Saturday, March 1, 2025

Aakaashamandhu Neevu Thappa - ఆకాశమందు నీవు తప్ప

 ఆకాశమందు నీవు తప్ప ప్రభువా

ఎవరు ఉన్నారు వేరెవ్వరు ఉన్నారు (2)
నీవు మాకుండగా లోకములోనిది ఏదియు మాకు అక్కరలేదే
ప్రభువా నీవు మాకుంటే చాలు (2)   ||ఆకాశ||

1. ఆకాశాము నీ సింహాసనము
ఈ భూమి నీ పాదపీఠము (2)
నిన్ను నేను స్తుతియించెదను
నిత్యము నిన్నే కొనియాడెదను (2)  ||ఆకాశ||

2. నా తల్లిదండ్రులు  - నన్ను విడనాడినా
నా బంధు స్నేహితులు  - మరచిపోయిన (2)
మరువనంటివే విడువనంటివే
ప్రేమతో నన్నూ ఆదరించినావే (2)  ||ఆకాశ||

Aadharam Neeve Aadharana Neeve - ఆధారం నీవే ఆదరణ నీవే ఆధారం నీవే - ఆదరణ నీవే

 

ఆశ్రయము నీవే నా యేసయ్యా       ||2||
నన్నావరించి నడిపించు మేఘమా
నా ముందు నడిచే అగ్ని స్థంభమా.   ||2||  ||ఆధారం||

1. నన్నెంతగానో ప్రేమించి నీవు
గొల్వతా కొండకు నను మోసినావు  ||2||
అమరత్వానికి మార్గము చూపిన
పునరుత్థానుడా స్తోత్రము.              ||2||  ||ఆధారం||

2. నిజమైన స్నేహితునిగా దరిచేరి
నీలోని సుగుణాలు బోధించితివే    ||2||
నీ సహవాసమే మనిషిగ మార్చినది
సుగుణాల సంపన్నుడా స్తోత్రము  ||2||  ||ఆధారం||

3. నా దాగుచోటు నీవే యేసయ్యా
ఏ తెగులు ఎన్నడు దరిచేరనియ్యవు  ||2||
నా ఎదుగుదలకు పందిరి నీవే
నా క్షేమాధారమా స్తోత్రము   ||2||  ||ఆధారం||

prabhunka name mu kare prathana ପ୍ରଭୁଙ୍କ ନାମେ ମୁଁ କରେ ପ୍ରାର୍ଥନା


ପ୍ରଭୁଙ୍କ ନାମେ ମୁଁ କରେ ପ୍ରାର୍ଥନା
ନୁହେଁ ମେରି ନୁହେଁ ହାନ୍ନା ପ୍ରଭୁ
ମୁଁ ପାପୀ କର କରୁଣା (ଘୋଷା)

ଜୀବନରେ ଆସେ ଯେତେ ଦୁଃଖ ପାରୁ ନାହିଁ ପ୍ରଭୁ ସହି
କଳଙ୍କ ମୋ ପୋଛିଦେଇ ସବୁ ସେ ନାମ ପ୍ରଭୁ ତୁମରି
ସେହି ଆଶା ନେଇ କରେ ପ୍ରାର୍ଥନା-ନୁହେଁ ମେରି ନୁହେଁ ହାନ୍ନା ||୧||

ପାପିନୀଟି ଅନୁତାପ ହୃଦେ ଆସି ତୁମ ପାଦତଳେ
ଅଶ୍ର ଢାଳି ପାଦେ ତୈଳ ଦେଇ ପାପ କ୍ଷମା ପାଇଥିଲେ
ସେହି ଆଶା ନେଇ କରେ ପ୍ରାର୍ଥନା–ନୁହେଁ ମେରି ନୁହେଁ ହାନ୍ନା ||୨||

ସୂଚୀମାଳାକୁ ଫେରନ୍ତୁ

pabitra iswara sadaprabhu moro ପବିତ୍ର ଈଶ୍ବର ସଦାପ୍ରଭୁ ମୋର


ପବିତ୍ର ଈଶ୍ବର ସଦାପ୍ରଭୁ ମୋର ( ୨ ଥର)
ତୁମେ ପଥ, ତୁମେ ସତ୍ୟ, ତୁମେ ଜୀବନର ନିର୍ଟର
ତୁମେ ଆଦି, ତୁମେ ଅନ୍ତ, ତୁମେ ଦୟାର ସାଗର ( ୨ ଥର)
ପୂଜା ସ୍ତୁତି ଆରାଧନା ସଦା ତୁମ୍ଭର ପବିତ୍ର ଈଶ୍ବର ସଦାପ୍ରଭୁ ମୋର (ଘୋଷା)

