର୍ତ୍ତୀ
ଚୂମନାଙ୍କୁ ସେ ପ୍ରେମରେ ଉଦ୍ଧାରନ୍ତି
ତାଙ୍କ ପ୍ରତି ଚାହିଁ କେହି
ନୋହିଛି ବିବର୍ଷ (୨ ଥର)… |୩|

ପ୍ରଭୁ ଭୟକାରୀ କର ସର୍ବେ ଭଜନା
ଯୀଶୁ ନାମେ ଗାଇ, ହାଲେଲୁୟା ହୋଶାନ୍ତା
ତାଙ୍କ ବିନା ନାହିଁ କାହିଁ ଅନନ୍ତ ଜୀବନ ( ୨ ଥର)… |୪|

ସୂଚୀମାଳାକୁ ଫେରନ୍ତୁ


sadaprabhu sonyadhipati ସଦାପ୍ରଭୁ ସନ୍ୟାଧିପତି, ଅଟନ୍ତି ଜଗତର Odia Christian Lyrics


ସଦାପ୍ରଭୁ ସନ୍ୟାଧିପତି, ଅଟନ୍ତି ଜଗତର ଜ୍ୟୋତି
ତାଙ୍କରି ବିହୁନେ ତିନି ଭୂବନେ
ନାହିଁ କାହିଁ ଆଉ ମୁକତି (ଘୋଷା)

ଆକାଶ, ପୃଥିବୀ, ନକ୍ଷତ୍ରପୁଞ୍ଜ ସକଳ ତାଙ୍କରି ସୃଜନ
ପ୍ରତି ମୂରତିରେ ଆପଣା ପ୍ରଭୁ କଲେ ମାନବ ନିର୍ମାଣ
ଅଟନ୍ତି ସେ ମହାମହିମ (୨ଥର)
ଅକଳନ ତାଙ୍କରି ଶକତି… |୧|

ହୁଅଇ ସୁସ୍ଥିର, ସମୁଦ୍ର ଝଡ, ଶୁଣି ତାଙ୍କରି ଆଦେଶ
ଉଠଇ ଶବ, କବର ଛାଡି, ବେଗେ ତାଙ୍କରି ପାଇଁ ଡାକ
ଶୁଣି ସେ ବଡ ଯୀଶୁ ନାମ (୨ ଥର)
ଶୟତାନ ପାଏ ଭୟ ଅତି… |୨|

ପରାକ୍ରାନ୍ତ ସେ ଯୀଶୁ ରାଜନ, କରନ୍ତି ତ୍ରିଭୁବନେ କର୍ତ୍ତାପଣ
ଆସ ହେବା ନତ ତାହାଙ୍କ ଛାମୁରେ, ଅରପିବା ହୃଦୟ ସୁମନ
ଦେବେ ପ୍ରଭୁ ନବ ଅନୁଭୂତି (୨ ଥର)
ପାଇବା ଜୀବନ ଚିର ଶାନ୍ତି… |୩|

ସୂଚୀମାଳାକୁ ଫେରନ୍ତୁ

sadaprabhunka suristhira ehi dibase ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ Odia Christian Lyrics


ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ
ଆମେ ହରଷିତ ତୁମ ପାଶେ
ତୁମ ନାମେ ଉଠୁ ଜୟଗାନ (୪ ଥର)
ହାଲିୟା, ହାଲିକୁୟା, ହାଲିୟା, ହାଲିୟା, ହାଲିୟା… (ଘୋଷା)

ଏଇ ଦିବସ ପ୍ରଭୁ ତୁମ ଦାନ
ପ୍ରଦାନ କଲ ଆଜି ନବ ଜୀବନ
ଭରି ଉଠୁ ଆଜି ଆମ ହୃଦ ମନ
ଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୧|

ଏହି ଦିବସ ପ୍ରଭୁ ତୁମ ଦାନ
ଲଭିବାକୁ ଆମ ପରିତ୍ରାଣ
ଆହେ ଦୟାମୟ ଆହେ ପ୍ରେମମୟ
ଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୨|

ସୂଚୀମାଳାକୁ ଫେରନ୍ତୁ

swantana gheno ସାନ୍ବନା ଘେନ ସାଳ୍ପନା Odia Christian Lyrics


ସାନ୍ବନା ଘେନ ସାଳ୍ପନା (୨ ଥର)
ପ୍ରେମରେ ଭୁଲାଇ ମାଆ ପରି ସେ ଯେ
ଭରିଦେବେ ମନେ ସାନ୍ବନା (ଘୋଷା)

