Monday, February 24, 2025

monoru hebo ki jishu premo bismarana ମନରୁ ହେବ କି ଯୀଶୁ ପ୍ରେମ ବିସ୍ମରଣ, Odia Christian Lyrics


ମନରୁ ହେବ କି ଯୀଶୁ ପ୍ରେମ ବିସ୍ମରଣ,

ଯେ ପ୍ରେମେ ସେ ଭୋଗିଲେ ମୋ ପାପର କଷଣ । ଘୋଷା ।

ସେ ତ ମହାଶ୍ଚର୍ଯ୍ୟ ପ୍ରେମ,         ତ୍ରିପୁରେ ନାହିଁ ତା ସମ,

ନୋହିଛି କାହିଁ କେବେ ଶ୍ରବଣ;

ଦୀର୍ଘ ପ୍ରସାର ଯାହାର,              ନୁହଇ ଗମ୍ୟ କାହାର,

ସ୍ୱର୍ଗଦୂତେ ନ ପାରନ୍ତି କରି ତା କଳନ । ୧ ।

ଆହା ସେ କରି କି ପ୍ରେମ,

ତେଜିଲେ ସ୍ୱର୍ଗ ଭୁବନ ମର୍ତ୍ତ୍ୟପୁରେ ହୋଇଲେ ନିଧନ,

ଭୋଗି କି ନିନ୍ଦା ଦୂଷଣ           ଯାତନା କ୍ଳେଶ କଷଣ

ନିଜ ପ୍ରାଣ କ୍ରୁଶୋପରେ କଲେ ସମର୍ପଣ । ୨ ।

ମିତ୍ର ପାଇଁ ପ୍ରାଣଦାନ- ଠାରୁ ନାହିଁ ପ୍ରେମ ଆନ,

ଶତ୍ରୁ ପାଇଁ କେ ଦିଅଇ ପ୍ରାଣ ?

ଆହା କି କରିବି ମନ ଯୀଶୁଙ୍କ ପ୍ରେମ ବର୍ଣ୍ଣନ

ନିଜ ପ୍ରାଣ କଲେ ଦାନ ଶତ୍ରୁଙ୍କ କାରଣ । ୩ ।

ଧନ୍ୟ ସେ ପ୍ରେମ ମହିମା        କି ଦେବି ତାକୁ ଉପମା

ମହାଫଳ ତହିଁରୁ ଉତ୍ପନ୍ନ,

ହୁଅଇ ପାପ ମୋଚନପରମ ଶାନ୍ତି ପ୍ରାପଣ,

ଶୋକ ସନ୍ତାପ ଦୁର୍ଗତି ସର୍ବ ନିବାରଣ । ୪ ।

ଯଦି ସମସ୍ତ ଜଗତ ହୁଏ ମୋ ମନୁଁ ବିସ୍ମୃତ 

ହୋଇବ କି ସେ ପ୍ରେମ ପାସୋର !

ନାହିଁ ନାହିଁ କଦାଚନ ଭୁଲିବି ପ୍ରେମ ଏସନ,

କରିବି ମୁଁ ତାହା ନିତ୍ୟ ମୋ ଧ୍ୟାନ ଗାୟନ । ୫ ।

ସୂଚୀମାଳାକୁ ଫେରନ୍ତୁ

mara priya prabhu jishu dhanya ମୋର ପ୍ରିୟ ପ୍ରଭୁ ଯୀଶୁ ଧନ୍ୟ odia lyrics


ମୋର ପ୍ରିୟ ପ୍ରଭୁ ଯୀଶୁ ଧନ୍ୟ

ମୋର ପ୍ରିୟତମ ଯୀଶୁ ଧନ୍ୟ

ଧନ୍ୟ ଧନ୍ୟ ଧନ୍ୟ ବୋଲି

ପ୍ରତି ଜିହ୍ବା କରୁ ଗାନ (ଘୋଷା)


ମୋର ପାପ ମୁକ୍ତି ପାଇଁ ସହିଲେ କେତେ କଷଣ

କାଲବରୀ କୁଶ ପରେ ଦେଲେ ସେ ନିଜର ପ୍ରାଣ

ଦେଲେ ସେ ନିଜର ପ୍ରାଣ ||୧||


ସରଗର ସୁଖ ଛାଡି, ଜଗତକୁ କଲେ ପ୍ରେମ

କଳଙ୍କିତ ପାପୀ ପାଇଁ ହେଲେ ନିଜେ ବଳିଦାନ

ହେଲେ ନିଜେ ବଳିଦାନ || ୨ ||


ପରିଶ୍ରାନ୍ତ ଭାରଗ୍ରସ୍ତ ଶୁଣରେ ତାଙ୍କ ଆହ୍ବାନ

ଫେରି ଆସ ତେଜି ପାପ ମିଳିବ ଶାନ୍ତି ବିଶ୍ରାମ

ମିଳିବ ଶାନ୍ତି ବିଶ୍ରାମ || ୩ ||


ସୂଚୀମାଳାକୁ ଫେରନ୍ତୁ

mote) khoji khoji jishu oyeele ( ମୋତେ) ଖୋଜି ଖୋଜି ଯୀଶୁ ଅଇଲେ, Odia lyrics


ମୋତେ) ଖୋଜି ଖୋଜି ଯୀଶୁ ଅଇଲେ,

ମୋ ଛାର ପାଇଁକି ସରଗ ତିଆଗି ଅଶେଷ ଯାତନା ସହିଲେ । ଘୋଷା ।

 

 ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ,

ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ । ୧ । 

 

ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ,

ନିଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ । ୨ । 

 

ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା ଆପଣେ ଶ୍ରୀଅଙ୍ଗେ ବହିଲେ,

ମରଣ ଦାରୁଣ ପଣରେ ନବୀନ ଜୀବନର ମାର୍ଗ ନିହିଲେ । ୩ । 

 

ମରଣର ଭୀତି କ୍ରୁଶ ଯନ୍ତ୍ରେ ଇତି କରି ମହାମୁକ୍ତି ବିହିଲେ,

ସରଗ କାହାଣୀ ମୋ ପାଶେ ବଖାଣି ପ୍ରେମରେ ପରାଣ ମୋହିଲେ । ୪ ।

 

 ସଫଳ ଜୀବନ ଯୀଶୁ ଶ୍ରୀଚରଣ ପରିଚାରପଣ ପାଇଲେ,

ବୃଥା ଏ ଜନମ ପୂଜା ଅନୁଷ୍ଠାନ ମହାପ୍ରଭୁ କୃପା ନୋହିଲେ । ୫ ।

ସୂଚୀମାଳାକୁ ଫେରନ୍ତୁ


monoru hebo ki antoro jishu naamo ମନରୁ ହେବ କି ଅନ୍ତର ଯୀଶୁ ନାମ Odia Christian Lyrics


ମନରୁ ହେବ କି ଅନ୍ତର ଯୀଶୁ ନାମ

ଯେ ନାମ ଅଟଇ ସର୍ବ ନାମରୁ ପରମ । ଘୋଷା ।

ଯେ ନାମ ସ୍ୱର୍ଗ ଭୁବନେ ଗା’ନ୍ତି ଦିବ୍ୟ ଦୂତଗଣେ,

ମୁକୁଟ କାଢ଼ି ଅନୁକ୍ଷଣେ ବୋଲନ୍ତି ଧର୍ମ ଧର୍ମ ଧର୍ମ ହେ ଯୀଶୁ ନାମ,

ଧ ନ୍ୟବାଦ ପ୍ରଶଂସାକୁ ତୁମ୍ଭେ ସୁଭାଜନ । ୧ ।

ଶୁଣି ସେ ନାମ ମୋ ଚିତ୍ତ ହେଲା ପୁଲକିତହେଲା ଶୋକ ସନ୍ତାପ ହତ

ଦୂର କଲା ମୋ ଭୟକରିଲା ତ୍ରାଣୋଦୟ,

ଜନ୍ମାଇଲା ମନେ ମୋର ପରମ ସାନ୍ତ୍ୱନା । ୨ । 

 

ଯେ ଯାଏ ଥିବି ଜଗତେ ଗାଇବି ମୁଁ ହୃଷ୍ଟ ଚିତ୍ତେ,

ଯୀଶୁଙ୍କ ନାମ ଅବିରତେ ହେଲେ ମୋ ଯାତ୍ରା ଶେଷ ହୋଇ ସ୍ୱର୍ଗେ ପ୍ରବେଶ

ଅଧିକ ସୁମିଷ୍ଟ ସ୍ୱରେ ଗାଇବି ସେ ନାମ । ୩ ।

 

ଯୀଶୁଙ୍କ ନାମ ସମାନ ନାହିଁ ମନୋରମ ନାମ,

ପାଇଛନ୍ତି ପ୍ରଧାନ ନାମ ସେ ନାମ ମୋର ଗଡ଼,

ମୋର ଦୃଢ଼ ପାହାଡ଼ନୋହିବ କଦାଚ ମୋର ମନୁଁ ବିସ୍ମରଣ । ୪ ।

muhi nuhoyee lozitto ମୁହିଁ ନୁହଇ ଲଜ୍ଜିତ ହୋଇଲେ ଖ୍ରୀଷ୍ଟଙ୍କ ଲାଗି Odia Christian Lyrics


ମୁହିଁ ନୁହଇ ଲଜ୍ଜିତ

ହୋଇଲେ ଖ୍ରୀଷ୍ଟଙ୍କ ଲାଗି ଜଗତେ ନିନ୍ଦିତ । ଘୋଷା ।

କରିବାକୁ ଅଙ୍ଗୀକାର ସୁନ୍ଦର ନାମ ତାଙ୍କର 

ହୋଇବାକୁ ତାଙ୍କ କ୍ରୁଶ କାଷ୍ଠେ ଦର୍ପଚିତ୍ତ । ୧ ।

ଯୀଶୁ ମୋହର ତାରକକି କରିବ ନିନ୍ଦା ଦୁଃଖ ?

