Sunday, March 9, 2025

topaye topaye raktadhara ଟୋପାଏ ଟୋପାଏ ରକ୍ତଧାର

 ଟୋପାଏ ଟୋପାଏ ରକ୍ତଧାର

ଝରିଗଲା କେତେ ଝରିଗଲା (୩ ଥର)
ନଈ ନାଳ ପରି ନଈ ନାଳ ପରି ଝରିଗଲା
କାଲବରୀ କୃଶରେ ଜୀବନ ଦେଲେ
ମୋର ପାପ ପାଇଁ ମଲେ
ଟୋପାଏ … ଟୋପାଏ… (ଘୋଷା)

ଯୀଶୁର କଥା ଶୁ, ଯୀଶୁର ବାକ୍ୟ ଶୁନ୍
ସବୁ କଥା ମନେ ରଖି ଭାବୁଥାଇ
ମନ ଜୀବନ ଦେଇକରି ଗୁଣ ଗାଉଥା
କାଲବରୀ କୁଶରେ ଜୀବନ ଦେଲେ
ମୋର ପାପ ପାଇଁ ମଲେ
ଟୋପାଏ…ଟୋପାଏ…. |୧|

ଯୀଶୁ କଲେ ପ୍ରେମ, ଯୀଶୁ ଦେଲେ କ୍ଷମା
ସବୁ କିଛି ମୋର ପାପ ଦୂର କଲେ
ମନ ଜୀବନ ଦେଇ କରି ଗୁଣ ଗାଉଥା
କାଲବରୀ କୁଶରେ ଜୀବନ ଦେଲେ
ମୋର ପାପ ପାଇଁ ମଲେ
ଟୋପାଏ… ଟୋପାଏ… |୨|

ଯୀଶୁ ରାଜା କେ ଦେଖେ ଯୀଶୁ ବାପା କେ ଦେଖେ
ଆମର ଜୀବନ ଗଲେ ପଛେ, ନାହିଁ ଭୁଲେ
ମନ ଜୀବନ ଦେଇ କରି ଗୁଣ ଗାଉଥା
କାଲବରୀ କୁଶରେ ଜୀବନ ଦେଲେ
ମୋର ପାପ ପାଇଁ ମଲେ…
ଟୋପାଏ…ଟୋପାଏ… |୩|

ସୂଚୀମାଳାକୁ ଫେରନ୍ତୁ

jhumi jhumi gae mana prabhunkara ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟଗାନ


ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟଗାନ… ( ୨ ଥର)
ହାଲ୍ଲିୟା ଗାଏ ମୋ ପ୍ରାଣ… ( ୨ ଥର)
ସଞ୍ଜ ସକାଳେ ମୋ ମନ ଜପୁଥାଏ ଯୀଶୁ ନାମ
ପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ
ହାଲିଲୁୟା ଗାଏ ମୋ ପ୍ରାଣ …(ଘୋଷା)

ପାପ ଦରିଆରେ ହଜିଥିଲା ମୋ ଜବୀନ
ସଂସାରରେ ସବୁ ଧନ, ଜନ, ମାନ କରିବାକୁ ଉପାର୍ଜନ
ସୁଖ, ଶାନ୍ତି ଖୋଜି ବୁଲୁଥିଲା ମୋର ମନ
ପାପ ଦୁନିଆରେ ବୁଡ଼ି ଯାଇଥିଲା ମୋହର ଏହି ଜୀବନ
ପ୍ରିୟ ଯୀଶୁ ରାଜନ ଦେଲେ ନୂଆ ଜୀବନ
ପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ
ହାଲିୟା ଗାଏ ମୋ ପ୍ରାଣ … |୧|

ଯୀଶୁ ନାମ ଗାଇ ପାଇବି ନୂଆ ଜୀବନ
ସେହି ଧନ, ଜନ, ଯଶ, ଯଉବନ ସେହି ମୋର ପରିତ୍ରାଣ
ପ୍ରଭୁ ଯୀଶୁ ପଥ, ସତ୍ୟ, ଅନନ୍ତ ଜୀବନ
ଦୁଃଖେ ସୁଖେ ସାଥେ ରହିଛନ୍ତି ଆମ ସେହି ଯୀଶୁ ଦୟାବାନ
ସେହି ଯୀଶୁ ରାଜନ ଦେଲେ ନୂଆ ଜୀବନ
ପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ
ହାଲିୟା ଗାଏ ମୋ ପ୍ରାଣ … |୨|