କହିଛନ୍ତି ପରା ନହୋଇ ବିମୁଖ
ରହିଥିବେ ପାଶେ ପାଶେ
ସାହସ ଜଗାଇ ତୋଳି ନେବେ ତୋତେ
ଦୁଖ ରଜନୀ ଶେଷେ
ନହୁଅ ଅଧୀର ବ୍ୟସ୍ତ ପରାଣ
ନିର୍ଭର କର ସାନ୍ତନା …|୧|

ଏପରି ବଂଧୁ, ସଖା, ପ୍ରିୟତମ,
କେହି ନାହିଁ ଜଗତରେ
ଏତେ ଉତ୍ସାହ ଆନନ୍ଦ ଆଉ
କେଉଁ ନାମ ଦେଇପାରେ
ଯୀଶୁ ନାମେ ମିଳେ ମଧୁ ଆଶ୍ବାସ
ଅଶେଷ ଶାନ୍ତି ସାନ୍ତ୍ରନା… |୨|

ସୂଚୀମାଳାକୁ ଫେରନ୍ତୁ

siyanara pothe tani niya ସିୟୋନର ପଥେ… ଟାଣି ନିଅ ମୋତେ Odia Christian Lyrics


ସିୟୋନର ପଥେ… ଟାଣି ନିଅ ମୋତେ
ତୁମରି ପବିତ୍ର ବାହୁ ବଳେ
ପ୍ରେମ ବାରିଧୀରେ… ଭାସିଯିବି ନାଥା
ତୁମେ ଥିଲେ ମୋ କତିରେ (ଘୋଷା)

ତୁମେ ପ୍ରଭୁ ଯେବେ… ଥିବ ମୋ ସପକ୍ଷେ
ନାହିଁ କେହି ପଛେ ମୋ ବିପକ୍ଷେ
ନୂଆ ଜୀବନରେ … ନୂଆ ଆଲୋକରେ
ଚାଲିବି ମହାନନ୍ଦରେ |୧|

କହେ ଯୋଡ଼ି କର … ଖୋଲି ହୃଦ ଦ୍ବାର
ଆସ ପଶି ମୋ ଅନ୍ତର
ଜାଳି ମୋ ଦୀପାଳି… କରୁଅଛି ଅଳି
ଆଜିର ଏ ଉତ୍ସବରେ |୨|

ସୂଚୀମାଳାକୁ ଫେରନ୍ତୁ

srusthira sehi prathama prasna ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ Odia Christian Lyrics


ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେ
ହେ ମଣିଷ… ହେ ମଣିଷ…ତୁମେ କେଉଁଠାରେ? (୨ ଥର) |୧|

ଆଜି ବି ରହିଛି ବିଭେଦ ପ୍ରାଚୀର
ପାପ କଳଙ୍କ ବୋଳା
ପାରେ ନାହିଁ ସହି ଏ ମଣିଷ ଆଉ
ପାପର ଦହନ ଜ୍ୱଳା
ଜ୍ଞାନ ଗାରିମାର ଆବ ରଣ ତଳେ
ମଣିଷ କି କେତେ ବୁଝିପାରେ … I୨I

ଫେରି ଆସ ପ୍ରଭୁ ଆସ ଅବତରି
କଳୁଷିତ ଧରା କୋଳେ
ତୁମରି ପ୍ରେମରେ ଭଙ୍ଗା ମନକୁ
ଯୋଡ଼ିଦିଅ ଆଉ ଥରେ
ତୁମରି ଅମର ସଙ୍ଗୀତ ବିନା
ଆଉ କି ଆନନ୍ଦ ମିଳିପାରେ? |୩|

ସୂଚୀମାଳାକୁ ଫେରନ୍ତୁ


sadaprabhu moro pratipalaka ସଦାପ୍ରଭୁ ମୋର ପ୍ରତିପାଳକ Odia Christian Lyrics


ସଦାପ୍ରଭୁ ମୋର ପ୍ରତିପାଳକ
ମୋର ଅଭାବ ହେବ ନାହିଁ
ହେବ ନାହିଁ… ହେବ ନାହିଁ …|o|

ସୁ-କୋମଳ ତୃଣ ଶେଯେ ଶୟନ କରନ୍ତି ।
ସ୍ଥିର ଜଳ ପାଶେ ପାଶେ ମୋତେ ଧରି ଚଳନ୍ତି
ମୃତ୍ୟୁ ଛାୟା ପଥେ ମୋର (ଆଉ) ଆପଦର ଭୟ ନାହିଁ… |୧|