ତାଙ୍କ ନାମ ଅଟେ ମୋର ବହୁମୂଲ୍ୟ ବିତ୍ତ । ୨ ।

ଜଗତ ନିବାସୀଗଣ କଲେ ମୋତେ ଅପମାନ

ତଥାପି ମୁଁ ଯୀଶୁ ନାମେ ହେବି ହୃଷ୍ଟଚିତ୍ତ । ୩ ।

ଜଗନ୍ନିବାସୀ ସମସ୍ତ କଲେ ମୋତେ ଲଜ୍ଜାନ୍ୱିତ

ତଥାପି ଏଥିରେ ମୋର ସୁପ୍ରତ୍ୟୟ ଚିତ୍ତ । ୪ । 

 

ମୋତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନ କରିବେ ଲଜ୍ଜାନ୍ୱିତ 

ନୋହିବ ମୋର ଭରସା କେବେ ଦୂରୀକୃତ । ୫ ।

ମୁଁ ଜାଣେ ନାମ ତାଙ୍କରତାଙ୍କରେ ବିଶ୍ୱାସ ମୋର

ନ କରିବେ ମୋତେ ଦୂରମୁଁ ତାହାଙ୍କ କ୍ରୀତ । ୬ । 

 

ମହା ବିଚାର ପର୍ଯ୍ୟନ୍ତ   କରିବେ ରକ୍ଷା ନିତାନ୍ତ

ତାଙ୍କ ହସ୍ତେ ଯାହା ମୋର ଅଛି ସମର୍ପିତ । ୭ ।

ଶେଷେ ପ୍ରଭୁ ଯୀଶୁ ଖ୍ରୀଷ୍ଟ        ନିଜ ପିତାଙ୍କ ସାକ୍ଷାତ

କରିବେ ସ୍ୱୀକାର ମୋର ନାମ ଯେ ନିତାନ୍ତ । ୮ 

ସୂଚୀମାଳାକୁ ଫେରନ୍ତୁ

mukati data jishu moro ମୁକତି ଦାତା ଯୀଶୁ ମମ Odia Christian Lyrics


ମୁକତି ଦାତା ଯୀଶୁ ମମ
ତବ ଚରଣେ ମୋ ଶରଣ … (୨ ଥର)
ଶରଣ ଶ୍ରୀଚରଣ ଶରଣ ଶ୍ରୀଚରଣ … (ଘୋଷା)

89ପାତକୀ ପାଇଁ ଅପମାନ
ଦୁଃଖ ନିନ୍ଦା କରିଲ ବରଣ … (୨ ଥର)
ସହିଲ ହେ କଷଣ
କୁଶରେ ଦେଲ ଜୀବନ
ପାପୀ ମୁକ୍ତି କଲ ସାଧନ
ଧନ୍ୟ ତୁମ ମହା ପ୍ରେମ …. |୧|

ତୁମ ବିନା ନାହିଁ ମୋ ତ୍ରାଣ
ତୁମେ ଏକା ପାପୀର ତାରଣା (୨ ଥର)
ଆକାଶ ମଣ୍ଡଳ ତଳେ
ମନୁଷ୍ୟମାନଙ୍କ ମଧ୍ୟରେ
ଯେ ନାମେ ମିଳଇ ପରିତ୍ରାଣ
ସେ ନାମେ ମୋ ଶରଣ … |୨|

ସୂଚୀମାଳାକୁ ଫେରନ୍ତୁ


mu kahara nuhe ମୁଁ କାହାର ନୁହେଁ, ମୁଁ ଯୀଶୁଙ୍କର Odia Christian Lyrics


ମୁଁ କାହାର ନୁହେଁ, ମୁଁ ଯୀଶୁଙ୍କର
ସେ ରକ୍ତରେ ମୋତେ କିଣିଛନ୍ତି
ସେ ମୋ ପାପ ପାଇଁ ଜୀବନ ଦେଇଛନ୍ତି (ଘୋଷା)

ସେ ବାଗଦାନ ମୋତେ କରିଛନ୍ତି
ପବିତ୍ର ଆମ୍ବା ବଇନା ଦେଇଛନ୍ତି।
ମୋତେ ସ୍ବର୍ଗରାଜ୍ୟକୁ ନେବା ପାଇଁ … |୧|

