Thursday, February 27, 2025

bahigala lahudhara papi to pain ବହିଗଲା ଲହୁଧାର ପାପୀ ତୋ ପାଇଁ


ବହିଗଲା ଲହୁଧାର ପାପୀ ତୋ ପାଇଁ
ଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା)

କାଲବରୀ ବୁକେ ଝରିଲା, ତପତ ରୁଧିର
ରୁଧିର ନୁହେଁ ସେ ପ୍ରେମର ଅମୃତ ଧାର
ଜଗତରେ ସେ ପ୍ରେମର ତୁଳନା ନାହିଁ ( ୨ ଥର)
ପାପୀ ତୋ ପାଇଁ || ୧ ||

ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ
ଦୀନ ହୀନ ହୋଇ ତୋତେ ସେ କଲେ ଧନବାନ
ସ୍ଵର୍ଗୀୟ ସେ ଧନର କଳନା ନାହିଁ… (୨ ଥର)
ପାପୀ ତୋ ପାଇଁ || ୨ ||

ସୂଚୀମାଳାକୁ ଫେରନ୍ତୁ


bandhura giri pathare ବନ୍ଧୁର ଗିରି ପଥରେ ବନ୍ଧୁ ନାହିଁ ତୋ ସାଥିରେ


ବନ୍ଧୁର ଗିରି ପଥରେ ବନ୍ଧୁ ନାହିଁ ତୋ ସାଥିରେ
କାନ୍ଧ କୁଶ ବହି ନେଲ ହେ ମରଣ ବରି (ଘୋଷା)

କ୍ଷୁଧା ତୃଷାରେ ଗୁଲିବା ପଥେ ପ୍ରହାର ବାଜେ ସାଥେ ସାଥେ
କେହି ଛେପ ପକାଉଅଛି ସବୁ ସହି ନୀରବରେ || ୧ ||

ମସ୍ତକେ କଣ୍ଟାର ମୁକୁଟ
ପିଠିରେ କୋରଡ଼ାର ଛାଟ
ହସ୍ତ ପାଦେ ରକତ ଧାର ଝରୁଛି ଅଙ୍ଗରୁ ରୁଧିର || ୨ ||

ମଥା ପାତି ସବୁ ସହିଲ
କବର ଭିତରେ ରହିଲ
ମୃତ୍ୟୁର ନାହୁଡ଼ ଭାଙ୍ଗିଲା ତୃତୀୟ ଦିବସେ ଉଠିଲା ||୩||

ସୂଚୀମାଳାକୁ ଫେରନ୍ତୁ

bandhana karuchu tumara ବନ୍ଦନା କରୁଛୁ ତୁମର


ବନ୍ଦନା କରୁଛୁ ତୁମର
ଅର୍ଚ୍ଚନା କରୁଛୁ ତୁମର ( ୨ ଥର)
ହେ ପ୍ରିୟ ଯୀଶୁ ଆମର
ନ ପ୍ରଭୁ ବନ୍ଦନା ଆମର
ଘେନ ପ୍ରଭୁ ଅର୍ଚ୍ଚନା ଆମର (ଘୋଷା)

ଅରପୁଛୁ ଆମ ଏ ଜୀବନ…. ତୁମ ଚରଣେ
ଜାଳ ପ୍ରଭୁଗୋ ତୁମରି ଆଶିଷ… ପ୍ରତି ଜୀବନେ
ଢାଳ ଆଶିଷ ପ୍ରତି ଜୀବନେ ( ୨ ଥର) || ୧ ||

ତୁମ ଗଉରବ ବଣ୍ଡିବାକୁ… ଆସିଛୁ ଆମେ
ଭଗ୍ନ ଓ ଚୂର୍ଣ୍ଣ ଅନ୍ତରକୁ… ରଖୁଛୁ ଚରଣେ
ଗ୍ରହଣ କରି ଗୋ ପ୍ରଭୁ ତୁମେ (୨ ଥର) || ୨ ||

ସୂଚୀମାଳାକୁ ଫେରନ୍ତୁ

banai krusaku kandha delu ବନାଇ କୁଶକୁ କାନ୍ଧ ଦେଲୁ, ପ୍ରିୟତମଙ୍କୁ ତୋହର

ବନାଇ କୁଶକୁ କାନ୍ଧ ଦେଲୁ, ପ୍ରିୟତମଙ୍କୁ ତୋହର (ଘୋଷା)

ମମତା ଭରା ହାତରେ କିମ୍ପା, ଦେଲୁ କଣ୍ଟା ଉପହାର
ଶରୀର କ୍ଷେତ୍ର କୋରଡ଼ାକୁ ନେଇ କାଟିଦେଲୁ ତୁ ଶିଆର
ନିର୍ମମ ବଚ୍ଛା ହାତରେ ନେଇ ବକ୍ଷେ ବିନ୍ଧିଲୁ ତାହାର || ୧ ||

ସୂରୁଯ ଲାଜେ ମୁଖ ଢ଼ାଙ୍କିଲା ଦେଖି ତାଙ୍କ ଅପମାନ
ଧରିତ୍ରୀ ନିଜ ବକ୍ଷକୁ ଚିରି ଜଣାଏ ନିଜ ସନମାନ
ଏତିକି ପ୍ରେମ ଭୁଲି ତୁ ଯାଇ ଦେଲୁ କଣ୍ଟାର ଟୋପର || ୨ ||

ସୂଚୀମାଳାକୁ ଫେରନ୍ତୁ


bajao re turi dia karatali ବଜାଅରେ ତୁରୀ ଦିଅ କରତାଳି


ବଜାଅରେ ତୁରୀ ଦିଅ କରତାଳି
ଝୁମି ଝୁମି ଆସି ନାଚରେ..
ଆସୁଛନ୍ତି ଯୀଶୁରାଜା ମେଘ ରଥରେ
ଧରା ଥରିବ, ବିଚାର ହେବ
ବେଳ ଥାଉଁ ଥାଉଁ ତାଙ୍କରି ଚରଣେ ଶରଣ ନିଅରେ (ଘୋଷା)

