ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ,

ଯେହେତୁ ଚିରସ୍ଥାୟୀ

ତାଙ୍କ କୃପା ଅଟଇ । ୧ ।

ଜଗତ ସେ ଆଦ୍ୟରେ

ପୂର୍ଣ୍ଣ କଲେ ଦୀପ୍ତିରେଯେହେତୁ ଚିରସ୍ଥାୟୀ

ତାଙ୍କ କୃପା ଅଟଇ । ୨ । 

 

ସମସ୍ତଙ୍କୁ ପାଳନ

କରନ୍ତି ଦିନୁ ଦିନଯେହେତୁ ଚିରସ୍ଥାୟୀ

ତାଙ୍କ କୃପା ଅଟଇ । ୩ ।

ଅରଣ୍ୟେ ସେ ଆଶିଷ କଲେ ଯାକୁବ ବଂଶ,

ଯେହେତୁ ଚିରସ୍ଥାୟୀ

ତାଙ୍କ କୃପା ଅଟଇ । ୪ ।

ଦେଖି ଆମ୍ଭ ଦୁଃଖକୁ

କୋଳୁଁ ଦେଲେ ପୁତ୍ରଙ୍କୁ,

ଯେହେତୁ ଚିରସ୍ଥାୟୀ

ତାଙ୍କ କୃପା ଅଟଇ । ୫ ।

ଏଣୁ ଗାଇବା ନିତି ତାଙ୍କ ପ୍ରଶଂସା ସ୍ତୁତି,

ଯେହେତୁ ଚିରସ୍ଥାୟୀ

ତାଙ୍କ କୃପା ଅଟଇ । ୬ ।

ସୂଚୀମାଳାକୁ ଫେରନ୍ତୁ