ମୋର ପାପ ସବୁ କ୍ଷମା କରିଛନ୍ତି
ପରିତ୍ରାଣ ଆନନ୍ଦ ଦେଇଛନ୍ତି
ଜୀବନ ପୁସ୍ତକେ ନାମ ଲେଖିଛନ୍ତି …. |୨|

କେଡେ ପ୍ରେମ ସେ ମୋତେ କରିଛନ୍ତି
ନିଜ ପୁତ୍ର ଅଧୁକାର ଦେଇଛନ୍ତି
ମୋର ସ୍ଵର୍ଗୀୟ ପିତା ସେ ହୋଇଛନ୍ତି … |୩|

ମୁଁ ତାଙ୍କ ଅପେକ୍ଷାରେ ରହିଅଛି ।
କେବେ ଆସିବେ ପ୍ରିୟ ଯୀଶୁ ସେହି
ଶୂନ୍ୟ ମଣ୍ଡଳେ ସାକ୍ଷାତ କରିବି ମୁହିଁ…. |୪|

ସୂଚୀମାଳାକୁ ଫେରନ୍ତୁ

mo jibana jatrare prabhu he ମୋ ଜୀବନ ଯାତ୍ରାରେ ପ୍ରଭୁ ହେ Odia Christian Lyrics


ମୋ ଜୀବନ ଯାତ୍ରାରେ ପ୍ରଭୁ ହେ
ତୁମ ପାଦେ ଶରଣ
ଏହି ଜଗତରେ ଅନ୍ୟ ଆଶ୍ରା ନାହିଁ ତୁମରି ବିନା (ଘୋଷା)

ଅଜ୍ଞାନରେ ମାତି ଥିଲି ପାପ ପଙ୍କ ହୋଇ ବାଟବଣା
ଦିନୁ ଦିନୁ ବଢ଼ି ଥିଲି ଅଇରି ଫାଣେ….( ୨ ଥର)
କରିଛି ତୁମକୁ ଘୃଣା || ୧ ||

ଜାଣିଲି ମୁଁ ଆଜି ତୁମେ ପାପୀ ପାଇଁ
ସହି କେତେ ଯାତନା
ହସ୍ତ ପାଦ ଚିରି ପ୍ରେମେ ଝରାଇଛି…..(୨ ଥର)
କୁଶେ ରକ୍ତ ଝରଣା || ୨ ||

ଡାଳୁଅଛି ଆଜି ମୁହଁ ନିରାଶ୍ରୟ
ଘେନ ମୋର ବେଦନା
ମୁଁ ପାପୀକୁ ଆଶ୍ରା ଦେବାପାଇଁ…( ୨ ଥର)
କେ ଅଛି ତୁମ ବିନା || ୩ ||

ସୂଚୀମାଳାକୁ ଫେରନ୍ତୁ

mo jibana jishu labhichi patrana ମୋ ଜୀବନ…. ଯୀଶୁ ଲଭିଛି ପରିତ୍ରାଣ Odia Christian Lyrics


ମୋ ଜୀବନ…. ଯୀଶୁ ଲଭିଛି ପରିତ୍ରାଣ
ଯୀଶୁ ରାଜା ସବୁ ପାପ କ୍ଷମା କରି
ଦେଲେ ଅନନ୍ତ ଜୀବନ
କରି ମହାନନ୍ଦେ ଗାଏ ମୋ ଜୀବନ
ଯୀଶୁ ଲଭିଛି ପରିତ୍ରାଣ….(ଘୋଷା)

ଯୀଶୁ କଥା ଭୁଲି ଯୀଶୁ ବାଟ ଭୁଲି ପଡ଼ିଥିଲି ପାପ ଜାଲେ
ଛାଡ଼ି ଅନେଶ୍ୱତ ଖୋଜି ଉଦ୍ଧାରି ଆଣିଲେ
ଜୀବନଟା ମୋର ତାଙ୍କଠାରେ ରହି
ହେଲା ତ ପରିବର୍ତ୍ତନ କରି ମହାନନ୍ଦ ଗାଏ ମୋ ଜୀବନ
ଯୀଶୁରେ ଲଭିଛି ପରିତ୍ରାଣ….|| ୧ ||

ନୁହେଁ ମୁହିଁ ଏଠି ଆଉ ତ କାହାର ନୁହେଁ ଅବା ମୋ ନିଜର
ପ୍ରାଣ, ଆତ୍ମା ପୁଣି ଏହି ଶରୀର ତାଙ୍କର
ନୂଆ ଜନମର, ନୂଆ ଅନୁଭବ
ଲାଗେ ଅନନ୍ତ ସମାନ କରି ମହାନନ୍ଦ, ଗାଏ ମୋ ଜୀବନ
ଯୀଶୁ ଲଭିଛି ପରିତ୍ରାଣ….|| ୨ ||

