Friday, February 21, 2025

mu je eka abujha puajhia tumara ମୁଁ ଯେ ଏକା ଅବୁଝା ପୁଆଝିଅ Odia Christian Lyrics


ମୁଁ ଯେ ଏକା ଅବୁଝା ପୁଆଝିଅ ତୁମର
କ୍ଷମା ଦେଇ ବାରେ ମୋତେ କର ନିଜର (ଘୋଷା)

କେତେ ଥର ମୁଁ ତୁମକୁ କୃଶେ ଝୁଲାଇଛି,
ଶରୀରେ ତୁମରି କେତେ କ୍ଷତ କରି ଚାଲିଛି,
ନୁହେଁ ମୁଁ ତିଳେ ଯୋଗ୍ୟ ତୁମର ( ୨ ଥର)
କ୍ଷମା ଦେଇ ବାରେ ମୋତେ କର ନିଜର || ୧ ||

ଅପବ୍ୟୟୀ ପୁତ୍ର ନ୍ୟାୟ ଆଜି ଫେରି ଆସିଛି
ସବୁ ଦୋଷ ମୋର ତୁମ ଚରଣରେ ରଖୁଛି
ହୃଦୟ ତୁମ ଅତି ଉଦାର ( ୨ ଥର)
କ୍ଷମା ଦେଇ ବାରେ ମୋତେ କର ନିଜର || ୨ ||

ସୂଚୀମାଳାକୁ ଫେରନ୍ତୁ


mu ki nebi jishu pade thoyibi ମୁଁ କି ନେବି ଯୀଶୁ ପାଦେ ଥୋଇବି Odia Christian Lyrics


ମୁଁ କି ନେବି ଯୀଶୁ ପାଦେ ଥୋଇବି ?
କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା)

କି ଅଛି ମୋହର କି ଘେନି ଯିବି ?
ତାଙ୍କ ପ୍ରେମ ତୁଲ୍ୟ କି ଦ୍ରବ୍ୟ ଦେବି ? || ୧ ||

ମୁଁ ଦରିଦ୍ର, କାହୁଁ ଧନ ପାଇବି ?
କି ଧନ ଦେଇ ବା ତାଙ୍କୁ ପୋଷିବି ? || ୨ ||

ସବୁ ତ ତାଙ୍କର ତାଙ୍କୁ କି ଦେବି ?
ସୁଯୋଗ୍ୟ ପଦାର୍ଥ କାହୁଁ ଆଣିବି ? || ୩ ||

ଯଦିବା ମୁଁ ଦେହ ପ୍ରାଣ ଅର୍ପିବି
ତେବେ ମୁଁ ଧାରୁଆ ହୋଇ ରହିବି || ୪ ||

ଯାବଜୀବନ ମୁଁ କୃତଜ୍ଞ ହେବି,
ନମ୍ର ହୋଇ ତାଙ୍କ ପାଦେ ପଡ଼ିବି || ୫ ||

ତାଙ୍କ ପ୍ରଶଂସାରେ କାଳ କାଟିବି,
ଦେହ ପ୍ରାଣ ସବୁ ମୁଁ ଉତ୍ସର୍ଗିବି || ୬ ||

ସୂଚୀମାଳାକୁ ଫେରନ୍ତୁ

muktidata jishu muktidata ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି Odia Christian Lyrics


ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି ଏକା ମୋର ପାପ ହରତା (ଘୋଷା)

ଅନ୍ଧକାରେ ସେ ମୋ ଦିବ୍ୟଶିଖା
ଭବ ସାଗରେ ମୋ ତ୍ରାଣ ନଉକା ||୧||

ମୋ ମନ ଆକାଶେ ସେ ସବିତା
ମୋ ହୃଦ ଦୀପ ଅଲିଭା ବର୍ଭାକା || ୨ ||

ପାପ ନାଶକାରୀ ଜଗତ ଜିତା
ସଙ୍କଟ କାଳେ ମୋ ଉଦ୍ଧାରକର୍ତ୍ତା ||୩||

ସୂଚୀମାଳାକୁ ଫେରନ୍ତୁ


micha maya sansare ମିଛ ମାୟା ସଂସାରରେ Odia Christian Lyrics


ମିଛ ମାୟା ସଂସାରରେ
ଗଡ଼ି ଚାଲି ଯାଏ ଏ ସମୟ
କାହିଁ କର ତୁମେ ତହିଁ ଶପଥର ମିଛ ଅଭିନୟ
ହଁ କଥା ହିଁ ହେଉ, ନା କଥା ନ ହେଉ
ହେଉ ଜୀବନର ଏ ଅଭିପ୍ରାୟ (ଘୋଷା)

ଭାଙ୍ଗି ପୁଣି ଗଢ଼ିବାର, ନାହିଁ କିଛି ସକ୍ଷମତା
ହୃଦୟରେ ଭରିଅଛି, ଶତ ଶତ ଦୁର୍ବଳତା
ମସ୍ତକର କେଶ ରଙ୍ଗ; ବଦଳାଇ ନ ପାର
ତେବେ କାହିଁ ନିଅ ତୁମେ
ଶପଥ ଯେ ତୁମ ମସ୍ତକର || ୧ ||