ସୂଚୀମାଳାକୁ ଫେରନ୍ତୁ

jharuchi ussa ra aloko ଝରୁଛି ଉଷାର ଆଲୋକ


ଝରୁଛି ଉଷାର ଆଲୋକ
ଉଇଁଛି ଆଶାର ସ୍ବରୂପ
ଧରଣୀର ପରେ ପାପର ଅନ୍ଧାରେ
ଯୀଶୁଙ୍କ ପ୍ରେମର ପରଶେ
ଗାଅ ଆଜି ହରଷେ …(ଘୋଷା)

କ୍ଷୁଧିତ ଅବା ତୃଷିତ ଆସ ସର୍ବେ ଯୀଶୁ ପାଶ
ଅମୃତ ନିଅଁର ବହେ ଝର ଝର ( ୨ ଥର)
ପୋଛି ଦେବେ ସେ କଳୁଷ ଅନ୍ତର….
ଭରି ଦେବେ ଆମ ଶୂନ୍ୟ ଜୀବନ
ରହିଥିବେ ସାଥେ ସଦା ନିଶି ଦିନ
ଜ୍ବଳାଇ ପ୍ରଦୀପ ଆମ ଏ ଜୀବନ( ୨ ଥର)
କରିବେ ନିତ୍ୟ ନୂତନ….|୧|

ଯୀଶୁ କେଡ଼େ ମନୋହର ଜୀବନ ଜ୍ୟୋତି ଆମର
ଜୀବନର ପଥେ ତାଙ୍କରି ଇଙ୍ଗିତେ ( ୨ ଥର)
ଗୁଲୁଥିବା ସଦା ଏ ଶୂନ୍ୟ ଜଗତେ
ସତ୍ୟ ପ୍ରଦୀପ କରି ଆଲୋକିତ
ଜ୍ବଳାଇବା ଆସ ଆମେ ଅବିରତ
ହେବାରେ ତାଙ୍କର ପ୍ରିୟ ସନ୍ତାନ ( ୨ ଥର)
ହୋଇ ସଦା ସମର୍ପଣ….|୨|

ସୂଚୀମାଳାକୁ ଫେରନ୍ତୁ


jharigola rudhira moro papo ଝରିଗଲା ରୁଧୁର ମୋର ପାପ ପାଇଁରେ


ଝରିଗଲା ରୁଧୁର ମୋର ପାପ ପାଇଁରେ
ସେହି କାଲବରୀ ଚୂଳେ ଝରିଲା ରକତ କେତେ
ରୁର କେତେ… (ଘୋଷା)

ନିରବ ମେଷ ପରି ଗଲ ତୁମେ ସବୁ ସହି
କାନ୍ଧ କୁଶ ଭାର ବହି ଚାଲିଲ ଏକା ହୋଇ
ଝୁଲିଲ ଏକା ହୋଇ
କଣ୍ଟା ବିନ୍ଧିଲା ହସ୍ତେ ଝରିଲା ରୁଧୁର କେତେ
ବଚ୍ଛା ବିନ୍ଧିଲା ବକ୍ଷେ ଆହା ମୋର ପାଇଁରେ… |୧|

ଆରେ ପାପୀ ଫେରିଆ
ବାରେ ତ ଫେରି ଚାହିଁ ରକ୍ତ ଝର ଝର ଦେହେ
ଡାକନ୍ତି କରୁଣ ସ୍ବରେ
ଶୁଭେ ନାହିଁ କିରେ ତୋତେ ସେ କରୁଣ ଡାକରା
ରକ୍ତ ଝର ଝର ଦେହେ ଡାକୁଛନ୍ତି ଆଜିରେ… |୨|

ସୂଚୀମାଳାକୁ ଫେରନ୍ତୁ


jharao prabhu swargiya jhara ଝରାଅ ପ୍ରଭୁ ସ୍ଵଗୀୟ ଝରି ମରୁମୟ ମୋ


ଝରାଅ ପ୍ରଭୁ ସ୍ଵଗୀୟ ଝରି ମରୁମୟ ମୋ ଜୀବନରେ,
ସରସ ହେଉ ନିରସ ପ୍ରାଣ, ତୁମରି ସେ ରେ ଝରେ । (ଘୋଷା)