ସୂଚୀମାଳାକୁ ଫେରନ୍ତୁ

mohono jishu hrudaya dhana ମୋହନ ଯୀଶୁ ହୃଦୟ ଧନ, Odia Christian Lyrics


ମୋହନ ଯୀଶୁ ହୃଦୟ ଧନ,

ହୃଦ ଗଗନେ ଆସ ଗୋ ଉଇଁ,

କାଳିମାଭରା ହୃଦୟ ମୋର ଚାହିଁ ବସିଛି ତୁମରି ପାଇଁ । ଘୋଷା । 

 

ପ୍ରେମ-ଜାଗର ଜାଳିଛି ସଖା ତୁମ ପୀରତି ହୃଦୟେ ଭରି,

ମାଳା ଗୁନ୍ଥିଛି ପ୍ରେମ ସୁମନେଦେବି ଗଳାରେ ହୃଦୟ ସାଇଁ । ୧ । 

 

ସବୁରି କଣ୍ଠେ ମୋହନ ଗୀତି ବାଜି ଉଠେଗୋ ତୁମରି ଲାଗି,

ଭକତି ଅଞ୍ଜଳି ପୀରତି ଢାଳି ଚରଣ ତୁମ ଦେବା ଗୋ ଧୋଇ । ୨ ।

mo jishu raajono binaa mo jibono brutha sina ମୋ ଯୀଶୁ ରାଜନ ବିନା Odia Christian Lyrics

 

ମୋ ଯୀଶୁ ରାଜନ ବିନା

ମୋ ଜୀବନ ବୃଥା ସିନା ହେ । ଘୋଷା ।

ସେହି ମୋର ପ୍ରାଣଧନ,           ସେହି ଅନନ୍ତ ଜୀବନ

ପୁଣି ସେହି ମୋର ନିତ୍ୟ ଭାବନା । ୧ ।

ଯଦି ସ୍ୱର୍ଗେ ବାସ ମୋର,          ଦୂତ ସାଧୁଙ୍କ ସଙ୍ଗର,

ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା । ୨ ।

ପାଇଲେ ସର୍ବ ଜଗତ,               ତହିଁ ମନ ନାହିଁ ତୃପ୍ତ,

ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା । ୩ ।

ଆହା ସେହି କି ସୁଡ଼ୌଲ,          ଶାରୋଣ ଗୋଲାପ ଫୁଲ,

ମୋର ଆଘ୍ରାଣରେ କେଡ଼େ ବାସନା । ୪ ।

ତାଙ୍କ ପ୍ରସନ୍ନ ବଦନ,  ହରଇ ଦୁଃଖ କଷଣ,

ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ୱନା । ୫ ।

ଯୀଶୁରେ ବନ୍ଧା ମୋ ପ୍ରାଣ,        ଯୀଶୁ ବିନା ନାହିଁ ତ୍ରାଣ,

ମୋର ନାହିଁ ନାହିଁ ଅନ୍ୟେ କାମନା । ୬ ।

moro naahin bolo hai pari hebaaku ମୋର ନାହିଁ ବଳ ହେ Odia Christian Lyrics


ମୋର ନାହିଁ ବଳ ହେ

ପାରି ହେବାକୁ ଏ ଭବ ସିନ୍ଧୁ ଜଳ । ଘୋଷା । 

 

କର୍ମ ଧର୍ମ ଯେତେ ନାବ ଯତ୍ନେ ବନାଇଲି ଗୋଟିଏ ହେଁ ନିଶ୍ଚିଦ୍ର ନ ହୋଇଲା,

ଜଳ ତହିଁ ପଶିଲାଭାଇ ସକଳ ବୁଡ଼ିଗଲା । ୧ ।

ଦୃଢ଼ ଭକ୍ତି-ଡଙ୍ଗା ବାନ୍ଧି ତହିଁ ଆରୋହିଲିଭାଙ୍ଗିଦେଲା କଲ୍ଲୋଳ,

ମୋ ଆସନ ହୋଇଲା ଟଳମଳଭାଇ ଜଳେ ପୁଣି ପଡ଼ିଲି । ୨ ।

ଧନ ମାନ ଯଶ ବିଦ୍ୟା ଯାହା ପ୍ରେମ କଲି

ପ୍ରତିକୂଳ ହୋଇଲେତାହା ସବୁ ଗଭୀରକୁ ଝିଙ୍କିଲେଭାଇ

ନିରାଶ ମୁଁ ହୋଇଲି । ୩ ।

 

ତାରିବାକୁ ଏ ଜଳରୁ ଅଛି କାର ବଳ ?