ସ୍ଵର୍ଗ ତାଙ୍କ ସିଂହାସନ, ଧରା ତାଙ୍କ ପାଦପୀଠ
ସୃଷ୍ଟିକର୍ତ୍ତା ସେ ଆମର, ପ୍ରଭୁଙ୍କର ପ୍ରଭୁ ସେ ତ
ମିଛେ ତାଙ୍କ ନାମ ନେଇ, ଶପଥ ଆଉ ନ କର
ତାଙ୍କଠି ଭରସା କଲେ
ହେବ ନାହିଁ କେବେ ପରାଜୟ ||୨||

ସୂଚୀମାଳାକୁ ଫେରନ୍ତୁ


macha dharibu nahi ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ Odia Christian Lyrics


ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ
ଜାଲ ଧରିବୁ ନାହିଁ ଆଉ ଆମେ ବାକ୍ୟକୁ ଧରିବୁ
ହା… ହା…ହାଲେୟା (ଘୋଷା)

ଯୀଶୁଙ୍କ ଡାକ ଶୁଣିଯିବୁ, ଜାଲ, ନଉକା, ଛାଡ଼ିଦେବୁ
ଭବ ସମୁଦ୍ର ବୁଲି ବୁଲି ସୁସମାଗ୍ଧର କହିଯିବୁ
ହା… ହା…ହାଲିୟା || ୧ ||

ସଜାଡ଼ିବୁନି ଚୌକା ସବୁ, ଜନ ମନକୁ ସଜାଡ଼ିବୁ
ଭଙ୍ଗାଚୁନା ମନ ସବୁକୁ, ଯୀଶୁଙ୍କ କତିକୁ ଆଣିବୁ
ହା…ହା…ହାଲ୍ଲିଲୁୟା || ୨ ||

ଜନପୂର୍ଣ ଜାଲ ଟାଣିବୁ ସ୍ଵର୍ଗ ଖୋଳେଇରେ ସବୁ
ଏକଶ ତେପନ ବଡ଼ ମାଛ ଗୋଟି ଗୋଟି କରି ଗଣିନେବୁ
ହା…ହା…ହାଲ୍ଲିଲୁୟା || ୩ ||

ସୂଚୀମାଳାକୁ ଫେରନ୍ତୁ

mahimare purichi mara sehi jishunka ମହିମାରେ ପୁରିଛି ମୋର ସେହି Odia Christian Lyrics

 

ମହିମାରେ ପୁରିଛି
ମୋର ସେହି ଯୀଶୁଙ୍କ ନାମ
ଗଉରବେ ଭରିଛି
ମୋର ସେହି ଯୀଶୁଙ୍କ ନାମ (ଘୋଷା)

ଚିର ମଧୁମୟ, ଚିର ପ୍ରେମମୟ ତାଙ୍କର ଅପାର ଦୟା
ସଦା ଲୋଡୁଥିବି, ସଦା ମାଗୁଥିବି ମୋ ଜୀବନେ ତାଙ୍କ ଛାୟା
ଯେବେ ତାଙ୍କୁ ଚାହେଁ, ଜ୍ୟୋତି ଝରୁଥାଏ
ପ୍ରଭୁ ସେ ମହାମହିମ
ମନେ ମନେ ଭାଳେ, ସତେ ନେବେ କୋଳେ
ମୋର ସେ ପ୍ରଭୁ ପରମ || ୧ ||

ଅନେକ ଆଶାର, ଅନେକ ଖୁସିର ସ୍ଵର୍ଗ ସୁରଭି ସିଏ
ତାଙ୍କରି ପରଶେ, ନିରାଶ ଜୀବନେ ସରସତା ଭରିଯାଏ
ସୁନ୍ଦର ଠାରୁ ସୁନ୍ଦର ସିଏ
ସେଇ ଯେ ସୁନ୍ଦରତମ
ତାଙ୍କ ପାଦେ ମନ ଅରପଣ କରି
ସାର୍ଥକ ହେଉ ଜନମ || ୨ ||

ସୂଚୀମାଳାକୁ ଫେରନ୍ତୁ

mahima heu tumbhara he parama ମହିମା ହେଉ ତୁମ୍ଭର ହେ ପରମ ଈଶ୍ବର Odia Christian Lyrics


ମହିମା ହେଉ ତୁମ୍ଭର ହେ ପରମ ଈଶ୍ବର
ପ୍ରଶଂସା ହେଉ ତୁମ୍ଭର ହେ ପରମ ଈଶ୍ବର
ତୁମ୍ଭେ ଅନାଦି ଅନନ୍ତ ତୁମ୍ଭ ଅସୀମ ଅମୃତ
ହାଲ୍ଡଲୁୟା ହାଲେଲୁୟା ହାଲେଲୁୟା ହାସ୍ନେଲୁୟା
ହାଲ୍ଲେଲୁୟା ହାଲ୍ଡଲୁୟା ହାଲେଲୁୟା ହୋଶାନ୍ନା (ଘୋଷା)

ଏ ଆକାଶ ତଳେ ମନୁଷ୍ୟ ମଧ୍ୟରେ
କେହି ନାହିଁ ତାଙ୍କ ସମ
କ୍ଷମାର ସାଗର କରୁଣାର ଧାର
ସେହି ଏକା ଯୀଶୁ ନାମ || ୧ ||