କଲବରୀର ଶୋଣିତ ଝର, ବହୋଅ ପ୍ରଭୁ ଅନ୍ତରେ ମୋର,
ପାପ କଳୁଷ ମୋ ଯାଉ ଦୂରେ, ତୁମରି ପୂତ ଶୋଣିତ ଧାରେ ।୧।


ତୁମେ ହେ ଜୀବନ୍ତ ଜଳସ୍ରୋତ, ହୁଅ ମୋ ଅନ୍ତରେ ପ୍ରବାହିତ
ଜୀବନ ପାଏ ମୁଁ ତୁମଠାରେ, ଆସ ଯଦି ତୁମେ ମୋ ଅନ୍ତରେ ।୨।


ତୁମେ ହେ ପ୍ରେମର ନିରିଝର, ଶାନ୍ତି, ଆନନ୍ଦ ପାରାବାର
ହୃଦୟ ଉଛୁଳି ଉଠୁ ସଦା ସେ ପ୍ରେମ, ଶାନ୍ତି ଆନନ୍ଦ ଝରେ । ୩ ।


ଯୀଶୁ ହେ ଅମୃତ ପାରାବାର, ଜୀବନ ମୋ ଏକ କ୍ଷୁଦ୍ର ଝର
ମିଳାଅ ଏ ଜୀବନ ତୁମରେ, ରେ ଦିନ ତୁମ ବାରିରେ |୪|

ସୂଚୀମାଳାକୁ ଫେରନ୍ତୁ

jhulila ma pain krusha re ଝୁଲିଲ ମୋ ପାଇଁ କ୍ରୁଶରେ


ଝୁଲିଲ ମୋ ପାଇଁ କ୍ରୁଶରେ

ଆହେ ମୋର ଯୀଶୁ ସୁନ୍ଦର

ଝରିଗଲା ଝର ଝର

କେତେ ତପତ ରୁଧିର   । ୦ ।


ରକତେ ରଞ୍ଜିତ ଶରୀର

ଛୁଟେ ତହୁଁ ପ୍ରେମର ଧାର

ମୋର ପାପ ଧୋଇବା ପାଇଁ    

ବହିଥିଲା ସେ ଧାର ଧାର       । ୧ ।

ପ୍ରଭୁ ଯୀଶୁ କ୍ରୁଶ ବିନାରେ 

ନୋହୁ ମୋର ଦର୍ପ କାହିଁରେ 

ଯେତେ ପ୍ରିୟ ଅସାର ପେଡ଼ି

ଥୁଏ ପଦେ ମୁଁ ବାର ବାର   । ୨ ।


ସହିଲ ହେ କେତେ କଷଣ

ନାହିଁ କାହିଁ ପ୍ରେମ ଏସନ କରେ ଦାବୀ ତୁମରି ପ୍ରେମ  

ଦେହ ଆତ୍ମା ମନ ମୋର

dakanti ke madhura sware ଡାକନ୍ତି କେ ମଧୁର ସ୍ୱରେ


ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)
(ଆହା) ମୋର ହୃଦ ଦୁଆରେ (ଘୋଷା)

ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇ
କେତେ ହିତ କଥାକହି ଦୟା ଚିତ୍ତରେ … |୧|

ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହି
ପାପ ତାପ ନେବେ ବୋଲି ନିଜ ହାତରେ … |୨|

ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତ
କଢ଼ାଇ ନେବାକୁ ପଥ ମୃଦୁଭାବରେ … |୩|

ସେ କରୁଣ ସ୍ବର ଶୁଣି କିପରି ମାତିବି ପୁଣି
ଛଳ ମରୀଚିକାମୟ ମରୁ ସଂସାରେ … |୪|

ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜି
ଭାସି ଯିବି ସମତାନେ ସ୍ବର ଲହରେ … |୫|

ସୂଚୀମାଳାକୁ ଫେରନ୍ତୁ

dhanyabada mahima paibaku ଧନ୍ୟବାଦ ମହିମା ପାଇବାକୁ


ଧନ୍ୟବାଦ ମହିମା ପାଇବାକୁ
ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ
ହାଲ୍ଲେଲୁୟା। (୪ଥର)