ବନ୍ଧୁ ଜ୍ଞାତି କୁଟୁମ୍ବ ରାଜା ପ୍ରଜାନରନାରୀ ସକଳଭାଇ ଜଳେ ପଡ଼ି ଆକୁଳ । ୪ ।

ଯୀଶୁତୁମ୍ଭ ପ୍ରେମ-ନାବେ ଶରଣ ମୁଁ ନେଲି,

ପାରି କର ଏ ଜଳୁତୁମ୍ଭେ ସିନା ପତିତର ଦୟାଳୁପ୍ରଭୁ ନୋହିଲେ ମୁଁ ମରିଲି । ୫ ।

mono scoro pitaa ishwarank parama kumorore ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ Odia Christian Lyrics

 

ମନସ୍ମରପିତା ଈଶ୍ୱରଙ୍କ ପରମ କୁମରରେ । ଘୋଷା । 

 ସେହି ପ୍ରଭୁ ସ୍ୱର୍ଗୁ ଆସି ଶୟତାନ କର୍ମ ନାଶି

ଉପଦେଶେ ମନ ତୋଷି ପାପ ତାପକୁ ବିନାଶି

କି ଅମୃତ ବଚନ ତାଙ୍କର ରେ । ୧ ।

ତାଙ୍କ ସର୍ବ କୃତ କର୍ମ ନିଷ୍ପାପ ସମ୍ପୂର୍ଣ୍ଣ ଧର୍ମ,

ଜଗତେ ଯେତେ ଅଧର୍ମ ଅନ୍ୟାୟ ପାପ ଦୁଷ୍କର୍ମ 

ଭୋଗିଲେ ସେ ନିଜ ଶ୍ରୀଅଙ୍ଗରେ । ୨ ।

ତୁ ଯେବେ ପାରିବୁ ମନ ତାଙ୍କ ଅନୁଗ୍ରହ-ଧନ ଭୀତ ନୋହି ମାଗି ଘେନ,

ସେ ଖଣ୍ଡିବେ ପାପମାନଭରସାରେ ଆନନ୍ଦ ତୁ କର ରେ । ୩ । 

 ଆଉ ନ କର ବିଳମ୍ବଶୀଘ୍ର ତୁ ଖ୍ରୀଷ୍ଟଙ୍କୁ ସେବ,

ସ୍ତୁତି କରଆଜ୍ଞା ଭାବ ଧର ତୁ ନୂଆ ସ୍ୱଭାବ ପ୍ରେମ-ଦୀପ୍ତି ଜ୍ୱଳାଅ ତାଙ୍କର ରେ । ୪ 

ସୂଚୀମାଳାକୁ ଫେରନ୍ତୁ


mono ogyaanore mono poraano bhore ମନ ଅଜ୍ଞାନରେ, ଆଜି ପରାଣ ଭରେ Odia Christian Lyrics


ମନ ଅଜ୍ଞାନରେ,       ଆଜି ପରାଣ ଭରେ

ଡାକ ହୃଦୟ ରଞ୍ଜନରେ । ଘୋଷା । 

 

ଶାନ୍ତି ନିକେତନ ଛାଡ଼ି      କାହିଁ ଧାଉଁ ଶାନ୍ତି ଲୋଡ଼ି ?

ସୁଖ ଶାନ୍ତି ଲେଶ ନାହିଁ ସାରା ସଂସାରେ । ୧ ।

ଯାକୁ ମଣୁ ସୁଖ ସାର            ସେହି ସିନା ହାହାକାର

ଜୀବନ ଯୌବନ ଧନ ସବୁ ଯିବରେ । ୨ ।

ଫେରନା ଫେରନା ଆଜି ଆସିଛୁ ଦୁଆରେ ଯଦି,

ଶୂନ୍ୟ ହାତେ କେଣେ ଯାଉ ଶୂନ୍ୟ ସଂସାରେ । ୩ ।

ଆଜି ତାଙ୍କୁ ଯାଅ ଦେଖି          ହୃଦରେ ଆଣରେ ଡାକି 

ଶୁଷ୍କ ପ୍ରାଣ ଶୁଷ୍କ ରଖି କେଣେ ଯାଉରେ । ୪ ।

ତୋର ପରାଣ ବେଦନ          କର ଆଜି ନିବେଦନ,

ପାଇବୁ ନବ ଜୀବନ ତାଙ୍କରି ବରେ । ୫ ।

mondo moti naahin ki mone bhiti ମନ୍ଦ ମତି, ନାହିଁ କି ମନେ ଭୀତି ? Odia Christian Lyrics

 

ମନ୍ଦ ମତିନାହିଁ କି ମନେ ଭୀତି । ଘୋଷା ।

 