ଆସ ଆଜି ପ୍ରଭୁ ହୃଦୟ ମନ୍ଦିରେ
ତୁମ୍ଭ ମୋର ପ୍ରାଣ ଧନ
ଗାଉଥିବି ନିତି ପ୍ରଶଂସାର ଗୀତି
ତୁମେ ମୋର ପରିତ୍ରାଣ || ୨ ||

ସୂଚୀମାଳାକୁ ଫେରନ୍ତୁ

mahima sada prabhunkara sambhrama ମହିମା ସଦା ପ୍ରଭୁଙ୍କର…ସଂଭ୍ରମ ସଦା Odia Christian Lyrics


ମହିମା ସଦା ପ୍ରଭୁଙ୍କର…ସଂଭ୍ରମ ସଦା ପ୍ରଭୁଙ୍କର
ଧନ୍ୟବାଦ ଗଉରବ ଯୁଗେ ଯୁଗେ ତାହାଙ୍କର
ହାଲୁୟା..ହାଲିଲୁୟା..ହାଲିଲୁୟା.. (ଘୋଷା)

ତାହାଙ୍କ ଉଦ୍ଦେଶେ ଗାନ କର, ତାହାଙ୍କ ପ୍ରଶଂସା ଗାନକର
ପରାକ୍ରମ, ଧନ, ଜ୍ଞାନ, ଯୁଗେ ଯୁଗେ ତାହାଙ୍କର || ୧ ||

ଜଗନ୍ତିବାସୀ ଉଠାଅ ସ୍ଵର, ସର୍ବେ ଦେଇ ଉଚ୍ଚ କରତାଳ
ମଙ୍ଗଳମୟ କରୁଣାମୟ ସେ ନାମେ ଉଲ୍ଲାସ କର || ୨ ||

ଅନନ୍ତ ସ୍ଥାୟୀ ଧର୍ମ ତାଙ୍କର ବିଧି ସକଳ ତାଙ୍କ ଅଟଳ
ତାହାଙ୍କ ନାମ ଆଦରଣୀୟ ସେ ନାମେ ପ୍ରଶଂସା କର || ୩ ||

ସୂଚୀମାଳାକୁ ଫେରନ୍ତୁ

mahimaya prabhu prasansaniya ମହିମାମୟ ପ୍ରଭୁ ପ୍ରଶଂସନୀୟ ପ୍ରଭୁ Odia Christian Lyrics


ମହିମାମୟ ପ୍ରଭୁ ପ୍ରଶଂସନୀୟ ପ୍ରଭୁ
ପୂଜା ବନ୍ଦନା କରୁଥିବି ସଞ୍ଜ ସକାଳେ ମୁଁ ଆରାଧନା….( ୪ ଥର)
ପ୍ରିୟ ପ୍ରଭୁ ଯୀଶୁଙ୍କର ମୋ ପ୍ରଭୁ ଯୀଶୁଙ୍କର…. (ଘୋଷା)

ପବିତ୍ର ଆତ୍ମା ଓହ୍ଲାଇ ଆସ ଶକ୍ତି କର ପ୍ରକାଶ
ଜୀବନ ମମ ହୋଇବ ଧନ୍ୟ ଦିଅ ତୁମ ଆଶିଷ….|| ୧ ||

ସୂଚୀମାଳାକୁ ଫେରନ୍ତୁ

mana kara prabhu staba gana ମନ, କର ପ୍ରଭୁ ସ୍ତବ ଗାନ ପୂଜା Odia Christian Lyrics


ମନ, କର ପ୍ରଭୁ ସ୍ତବ ଗାନ ପୂଜା
ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା (ଘୋଷା)

ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ
କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ || ୧ ||

ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କଲେ ତବ ସୃଜନ
ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ || ୨ ||

ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କରି କରୁଣା ଦାନ
ବୃଷ୍ଟି ରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ || ୩ ||

ପ୍ରଭୁ ସ୍ତବ କର, ଆରେ ମନ ମୋର, ନ ପାଶୋର ତାଙ୍କ ପ୍ରେମ
ଆହେ ସର୍ବ ପ୍ରାଣୀ, କରି ଜୟନି ଗାନ କର ପ୍ରଭୁ ନାମ ||୪||

ସୂଚୀମାଳାକୁ ଫେରନ୍ତୁ

mago diyaa jiba khojo paiba ମାଗ ଦିଆଯିବ ଖୋଜ ପାଇବା Odia Christian Lyrics

 

ମାଗ ଦିଆଯିବ ଖୋଜ ପାଇବା
ଦୁଆରେ ଆଘାତ କର ଦୁଆର ଖୋଲାଯିବ … (ଘୋଷା)

ଯୀଶୁପଥ ଯୀଶୁ ସତ୍ୟ ଯୀଶୁ ହିଁ ଜୀବନ
ପାପୀ କ୍ଷମା ପାଏ ପୁଣି ପାଏ ପରିତ୍ରାଣ
ଆସ ପରିଶ୍ରାନ୍ତ-ଭାରଗ୍ରସ୍ତ ସମସ୍ତ
ଆସ ଆଜି ତୁମକୁ ବିଶ୍ରାମ ଦିଆଯିବା … |୧|