ମଙ୍ଗଳ ଦାନ ତୁମର, ଭରି ଦେଇଛି ପ୍ରଚୁର
ଭୂଲିବନି ଜୀବନେ ମୋର ଆହେ ଆରାଧ୍ୟ ଈଶ୍ଵର ( ୨ ଥର)
ନାନା ରୋଗ ସଙ୍କଟରେ କରିଲ ମୋତେ ଉଦ୍ଧାର
କ୍ଷମା କରି ପାପ ଦୋଷ ତ୍ରାଣ କଲ ମୋ ପ୍ରାଣର ( ୨ ଥର)
ତୁମ ନାମ ଜପୁ ଥିବି ପ୍ରଭୁ ମୋହର ପବିତ୍ର ଈଶ୍ବର ସଦାପ୍ରଭୁ ମୋର ||୧||

ପ୍ରେମ ତୁମ ଯେ ଅପାର ସାଗରଠୁ ବି ଗଭୀର
ବିଶ୍ବାସ ଭରସା କେବଳ ତୁମେ ହିଁ ମୋର ପ୍ରାଣର ( ୨ ଥର)
ସ୍ନେହଶୀଳ କୃପାମୟ ପ୍ରଭୁ ତୁମେ କ୍ରୋଧେ ଧୂର
ମୋ ପାଳକ ମୋ ରକ୍ଷକ ଆହେ ଶାନ୍ତିର ଆକର ( ୨ ଥର)
ତୁମ ବିନା ପ୍ରଭୁ କେହି ନାହିଁ ମୋହର ପବିତ୍ର ଈଶ୍ଵର ସଦାପ୍ରଭୁ ମୋର ||୨||

ସୂଚୀମାଳାକୁ ଫେରନ୍ତୁ

papi marijare krusa pare ପାପୀ ମରିଯାରେ କୁଶପରେ


ପାପୀ ମରିଯାରେ କୁଶପରେ
ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ( ୨ ଥର)
ଫମ୍ପା ଢୋଲ ତୁ ବୃଥାରେ (ଘୋଷା)

ଅସଂଖ୍ୟ ପରଜା କଲେ ଯାର ପୂଜା
କାହିଁ ସେ ପ୍ରତାପୀ ଫାରୋ ମହାରାଜା
ସମୁଦ୍ରରେ ତା’ର ଗରବ ଭାଙ୍ଗିଲା
ମଢ଼ା ଭାସିଲା ପାଣିରେ; ହେଲା ବିଭୁଙ୍କର ନିର୍ଦ୍ଦେଶରେ || ୧ ||

ଧନରେ ଧନୀର ଫାଟିଲା ଭଣ୍ଡାର
ଲାଜାରକୁ କଲା କେତେ ହତାଦର
ସମ୍ପତ୍ତି ବାଡ଼ି ତା’ ମର୍ତ୍ତ୍ୟରେ ରହିଲା
ନ ନେଲା ତାକୁ ସ୍ୱର୍ଗରେ, ଅବ୍ରାହମ କୋଳେ ଲାଜାରରେ || ୨ ||

ରାଜା ଶଲୋମନ ଅତି ଜ୍ଞାନବାନ
ଧନ ଜନ ମାନେ ଥିଲା ପରିପୂର୍ଣ୍ଣ
ଭୋଗି ତା’ ସଂସାର ହୋଇଲା ଅସାର
ଅସାର ସବୁ ଅସାର; ସାର କିଛି ନାହିଁ ଜଗତରେ ||୩||

ଲାଭ, ଯଶ ଇଛା ଆଉ ତୁ ନ କର
ସୁଖ ଲାଳସାକୁ କୁଶରେ ତୁ ମାର
ସ୍ଵାର୍ଥଟିକୁ ନିଜ ବଳି ରୂପେ ଦେଇ
ମରି ଯା’ରେ କୁଶପରେ, ଫଳ ଫଳିବୁ ଶହେ ଗୁଣରେ ||୪||

ସୂଚୀମାଳାକୁ ଫେରନ୍ତୁ

palibi mu e niyama ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ


ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ (ଘୋଷା)

ପର ହସ୍ତଗତ ରାତ୍ର ଯୀଶୁ ଶିଷ୍ୟଙ୍କ ସଙ୍ଗତେ
ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ || ୧ ||

ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସୁରଣ
ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ || ୨ ||

ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ
କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ ||୩||

ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ
ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ ||୪||

ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ
ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ ||୫||

ସୂଚୀମାଳାକୁ ଫେରନ୍ତୁ

probhu hoi punoruthito ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ,


ପ୍ରଭୁ ହୋଇ ପୁନରୁତ୍ଥିତଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ,

ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା । 

 

କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ,

ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ ।

ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ,

ଆହେ ଗାଲିଲୀୟ ନିବାସୀ ସମସ୍ତେକିମର୍ଥେ ଅନାଇ ହୁଅ ଚକିତ । ୨ । 

 