ଭଲରୁ ମନ୍ଦକୁ ଅଲଗା କରି ପାପୀକୁ ଦେବେ ନରକ
ଗପୁରକୁ ସାଙ୍ଗରେ ନେବେ ଅଛନ୍ତି ଯେତେ ଧାର୍ମିକ
ଧରା ଥରିବ ବିଗ୍ଧର ହେବ….. || ୧ ||

ନୂତନ ରାଇଜ ଗଢ଼ିବେ ପ୍ରଭୁ ରହିବେ ଖାଲି ଭକତ
ଛଳନା କପଟ ନ ଥିବ କିଛି ଶୁଭିବ ପ୍ରେମ ସଙ୍ଗୀତ
ଧରା ଥରିବ ବିଚାର ହେବ …. || ୨ ||

ସୂଚୀମାଳାକୁ ଫେରନ୍ତୁ

bandhu re bandhu chahinja tu ବନ୍ଧୁରେ ବନ୍ଧୁ ଚାହିଁଯା ତୁ ଚାହିଁଯା


ବନ୍ଧୁରେ ବନ୍ଧୁ ଚାହିଁଯା ତୁ ଚାହିଁଯା
ଗଲଗଥା ଶିଖକୁ ତୁ ଚାହିଁ ଯା ଥରେ ଚାହିଯା
ତୋର ଦୁଃଖ ନେଇ ସୁଖ ଦେବା ପାଇଁ
ଝୁଲୁଛନ୍ତି କୁଶେ ତୋ ପାଇଁ…..ଚାହିଁଯା..(ଘୋଷା)

ଥିଲୁ ଯେବେ ତୁହି ପାପେ ଦାସହୋଇ
ନ ଥିଲା କେହି ତୋ ମୁକତି ପାଇଁ
ମୁକତିର ପଥ ଦେଖାଇବେ ବୋଲି
ଆସିଥିଲେ ସେ ଜୁଗତ ସାଇଁ

ବନ୍ଧୁ ଶୁଣି କେତେ….. ଏ … ଏ … ଏ… (୨ଥର)
ବନ୍ଧୁ ଶୁଣୀ କେତେ…ନିନ୍ଦା ଅପମାନ ବନ୍ଧୁରେ
ନୂଆଁଇଲେ ମଥା ତୋ ପାଇଁ ରେ…..
ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୧|

ତୋ ପାପ ବେତନ ଥୁଲା ଯେ ମରଣ,
ଆସିଥୁଲେ ତୋ ଜୀବନ ସାଜି
ତୋର ଦୁଃଖେ ଦୁଃଖି ହୋଇ ସୁଖେ ସୁଖି
ହୋଇଲେ ସେ ପାପୀର ସମାନ
ବନ୍ଧୁ ସହି କେତେ…….ଏ…..ଏ……ଏ (୨ ଥର)
ବନ୍ଧୁ ସହି କେତେ ଦାରୁଣ କଷଣ
ବନ୍ଧୁରେ କୁଶେ ଦେଲେ ପ୍ରାଣବାୟୁ ଛାଡ଼ିରେ
ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୨|

ସୂଚୀମାଳାକୁ ଫେରନ୍ତୁ

bitara karuna bari ବିତର କରୁଣା ବାରି


(ସ୍ଵର-ବରସ ଆଶିଷ ବାରି)


ବିତର କରୁଣା ବାରି
(ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା)

ଆସିଛି ଦୁଆରେ କେତେ ଆଶାକରି,
(ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ – କମଣ୍ଡକୁ ଧରି |୧|

ମାଗେ ନାହିଁ ଧନ ଭିକାରୀର ପରି
(ଆହା) ବୁଲେ ସିନା ଭବ-ଦାଣ୍ଡେ ପ୍ରେମ ଭିକ୍ଷା କରି |୨|

ଦଦରା ପରାଣେ ଦୁଖ ଅଛି ପୁରି
(ତୁହି) ଖୋଜି ଭବେ ନ ପାଇବୁ ଜଣେ ମୋର ସରି |୩|

ଚିନ୍ତା ନକ ହୃଦେ ଖରତର ଜଳି,
(ସଦା) ଦେଲାଣିତ ସନ୍ତାପିତ ଜୀବନକୁ ସାରି |୪|

ଦିୟ ପ୍ରାଣେ ଭରି ତବ କୃପା ବାରି
(ମୁହିଁ) ତୃଷିତ ଅନ୍ତର ଠାରେ ପିଇ ଯିବି ତରି |୫|

ସୂଚୀମାଳାକୁ ଫେରନ୍ତୁ

Bethalihimara sitala pabana ବେଥଲିହିମର ଶୀତଳ ପବନ ବହି ଆସେ ଧିରେ


ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେ
କାନ୍ଦ ନାହିଁ ଆଉ ପ୍ରାଣ ଧନ ମୋର
ଶୋଇପଡ ମୋର କୋଳେ (ଘୋଷା)

ମିଟି ମିଟିକାରେ ଅଗଣିତ ତାରା
ହସୁଛନ୍ତି ଆକାଶରେ
ଜଗି ରହିଛନ୍ତି ସରଗର ଦୂତ
ଅପଲକ ନୟନରେ
ଘୁମେଇ ପଡ଼ିଛି ମେଷ ଛୁଆ ଟିଏ
ଆମ ପାଖେ ନୀରବରେ
ଆଦରି ନେଉଛି ସଙ୍ଖାଳି ମୋର
ଶୋଇପଡ ଆନନ୍ଦରେ (୧)

ଯଦିବା ଆସିବ ସଙ୍କଟ ଦୁଃଖ
ସେଥିପାଇଁ ନାହିଁ ଭୟ
ଶତୃ ହାରିବ ପାପ ମନ ପାଇଁ
ସତ୍ୟର ହେବ ଜୟ
ତୋହରି ଜନମେ ଗଗନ ପବନ
ମାତି ଉଠେ ସରାଗରେ
ଶୋଇପଡ ମୋର ନୟନର ମଣି
ମା କୋଳେ ଆନନ୍ଦରେ (୨)