ତୁମ ରାଜ୍ୟ ଆସୁ ପ୍ରଭୁ ସାରା ଏ ଜଗତେ
ସେବା ଆରାଧନା ନିତି ତୁମ ଇଚ୍ଛା ମତେ
ଯୀଶୁ ଦ୍ରାକ୍ଷାଲତା ପିତା କୃଷକ
ତାଙ୍କରି ପାଇଁ ଉତ୍ତମ ଫଳ ଯେ ଫଳୁଥିବୁ … |୨|

ସୂଚୀମାଳାକୁ ଫେରନ୍ତୁ


moro jibana sampati gyananjana ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତି Odia Christian Lyrics


ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତି
ଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧|

ମୋର ମୁକତି ପସରା ପ୍ରାଣପତି ଚିଉଚରା
ଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା … |୧|

ମୋର ପରମ ରକ୍ଷକ ପଥ ସତ୍ୟତା ଚାଳକ
ଧନ୍ୟ ଧନ୍ୟ ଯୀଶୁ ଦୁଃଖ ହାରକ … |୨|

ମୋର ମଙ୍ଗଳ ଦାୟକ ମହିମାମୟ ତାରକ
ଧନ୍ୟ ଧନ୍ୟ ଯୀଶୁ ପାପ ବାହକ … |୩|

ମୋର ମସ୍ତକ ଭୂଷଣ ମୁକୁଟ ମଣି ରତନ
ଧନ୍ୟ ଧନ୍ୟ ଯୀଶୁ ମୋର ଜୀବନ … |୪|

ସୂଚୀମାଳାକୁ ଫେରନ୍ତୁ


moro jibana sankhali jishu (ସ୍ଵର-ତୁମେ ଅଧମ ପତିତ ନରେ) Odia Christian Lyrics


(ସ୍ଵର-ତୁମେ ଅଧମ ପତିତ ନରେ)
ମୋର ଜୀବନ ସଙ୍ଖାଳି ଯୀଶୁ ନିତି ଜାଗି ପ୍ରାଣ ପଥେ
ତୁମେ ବାରେ ବାରେ ମନାକର ଗମିବାକୁ ଅଣ ପଥେ … (ଘୋଷା)

ଏ ସଂସାର ଜାଲେ ଗଲେ ପଡ଼ି
ତୋଳି ନିଅ ହାତେ କ୍ଷଣେ ଜାଲ ଯାଏ ଛିଡ଼ି ।
(ସେହି) ମହାନନ୍ଦେ ଭକ୍ତିଭରେ କରେ ସ୍ତୁତି ଅବିରତେ … |୧|

ଯେବେ ସେ ଅକୂଳନ କାଳେ
ପଡ଼ି ପେଷି ହୋଇ ଡ଼ାକେ ଜୀବନ ବିକଳେ
(ନାଥ) ଫେଡ଼ିଥାଅ ଦୁଃଖ ତାର ।
ଦେଇ ଶାନ୍ତି କେତେ କେତେ … |୨|

ପାପେ ପ୍ରାଣ ହେଲେ ଜରଜର
ପ୍ରେମେ ବାଡ଼ିଦେଇ ତାରେ ନାଶ ଖରତର
(ତାର) ପବିତ୍ର ହିଲ୍ଲୋଳେ ନାଚେ ତନୁ ପ୍ରାଣ ହରଷିତେ … |୩|

ବିଳାସରେ କେହି ଗଲେ ଭୂଲି
ତା ଅନ୍ତରେ ଅନୁଯୋଗ କରି କେତେ ଭଳି
(ସେହି) ଅନୁତାପେ ଅନୁରାଗେ ଅନୁସରେ ପୁଣ୍ୟ ପଥେ … |୪|

ସୂଚୀମାଳାକୁ ଫେରନ୍ତୁ


mote khoji khoji jishu ayile ମୋତେ ଖୋଜି ଖୋଜି ଯୀଶୁ ଅଇଲେ Odia Christian Lyrics


ମୋତେ ଖୋଜି ଖୋଜି ଯୀଶୁ ଅଇଲେ
ମୋ ଛାର ପାଇଁକି ସରଗ ତିଆଗି
ଅଶେଷ ଯାତନା ସହିଲେ (ଘୋଷା)

ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚ
ଖୋଜି ଖୋଜି ଶେଷେ ପାଇଲେ
ଆହାକି ଆଦିରେ ପରମାନନ୍ଦରେ
ଧୂଳି ଝାଡ଼ି କୋଳେ ଧଇଲେ … |୧|

ଜୀବନ ଦେବତା ଅତି ମଳିନତା
ଦେଖୁ ମନେ ବ୍ୟଥା ପାଇଲେ
ନିଗାଡ଼ି ନିଜର ହୃଦୟ ରୁର
ନିଜ ଅନୁରୂପେ ଧୋଇଲେ … |୨|

ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା
ଆପଣେ ଶ୍ରୀଅଙ୍ଗେ ବହିଲେ
ମରଣ ଦାରୁଣ ପଣରେ ନବୀନ
ଜୀବନର ମାର୍ଗ ନିହିଲେ … |୩|