ଏହି ପ୍ରଭୁ ଯୀଶୁ ଏପରି ଆଉ ଥରେ ଆସିବେ ଫେରି,

ହୋଇ ମେଘାରୂଢ଼ ଐଶ୍ୱର୍ଯ୍ୟ ସହିତ ସଙ୍ଗେ ଘେନିଣ କୋଟି କୋଟି ଦୂତ । ୩ । 

 

ଫେରିଗଲେ ଶିଷ୍ୟସମୂହପ୍ରଭୁ ହେଲେ ତାଙ୍କ ସହାୟ,

ହୋଇ ଆହ୍ଲାଦିତ ପ୍ରେମେ ପୁଲକିତ ଧନ୍ୟବାଦ କଲେ ମିଶି ଏକତ୍ର । ୪ । 

 

ସବୁ ଯୁଗେ ପ୍ରଭୁ ଏପରି ଆଶିଷ କଲେ ଶିଷ୍ୟୋପରି,

କହେଦୀନ ଦାସତବ ପାଦେ ଆଶଦାନ କର ମୋତେ ଅକ୍ଷୟ ବିତ୍ତ । ୫ ।

prabhu sabu to jaane mu je oporaadhi ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ


ପ୍ରଭୁସବୁ ତ ଜାଣମୁଁ ଯେ ଅପରାଧୀ ଅକିଞ୍ଚନ,

ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ । ଘୋଷା ।

ପାପ ପୁରୁଷର ଖର ଶାଣ ଶର ବରଷି 

ବିଜୁଳି ସମ ବିଦାରି ଅନ୍ତର ଶାନ୍ତି କରେ ଦୂର ସମ୍ବଳ ମାତ୍ର କ୍ରନ୍ଦନ । ୧ । 

 

ବିଷୟ ଜଞ୍ଜାଳ କାମନା ଗରଳ ଘାରି ଦିଏ ନିଶିଦିନ

ପ୍ରତିହିଂସା ବିଷ ଆଳସ୍ୟ ବିଳାସ ଜୀବନ କରି ଆଚ୍ଛନ୍ନ । ୨ । 

 

ଶ୍ରୀଚରଣ ଧ୍ୟାନ ବେଳକୁ ଗୋପନ ଅପକର୍ମ ଅନୁଷ୍ଠାନ

ଜଗାଇ ସ୍ମୃତିକି ଜଳାଏ ଛାତିକି ଚିନ୍ତା-ଚିତା ଅବିରାମ । ୩ ।

ନଇରାଶ୍ୟ ତମ-ବିଧ୍ୱଂସୀ ତପନଆଶାନନ୍ଦ ଉଦ୍ଦୀପନ,

ଏ ଘୋର ସଙ୍କଟେ ଚିଦାକାଶେ ପଟେ ଉଇଁ ଆସ ପୂର୍ଣ୍ଣ-ବ୍ରହ୍ମ । ୪ ।

ସୂଚୀମାଳାକୁ ଫେରନ୍ତୁ

praathonaa re huo probruto ପ୍ରାର୍ଥନାରେ ହୁଅ ପ୍ରବୃତ୍ତ, ଦୟା ସିଂହାସନ ଆଗେ


ପ୍ରାର୍ଥନାରେ ହୁଅ ପ୍ରବୃତ୍ତଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ । ଘୋଷା ।

ପ୍ରାର୍ଥନା କାଳରେ କେତେ ବିଷୟ ଜନ୍ମାଏ ବାଧା ମନରେ !

ତେବେ ମଧ୍ୟ ଯେଉଁ ନର         ପ୍ରାର୍ଥନାକୁ ଜାଣେ ସାର,

ହୁଅଇ ସେ ସଚେଷ୍ଟିତ ପ୍ରାର୍ଥନାରେ ଅବିରତ । ୧ ।

ପ୍ରାର୍ଥନାର ଗୁଣନିବିଡ଼ ମେଘକୁ କରଇ ଛିନ୍ନଭିନ୍ନ,

ଯାକୁବର ଦୃଶ୍ୟ-ଶିଢ଼ି ପ୍ରାର୍ଥନାରେ ତହିଁ ଚଢ଼ି 

ହୁଏ ଆଶୀର୍ବାଦ ଦତ୍ତଧର୍ମେ କରେ ସ୍ଥିର ଚିତ୍ତ । ୨ ।

ମୋଶା ଯେ ପର୍ଯ୍ୟନ୍ତ ହାତ ଟେକି ପ୍ରାର୍ଥନାରେ ଥିଲେ ଏକାନ୍ତ ?