ଯହିଁରେ ଅହିତ  

ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ ।

ଦେଖି ଜାଣି ଶୁଣି 

ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ ।

ଅସାରରେ ରୁଚି

ସାରରେ ଅରୁଚି,

ଏ କି ବିପରୀତ ରୀତି । ୩ ।

ଆୟୁ ପରିମାଣ 

ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ ।

ହୋଇ ତୁ ଚିନ୍ତିତ

ଅନ୍ତରେ କମ୍ପିତ

ଯତ୍ନେ ସାଧ ଆତ୍ମା ମୁକ୍ତି । ୫ ।

ଯେ ତୋତେ ତାରିବେ ସ୍ୱର୍ଗେ ବାସ ଦେବେ,

ଭଜ ଯୀଶୁ ନାମ ନିତି । ୬ ।

ସୂଚୀମାଳାକୁ ଫେରନ୍ତୁ

madhura se jishu namo ମଧୁର ସେ ଯୀଶୁ ନାମ ନିତି ଗାଉଥା Odia Christian Lyrics


ମଧୁର ସେ ଯୀଶୁ ନାମ ନିତି ଗାଉଥା
ସେ ପ୍ରେମର ସିନ୍ଧୁ ତୋର ବଂଧୁ
ସେହି ପାଳକ ପିତା… (ଘୋଷା)

ପ୍ରେମିକ ଯେ ସଦା ପ୍ରଭୁ
ଚଲା ପଥ ସେ ଚାଳକ
ସୁରକ୍ଷାର ମହାଶ୍ରୟ
ସେହି ଏକା ତୋ ଅଭୟ
ଅନାଦି ଅନନ୍ତ ସଦା ପ୍ରଭୁ
ସେହି ଜୀବନ ଦାତା… |୧|

ସାନ୍ବନା ସେ ନାମେ ମିଳେ
ଜୀବନର ଦୁଃଖ କାଳେ
ମଙ୍ଗଳ ଦାନ ଯେତେ
ସେ ଦିଅନ୍ତି ଖାଲି ତୋତେ
ତାଙ୍କ କୁଶ ତଳେ ଶାନ୍ତି ମିଳେ
ସେହି ମୁକତି ଦାତା… |୨|

ସୂଚୀମାଳାକୁ ଫେରନ୍ତୁ

mu ki koli pitaa gruho tejili ମୁଁ କି କଲି, ପିତା ଗୃହ ତେଜିଲି Odia Christian Lyrics


ମୁଁ କି କଲିପିତା ଗୃହ ତେଜିଲି

ବିଦେଶରେ ଆଶ୍ରାହୀନ ହୋଇଲି ପୈତୃକ ସମ୍ପତ୍ତି ଉଡ଼ାଇ ଦେଲିା ଘୋଷା ।

ଦୁର୍ଭିକ୍ଷ ସମୟେ ଦରିଦ୍ର ହେଲି ପୁତ୍ର ଅଧିକାର ହରାଇ ଦେଲି,     ା ୧ ।

ଏବେ ଦାସପଣେ କାଳ କାଟିଲି ଅନ୍ନବସ୍ତ୍ର ବାସବିହୀନ ହେଲି,      ା ୨ ।

ଶୂକର ଚରାଇ ବିଲେ ବୁଲିଲି କ୍ଷୁଧାନଳ ସହି ମୁଁ ନ ପାରିଲି,        ା ୩ ।

ଶୂକରର ଖାଦ୍ୟ ମୁହିଁ ଲୋଡ଼ିଲି ପିତା ଈଶ୍ୱରଙ୍କ ଦ୍ରୋହୀ ହୋଇଲି,                ା ୪ ।

ମୋ ଦୁଷ୍ଟ କର୍ମର ଫଳ ଭୁଞ୍ଜିଲି ହେ ପିତାଏବେ ମୁଁ ଫେରି ଆସିଲି,            ା ୫ ।

ରଖ ଦାସ କରିନୋହିଲେ ମଲି            ା ୬ ।

monushyo ro praano onityo ମନୁଷ୍ୟର ପ୍ରାଣ ଅନିତ୍ୟ Odia Christian Lyrics


ମନୁଷ୍ୟର ପ୍ରାଣ ଅନିତ୍ୟ

ସମୟ ଅତ୍ୟଳ୍ପ ବୁଝ ହେ ଭାଇ,

କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ । ଘୋଷା । 

 

ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀଗଣ,

ବୃଥାରେ ନ କାଟ ଦିନ ଶୁଭ କାଳ ହରାଇ । ୧ । 

 

ସମୟଟି ଅତି ଅଳ୍ପ ବୁଝ କଠିନମନା,

ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ । ୨ ।

 

 ସମୟଟି ଅତି ଅଳ୍ପ ଦେଖ ଧାର୍ମିକଗଣ,

ଅବିଳମ୍ବେ ଯୀଶୁ ସ୍ୱର୍ଗୁ ଆସିବେ ଓହ୍ଲାଇ । ୩ । 

 

ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,

ଅବିଳମ୍ବେ ସ୍ୱର୍ଗପୁରେ ପ୍ରବେଶିବା ହେ ଯାଇ । ୪ ।

mana atma jishunku debi ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି, Odia Christian Lyrics


ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି,
ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । (ଘୋଷା)

ଯୀଶୁ ମୋର ସୃଷ୍ଟି କର୍ତ୍ତା,
ମୋ ଆତ୍ମାର ସେ ବେବ,
ତାଙ୍କ ହସ୍ତେ ସବୁଭାରଦେଇ ଶାନ୍ତି ଭୋଗିବି… |୧|

ଯୀଶୁ ମୋ ଜୀବନାକାର
ସତ୍ୟ ଜ୍ୟୋତି ସେ ମୋହର,
ଜୀବନ ଜ୍ୟୋତଃ ଶକ୍ତିରେ, ନିତ୍ୟଜୀବୀ ହୋଇବି… |୨|

ଯୀଶୁ ମୋତେ ପ୍ରେମ କଲେ,
ମୋ ପାଇଁ ସେ ପ୍ରାଣ ଦେଲେ,
ତାଙ୍କୁ ପ୍ରେମ ମୁଁ ନ କଲେ, ଆତ୍ମଘାତୀ ହୋଇବି…. |୩|

ଯୀଶୁ କେଡେ ମୋନହର, ସର୍ବାଙ୍ଗରେ ସେ ସୁନ୍ଦର
ହୃଦ-ମନ୍ଦିରେ ବସାଇ, ତାଙ୍କୁ ପୂଜା କରିବି… |୪|

ଯୀଶୁ ଜୀତେନ୍ଦ୍ରିୟ ବର, ପାପହଉଁ ଧର୍ମବୀର,
ମୃତ୍ୟୁଞ୍ଜୟ ନରେଶ୍ଵର, ମୁଁ କି ବଣ୍ଡିପାରିବି… |୫|

ସୂଚୀମାଳାକୁ ଫେରନ୍ତୁ


mo sworgostho pitaa bochono ମୋ ସ୍ୱର୍ଗସ୍ଥ ପିତା ବଚନ Odia Christian Lyrics


ମୋ ସ୍ୱର୍ଗସ୍ଥ ପିତା ବଚନ

ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା ।

ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ,

ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ,

ଲୋଡ଼ିବି ମୁଁ ତୁମ୍ଭ ମୁଖହୁଅ ମୋଠାରେ ପ୍ରସନ୍ନ । ୧ ।

ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ,

ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି,

ତଥାପି ଈଶ୍ୱର ମୋତେ ଗୋଟାଇ ନେବେ ବହନ । ୨ ।

 

 ମୁହିଁ ଯାହାଠାରେ ଭରସା କରିଛି ମନେ ଅତି ନିଶ୍ଚଳେ,

ଅବା ଯେଉଁ ଭୁଜୋପରେ ଆଉଜିଛି ମୁଁ ଯତ୍ନରେ,

ଜାଣେ ତାଙ୍କ ପରାକ୍ରମସେ କରିବେ ମୋ ରକ୍ଷଣ । ୩ ।

ଆହେ ପ୍ରିୟ ତାତନ ହେଉ ତୁମ୍ଭ ମୁଖ ମୋଠୁଁ ଆଚ୍ଛାଦିତ,

ଶ୍ରୀମୁଖ ତେଜ ତୁମ୍ଭର ମୋ ପ୍ରତି ପ୍ରକାଶ କର,

ସର୍ବଦା କର ହେ ରକ୍ଷା ତୁମ୍ଭର ଆଶ୍ରିତ ଜନ । ୪ ।

ସୂଚୀମାଳାକୁ ଫେରନ୍ତୁ

mohaa probhu hai tumori pujaa ମହାପ୍ରଭୁ ହେ ତୁମରି ପୂଜା Odia Christian Lyrics


ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ …

ଭକତି ସମ କୁସୁମ ରାଶିଅରପି ଚରଣ ତଳେ

ତୁମରି ପ୍ରଭୁ ହେ |||

ଚାହିଁନା ହୋମ ବଳୀ ଧନ ଓ ସାର

ଅନୁତପିତ ହୃଦ ଲୋଡ଼ା ତୁମ

ନୟନ ଜଳ ମୋ ପୂଜା ଫୁଲ

ନିରବେ ନିଅହେ ତୋଳି

ତୁମରି ପ୍ରଭୁ ହେ |||

ହେ ଯୀଶୁ ସାରଥ୍ ମମ ଜୀବନ ପଥେ

ଶତ ଦୂରୁ ଦିନେ ବିପଦେ …

ଡାକୁଛି ମୁହଁ ଅତି ବିକଳେ

ଉଦ୍ଧରି ନିଅ ହେ କୋଳେ କରୁଣାକର ହେ

ସୂଚୀମାଳାକୁ ଫେରନ୍ତୁ