ମରଣର ଭୀତି କୁଶ ଯନ୍ତେ ଇତି
କରି ମହାମୁକ୍ତି ବିହିଲେ
ସରଗ କାହାଣୀ ମୋ ପାଖେ ବଖାଣି
ପ୍ରେମରେ ପରାଣ ମୋହିଲେ … |୪|

ସଫଳ ଜୀବନ ଯୀଶୁ ଶ୍ରୀଚରଣ
ପରିଚାରପଣ ପାଇଲେ
ବୃଥା ଏ ଜନମ ପୂଜା ଅନୁଷ୍ଠାନ
ମହାପ୍ରଭୁ କୃପା ନୋହିଲେ … |୫|

ସୂଚୀମାଳାକୁ ଫେରନ୍ତୁ

madhura jishu priya jishu ମଧୁର ଯୀଶୁ ପ୍ରିୟ ଯୀଶୁ Odia Christian Lyrics


ମଧୁର ଯୀଶୁ ପ୍ରିୟ ଯୀଶୁ
ବିରାଜ ମୋ ଅନ୍ତରେ … (ଘୋଷା)

ଚିର ଜୀବି ରୋଟି ତୁମେ
ଭୋଜନ ହୁଅ ଆମ
ଇଂଜି ତାହା ଲଭିବୁ ଆମେ
ଚିରନ୍ତନ ଜୀବନ … |୧|

ଚିର ଜୀବି ନୀର ତୁମେ
ପାନୀୟ ହୁଅ ଆମ
ପାନ କରି ଲଭିବୁ ଆମେ
ଚିରନ୍ତନ ଜୀବନ … |୨|

ପଥିକର ପଥ ତୁମେ
ଦେଖାଅ ମୁକ୍ତି ପଥ
ଯାତ୍ରୀ ହୋଇ ଲଭିବୁ
ଚିରନ୍ତନ ଜୀବନ … |୩|

ବିଶ୍ବାସୀର ସତ୍ୟ ତୁମେ
ଦେଖାଅ ସତ୍ୟାଲୋକ
ସତ୍ୟ କହି ଲଭିବୁ ଆମେ
ଚିରନ୍ତନ ଜୀବନ … |୪|

ସୂଚୀମାଳାକୁ ଫେରନ୍ତୁ

Miliba keunthi amruta jala ମିଳିବ କେଉଁଠି ଅମୃତ ଜଳ Odia Christian Lyrics


ମିଳିବ କେଉଁଠି ଅମୃତ ଜଳ
ପାଇବି କେଉଁଠି ଆଶ୍ରୟ ସ୍ଥଳ
କ୍ଲାନ୍ତ ମୋର ତନୁ ମନ
ଭାରଗ୍ରସ୍ତ ଜୀବନ (ଘୋଷା)

କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳ
କାହିଁ ଗଲେ ସିଏ
କ୍ରୁଶ କାଠେ ଝୁଲି ପାପି ପାଇଁ ଯିଏ ଢାଳିଥିଲେ ପ୍ରାଣ
କାହିଁ ଗଲେ ସିଏ
ସେହି ଯୀଶୁ ମୋର ଦୃଢ ଆଶ୍ରୟ
ପଥିକ ମୁହିଁ ଯେ ସିଏ ଜଳାଶୟ (୧)

ଛୁଇଁ ଦେଲେ ଯିଏ ପଲକେ ବଦଳେ ପାପିର ଜୀବନ
ମୁହିଁ ତାଙ୍କୁ ଖୋଜେ
ହୃଦୟକୁ ମୋର ଚରଣେ ତାଙ୍କରି ଥୋଇଲେ ପାଇବି
ପାପ କ୍ଷମା ମୁହିଁ
ତାଙ୍କରି ଜୁଆଳି ବହି ମୁହିଁ କାନ୍ଧେ
ଚାଲିବି ସେ ପଥ ମହା ଆନନ୍ଦେ (୨)

ସୂଚୀମାଳାକୁ ଫେରନ୍ତୁ

mana moro jago jago re ମନ ମୋର କାଗ ଜାଗରେ Odia Christian Lyrics


ମନ ମୋର କାଗ ଜାଗରେ
ପ୍ରାର୍ଥନାରେ ସଦା ଜାଗରେ
ଧର୍ମ ପଥେ ସଦା ଥାଆ
ପାପ ପଥୁ ଦୂରେ ରହି
ଯୀଶୁଙ୍କ ନାମ ଗାଅରେ … (ଘୋଷା)

ଖ୍ରୀଷ୍ଟ ଆମ ତ୍ରାଣ କର୍ତ୍ତା
ଆମ ଆତ୍ମାର ବେବର୍ତ୍ତା
ସାଂସାରିକ ଛାଡ଼ି ସୁଖ
ତାଙ୍କରେବିଶ୍ଵାସ ରଖି
ଲୋଡ଼ା ନାହିଁ ଧନ, କର ତାଙ୍କ ଧ୍ୟାନ
ତାଙ୍କ ପ୍ରଶଂସା ଗାଅରେ … |୧|

ଶୟତାନ ନିତି ନିତି
ମାୟା ଜାଲ ଥାଏ ପାତି
ଭାଗି ସେହି ମାୟା ଜାଲ
ଯୀଶୁଙ୍କରେ ରଖ ଲୟ
ସେ ତ ପ୍ରେମମୟ, ସବୁରି ଆଶ୍ରୟ
ତାଙ୍କ ପାଶେ ସଦା ରହରେ … |୨|