ରାଜାମାନଙ୍କର ରାଜା ତୁମେ
ପ୍ରଭୁମାଙ୍କର ପ୍ରଭୁ
ରାଜାମାନଙ୍କର ରାଜା ତୁମେ
ପ୍ରଭୁମାଙ୍କର ପ୍ରଭୁ

ପ୍ରେମ,ଭକ୍ତି ପାଇବାକୁ ଶୁଭାଜନ
କାରଣ ଜଗତେ ତୁମେ କର ସୃଜନ
ଗୌରବ (ସମ୍ଭ୍ରମ …୩ଥର) ହୋ …
ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର)

ହାଲ୍ଲେଲୁୟା (୪ଥର)
ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…
ଧନ୍ୟବାଦ…

ପାପୀଙ୍କର ମୁକ୍ତି ତୁମେ କଲ ସାଧନ
କାଳବରୀ କ୍ରୁଶେ ହୋଇ ବଳିଦାନ
ଗୌରବ (ପ୍ରଶଂସା…୩ଥର) ହୋ…
ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର)

ହାଲ୍ଲେଲୁୟା (୪ଥର)
ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…
ଧନ୍ୟବାଦ…

ସୂଚୀମାଳାକୁ ଫେରନ୍ତୁ

dhanyabada prasansa kara sadhugana ଧନ୍ୟବାଦ ପ୍ରଶଂସା କର ସାଧୁଗଣେ ହୋଇ


ଧନ୍ୟବାଦ ପ୍ରଶଂସା କର ସାଧୁଗଣେ ହୋଇ ଏକ ଚିତ୍ତ
ପ୍ରଭୁମାନଙ୍କର ପ୍ରଭୁଙ୍କର, ରାଜାମାନଙ୍କର ରାଜାଙ୍କର
ହାଲିଲୁୟା…..ହାଲିଲୁୟା….. ହାଲିଲୁୟା…..(ଘୋଷା)

ଦୟାମୟ ପିତା କରୁଛି ଅର୍ପଣ ପାପ ଭରା କଳୁଷିତ ଜୀବନ
ଭଙ୍ଗା ହୃଦୟକୁ କରି ହେ ଗଠନ, ଚଳାଇ ନିଅ ମୋ ସାରା ଜୀବନ
ତୁମ ଛଡ଼ା ନାହିଁ କାହିଁ ପରିତ୍ରାଣ, ସ୍ବର୍ଗ ମର୍ଭ ପାତାଳ ତ୍ରିଭୂବନ || ୧ ||

ଉଦ୍ଦୀପିତ କର ଶିଥିଳ ଜୀବନ, ଢ଼ାଳିଦିଅ ପ୍ରଭୁ ଆଶିଷ ଦାନ
ପବିତ୍ର ଆତ୍ମାରେ କର ପରିପୂର୍ଣ୍ଣ, ଜାଗି ଉଠିବ ହୋଇ ବଳବାନ
ଗାଉଥିବି ସଦା ପ୍ରିୟ ଯୀଶୁ ନାମ, ତ୍ୟାଗ କରି ସବୁ ପାପମାନ || ୨ ||

ଏ ଭବ ସାଗରୁ କର ମୋତେ ପାର, ହାତ ଧରିଥାଅ ସଦା ମୋହର
ତୁମ ଠାରେ ପ୍ରଭୁ କରୁଛି ନିର୍ଭର ପାଇବାକୁ ସ୍ୱର୍ଗ ପୁରସ୍କାର
ହୃଦୟ ମନ୍ଦିରେ କର ଅଧିଷ୍ଠାନ ସଦାପ୍ରଭୁ ମୋର ପ୍ରିୟତମ ||୩||

ସୂଚୀମାଳାକୁ ଫେରନ୍ତୁ


dhanyabado gheno prabhu ଧନ୍ୟବାଦ ଘେନ ପ୍ରଭୁ



ଧନ୍ୟବାଦ ଘେନ ପ୍ରଭୁ… ଭଙ୍ଗା ମୋ ଅନ୍ତରର
ସ୍ତୁତି ପ୍ରଶଂସା ହେଉ; ସଦାପ୍ରଭୁ ହେ ତୁମର
ଧନ୍ୟବାଦ ହେଉ…..(୪ ଥର)
ଆହେ ସତ୍ୟ ସନାତନ ପରମେଶ୍ଵର (ଘୋଷା)