ଇସ୍ରାୟେଲ ଜୟ କଲେ,            ଅମାଲେକ ହାରିଗଲେ;

ମାତ୍ର ସେ ନୁଆନ୍ତେ ହାତ ଇସ୍ରାୟେଲ ପରାଜିତ । ୩ ।

ପ୍ରାର୍ଥନା ନିବୃତ୍ତି କଲେ ହୁଅଇ ଦୁର୍ବଳ ବିଶ୍ୱାସ ଭକ୍ତି,

ପ୍ରାର୍ଥନାରେ ପରିଷ୍କୃତ ହୁଏ ଧର୍ମ-ଅସ୍ତ୍ରଶସ୍ତ୍ର;

ପ୍ରାର୍ଥନା ଦେଖି ହୁଅଇ ଶୟତାନ ମହାଭୀତ । ୪ ।

 

 ଭାଇଅବିରତ ପ୍ରାର୍ଥନାରେ ହୁଅ ତୁମ୍ଭେ ଉଦ୍‌ଯୋଗୀ ଚିତ୍ତ,

ପ୍ରାର୍ଥନା କରାଏ ପୁଷ୍ଟି,               ପ୍ରାର୍ଥନା ଜନ୍ମାଏ ତୁଷ୍ଟି;

ହୋଇଲେ ପ୍ରାର୍ଥନା ଶୂନ୍ୟ ଖ୍ରୀଷ୍ଟିୟାନ ଅଟେ ମୃତ । ୫ ।

ସୂଚୀମାଳାକୁ ଫେରନ୍ତୁ


prabhu tobo su kalyaano ey poribaaronku ପ୍ରଭୁ ତବ ସୁକଲ୍ୟାଣ ଏ ପରିବାରକୁ ଦାନ


ପ୍ରଭୁ ତବ ସୁକଲ୍ୟାଣ ଏ ପରିବାରକୁ ଦାନ 

କରି ତୁମ୍ଭ ପ୍ରତି ପ୍ରେମ ଜନ୍ମାଅ ଯାବଜ୍ଜୀବନ । ଘୋଷା ।

ଏ ପରିବାର ତୁମ୍ଭର ପ୍ରିୟପୁତ୍ର ଯୀଶୁଙ୍କର

ନାମରେ ଦୃଢ଼ ବିଶ୍ୱାସ ରଖି କାଟନ୍ତୁ ଜୀବନ । ୧ ।

ତୁମ୍ଭ ପ୍ରତି ଭୟ ପ୍ରେମଧର୍ମଶାସ୍ତ୍ର ଅଧ୍ୟୟନ

ନିବେଦନ ବା ଗାୟନ କରିବାର ନୋହୁ ଶୂନ୍ୟ । ୨ ।

ତବ ମନ୍ଦିରର ପ୍ରତି   ସର୍ବ ଧର୍ମ କର୍ମ ପ୍ରତି 

ସର୍ବାବସ୍ଥାରେ ଏହାଙ୍କ ଭକ୍ତି କରାଅ ଉତ୍ପନ୍ନ । ୩ ।

ଏ ପରିବାରର କର୍ତ୍ତା ପ୍ରେମ ବିଶ୍ୱାସ ଭରସା

ଧରି ପରିବାର ପ୍ରତି ଦେଖାନ୍ତୁ ସଦାଚରଣ । ୪ ।

ଏ ପରିବାର-ସନ୍ତାନ ସାନ୍ତାଣୀ ସମସ୍ତ ଜନ 

ସତ୍ୟ ଧର୍ମେ ଆଚରଣ କରିବାକୁ ଦିଅ ଜ୍ଞାନ । ୫ ।

ଏ ପରିବାର ତୁମ୍ଭର ଗୌରବ ଓ ମହିମାର

ପ୍ରକାଶକାରୀ ହେଉନ୍ତୁ ଅନ୍ଧାରେ ଆଲୁଅ ସମ । ୬ ।

ଶେଷେ ଅତି ସମ୍ଭ୍ରମରେ ତୁମ୍ଭ ସ୍ୱର୍ଗ ପରିବାରେ

ପ୍ରବେଶି ଅମର ସୁଖ ଭୋଗନ୍ତୁ ଅନନ୍ତ ଦିନ । ୭ ।

ସୂଚୀମାଳାକୁ ଫେରନ୍ତୁ

probhaato o sondhyaa stuti mono moro ପ୍ରଭାତ ଓ ସନ୍ଧ୍ୟାର ସ୍ତୁତି ମନ ମୋର


ପ୍ରଭାତ ଓ ସନ୍ଧ୍ୟାର ସ୍ତୁତି ମନ ମୋର,

ଜାଗ ଜାଗପ୍ରାର୍ଥନାରେ ଜାଗରେ । ଘୋଷା । 

 

ରାତ୍ରି ହେଲା ଅବସାନଭାନୁ ଦୀପ୍ତି ଆଗମନ,

ନିଦ୍ରା ଭାଙ୍ଗି ପକ୍ଷୀଗଣ କରୁଛନ୍ତି ଗାନରେ । ୧ । 

 

ଗତ ରାତ୍ର ଆଶଙ୍କାରୁ ପାପ ମନ୍ଦ ପରୀକ୍ଷାରୁ

 ରଖିଲେ ଯେ ପ୍ରଭୁ ତୋତେ ତାଙ୍କ ସ୍ତବ ଗାଅରେ । ୨ । 

 

