ଆସ ଆସ ବନ୍ଧୁଆସ ହେ ଆନନ୍ଦେ,

ଆସ ଆଜି ଏକ ହୋଇବା,
ଜଗଜ୍ୟୋତିଃ-ପତି ପତିତପାବନେଆସ ଆଜି ପୂଜା କରିବା । ଘୋଷା । 

ମାନ ଅଭିମାନ ଭୁଲି ବହନ ଆସ ହେ ସରବେ ପ୍ରୀତି ଭରେ,
ପ୍ରେମ ଫୁଲ ତୋଳି ଭରିଣ ଅଞ୍ଜଳି ନିବେଦିବା 
ପ୍ରେମମୟଙ୍କର ସୁନ୍ଦର ଶରୀରେ ପ୍ରେମ-ଫୁଲହାର ଛନ୍ଦିବା । ୧ ।

ସୁଭକତି-ପ୍ରେମ-ଫୁଲ-ଚନ୍ଦନ ଆଣ ପ୍ରତି ହୃଦ-ଚାଙ୍ଗୁଡ଼ିରେ,
ମନର ଆନନ୍ଦେସେ ଯୁଗଳ ପଦେ ସଜାଇବା,
ଶକ୍ତିମୟଙ୍କର ଶକତି କଣିକାବର ଆଜି ଯାଚି ଘେନିବା । ୨ ।

ବାଦ ବିସମ୍ବାଦ ଛାଡ଼ି ସୁହୃଦେ ଆସ ହେଆସ ହେ,
ଏକ ଚିତ୍ତେସାରା ଜୀବନର ଅଭାବ ନିକର ଜଣାଇବା,
ଦୟାମୟଙ୍କର ଦୟା-ସିଂହାସନ ଆରତିରେ ଆଜି ଟଳାଇବା । ୩ ।

ଛାଡ଼ି ଏ ସଂସାର ସୁଖ ଅସାର ପାଦ ତଳେ ତାଙ୍କ ପଡ଼ିଥିବା,
ହୃଦୟର କଥା ତାଙ୍କ ଆଗେ ସବୁ ଜଣାଇବା,

ପୁଣି ପ୍ରେମାବେଶେ ଶ୍ରୀପାଦ ପରଶେ ବିଘ୍ନ ଏଡ଼ି ଆଗ ବଢ଼ିବା । ୪ ।