ତୁମେ ପଥ, ତୁମେ ସତ୍ୟ, ଜୀବନ ଏ ଜଗତର 
ଶାନ୍ତିଦାତା, ମୁକ୍ତିଦାତା, ଶକ୍ତିଦାତା ପରମେଶ୍ଵର
ହେ କରୁଣାମୟ…. ହେ ମଙ୍ଗଳମୟ ( ୨ ଥର)
ଧନ୍ୟ, ଧନ୍ୟ, ଧନ୍ୟ ହେଉ ନାମ ତୁମର || ୧ ||

ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ରକ୍ଷାକର୍ଷା ଜଗତର
ଦୟାମୟ, କ୍ଷମାମୟ, ପ୍ରେମମୟ, ସତ୍ୟ ଈଶ୍ଵର
ଆହେ ସୁଧାମୟ…. ଆହେ ମଧୁମୟ (୨ ଥର)
ଯୁଗେ ଯୁଗେ ଧନ୍ୟ ହେଉ ନାମ ତୁମର || ୨ ||

ସୂଚୀମାଳାକୁ ଫେରନ୍ତୁ

dhanyabada ghena prabhu prasansa ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ


ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ (ଘୋଷା)

ମଙ୍ଗଳମୟ ପ୍ରଭୁ ତୁମେ
କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁ ତ ତୁମରି କରୁଣା ଦାନ || ୧ ||

ଜୀବନଦାତା, ପ୍ରଭୁ ତୁମେ
ମୁକତିଦାତା, ଯୀଶୁ ତୁମେ
କୁଶେ ଚଢ଼ିଲ ଜୀବନ ଦେଲ
ତୁମ ପ୍ରେମ ଅନୁପମ || ୨ ||

ଭୁଲିବୁନି କେବେ ପ୍ରଭୁ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହିଁ କିଛି ପ୍ରତିଦାନ ||୩||

ସୂଚୀମାଳାକୁ ଫେରନ୍ତୁ

dhanyabada gouraba kara sadaprabhunkara ଧନ୍ୟବାଦ ଗଉରବ କର ସଦାପ୍ରଭୁଙ୍କର


ଧନ୍ୟବାଦ ଗଉରବ
କର ସଦାପ୍ରଭୁଙ୍କର
ଜୟ ଜୟ କାରେ ଉଚ୍ଚ କରତାଳେ
ତାହାଙ୍କର ସ୍ତୁତି ବାଦ କର (ଘୋଷା)

କ୍ଷମା କରିବାରେ କେତେ ଯେ କୋମଳ
ତାହାଙ୍କର ଧନ୍ୟବାଦ କର
ଦଣ୍ଡ ଦେବା ପାଇଁ ସେ ତ ଭୟଙ୍କର
ତାହାଙ୍କର ଧନ୍ୟବାଦ କର
ଯାହାଙ୍କର ବାକ୍ୟ ତ୍ରାଣ କରିପାରେ ( ୨ ଥର)
ତାହାଙ୍କର ଧନ୍ୟବାଦ କର || ୧ ||

ଅନନ୍ତ ପ୍ରେମ ସ୍ଵରୂପ ଯେ ହେଲେ
ତାହାଙ୍କର ଧନ୍ୟବାଦ କର
ନିଜେ ବଳି ହୋଇ ଜୀବନ ଯାଚିଲେ
ତାହାଙ୍କର ଧନ୍ୟବାଦ କର
ଦୟା ଦଣ୍ଡ ଯା’ର ହସ୍ତର ଭୂଷଣ ( ୨ ଥର)
ତାହାଙ୍କର ଧନ୍ୟବାଦ କର || ୨ ||

ସୂଚୀମାଳାକୁ ଫେରନ୍ତୁ

dhanya hela ehi jibana ଧନ୍ୟ ହେଲା ଏହି ଜୀବନ


ଧନ୍ୟ ହେଲା ଏହି ଜୀବନ…. ହୋ….
ଯୀଶୁ ନାମ ଗାଇ ଗାଇ କି….
ମୋହ ମାୟା ଭରା ଏ ପଥେ
ଯୀଶୁ ନାମ ସାଥେ ପାଇ କି (ଘୋଷା)