କୁଶଳେ ହେବାକୁ ଶେଷ ଆଜି ଦିବସ ପ୍ରବାସ,

ମାଗ ତୋ ସ୍ୱର୍ଗସ୍ଥ ପିତା ପାଶ ଏହି ବରରେ । ୩ ।

ଧର୍ମ ପଥେ ସଦା ଥାଅପାପ ପାଶକୁ ନ ଯାଅ,

ଦିବସ ସନ୍ତାନ ପରି ନିତ୍ୟ କର୍ମ ସାଧରେ । ୪ ।

ଖ୍ରୀଷ୍ଟ ତୋର ତ୍ରାଣକର୍ତ୍ତା ପୁଣି ଆତ୍ମାର ବେବର୍ତ୍ତା,

ତାଙ୍କ ପାଦେ ସବୁ ଚିନ୍ତା ଭାର ନେଇ ଥୁଅରେ । ୫ । 

 

ସଂସାର-ସିନ୍ଧୁ କଲ୍ଲୋଳ ତରିବାକୁ ନାହିଁ ବଳ,

ଖ୍ରୀଷ୍ଟ ପ୍ରାୟଶ୍ଚିତ୍ତ-ନାବେ ଚଢ଼ି ହୁଅ ପାରିରେ । ୬ ।

ସୂଚୀମାଳାକୁ ଫେରନ୍ତୁ

prabhu suno dhanyobaado nibedono ପ୍ରଭୁ, ଶୁଣ ଧନ୍ୟବାଦ ନିବେଦନ ପକାଇ କୃପା


ପ୍ରଭୁଶୁଣ ଧନ୍ୟବାଦ ନିବେଦନ ପକାଇ କୃପା ନୟନ ହେ । ଘୋଷା । 

 

ସନ୍ଧ୍ୟାବେଳ ସ୍ତୁତି ପ୍ରାର୍ଥନା ମୋହର ପ୍ରବେଶୁ ତୁମ୍ଭ ଛାମୁରେ ହେ,

ସନ୍ଧ୍ୟାବେଳ ସୁଗନ୍ଧି ଧୂପ ସଦୃଶ କର ତୁମ୍ଭେ ସୁଗ୍ରହଣ ହେ । ୧ । 

 

ବଞ୍ଚାଇଲ ଦେହ ପ୍ରାଣ ଆଜି ଦିନ ମୋର ରକ୍ଷକ ହୋଇଣ ହେ,

ଆପଦ ସଙ୍କଟ ପରୀକ୍ଷା ସମସ୍ତ କଲ ତୁମ୍ଭେ ନିବାରଣ ହେ । ୨ ।

କଲ ପ୍ରୟୋଜନ ସୁମଙ୍ଗଳ ଦାନ ଦେଇ ଆଶୀର୍ବାଦ ଦାନ ହେ,

ତୁମ୍ଭ ମହାକୃପା ଚତୁର୍ଦ୍ଦିଗେ ମୋର ହେଲା ପର୍ବତ ପ୍ରମାଣ ହେ । ୩ ।

ପ୍ରଭୁଆଜି ରାତ୍ର ହୁଅ ମୋ ସହିତ ଦୂର କରିଣ ସଙ୍କଟ ହେ,

ତୁମ୍ଭ ମହା ବାହୁରୂପ ପକ୍ଷ ତଳେ କର ମୋତେ ଆଚ୍ଛାଦନ ହେ । ୪ ।

ସୂଚୀମାଳାକୁ ଫେରନ୍ତୁ

probhu mondire muhin probeshile ପ୍ରଭୁ ମନ୍ଦିରେ ମୁହିଁ ପ୍ରବେଶିଲେ ବହୁବିଧ ଲାଭ ମିଳଇ


ପ୍ରଭୁ ମନ୍ଦିରେ ମୁହିଁ ପ୍ରବେଶିଲେ ବହୁବିଧ ଲାଭ ମିଳଇ । ଘୋଷା । 

 

ବିବିଧ ଦୁଃଖ ମୋ ପଛେ ଥାଏ ଗୋଡ଼ାଇ,

ପ୍ରଭୁ ଶ୍ରୀମୁଖ ଦର୍ଶନେ ଯାଏ ପଳାଇ । ୧ ।

ପ୍ରଭୁଙ୍କ ଶାସ୍ତ୍ରରୁ ସୁପଦେଶ ଶୁଣଇ,

ସ୍ୱର୍ଗପଥ ପାଇ ସୁଖେ କାଳ କାଟଇ । ୨ ।

ପ୍ରଭୁଙ୍କ ପ୍ରାର୍ଥନା ଗୃହ ବିଖ୍ୟାତ ଏହି,

ପ୍ରାର୍ଥନାରୁ କେଡ଼େ ସୁଖ ଶାନ୍ତି ଜନ୍ମଇ । ୩ । 

 