ସୂଚୀମାଳାକୁ ଫେରନ୍ତୁ


muhi rasibi ki sara chadi ମୁଇ ରସିବି କି ସାର ଛାଡି ଅସାରକୁ Odia Christian Lyrics


ମୁଇ ରସିବି କି ସାର ଛାଡି ଅସାରକୁ ରସିବି କି ?
ଅନିତ୍ୟ ସଂସାର ଏହି କ୍ଷଣକେ ଯିବଟି ବହି
ତା’ ପାଇଁ ଅମର ଆତ୍ମା ହଜାଇ ଦେବି କି ?…. |୧|

ସଂସାର ସୁଖ ସମସ୍ତ ଅଟଇ କ୍ଷଣିକ ମାତ୍ର
ତା ପାଇଁ ସ୍ବର୍ଗୀୟ ନିତ୍ୟସୁଖ ତେଜିବି କି ?… |୨|

ଏ ସୁଖ ସମ୍ପଦ ପାଇଁ ଆତ୍ମା ହଜେଇଲେ ମୁହିଁ
ଚିରକାଳ ଅନୁତାପ ମୁଁ ନ କରିବି କି ?… |୩|

ଯା’ରେ ଅନିତ୍ୟ ସଂସାର ଭଗାରି ତୁହି ଆତ୍ମାର
ତୋ ପ୍ରବଂଚନା ସକଳ ଜଣା ନୁହଇ କି ?… |୪|

ସୂଚୀମାଳାକୁ ଫେରନ୍ତୁ

moro ate bihita sadhibaku ମୋର ଅଟେ ବିହିତ ସାଧୁବାକୁ Odia Christian Lyrics


ମୋର ଅଟେ ବିହିତ ସାଧୁବାକୁ
ଧର୍ମ କର୍ମ ଯୀଶୁଙ୍କ ମତ (ଘୋଷା)

ଯଦ୍ଦନରେ ଆପେ ସେହି ହୋଇ ଡୁବିତ
ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ … |୧|

ଯେଉଁ ଆମ୍ବା ଡୁବନକାଳେ ହେଲେ ପ୍ରାପ୍ତ
ମୋ ମୁଣ୍ଡ ବସନ୍ତୁ ସେହି ସ୍ଵର୍ଗ କପୋତ …|୨|

ଆଜି ଯୀଶୁଙ୍କ ମରଣେ ହୋଇ ଡୁବିତ
ପାପ ପ୍ରତି ମୃତ ଧର୍ମ ପ୍ରତି ଜୀବିତ …|୩|

ଖ୍ରୀଷ୍ଟଙ୍କ ସହିତ ହୋଇ ମୁଁ ଉତ୍ଥାପିତ
ଉପରିସ୍ଥ ବିଷୟରେ ରହୁ ମୋ ଚିତ୍ତ …|୪|

ଡୁବନରେ ପିଠେ ମୁଁ ଖ୍ରୀଷ୍ଟରୂପ ବସ୍ତ,
ତାଙ୍କ ପ୍ରେମେ ଧର୍ମାତ୍ମାରେ ବୁଡୁ ମୋ ଚିତ୍ତ.. |୫|

ଆଜି ଯେଉଁ ନିତ୍ୟ ନିୟମ ସ୍ଥିରିକୃତ,
ମୋ ମନରୁ ନ ହେଉ ତାହା ଦୂରୀଭୂତ … |୬|

ସୂଚୀମାଳାକୁ ଫେରନ୍ତୁ

long time ago in bethlehem

Long time ago in Bethlehem
So the Holy Nible say
Mary's boy child Jesus Christ
Was born on Christmas day

Hark now hear the angels sing
A new king born today
And man will live forevermore
Because of Christmas day

Trumpets sound and angels sing
Listen what they say
That man will live forevermore
Because of Christmas day

While shepherds watch their flock by night
They see a bright new shining star
Then hear a choir sing
The music seemed to come from afar

Now Joseph and his wife Mary
Come to Bethlehem that night
Then find no place to born the child
Not a single room was in sight

Hark now hear the angels sing
A new king born today
And man will live forevermore
Because of Christmas day

Trumpets sound and angels sing
Listen what they say
That man will live forevermore
Because of Christmas day

By and by they find a little nook
In a stable all forlorn
And in a manger cold and dark
Mary's little boy was born

mana paribartana kara ମନ ପରିବର୍ତ୍ତନ କର, ଆଜି ପାପରୁ ଫେର Odia Christian Lyrics


ମନ ପରିବର୍ତ୍ତନ କର, ଆଜି ପାପରୁ ଫେର … (ଘୋଷା)

ଆସୁଛି ଦିନ ପ୍ରଭୁଙ୍କ ଆଗମନ କରିଣ ଶବ୍ଦ ଜାଣ
କ୍ରୋଧର ଦିନ କ୍ଲେଶର ଦିନ ଅତି ଭୟଙ୍କର … |୧|

ଆଉ କେତେ କାଳ, ପାପରେ ସକଳ
କାଟିବା ଜୀବନ ଜାଣ
ନାହିଁ ପରିତ୍ରାଣ, ଯାଇଛି ହେ ଦିନ
ଯଥେଷ୍ଟ ହେଲା ଜାଣ… |୨|

