ଆହା କି ଯାତନା ମୋହର ହେ ପ୍ରଭୁ ନିରାକାର
ବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର (ଘୋଷା)

ଜଗତେ ଅଛି କଳଙ୍କ, ଜଗତେ ଅଛି ସଙ୍କଟ
ଏଥିରୁ ଉଦ୍ଧାର କରି ପ୍ରଭୁ କର ଆମ ପାପ ଦୂର… |୧|

ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତି
କରି ଆମକୁ ଉଦ୍ଧାର ପ୍ରଭୁ କର ଆମ ପାପ ଦୂର… |୨|

ପାପର ଅଭିଳାଷରେ ବୁଡିଛୁ ଏ ଜଗତରେ
ଡାକୁଛି ଅତି କାତରେ ପ୍ରଭୁ ରଖିହେ ତୁମ ସାଥିରେ…|୩|

ସୂଚୀମାଳାକୁ ଫେରନ୍ତୁ