ସୂଚୀମାଳାକୁ ଫେରନ୍ତୁ

bajao mandali tume sangita ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜା


ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜା
ଆଜି ଆସିବେ ବାହିନି ସାଥେ ମର୍ଶହ ରାଜା
ବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା)

କୋଟି କୋଟି ଦୃତ ଧରି ଏହି ମେଘ ରଥରେ
ବିଚାର କରିବାକୁ ଏହି ପୃଥିବୀରେ
ଥରହର ହୋଇଯିବେ ଦୁନିଆ ସାରା (ଭାଇରେ) … |୧|

ସୂର୍ଯ୍ୟ ଚନ୍ଦ୍ର କଳା ହେବ ନକ୍ଷତ୍ର ଝଡିପଡ଼ିବ
ଅବିଶ୍ଵାସୀ ଯିଏ ଥୁବ ନରକକୁ ସିଏ ଯିବ
ବିକଳରେ କାନ୍ଦୁଥିବ ଜୀବନ ସାରା (ଭାଇରେ) … |୨|

ଫେର ଫର ଏବେ ଫେର
ଆହୁରି ଡେରି ନକର
ଭୟଙ୍କର ଦିନ ଅଟେ ଆଗାମୀର ସେହି ଦିନ
ଉଦ୍ଧାରିଣ ପାରିବେନି
କେହିରେ ତୋତେ (ସେଦିନ) … |୩|

ସୂଚୀମାଳାକୁ ଫେରନ୍ତୁ

bolo dhanya bolo dhanya ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,


ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,
ସେ ମହତ ନାମ,
ବଂଚାଇଣ ଦେଖାଇଲେ ବରଷ ନୂତନ (ଘୋଷା)

ଗତ ସନେ ବହୁଜନ, ପାପରେ ତେଜି ଜୀବନ
ନରକେ କଲେ ଗମନ, ମୋ ପ୍ରତି କି ପ୍ରେମ… |୧|

ଅନେକ ରୋଗ ଶୋକରେ, ଅନ୍ନ ବସ୍ତ୍ର ଅଭାବରେ
ପତିତ ନାନା କ୍ଳେଶରେ, ମୁଁ ନୁହେଁ ତେସନ … |୨|

ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,
ସେ ଦୟା ହେଜି ମନରେ, କର ଗୁଣ ଗାନ … |୩|

ମୋର ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ,
ଦୟା କରି ରକ୍ଷା କଲେ, ଧନ୍ୟ ତାଙ୍କ ପ୍ରେମ … |୪|

ଏହି ନୂତନ ବରଷେ ଯେହ୍ନେ ନୂଆ ମନ ଆସେ
ଧର୍ମରୂପ ଫଳ ପୁଖେ ହୋଇ ଫଳବାନ … |୫|

ଅଫଳନ୍ତି ବୃଷ ପରି, ମୁଁ ବୃଥା ସ୍ଥାନ ଆବୋରି
ଛେଦନେ ନମ୍ର କହିଲେ, ଆଉ କିଛି ଦିନ … |୬|

ଆହେ ପ୍ରଭୁ, ମୂଳ ଖୋଳି, ଖତ ଦିଅ ଯେହ୍ନେ ଫଳି
ହୋଇ ଯୋଗ୍ୟ ତବ ପୁରୀ, ଶେଷେ ପାଇ ସ୍ଥାନ … |୭|

ସୂଚୀମାଳାକୁ ଫେରନ୍ତୁ

bandhana ghena ବନ୍ଦନା ଘେନ… ବନ୍ଦନା ଘେନ


ବନ୍ଦନା ଘେନ… ବନ୍ଦନା ଘେନ
ଭକତି ଭରେ ପ୍ରଣମୁଛୁ ।
ଥୋଇ ହୃଦପଦ୍ମ…ହେ ପ୍ରିୟତମ (ଘୋଷା)

ଅନ୍ଧକାର ଘେରା ବିଶ୍ୱେ
ଆଜି ଝଲକେ ଆଲୋକଧାରା
ଭରି ଯାଉଛି ମଧୁର ଝଙ୍କାର
ସ୍ବର୍ଗବାହିନୀ ସୁରେ…ପୁରେ ଗଗନ… |୧|

ଧନ୍ୟ ହେ ତ୍ରାଣରାଜନ ଆମ,
ଧନ୍ୟ ତୁମରି ପ୍ରେମ .
ପାପୀ ଜନର ମୁକତି ଲାଗି
ମର୍ଭେ ହେଲ ଜନମ-ଈଶ ନନ୍ଦନ… |୨|

ଆସ ହେ ସର୍ବେ ପାତକୀ ବଂଧୁ
କରିବା ତାଙ୍କୁ ପ୍ରଣାମ
ଧନ୍ୟ ହେଉ ଗୋ ଆମ ଏ ପରାଣ
ଲଭି ନବ ଜୀବନ .., ଆଜ ଏ ଦିନ… |୩|

ସୂଚୀମାଳାକୁ ଫେରନ୍ତୁ

bujhi akhi jebe mu tumo ବୁଜି ଆଖି ଯେବେ ମୁଁ ତୁମ ଦେଖାଏ

ବୁଜି ଆଖି ଯେବେ ମୁଁ ତୁମ ଦେଖାଏ
କର ମୋତେ ଚକ୍ଷୁହୀନ (ପ୍ରଭୁ)
ଧନ ପାଇଁ ଯେବେ ମୁଁ ତୁମକୁ ହରାଏ
ଲୋଡା ନାହିଁ ସେହି ଧନ (ମୋର)
ମାନ ପାଇଁ ଯେବେ ମୁଁ ତୁମକୁ ହରାଏ
ଲୋଡ଼ା ନାହିଁ ସେହି ମାନ (ଘୋଷା)

ଯାଉ ଦାରା ସୁତ ନଗଣ୍ୟ ସମ୍ପଦ
ଯାହା ଘେନି ମୋର ମାନ,
ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ
ନାହିଁ ତହିଁ ଅଭିମାନ |୧|