ପାଶେ ରହି ଶାସନରେ ସାନ୍ବନା ଦିଅନ୍ତି
ମୋ ଶତ୍ରୁ ସମୀପେ ମୋତେ ଆଶୀର୍ବାଦ କରନ୍ତି
ତାହାଙ୍କ ମଙ୍ଗଳ ଦୟା
ମୋତେ କେବେ ହେଁ ଛାଡିବ ନାହିଁ |୨|

ସୂଚୀମାଳାକୁ ଫେରନ୍ତୁ


sanjibita prabhu kariba nahi ki ସଂଜୀବିତ ପ୍ରଭୁ କରିବ ନାହିଁ କି ଆନନ୍ଦ Odia Christian Lyrics


ସଂଜୀବିତ ପ୍ରଭୁ କରିବ ନାହିଁ କି ଆନନ୍ଦ କରିବୁ ତୁମଠାରେ
ଆତ୍ମାଙ୍କ ତଇଳ ଢ଼ାଳିବ ନାହିଁ କି,
ଜଳିବ ଆଲୋକ ସମାଜରେ… (ଘୋଷା)

ପ୍ରତି ଶୁଷ୍କ ଅସ୍ଥି ସଜୀବ ହେବାକୁ,
ବହୁ ପ୍ରାଣବାୟୁ ବହ ଚଉଦିଗୁ
ଜୀବିତ ହୋଇବା ପାଦେ ଠିଆ ହେବା
ପ୍ରଶଂସିବା ଯଶ ଉଚ୍ଚରେ … | ୧ |

କର ଗୋ ଆଶିଷ ଆତ୍ମାଙ୍କ ପରଶେ,
ଫଳିବୁ ଅକ ତୁମର ଉଦେଶେ
ହୋଇ ପରିହିତ ପରିତ୍ରାଣ ବସ୍
ପ୍ରଶଂସା କରିବା ଉଚ୍ଚରେ ….|9|

ସୂଚୀମାଳାକୁ ଫେରନ୍ତୁ


sumadhura sure gao ସୁମଧୁର ସୁରେ ଗାଅ ଯୀଶୁ ନାମ Odia Christian Lyrics


ସୁମଧୁର ସୁରେ ଗାଅ ଯୀଶୁ ନାମ
ଯୀଶୁ ନାମ … ମିଠା ନାମ … ଯୀଶୁନମ … ପ୍ରିୟନାମ… (ଘୋଷା)

ସେ ନାମେ ଅଛି ପ୍ରେମ ସେ ନାମେ ମିଳନ,
ସେ ନାମେ ଭୟ, ଦୁଃଖ ଦୂର ହୁଏ ଜାଣ,
ନିଅ ହେ ସେ ନାମେ ଶରଣ,
ସେ ନାମେ ସାନ୍ବନା ଘେନ…. |୧|

ସେ ନାମେ ଅଛି ଆମ ମହା ପରିତ୍ରାଣ
ସେ ନାମେ ଲଭେ ପାପୀ ଅନନ୍ତ ଜୀବନ
ସେ ନାମେ କରିଛି ଭରଷା
ପାପୀ ମୁଁ ପାଇବି ତ୍ରାଣ…. |୨|

ସୂଚୀମାଳାକୁ ଫେରନ୍ତୁ

swarga jahara singhasana ସ୍ଵର୍ଗ ଯାହାର ସିଂହାସନ ପୃଥିବୀ ଯାହାର Odia Christian Lyrics


ସ୍ଵର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ…ମୁଁ…
ସେହି ପ୍ରିୟ ଯୀଶୁ ପାଦ ତଳେ
ଭକତି ଅଞ୍ଜଳି ଢ଼ାଳେ … ମୁଁ … (ଘୋଷା)

ଯେ ନାମରେ ଅନ୍ଧ ଦେଖିଥିଲା,
ସେ ନାମରେ ଛୋଟା ଚାଲିଥିଲା
ସେହି ନାମ ମୋର ଜୀବନ ସଂଗୀତ
ସେ ନାମେ ଶାନ୍ତି ମିଳେ … ମୁଁ … |୧|

ସେ ନାମକୁ ମୃତ୍ୟୁ ଡରିଥିଲା ପାପ ଅମାନିଶା ପାହିଗଲା
ପାଇଛି ସେ ନାମ ଦେଇ ମୋ ଜୀବନ
ତାଙ୍କରି ଚରଣ ତଳେ… ମୁଁ … |୨|

ସୂଚୀମାଳାକୁ ଫେରନ୍ତୁ