ଆସିଲେ ଝଡ଼ କି ବତାସ
ହେବି ନାହିଁ ମୁଁ ଯେ ନିରାଶ
ଅଭେଦ ପ୍ରାଚୀର ସେ ନାମ
ଭୟ ମୋର ଆଉ କାହିଁକି ||୧||

ଯେ ଦିନ ସରିବ ଏ ବାଟ
ଯୀଶୁଙ୍କ ସାଥେ ହେବ ଭେଟ
ଲଭିବି ଅମର ଜୀବନ
କେଡ଼େ ଭାଗ୍ୟ ସତେ ହେବ କି ?_|| ୨ ||

ସୂଚୀମାଳାକୁ ଫେରନ୍ତୁ

dhanya dhanya jishu tume ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟ



ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟ
ଧନ୍ୟ ଧନ୍ୟ ପ୍ରିୟ ନାମ ଧନ୍ୟ ଧନ୍ୟ
ଯୀଶୁ ପଥ, ଯୀଶୁ ସତ୍ୟ, ଅନନ୍ତ ଜୀବନ
ଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ପତିତପାବନ (ଘୋଷା)

ମଧୁର ମନୋରମ, ସେ ଯୀଶୁନାମ
ସରଗୁ ହୋଇଛି ସେ ନାମ ପ୍ରଦାନ
ସେ ପ୍ରେମମୟ…. ସେ ଦୟାମୟ || ୧ ||

ଆକାଶ ତଳେ ଯେତେ ଅଛନ୍ତି ଜନ
ଦିଆଯାଇନି କାହାକୁ ସେହି ନାମ
ସେ ସ୍ନେହମୟ…. ସେ କୃପାମୟ ||୨ ||

ପାପୀ ତାପୀ ଜନର ସେ ପରିତ୍ରାଣ
ଦୀନ, ଦୁଃଖୀ, ରଙ୍କିଙ୍କ ଅମୂଲ୍ୟ ଧନ
ସେ ଧର୍ମମୟ… ସେ ସୁଧାମୟ ||୩||

ସୂଚୀମାଳାକୁ ଫେରନ୍ତୁ

dhanya jihobanka nama ଧନ୍ୟ ଯିହୋବାଙ୍କ ନାମରେ


ଧନ୍ୟ ଯିହୋବାଙ୍କ ନାମରେ ( ୨ ଥର)
ସେହି ଅନାଦି ସେହି ଅନନ୍ତ
ସେହି ଅମର ସେହି ଅଟନ୍ତି ନିତ୍ୟ ଜୀବିତ
ଖୋଲିଦେଇ ଗଲେ ମୁକତିର ପଥ
ଯୀଶୁଙ୍କୁ ଦେଇ ବଳିଦାନରେ (ଘୋଷା)

ଆମ ପାପଭାର କ୍ରଶେ ବହିନେଲେ
ଜଗତର ପାଇଁ ପରିତ୍ରାଣ ଦେଲେ
ଭରିଦେଇ ଶାନ୍ତି ଆମ ଜୀବନରେ
କର ତାଙ୍କ ଜୟ ଗାନରେ ||୧||

ଆସ ଯିବା ଆମେ ପାପୀ ତାପୀ ଯେତେ
ଢ଼ାଳିଦେବା ଆମ କଳୁଷ ଶ୍ରୀପାଦେ
ଧୋଇ ଦେଇ ନେବେ ଆବୋରି ପ୍ରେମରେ
ହେବା ତାଙ୍କ ସନ୍ତାନରେ ||୨||

ସୂଚୀମାଳାକୁ ଫେରନ୍ତୁ

Dhanya dhanya dhanya tuma nama ଧନ୍ୟ ଧନ୍ୟ ଧନ୍ୟ ତୁମ ନାମ


ଧନ୍ୟ ଧନ୍ୟ ଧନ୍ୟ ତୁମ ନାମ (୨ଥର)
ଧନ୍ୟ ହେ ପିତା ଧନ୍ୟ ହେ ପୁତ୍ର ଧନ୍ୟ ପବିତ୍ର ଆତ୍ମା
ହେ ପ୍ରଭୁ ତୁମେ ଧନ୍ୟ (ଘୋଷା)