କର ପ୍ରଭୁ ମୋତେ ସବୁଠାରୁ ସାନ,
ମାଟିଠାରୁ କର ହୀନ
ଯାଉ ଜ୍ଞାନ, ମାନ ଆତ୍ମୀୟ ସ୍ଵଜନ
ଥାଉ ମୋର ଯୀଶୁ-ଧନ |୨|

କଣ୍ଟକ ମୁକୁଟ ହେଉ ମୋ ଭୂଷଣ
କୁଶ ହେଉ ମୋର ସ୍ଥାନ,
ଅପମାନେ ଯେବେ ତୁମକୁ ମୁଁ ଲଭେ
ତାହା ଶ୍ରେଷ୍ଠ ସନମାନ |୩|

ତୁମରି ସେବାରେ ମତି ମୋର ଥାଉ
ହେ ଜୀବ ଜୀବନ ସଖା,
ପବିତ୍ର ଜୀବନ କାଟିବି ଯେସନ
କର ଏହି ବର ଦାନ |୪|

ସୂଚୀମାଳାକୁ ଫେରନ୍ତୁ


bodhao bodhao jishu tumbho ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,


ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,
ଏହି ଭିକ୍ଷା ଶ୍ରୀଚରଣେ ନାହିଁ ଆଉ ଅନ୍ୟ ଗତି (ଘୋଷା)

ପାର୍ଥିବ ବସ୍ତୁରେ ନାନା ପ୍ରଚୁର ଥୁଲା ବାସନା,
ଯାଇଛି ସେ ଦିନ ମୋର ଯାଇଛି ସେସବୁ ପ୍ରୀତି |୧|

ସୁଖ ସଂପଦ ଚାହେଁନା କେବଳ ଏହି ପ୍ରାର୍ଥନା,
ବଢ଼େ ଯେହ୍ନେ ପ୍ରତିଦିନ ତୁମ ପ୍ରତି ପ୍ରେମ ଭକ୍ତି |୨|

ଦୁଃଖରେ କାତର ନୁହେଁ ଯଦି ତୁମ ଦୟା ପାଏ,
ତୁମରି ପ୍ରେମରେ ମୋର ମନେ ହେବ ଶାନ୍ତି ତୃପ୍ତି |୩|

ଆସ ଦୁଃଖ ତାପ ନାନା ଆସ ଯାତନା ବେଦନା,
ସବୁ ମିଳି ଏକ ସଙ୍ଗେ ବଢ଼ାଅ ମୋ ପ୍ରେମ ଭକ୍ତି |୪|

ସୂଚୀମାଳାକୁ ଫେରନ୍ତୁ

bedona bipake prabhu ବେଦନା ବିପାକେ ପ୍ରଭୁ ତୁମେ


ବେଦନା ବିପାକେ ପ୍ରଭୁ ତୁମେ
ଭୋଗିଲ ଅଶେଷ ଦୁଃଖ କେତେ
ରାଶି ଦେବା ପାଇଁ ଧୋଇତବ କୁଶରେ…
କାଲବରୀ ବୁକୁରେ କେତେ, କେତେ ଯେ ବହିଯାଏ
ତପତ ରକତ ମୋହରି ପାଇଁରେ,
ପୁଣ୍ୟ ତବ ପ୍ରେମରେ… (ଘୋଷା)

ଝରି ଝରି ଯାଏ ଦୟାଧାର କୃଶରେ
ନାହିଁ କାହିଁ ପ୍ରେମ ପାପୀ ପାଇଁ ଧରାରେ
ସେହି ତ ଭରସା ମୋର ମୁକ୍ତି ପାଇଁ
କୁହ ବିଶେ କୁହରେ….. | ୧ |

ଚିରି ଚିରି ଗଲା ମନ୍ଦିରର ବାସରେ
ଲିଭି ଲିଭି ଆସେ ଦୁଃଖ ନିଶା ଆଜିରେ
ଯୀଶୁଙ୍କ ମରଣେ ପାପ ପରାଜିତ,
ଆଜି ଏହି ଧରାରେ … |୨|

ସୂଚୀମାଳାକୁ ଫେରନ୍ତୁ

bahigola lahudhara papi ବହିଗଲା ଲହୁଧାର ପାପୀ ତୋ ପାଇଁ


ବହିଗଲା ଲହୁଧାର ପାପୀ ତୋ ପାଇଁ
ଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା)

କାଲବରୀ ବୁକେ ଝରିଲା ତପତ ରୁଧୁର
ରୁର ନୁହେଁ ସେ ପ୍ରେମର ଅମୃତ ଧାର
ଜଗତରେ ସେ ପ୍ରେମର ତୁଳନା ନାହିଁ …
ପାପୀ ତୋ ପାଇ |୧ |

ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ
ଦୀନହୀନ ହୋଇ ତୋତେ ସେ କଲେ ଧନବାନ
ସ୍ଵର୍ଗୀୟ ସେ ଧନର କଳନା ନାହିଁ
ପାପୀ ତୋ ପାଇ |୨|

ସୂଚୀମାଳାକୁ ଫେରନ୍ତୁ

be sahara hoichi mu jibana sara ବେସାହାରା , ହୋଇଚି ମୁଁ ଜୀବନ ସାରା


ବେସାହାରା , ହୋଇଚି ମୁଁ ଜୀବନ ସାରା
ଜୀବନଟା ଅନ୍ଧାର ଲାଗେ
ତୁମ ବିନା ହେ ପ୍ରଭୁ ମୋର
ଦୁନିଆ ଟା ଅଲୋଗା ଲାଗେ
ତୁମ ବିନା ହେ ଯୀଶୁ ମୋର
ଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲା
ବେସାହାରା ହୋଇଚି ମୁଁ , (4 times)
ବେସାହାରା ହୋଇଚି ମୁଁ ଜୀବନ ସାରା …