ଧ ୍ୟାନାଳୟ ଅଟେ ଏହି ମୋହରି ପାଇଁ,

ପ୍ରଭୁଙ୍କୁ ଧ୍ୟାଇଲେ ସୁଖ ଶାନ୍ତି ଆସଇ । ୪ ।

ଗାୟନର ଗୃହ ଏ ମୋ ପ୍ରବାସ ପାଇଁ,

ତହିଁରୁ ସୁଖ ଆହ୍ଲାଦ ମନେ ଜନ୍ମଇ । ୫ ।

ଏଣୁ ପ୍ରଭୁ ମନ୍ଦିରକୁ ସୁଶ୍ରଦ୍ଧା ବହି,

ଆସ ସର୍ବେ ଆସ ଅତି ହରଷ ହୋଇ । ୬ ।

 

 ରିକ୍ତ ହସ୍ତେ ନ ଫେରିବ ଗୃହକୁ କେହି,

ପୂର୍ଣ୍ଣ ହସ୍ତେ ଯିବ ପ୍ରଭୁ କରୁଣା ପାଇ । ୭ ।

 ଆହେ ପ୍ରଭୁ ଯୀଶୁ ତବ ମନ୍ଦିର ପାଇଁ ସତତ ଉଦ୍‌ଯୋଗୀ ଚିତ୍ତ ଦିଅ ବଢ଼ାଇ । ୮ ।

ସୂଚୀମାଳାକୁ ଫେରନ୍ତୁ

prabhu, papisto dino prati karunaa kara ପ୍ରଭୁ, ପାପିଷ୍ଠ ଦୀନ ପ୍ରତି କରୁଣା କର


ପ୍ରଭୁପାପିଷ୍ଠ ଦୀନ ପ୍ରତି କରୁଣା କର,

ଦୂର ନ କର ପ୍ରଭୁ ମୋତେ ପାଶୁ ତୁମ୍ଭର । ଘୋଷା ।

ପାପରେ ମୋର ଜାତପାପେ ହେଲି ବର୍ଦ୍ଧିତ,

ପାପରେ ଅନୁରକ୍ତ ମୁହିଁ ପାମର । ୧ ।

ଶତ୍ରୁ ଯେ ଶୟତାନ ସ୍ଥାପି ସ୍ୱସିଂହାସନ 

ଅନ୍ତଃକରଣୁ ନାଶେ ସୁଖ ମୋହର । ୨ । 

 

ଦେଖି ଶତ୍ରୁ ପ୍ରବଳ ପାପ ପରୀକ୍ଷା ଘୋର 

ବିଶ୍ୱାସ ଟଳ ଟଳ ମୋର ଦୁର୍ବଳ । ୩ ।

ରକ୍ଷା କରିବ ମୋତେନାହିଁ କେହି ଜଗତେ,

କହିବି କା ନିକଟେ ଦୁଃଖ ମୋହର । ୪ । 

 

ତୁମ୍ଭେ ସିନା ଭରସା ସୁଖ ଶାନ୍ତିର ଆଶା,

କେବଳ ରକ୍ଷା ଆଶା ପଦେ ତୁମ୍ଭର । ୫ 

ଦିଅ ତୁମ ଚରଣେ ଶରଣ ଦୀନ ଜନେ,

ନାଶ ଧର୍ମାତ୍ମା ଦାନେ କଳଙ୍କ ମୋର । ୬ ।

prabhu tobo su-sombado ko raao darshana hai ପ୍ରଭୁ ତବ ସୁସମ୍ବାଦ କରାଅ ଘୋଷଣ ହେ


ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ )

ପ୍ରଭୁ ତବ ସୁସମ୍ବାଦ କରାଅ ଘୋଷଣ ହେ । ଘୋଷା ।

ପଠାଅ ପ୍ରଭୁ ତାହା ସର୍ବ ଜଗତେ,

ଚାରିଆଡ଼େ ବ୍ୟାପୁ ଦିବାକର ମତେ;

ଖ୍ରୀଷ୍ଟ ନାମ ଘେନି କରୁ ଜୟଧ୍ୱନିପ୍ରେମେ କରୁ ନିମନ୍ତ୍ରଣ ହେ । ୨ ।

ମୃତ୍ୟୁଚ୍ଛାୟା ସ୍ଥଳୀରେ ହେଉ ଦର୍ଶନ,

ମୃତ ଅଚେତନ ପାଉନ୍ତୁ ଜୀବନ;

ଘୋର ଅନ୍ଧକାରେ ପ୍ରକାଶୁ କିରଣ,

ପାଉ ଦୀପ୍ତି ସର୍ବଜନ ହେ । ୨ । 

 