କର ପାପ ସ୍ବୀକାର, କର ଖେଦ କ୍ରନ୍ଦନ
ପାଇବ ପରିତ୍ରାଣ….
ହୋଇ ଆତ୍ମାରେ ପୂର୍ଣ୍ଣ, ସଦା କର ଗମନ
ହାଲିଲୁୟା ଜୟଗାନ… |୩|

ସୂଚୀମାଳାକୁ ଫେରନ୍ତୁ

sthuthi patruda stotrarhuda stutula స్తుతి పాత్రుడా స్తోత్రార్హుడా స్తు

 స్తుతి పాత్రుడా స్తోత్రార్హుడా స్తుతులందుకో పూజార్హుడా

ఆకాశమందు నీవు తప్ప నాకెవరున్నరు నా ప్రభు

1. నా శత్రువులు నను తరుముచుండగా
నాయాత్మ నాలో కృంగెనే ప్రభూ
నా మనస్సు నీవైపు త్రిప్పిన వెంటనే
శత్రువుల చేతినుండి విడిపించినావు కాపాడినావు

2. నా ప్రాణ స్నేహితులు నన్ను చూచి
దూరాన నిలిచేరు నా ప్రభు
నీ వాక్య ధ్యానమే నా త్రోవకు వెలుగై
నను నిల్పెను నీ సన్నిధిలో నీ సంఘములో

jishu baare su nayanare mo proti ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ Odia Christian Lyrics


ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ,

ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ;

ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୧ ।

ପାପ ମୋହର ଅଗଣିତ         ଅଟଇ ମୁଁ କ୍ରୋଧର ପାତ୍ର,

ନରକେ ହେଲେ ମୁଁ ଦଣ୍ଡିତ ହେବ ତା’ ଉଚିତ;

ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୨ ।

ପ୍ରତିଜ୍ଞା ବଚନ ତୁମ୍ଭର ଭରସା କାରଣ ମୋହର,

ଅଟେ ଅଟଳ ସେ ବଚନ ପର୍ବତ ସମାନ;

ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୩ ।

ତବ ଶ୍ରୀପାଦ ଅନୁସରି           ବିନାଶ ନୋହିଛି କାହାରି,

ନିଶ୍ଚେ ସେ ପାଦ ଦୃଢ଼େ ଧରି ଯିବି କି ମୁଁ ମରି ?

ନୋହୁ ଏହା କେଉଁ କାଳରେଦୟା କର ଯୀଶୁ ମୋଠାରେ

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୪ ।

ସୂଚୀମାଳାକୁ ଫେରନ୍ତୁ

jishu sarana mu dharibi kebe hai mu no chadibi ଯୀଶୁ ଶରଣ ମୁଁ ଧରିବି, କେବେ Odia Christian Lyrics


ଯୀଶୁ ଶରଣ ମୁଁ ଧରିବିକେବେ ହେଁ ମୁଁ ନ ଛାଡ଼ିବି,

ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା ।

ଯେତେ ରୂପେ ନିଜେ ଉପାୟ କରିଲିମନକୁ ସାଧି ନ ପାରିଲି,

ମନ୍ଦମତି ଦୁଃଖ ଦେଲା ନିତି ନିତିଆଉ ସହି ମୁଁ ନ ପାରିଲି । ୧ । 

 

ତୃଷାକୁ ଲବଣ ଅମ୍ବୁ ଯେଉଁମତେପୂଣ୍ୟକର୍ମ ହେଲା ସେମତେ,

ଅଶାନ୍ତ ମନ ତ ଶାନ୍ତି ନ ପାଇଲାକେତେ ନିତ୍ୟ ଦହି ହୋଇବି । ୨ ।

କୃତ ପାପ ଭାବି ଭୟ ନ କରିବିସ୍ୱ-ପୁଣ୍ୟ ଆଶା ନ ରଖିବି,

ତାଙ୍କୁ ମୋର ତ୍ରାଣ ମୋ ପୂଣ୍ୟନିଧାନତାଙ୍କୁ ମୋର ସବୁ ମଣିବି । ୩ ।

ପାପୀ ଦୀନହୀନ ଆରତକୁ କର୍ଣ୍ଣ ଡେରିଛନ୍ତି ସେ ଅନୁକ୍ଷଣ,

ନମ୍ର ହୋଇ ତାଙ୍କ ପାଦେ ପଡ଼ି ମୁହିଁ ଦୁଃଖ ମୋର ସବୁ କହିବି    ା ୪ । 

 

ଜାଣେ ମୁହିଁ ମହାପାପୀପରିତ୍ରାଣ ତାଙ୍କ ମୁକୁଟର ଭୂଷଣ,

ନିଶ୍ଚେ ମୁଁ ତାଙ୍କରି ପାଦ ଅନୁସରି କେବେ ହେଁ ନିରାଶ ନୋହିବି । ୫ ।

jishu tume more prano moro mohaa poritrano ଯୀଶୁ ତୁମ୍ଭେ ମୋର ପ୍ରାଣ, ମୋର ମହା Odia Christian Lyrics