ଚାଲୁ ଚାଲୁ ଚାଲି ଗଲି
ଅନ୍ଧକାର ରେ ମୁହିଁ
ଭାବନା ମୋ ପାପ ଖାଲି
ରହିଛି ହୃଦୟେ ଭୋରି
ମରୀଚିକା ଜଗତ ରେ
ମିଛ ରେ ବୁଡି ରହିଲି
ସମୟକୁ ନଷ୍ଟ କଲି
ଅଯଥା ରେ ମୁଁ ଚାଲିଲି
ଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲା
ବେସାହାରା ହୋଇଚି ମୁଁ , (4 times)
ବେସାହାରା ହୋଇଚି ମୁଁ ଜୀବନ ସାରା …

ଏ ପୃଥିବୀ ଟା ଏ ସମୟଟା
ଲାଗୁନି ମୋତେ ନିଆରା
ଜଣିଗଲି ସବୁ ଦେଖି
କେହି ନାହିଁ ମୋ ସାହାରା
ତୁମ ଛଡ଼ା କେହି ନାହିଁ
ରକ୍ଷକ ତୁମେ ଏକା
କ୍ଷମା ଦେଇ ଦୟାକରି
ହୁଅ ମୋର ସାହାରା

ଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲା
ବେସାହାରା ହୋଇଚି ମୁଁ , (4 times)
ବେସାହାରା ହୋଇଚି ମୁଁ ଜୀବନ ସାରା …

ସୂଚୀମାଳାକୁ ଫେରନ୍ତୁ


bethalihimara sitala pabana ବେଥଲିହିମର ଶୀତଳ ପବନ


ବେଥଲିହିମର ଶୀତଳ ପବନ
ବହି ଆସେ ଧୀରେ ଧୀରେ
କାନ୍ଧନାହିଁ ଆଉ ପ୍ରାଣଧନ ମୋର
ଶୋଇପଡ ମୋର କୋଳେ … |୦|

ମୀଠି ମୀଠି କରି ଅଗଣିତ ତାରା
ହଂସୁଛନ୍ତି ଆକାଶରେ
ଜଗି ରହିଛନ୍ତି ସରଗର ଦୂତ
ଅପଲୋକ ନୟନରେ
ଘୁମେଇ ପଡିଛି ମେଷ ଛୁଆଟିଏ
ଆମପାଖେ ନୀରବରେ
ଆଦରି ନେଉଛି ସଙ୍ଖାଳି ମୋର
ଶୋଇପଡ ଆନନ୍ଦରେ … |୧|

ଯଦିବା ଆସିବ ସଙ୍କଟ ଦୁଃଖ
ସେଥିପାଇଁ ନାହିଁ ଭୟ
ଶତ୍ରୁହାରିବ ପାପ ମନପାଇଁ
ସତ୍ୟର ହେବ ଜୟ
ତୋହରି ଜନମେ ଗଗନ ପବନ
ମାତି ଉଠେ ସରଗରେ
ଶୋଇପଡ ମୋର ନୟନ ମଣି
ମାଆ କୋଳେ ଆନନ୍ଦରେ … |୨|

ସୂଚୀମାଳାକୁ ଫେରନ୍ତୁ

bedona grastha prabhu tume ବେଦନା ଗ୍ରସ୍ତ ପ୍ରଭୁ ତୁମେ


ବେଦନା ଗ୍ରସ୍ତ ପ୍ରଭୁ ତୁମେ
ପ୍ରଣତି ଅଞ୍ଜଳି ଢ଼ାଳୁଛି ତୁମ ଚରଣେ (ଘୋଷା)
ସ୍ନେହଶୀଳ ଦୟାମୟ, କ୍ରୋଧରେ ଧୀର ମଙ୍ଗଳମୟ [୧ ||
ପ୍ରେମମୟ ସତ୍ୟ ଜୀବିତ,
ସେହି ବାକ୍ୟ ହେଲା ଦେହବନ୍ତ |9|
ସ୍ଵର୍ଗ ସୁଖ ଛାଡ଼ି, ମୃତ୍ୟୁ ଦୁଃଖ ଆବୋରି
କୁଶେ ଦେଲ ଜୀବନ ଛକି କାଠ ଧରି … I୩I
ନିଜ ବଳେ ଜୟ କଲ ମୃତ୍ୟୁ ନାହୁଡ ଭାଗି ଉଠିଲା … |୪|

ସୂଚୀମାଳାକୁ ଫେରନ୍ତୁ

bada sankata ra dino ବଡ ସଙ୍କଟର ଦିନ ଆସିବ ଦିନ ଆସିବା

ବଡ ସଙ୍କଟର ଦିନ ଆସିବ ଦିନ ଆସିବା
ତେବେ କେଉଁଠାରେ ତୁମେ ଲୁଚିବ (ଘୋଷା)

ପର୍ବତ କନ୍ଦରେ ଲୁଚିଲେ ଯାଇ
ଲୁଚାଇ ତୋତେ ପାରିବ ନାହିଁ ।
ପ୍ରଭୁ ଯୀଶୁ ଚରଣେ ଅରପି ଦେବ (ସେ ଦିନ) … |୧|

ଗଭୀର ବାରି ଭିତରେ ବୁଡ଼ି
ଅପାର ଜଳରାଶି ଥିଲେ ହେ ମାଡି
ଥରହରେ ବାରି ଦେଖାଇ ଦେବ (ସେ ଦିନ) … |୨|

ସରଗ ମରତ ପାତାଳପୁର
ସବୁ ତ କୃତ ଅଟେ ତାଙ୍କର
ଆଉ ଲୁଚିବାର ସ୍ଥାନ ନଥିବ (ସେ ଦିନ) . |୩|

ବିଚାର ସିଂହାସନର କତି ।
ଉଭା ହୋଇବେ ଯାଇ ସରିବ ଜାତି
କହ କିସ ବୋଲି ଉତ୍ତର ଦେବ (ସେ ଦିନ) . I୪I

ସୂଚୀମାଳାକୁ ଫେରନ୍ତୁ


baki achi bahuta dura ବାକି ଅଛି (୨ ଥର) ବହୁତ ଦୂର lyrics


ବାକି ଅଛି (୨ ଥର) ବହୁତ ଦୂର
ଚାଲିବାକୁ ନାହିଁ ମୋ ବଳ
ପଡୁଛି ପୁଣି ମୁଁ ଉଠୁଛି, ଶକତି ନାହିଁ ମୋହର…. (ଘୋଷା)