ଶ୍ରାନ୍ତ ଭାରଗ୍ରସ୍ତ ନିକଟରେ ଯାଉ,

ସର୍ବ ପାପ ବୋଝ ଓହ୍ଲାଇ ପକାଉ;

ପରିଶ୍ରାନ୍ତ ପାଉନ୍ତୁ ଶାନ୍ତି ବିଶ୍ରାମ,

ସର୍ବେ କରୁ ଆରାଧନା ହେ । ୩ ।

ପାପୀ ବନ୍ଦୀଗଣ ନିକଟରେ ଯାଉ,

ଖ୍ରୀଷ୍ଟ ନାମେ ମହାମୁକ୍ତି ସେ ଶୁଣାଉ;

କାଟୁ ଶୟତାନ ଅଧର୍ମ ବନ୍ଧନ,

ହେଉ ଉଚ୍ଚେ ଜୟଗାନ ହେ । ୪ ।

ପ୍ରତିମା ପୂଜକ ନିକଟରେ ଯାଉ,

ପ୍ରତିମାପୂଜାରୁ ତା ମନ ଫେରାଉ;

ଯିହୂଦୀ କି ହିନ୍ଦୁ ମୁସଲମାନ ଆଦି ସର୍ବେ ପାଉ ତ୍ରାଣ ଜ୍ଞାନ ହେ । ୫ ।

palibi mu ey niyomo jishunku kari smarana ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ


ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ ।

 

ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ,

ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ । 

 

ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ,

ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ ।

ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ,

କରିବି ମୁହିଁ ସ୍ମରଣମୋ କାରଣ ସେ କଷଣ । ୩ । 

 

ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ,

ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ । ୪ । 

 

ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ,

ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ । ୫ ।

ସୂଚୀମାଳାକୁ ଫେରନ୍ତୁ

premo sundoro premo parabaro ପ୍ରେମ, ସୁନ୍ଦର, ପ୍ରେମ ପାରାବାର,


ପ୍ରେମସୁନ୍ଦରପ୍ରେମ ପାରାବାର,

ଆସ ପ୍ରେମରୂପେ ବେନି ପ୍ରାଣେ;

ଅବତରି ବେନି ପ୍ରାଣ-ମନ୍ଦିରେ

ଛନ୍ଦି ଦିଅ ପ୍ରେମ ବନ୍ଧନେ         । ଘୋଷା ।

ଯୁଗଳ ପ୍ରାଣେ   ନବୀନ ତାନେ   ପ୍ରେମ ବିଧାନେ ଯେତେ ମାଧୁରୀ

ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ        । ୧ ।

ପ୍ରେମ-ନନ୍ଦନେ   ପ୍ରେମ ବନ୍ଧନେ   ହସ-କ୍ରନ୍ଦନେ ରଖ ଚରଣେ,

ଏକଇ ସ୍ରୋତେ ଐକ୍ୟ-ବ୍ରତେ

ଚଳାଅ ଅମୀୟ ବରଦାନେ      । ୨ 

ନିତ୍ୟ ମହତ୍ତ୍ୱେ   ବିପଦ ସତ୍ତ୍ୱେ   ମଙ୍ଗଳ ପଥେ ପ୍ରେମ-ଲହରୀ

ନବ ଦମ୍ପତ୍ତି ପ୍ରାଣେ ଉଠି ଅମୃତ ବିତରୁ ଧରା ଧାମେ  । ୩

ସୂଚୀମାଳାକୁ ଫେରନ୍ତୁ


prabhu dekho he sayataano phaando paatichi ପ୍ରଭୁ ଦେଖ ହେ, ଶୟତାନ ଫାନ୍ଦ ପାତିଛି


ପ୍ରଭୁ ଦେଖ ହେଶୟତାନ ଫାନ୍ଦ ପାତିଛି;

ମୋ ମନ ଧର୍ମରୁ ବିଗାଡ଼ିବା ପାଇଁ ନିରତେ ଉପାୟ କରୁଛି । ଘୋଷା । 

 

ବୁଝି ଦେଖ ମନ କେମନ୍ତ ଏ କୂଟଶୟତାନ ଏହା ଭ୍ୟାଇଛି;

ପଶିଣ କପଟେ ବସି ମନ ମଧ୍ୟେ ମନ୍ଦ ପଥେ ମନ ନେଉଛି । ୧ । 

 

ମୋର ବଳ ନାହିଁ ଉଦ୍ଧାରିବା ପାଇଁତୁମ୍ଭ ବଳ ପ୍ରଭୁ ମାଗୁଛି,

କାଟି ମାୟାଜାଲ ଉଦ୍ଧାର ହେ କରଶୟତାନ ପ୍ରାଣ ନେଉଛି । ୨ ।

ଧରି ରଖ ପ୍ରଭୁ ଶ୍ରୀ ପାଦପଦ୍ମରେ ମାଗୁଛି ମୁଁ ଏହା ମାଗୁଛି,

ମୋର ପାପବଳ ହେବାରୁ ପ୍ରବଳ ତୁମ୍ଭରେ ଶରଣ ପଶୁଛି । ୩ ।

କହେ ଦୀନହୀନ ମୋ ବିନତି ଘେନଜଣାଣ ମୁଁ ଏହା କରୁଛି;

ତୁମ୍ଭ କୃପାବଳେ କୃତାର୍ଥ ନ କଲେ ତୁମ୍ଭ ବିନୁ ଆଉ କେ ଅଛି । ୪ 

prathonaa ki bohumulya ote saadhu lokoro ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର


ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର !

ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା ।

ଏହାର ପ୍ରୟୋଜନ   ଜାଣଇ ଭକ୍ତଜନ,

କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ ।

ଦେହ ପୁଣି ଆତ୍ମାରେ ମଙ୍ଗଳ  ଲଭିବାରେ

ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ ।

ତହୁଁ ପାଏ ଆନନ୍ଦ    ସୁଖ ଶାନ୍ତି ସ୍ୱଚ୍ଛନ୍ଦ,

ତା ପ୍ରତି କରୁଣା ବନ୍ଦ ନୁହଇ ପ୍ରଭୁଙ୍କର । ୩ 

ତା ଆତ୍ମିକ ଜୀବନ    ଏଥି ହୁଏ ଚାଳନ,

ଅଟେ ସେ ତା ପ୍ରିୟଧନ ବିଶ୍ୱାସ ତା ହୃଦର । ୪ ।

ଅଦୃଶ୍ୟ ପ୍ରଭୁ ପ୍ରତି    ବଢ଼ାଏ ପ୍ରେମ ଭକ୍ତି,

ନିକଟେ ଯେହ୍ନେ ଅଛନ୍ତି କରାଏ ତା ଗୋଚର । ୫ ।

ଏତଦ୍ଦ୍ୱାରା ଦର୍ଶନ     ମିଳେ ପ୍ରଭୁ ବଦନ,

ହୁଏ ଅଭାବ ଖଣ୍ଡନଘୋର ଭୟ ଅନ୍ତର । ୬ ।

ଧର୍ମାତ୍ମା ପାଇବାକୁ   ଧ ର୍ମରେ ବଢ଼ିବାକୁ

ପ୍ରାର୍ଥନା ଦ୍ୱାରା ତାହାକୁ ମିଳଇ ଉପକାର । ୭ ।

ନିରାଶ ଭାବେ ମନ ହୋଇଲେ ଅବସନ୍ନ

ଆଶ୍ୱାସ ପାଏ ବହନ କରି ଖ୍ରୀଷ୍ଟେ ନିର୍ଭର । ୮ ।

ସୂଚୀମାଳାକୁ ଫେରନ୍ତୁ

diya dekha bare (ପ୍ରଭୁ) ଦିଅ ଦେଖା ମୋତେ ବାରେ


(ପ୍ରଭୁ) ଦିଅ ଦେଖା ମୋତେ ବାରେ,
ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।
ଅରୁପାନନ୍ଦ ସୁନ୍ଦର ଅନୁପମ କଳେବର
ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ ।

ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି
ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ ।

କାମନା-ମୋହ ମାଦକ ପାପଜ ଅଳୀକ ସୁଖ
ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ ।

ଦାସେ ଦେଇ ଦରଶନ କିଣି ରଖ ଏ ଜୀବନ,
ସଫଳ ହେଉ ଜନମ ତୁମ ମହାକୃପା ବଳେ । ୪

ସୂଚୀମାଳାକୁ ଫେରନ୍ତୁ


manchivaadu goppavaadu naa yesu parishuddhudu మంచివాడు గొప్పవాడు నా యేసు పరిశుద్ధుడు

 మంచివాడు గొప్పవాడు నా యేసు పరిశుద్ధుడు

మేలులెన్నో చేయువాడు నా యేసు అందరికి (2)
ఆదరణ ఆశ్రయము నీవేగా నాకిలలో (2) ||మంచివాడు||

ఒంటరి వారిని వ్యవస్థగా వృద్ధి చేసే దేవుడవు
దీనులను పైకి లేవనెత్తి సింహాసనమెక్కించును (2) ||ఆదరణ||

ఓటమి అంచున పడియుంటివా మేలుకో ఓ సోదరా
యేసయ్య నీ తల పైకెత్తి శత్రువును అణగద్రొక్కును (2) ||ఆదరణ||

దుష్టుడా శత్రు సాతానా విజయము నాదిప్పుడు
నీ తల నా కాళ్ళ క్రింద శీఘ్రముగా త్రొక్కెదను (2) ||ఆదరణ||

ఆహా ఆహా ఆనందమే యేసయ్యతో జీవితం
సంతోషమే సమాధానమే ఎల్లప్పుడు ఆయనలో (2) ||ఆదరణ||