ଯୀଶୁ ତୁମ୍ଭେ ମୋର ପ୍ରାଣମୋର ମହା ପରିତ୍ରାଣ,
ତୁମ୍ଭେ ମୋର ଅନନ୍ତ ଜୀବନମୋର ଶୁକ୍ଳ ପରିଧାନ । ଘୋଷା ।

ତୁମେ ଦୀନ-ଦୟାସିନ୍ଧୁଉପକାରୀ ପ୍ରିୟ ବନ୍ଧୁ;
ପ୍ରେମେ ତୁମ୍ଭେ ମୋ ଲଗା ହୋଇଣକ୍ରୁଶେ ଦେଲ ନିଜ ପ୍ରାଣ । ୧ ।

ତୁମ୍ଭେ ମୋ ପରମ ଗୁରୁମୋ ରକ୍ଷା ଆଶ୍ରୟ ମେରୁ;
ତୁମ୍ଭେ ପଥ ସତ୍ୟତା ଜୀବନମହାମହିମ ରାଜନ । ୨ ।

ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନଜଗଜ୍ୟୋତିଃ ଜ୍ଞାନାଞ୍ଜନ;
ତୁମ୍ଭ ବିନା ଅନ୍ଧ ମୋ ନୟନବୃଥା ହେବ ଆତ୍ମା ପ୍ରାଣ । ୩ ।

ତୁମ୍ଭେ ସମସ୍ତରେ ସବୁଇହ ପରେ ମୋର ବିଭୁ;
ହୁଅ ପ୍ରଭୁ ମୋଠାରେ ପ୍ରସନ୍ନନେଲି ଶ୍ରୀପାଦେ ଶରଣ । ୪ ।

jishu tumbhe sribodono kebe netre darshana ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ Odia Christian Lyrics


ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ । ଘୋଷା ।

ଏ ଭୁବନେ ମୋ ନୟନ          କଲା ଯେତେ ବିଲୋକନ,

ସର୍ବ ଅସାର ସ୍ୱପନ,          ତହିଁ ନୋହିଲା ତୃପ୍ତ ମୋ ମନ । ୧ ।

ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ,

କି ଆନନ୍ଦ ହେବ ଜନ୍ମ,               ତାହା କେ କରିବ ନିବାରଣ      ା ୨ ।

ମୋର ପାଇଁ ଦେଲେ ପ୍ରାଣ,      କି ଦେବି ମୁଁ ପ୍ରତିଦାନ ?

ପାଇଲେ ଶ୍ରୀ ପାଦପଦ୍ମ          ତୋଷେ ଧରି କରିବି ଚୁମ୍ବନ     ା ୩ ।

ହେବ ମୋ ଚିତ୍ତେ ଉଲ୍ଲାସ,        ଦୂରେ ଯିବ ଦୁଃଖ କ୍ଳେଶ,

ହେବ ପୂର୍ଣ୍ଣ ମୋ ମାନସ         ଦେଖି ତୁମ୍ଭ ଗୌରବ ଆନନ     ା ୪ ।

ରହି ସଙ୍ଗେ ଅନୁକ୍ଷଣ ଭୋଗି ଅନନ୍ତ ଜୀବନ,

ତୁମ୍ଭ ପ୍ରଶଂସା କୀର୍ତ୍ତନ ନିରନ୍ତର କରିବି ଗାୟନ

ସୂଚୀମାଳାକୁ ଫେରନ୍ତୁ


jishu tobo srimohima prokaasho muhin ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ Odia Christian Lyrics


ଯୀଶୁତବ ଶ୍ରୀମହିମା ପ୍ରକାଶ ମୁହିଁ

କରିବା ପାଇଁ

ଉଦ୍‌ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା ।

ତୁମ୍ଭ ଅମୂଲ୍ୟ ରକ୍ତରେ            ମୁଁ ହୀନ କିଣା ହେବାରେ

ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ ।

କର୍ମରେ କି ବଚନରେ,              ଯାହା ଯାହା ମୁହିଁ କରେ

କରିବି ଯେସନେ ତବ ମହିମା ପାଇଁ । ୨ ।

ଯେବେ କିଛି ସୁବିଷୟ            ମନରେ ହୁଏ ଉଦୟ

କରିବି ଯେସନେ ତବ ଶାସ୍ତ୍ରକୁ ଧ୍ୟାୟି । ୩ ।

ତବ ଶ୍ରୀଛାମୁ ମୋହର ଅଗ୍ରେ ନୋହିଲେ ବାହାର

ନ ଯିବି କୌଣସି ସ୍ଥାନେ ସାହସୀ ହୋଇ । ୪ ।

ମୋର ନିତ୍ୟ ପ୍ରାର୍ଥନାରେ ତୁମ୍ଭ ଇଚ୍ଛା ଲୋଡ଼ିବାରେ ଭୁଲି 

ଏକ କ୍ଷୁଦ୍ର କର୍ମେ ନ ଯିବି ଧାଇଁ । ୫ ।

ସୁଖରେ କିବା ଦୁଃଖରେ,           ଜୀବନେ ବା ମରଣରେ

ଥ ।ନ୍ତୁ ସଦା ଧର୍ମାତ୍ମା ମୋ ସହାୟ ହୋଇ । ୬ ।

ସୂଚୀମାଳାକୁ ଫେରନ୍ତୁ