ତୁମ ପ୍ରିୟ ଦାସ ଏଲିୟ, ଖୁଆଇଲେ ସ୍ଵର୍ଗୀୟ ଖାଦ୍ୟ
ଚାଳିଶି ଦିନର ପଥ, ଚାଲିଥିଲେ ସେ ବିନା କ୍ଳେଶ
ସେହି ପ୍ରଭୁ ତ ତୁମେ ଜୀବିତ, ବଢ଼ାଅ ଶକତି ମୋହର… |୧|

ସୁନ୍ଦର ନାମକ ଦ୍ଵାର ମାତୃ ଗର୍ଭରୁ ସେ ଖଞ୍ଜ
ତକ୍ଷଣେ ବଳ ପାଇଲେ
କୁଦା ମାରି ସେ ଠିଆ ହେଲେ
ସେହି ପ୍ରଭୁ ତ ତୁମେ ଜୀବିତ, ବଢ଼ାଅ ଶକତି ମୋହର… |୨|

କର୍ପନାହମରେ ଥରେ ପକ୍ଷାଘାତୀ ବହି ଆଣିଲେ
ତାର ସବୁ ପାପ କ୍ଷମି ଚଳାଇଲେ ଖଟିଆ ଘେନି
ସେହି ପ୍ରଭୁ ତ ତୁମେ ଜୀବିତ, ବଢାଅ ଶକତି ମୋହର… |୩|

ସୂଚୀମାଳାକୁ ଫେରନ୍ତୁ

biswa bandania jisu he ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ lyrics


ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ ବନ୍ଦୀ
ଅନ୍ତର ପ୍ରଣତି ଜଣାଏଁ (ଘୋଷା)


ଅନ୍ଧ ଥିଲି, ଦେଲ ଖୋଲି ଚକ୍ଷୁ ମୋ ତୁମେ
ପୋଛି ଲୁହ ଭସାଇଲ ସୁଖ ସଲିଳେ
ପ୍ରତିଦାନେ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏଁ … I୧I


ପ୍ରାଣ ଦିଆ ପ୍ରେମ ଭୁଲି ଭ୍ରମୁଥୁଲି ଦୂରେ
ବେଦନାର ଆଲିଙ୍ଗନେ ଟାଣିଲ ଖ ର
ପ୍ରତିଦାନ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏ … |9|


ଭକତିର ପ୍ରାଣ ତୁମେ ଗୋ ଭକତର ଧନ
ମୋର ହୃଦ ଚନ୍ଦନ ଗୋ ଈଶ୍ୱର ନନ୍ଦନ
ଧନ୍ୟ ଧନ୍ୟ ହେଲ ମୋର ପିତା ପ୍ରଭୁ ତୁମେ
ଅନ୍ତର ପ୍ରଣତି ଜଣାଏଁ |୩|

ସୂଚୀମାଳାକୁ ଫେରନ୍ତୁ

biraja mo antre jisu jali uthu ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ lyrics


ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ
ମୋ ହୃଦ ତୁମରି ପ୍ରେମରେ (ଘୋଷା)


ଖୋଜି ବୁଲେ ମୁହଁ ଦିନରାତି ତୁମରି ସୁମଧୁର ପିରତି
ଏ ଶୁଷ୍କ ପରାଣେ ଏ ପାପୀ ଜୀବନେ
ଢ଼ାଳି ଦିଅ ତବ କୃପା ବାରେ | ୧|


ଝୁଲିଅଛି ପ୍ରଭୁ କୁଶ ପରେ ତାରିବାକୁ ସର୍ବ ପାପୀ ନରେ
କରୁଣା ତୁମରି ପାଇ ପାପୀ ନର …
ଅନନ୍ତ ଜୀବନ ଲାଭ କରେ | ୨|


ଆସ, ପ୍ରଭୁବର ମୋ ଆତ୍ମାର ରଖ ତୁମ ପ୍ରେମେ ମୋ ଅନ୍ତର
ଦେଇ ଧନମନ ମୋ ସର୍ବ ଜୀବନ
ପୂଜିବି ଚରଣେ ହେ ତୁମର .. | ୩|

ସୂଚୀମାଳାକୁ ଫେରନ୍ତୁ

biswa ithihasa prusta para ବିଶ୍ବ ଇତିହାସ ପୃଷ୍ଠାପର ସ୍ଵର୍ଣ୍ଣାକ୍ଷର ହୋଇଲା ଅମର lyrics


ବିଶ୍ବ ଇତିହାସ ପୃଷ୍ଠାପର ସ୍ଵର୍ଣ୍ଣାକ୍ଷର ହୋଇଲା ଅମର | ଘୋଷା|


ପାପୀ ମୁକ୍ତି ଲାଗି ସେ ଈଶ କୁମର
ନର ଅବତାରେ ଜନ୍ମ ଧରା ପର
ଭୋଗିଲେ ଦାରୁଣ … ଯାତନା ପୁଣ
କାଲବରୀ ପର୍ବତ କୁଶ ଉପର | ୧|


ଭୂ-କମ୍ପ ହେଲା ଅତି ଭୟଙ୍କର …
ପ୍ରହରୀଗଣ ହେଲେ ଥରହର
ଭାଙ୍ଗି ଗଲାରେ … ରାଜାର ମୋହର
ଘୁଚିଗଲା କବର ପଥର, | ୨|


ନ ରଖି ପାରିଲା ସେ ସୁପ୍ତ କବର
ମୃତ୍ୟୁର ନାହୁଡ କରି ଚୂରମାର
କୁଶୀୟ ଯୀଶୁ ସେ … ଈଶ କୁମର
ଉଠିଲେ କବରୁ ତିନି ଦିନ ପର | ୩|


ଗାଅ ହେ ସରବେ ଜୟ ଜୟ ଗୀତ
ଯୀଶୁ ହୋଇଛନ୍ତି ପୁନରୁଥିତ
ଗୌରବ ସଂଭ୍ରମ ହେଉ ତାଙ୍କର
ଯୁଗ ଯୁଗାନ୍ତର ଏ ଧରା ପର | ୪|