କରୁଛୁ ଅଳି ଆମ ଜୀବନେ
ଆସ ହେ ଉଇଁ ଆସ
ଶିଖାଅ ତୁମ ପଛେ ଚାଲିବାକୁ
ଆସୁ ପଛେ ଯେତେ ତ୍ରାସ (୧)

ତୁମ କରମେ ଲଗାଅ ଆମକୁ
ଅପମାନ ଯାଉ ଦୂରେ
ଗାଇ ଚାଲିଥିବୁ ତୁମରି ଜୟ
ଶୟତାନ ଯିବ ଦୂରେ (୨)

ବୁଝିବାକୁ ଦିଅ ଶକତି ହେ ମୋତେ
ବାସନା ଦିଅ ଜାଳି
କିଣିଛ ଆମକୁ ତୁମ ପ୍ରେମରେ
କ୍ରୁଶରେ ରକ୍ତ ଢାଳି (୩)

dhanyabado diya raja ଧନ୍ୟବାଦ ଦିଅ ରାଜା ଯୀଶୁଙ୍କର


ଧନ୍ୟବାଦ ଦିଅ ରାଜା ଯୀଶୁଙ୍କର
କରିଛନ୍ତି ଯୀଶୁ ପାପୁ ପରିତ୍ରାଣ ଦେଇ ନିଜର ପ୍ରାଣ
ଦୟାର ସାଗର, ପ୍ରେମେ ପରିପୂର୍ଣ୍ଣ
ସ୍ନେହଶୀଳ କୃପାମୟ (ଘୋଷା)

ଥିଲୁ ନିରୁପାୟ, ନଥିଲା ଉପାୟ
ନଥୁଲା ଭରସା ଆମ
ମଧ୍ୟସ୍ଥ ହୋଇଣ କରିଲେ ମିଳନ
ଧନ୍ୟ ଯୀଶୁଙ୍କର ନାମ …. |୧|

ଯୀଶୁଙ୍କର ପ୍ରେମ କରିବା ସ୍ମରଣ
ଭୁଲିବାନି କଦାଚନ
ବିଶ୍ଵାସେ ପାଇଛୁ ଅନନ୍ତ ଜୀବନ
ବଂଚିଥିବା ଚିରଦିନ…. |୨|

ଆଜିଠାରୁ ଆଉ ପାପ ତୁ ନକର
କର ଆଜ୍ଞାକୁ ପାଳନ
ସୁସ୍ଥ ହୋଇଅଛି ପାପ ରୋଗ ତୋର
ପ୍ରଶଂସା କରି ତାଙ୍କର… |୩|

ସୂଚୀମାଳାକୁ ଫେରନ୍ତୁ


dhusara pahada kalbari ଧୂସର ପାହାଡ଼ କାଲବରୀ ତୁମେ


ଧୂସର ପାହାଡ଼ କାଲବରୀ ତୁମେ
କି ଗୀତ ଗାଉଛି କୁହ
ପତିତ ମାନବ ମୁକତି ପାଇଁ କି,
ତୁମେ କି ଢ଼ାଳୁଛି ଲୁହ… (ଘୋଷା)

ଧନ, ମାନ, ମୋହେ ପାଗଳ ମଣିଷ,
ବୁଝେନା ପ୍ରେମର ଡାକ
ବୁଝିନି ଯିଏ ତା’ ଜୀବନ ଦାତାକୁ, ବିନ୍ଧିଛି ଦାରୁଣ ପ୍ରେକ
ପଥର ତୁମେ ତ ଭକ୍ତ ସେ ତୁମର, କେମିତି ବୁଝିବି କୁହ,
ତୁମେ କି ଢ଼ାଳୁଛି ଲୁହ… |୧|

ଅନ୍ଧ ସେ ତ ଆଜି ଜଗତ ମାୟାରେ
ଶୁଣେନା ମୁକତି ଡାକ,
ଶୁଣିନି ଯିଏ ତା ମୁକତିଦାତାକୁ
ଦେଇଛି ଅଶେଷ ଦୁଃଖ
ନିଧନ ତୁମେ ତ ଗୀତ ସେ ତୁମର (୨ ଥର)
କେମିତି ଶୁଣିବ କୁହ
ତୁମେ କି ଢ଼ାଳୁଛି ଲୁହ… |୨|

ସୂଚୀମାଳାକୁ ଫେରନ୍ତୁ