Sunday, March 23, 2025

ghena ghena aji moro ehi upasana he ଘେନ ଘେନ ଆଜି ମୋର ଏହି ଉପାସନା ହେ


(ସ୍ୱର : ଆସ ପ୍ରଭୋ ଆସ) 

ଘେନ ଘେନ ଆଜି ମୋର ଏହି ଉପାସନା ହେ…

ଟାକି ବସିଅଛି ନୀରସ ପରାଣେ

ଦିଅ ପ୍ରେମ କଣା ହେ । ୦ । 

 

ସଜଳ ନୟନେ ସରଳ ପରାଣେ

କରଇ ବନ୍ଦନା ହେ

ଦରଶନ ଲାଗି ଦ୍ୱାରେ ଅଛି ଜଗି

ପୁରାଅ କାମନା ହେ । ୧ । 

 

ଦେଖାଅ ବଦନ ଦୟାର ସଦନ

ନାଶି ମୋ ବେଦନା ହେ ଦୋଷ କର କ୍ଷୟ 

ଦୂର କର ଭୟ ଚେତାଇ ଚେତନା ହେ      । ୨ ।

ନାହିଁ ଭକ୍ତି ଜ୍ଞାନ ନୀତିଶୂନ୍ୟ ପ୍ରାଣ

ଅପୂର୍ଣ୍ଣ ସାଧନା ହେ

ପୁଲକିତ କର ପ୍ରାଣ ଭିକ୍ଷୁକର

ଘେନି ବନ୍ଦାପନା ହେ । ୩ ।

gotiye shroto raktare ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ


ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ,
ଯେଡ଼େ ପାପୀ ହିଁ ଡୁବିଲେ ତା କଳଙ୍କ ନାଶେ … |୧|

ମୋର ବିଶ୍ବାସ କୃଶରେ, କଲେ ରକ୍ତଦାନ
ମୋ ପରା ପାତକୀ ଯେହ୍ନ ଲଭେ ପରିତ୍ରାଣ …(ଘୋଷା)

ସେ ସ୍ରୋତ ଦେଖି ଦମ୍ଭୀର ଶାନ୍ତି ହେଲା ମନେ
ହେଲେ ହେଁ ମୁଁ ଅଭାଜନ ବଞ୍ଚିବି ତେସନେ … |୨|

ସେ ମେଷ ରକ୍ତର ଶକ୍ତି ସରୁନାହିଁ କିଛି
ଯିବା ଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି … |୩|

ସେ ସ୍ରୋତେ ଦେଖି ବିଶ୍ଵାସେ କରେ ଜୟଗାନ
ଗାଇ ଯିବି ମୁଁ ହରଷେ ତା’ରି କୃତ ପ୍ରାଣ … |୪|

ଯାଉ ନିସ୍ତେଜ ଏ ରସନା ନିରବ କବରେ
ଗାଇବି ଗାନ ଏ ବାସନା ସ୍ଵର୍ଗ ମୁଁ ସୁରେ … |୫|

ସୂଚୀମାଳାକୁ ଫେରନ୍ତୁ