ସୂଚୀମାଳାକୁ ଫେରନ୍ତୁ


aasisha brusti chahun ବର୍ଷିବ ଆଶିଷ ବାରୀ ଯୀଶୁଙ୍କ ପ୍ରତିଜ୍ଞାତ lyrics


ବର୍ଷିବ ଆଶିଷ ବାରୀ ଯୀଶୁଙ୍କ ପ୍ରତିଜ୍ଞାତ
ଉଦ୍ଦୀପନା ଜାଗରିବ ତ୍ରାତାଙ୍କ ସେ ପ୍ରେରିତ |୧|


ଆଶିଷ ବୃଷ୍ଟି ଚାହୁଁ ଆଶିଷ ବୃଷ୍ଟି
କୃପାବିନ୍ଦୁ ହି ଚାହୁଁ ନା ମାଗୁ ପ୍ରଚୁର ବୃଷ୍ଟି (ଘୋଷା)


ବର୍ଷିବ ଆଶିଷ ବାରୀ ପୁନଃ ଜାଗରଣରେ
ଶୁଭେ ବରଷାର ଧ୍ବନୀ ଗିରି ଉପତ୍ୟକାରେ | ୨|


ବରଷୁ ଆଶିଷ ବାରି ତବ ବାକ୍ୟ ପ୍ରକାରେ
ଢ଼ାଳିଦିଅ ଜାଗରଣ ଆମ ସମସ୍ତ ପରେ |୩|

ଆଶିଷ ବରଷା ଢ଼ାଳିଦିଅ, ଆଜି ହେ ପ୍ରଭୁ
ଡାକୁଅଛୁ ଆହେ ଯୀଶୁ ମାନୁଛୁ ପାପ ସବୁ |୪|

ସୂଚୀମାଳାକୁ ଫେରନ୍ତୁ

bahi nei ja re hrudayara ବହି ନେଇଯାରେ ହୃଦୟ ଗଣ୍ଡିରେ lyrics

ବହି ନେଇଯାରେ ହୃଦୟ ଗଣ୍ଡିରେ
ଯୀଶୁ ନାମ ବହି ନେଇଯା … (୨ ଥର)
ଯୀଶୁ ନାମରେ ମିଳଇ ଶାନ୍ତି
ଯୀଶୁ ନାମରେ ମିଳଇ ମୁକ୍ତି
ଯୀଶୁ ନାମ ବହି ନେଇଯା … (୨ ଥର)… (ଘୋଷା)

ଯୀଶୁଙ୍କର ବାଣୀ ଗ୍ରାମରେ ନଗରେ
ଘରେ ଘରେ କହି ଦେଇଯା
ଭାରତ ବକ୍ଷରେ ପ୍ରତ୍ୟେକ ପ୍ରାନ୍ତରେ … ( ୨ ଥର)
ଯୀଶୁ ବାଣୀ କହି ଦେଇଯା… |୧|

ଯୀଶୁ ଯେ ପାପୀର ତ୍ରାଣକର୍ତ୍ତା ରୂପେ
ଜଗତେ ପ୍ରକାଶ ହୋଇଲେ
ମାନବ ଜାତିର ପାପର ବୋଝକୁ
ଆପଣା ଅଙ୍ଗରେ ବହିଲେ
ବହି ନେଇଯାରେ ଯୀଶୁଙ୍କର ନାମକୁ
ସେ ନାମରେ ପରିତ୍ରାଣ ମିଳେ…. |୨|

ସୂଚୀମାଳାକୁ ଫେରନ୍ତୁ


bibekoti ontore thayee ବିବେକଟି ଅନ୍ତରେ ଥାଇ lyrics


(ସ୍ୱର : ଯୀଶୁ ନାମେ ଯେ ଭାବ ଅଛି)

ବିବେକଟି ଅନ୍ତରେ ଥାଇ

ନ ମାନୁ ତା’ ମନା କିପାଁ ହେ ଭାଇ । ଘୋଷା ।

ଜାଣ ମନ ଏହି ବିବେକ          ପ୍ରଭୁ ଆତ୍ମାର ଅଂଶ ଏକ,

ବିବେକ ଆଦେଶ ନ ମାନିଲେ ଦୋଷପ୍ରଭୁଙ୍କୁ ଅବଜ୍ଞା ହୁଅଇ ତହିଁ । ୧ ।

 

 ବିବେକର ରହିବା ସ୍ଥାନ ଅଟେ ନର ଅନ୍ତଃକରଣ,

ଅନ୍ତରୁ ସଦ୍‌ଜ୍ଞାନ ଲିଭିଗଲେ ଜାଣ ଆଉ ଦୀପ୍ତି ମନେ ରହିବ ନାହିଁ । ୨ ।

ଯା’ ମନେ ବିବେକ ସତର୍କ       ଭଲ ମନ୍ଦ ସେ ବିଚାରକ,

ଜିହ୍ୱାକୁ ସମ୍ଭାଳେଧର୍ମପଥେ ଚାଲେତା’ ମୁଖରୁ ମନ୍ଦ ନ ବାହାରଇ । ୩ । 

 

ଘେନ ବିବେକର ଆଦେଶନ ଭାଙ୍ଗ ତା’ କରି ସାହସ,

ଭାଙ୍ଗିଲେ ଆଦେଶ ହେବ ସର୍ବନାଶବିବେକରେ ଆଉ ଦୟାଟି ନାହିଁ । ୪ । 

 

ସୁସଙ୍ଗକୁ ଧରହେ ଭାଇ          କୁସଙ୍ଗ ଦୂରେ ତେଜି ଦେଇ,

କୁସଙ୍ଗରେ ଯାଇ ମଜ୍ଜିଥିଲେ ତୁହି ଇହ ପରେ ସୁଖ ପାଇବୁ ନାହିଁ । ୫ 

binaa nuaa janma naahi poritraano ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ,


ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ,

ଏହି ସିଦ୍ଧାନ୍ତ ବଚନ,

କୁଅନ୍ତଃକରଣେ ସ୍ୱର୍ଗର ଭୁବନେ ନ ପ୍ରବେଶେ କେହି ଜନ    ା ୧ ।

ପୁନଶ୍ଚ ଜନମପୁନଶ୍ଚ ମରଣପୁନଶ୍ଚ ଗର୍ଭେ ନିବାସ,

ଏହି ଯେ ବଚନ ଅସତ୍ୟ ପ୍ରମାଣଘଟାଏ ତା’ ସର୍ବନାଶ      ା ୨ ।

ଦୁଷ୍ଟ କ୍ରିୟା ଛାଡ଼ି ନୀତି କର୍ମ କରି କେହି କହେ ନୂଆ ଜନ୍ମ,

ଏହି କର୍ମମାନ ବାହାର ଲକ୍ଷଣନୁହେଁ ମନର ଫେରଣ     ା ୩ ।

ଜାଣିବ ପ୍ରମାଣ କର୍ମ ମୂଳ ମନଏଣୁ ବିନା ହୃଦ ଶୁଦ୍ଧ,

ଯେତେ କର୍ମ କରି ପାପ ତହିଁ ଭରିସବୁ ହୋଇବ ବିରୁଦ୍ଧ    ା ୪ ।

ଆସ  ଧର୍ମ ଆତ୍ମାଫେରାଅ ପାପାତ୍ମାଦୂର କର ମୋ ଦୁର୍ଗତି,

ମୋତେ ନୂଆ ଜନ୍ମ କର ହେ ପ୍ରଦାନ ଯେହ୍ନେ ହୋଇବ ସୁଗତି । ୫ ।

bohilaa prochondo bege pobono ବହିଲା ପ୍ରଚଣ୍ଡ ବେଗେ ପବନ,


ବହିଲା ପ୍ରଚଣ୍ଡ ବେଗେ ପବନ,

ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ

ଗଭୀର ସାଗର ଢେଉ କଲ୍ଲୋଳ,

ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ,

ନାବକୁ କଲା ଅତି ଟଳମଳ । ୧ ।

ଦେଖିଣ ପ୍ରଚଣ୍ଡ ପବନ ରୀତି,

କି ଉଦ୍‌ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ,

ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ,

ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ ।

ମାତ୍ର ଜଣେ ସେହି ନାବରେ ଥିଲେ,

ନିଦ୍ରାରୁ ଉଠି ରବ ଶୁଣାଇଲେ

ଆହେ କଲ୍ଲୋଳ ଗଭୀର ସାଗର,

ହେ ପ୍ରଚଣ୍ଡ ବାତହୁଅ ସୁସ୍ଥିର

ତାହାଙ୍କ ବଚନେସମସ୍ତ ସୁସ୍ଥିର ହେଲା ତତ୍‌କ୍ଷଣେ । ୩ । 

 

ବାୟୁ ଆଜ୍ଞାବହ ତତ୍‌କ୍ଷଣେ ହେଲା,

ସମୁଦ୍ର ତାର କର୍ତ୍ତାକୁ ଚିହ୍ନିଲା ସମୁଦାୟ ହେଲା ଦେଖ ସୁସ୍ଥିର,

ଉଡ଼ିଣ ଗଲା ଭୟ ଅନ୍ଧକାର ହୋଇଲା ସୁସ୍ଥିର,

ଆକାଶ ପବନ ସମୁଦ୍ର ନୀର । ୪ ।

ହେ ମହାମହିମ ଈଶ୍ୱର ସୁତ,

ତବ ଆଜ୍ଞାଧୀନ ପ୍ରଚଣ୍ଡ ବାତ

ତୁମ୍ଭ ଆଜ୍ଞା ମାନେ ସାଗର ଢେଉ,

ପଳାଏ ପାପ ଶୟତାନ ଆଉ

ନରକ ଜଗତତୁମ୍ଭେ କରିଅଛ ସବୁ ପରାସ୍ତ । ୫ । 

 

ଯେତେବେଳେ ମନେ ପାପ ଲହଡ଼ି,

ପ୍ରବଳ ହୋଇ ଆସୁଥାଏ ମାଡ଼ି,

ପ୍ରଚଣ୍ଡ ପବନ ଘୋର ଅନ୍ଧାର

କରଇ ଦୁର୍ବଳ ବିଶ୍ୱାସ ମୋର ହେ ଯୀଶୁ ଈଶ୍ୱର

ପଠାଇ ତୁମ୍ଭ ଆତ୍ମା କର ସୁସ୍ଥିର । ୬ ।

biswaasiro proti kede priyotome se jishu naamo ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା ।


ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା ।

ତାର ସର୍ବରୋଗ କରେ ଶାନ୍ତମହା ପାପ-ରୋଗ କରେ ସୁସ୍ଥ;

ଦୂର କରେ ଭୟ ଆପଦ ସନ୍ଦେହକରେ ମହାସୁଖ ଶାନ୍ତି ଦାନ । ୧ । 

 

ସେ ନାମ ତାର ଦୃଢ଼ ପାଷାଣତହିଁ କରଇ ଗୃହ ନିର୍ମାଣ;

ଆଉ ତାର ଢାଲ ଆଶ୍ରୟ ନଗର ଅଟଇ ଅସୀମ ତ୍ରାଣଧନ । ୨ । 

 

ସେ ତାହାର ପଥ ପ୍ରଦର୍ଶକଅଟନ୍ତି ବନ୍ଧୁ ରାଜା ଯାଜକ;

ଅଟନ୍ତି ସେ ଅନୁଗ୍ରହର ଭଣ୍ଡାରତାର ପକ୍ଷବାଦୀ ଓ ଜୀବନ । ୩ ।

ଆହେ ସମସ୍ତ ଧାର୍ମିକଗଣକର ତାଙ୍କ ନାମେ ଜୟଗାନ;

କରି ତାଙ୍କୁ ସେବା ଆରାଧନା ପ୍ରେମ ଚରଣେ ସମର୍ପି ଦେହ ପ୍ରାଣ । ୪ ।