Tuesday, April 8, 2025

khristo premo tulyo hoibo ki se ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ

 


ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ ?

ଖୋଜି ଖୋଜି ନ ମିଳଇ ଲେଶେ ହେ । ଘୋଷା ।

ପାପୀ ଦୀନହୀନ ଉଦ୍ଧାର କାରଣ ଆସିଥିଲେ ନର ବେଶେ,

ସେହି ପ୍ରାୟଶ୍ଚିତ୍ତ କରଣ କାରଣ ପ୍ରାଣ ଦାନ କଲେ କ୍ରୁଶେ ହେ । ୧ । 

 

ଦ୍ୱେଷ କରିଣ ଯିହୂଦୀ ଲୋକଗଣ ବଧ କଲେ ବିନା ଦୋଷେ,

ହୋଇଲେ ଜୀବିତ ସେ ତିନି ଦିବସେନ ରହିଲେ ମୃତ୍ୟୁ ବଶେ ହେ । ୨ ।

ଇତ୍‌ଥିତ ହୋଇଣ ବସିଲେ ସେ ଯାଇ ପିତାଙ୍କ ଦକ୍ଷିଣ ପାଶେ,

କରିବାକୁ ପ୍ରତି ଜଣର ବିଚାର ଆସିବେ ଜଗତ ଶେଷେ ହେ । ୩ । 

 

ସେ ପ୍ରେମସାଗର ପ୍ରଭୁଙ୍କ ପୟର ଧର ହେ ଦୃଢ଼ ବିଶ୍ୱାସେ,

ଛାଡ଼ିଲେ ଚରଣ ହୋଇବ ପତନ ଚିରକାଳ ସର୍ବନାଶେ ହେ । ୪ ।


khristo premaamruto nirjhara ଖ୍ରୀଷ୍ଟ ପ୍ରେମାମୃତ ନିଝର,

 


ଖ୍ରୀଷ୍ଟ ପ୍ରେମାମୃତ ନିଝର,

ଝରୁଅଛି ପ୍ରେମାମୃତ ନିରନ୍ତର ପାନ କର । ଘୋଷା । 

 

ସେ ପ୍ରେମନିଧାନ ପ୍ରେମାମୃତ କରିବାକୁ ଜଗତେ ଦାନ 

ପ୍ରେମେ ନର ଦେହ ଧରି ପ୍ରେମେ ତେଜି ସ୍ୱର୍ଗପୁରୀ,

ସେହି ପ୍ରେମ-ନିଧି ପ୍ରେମ ଅଟେ ମହା ଚମତ୍କାର ା ୧ ।

 

ତାଙ୍କ ମହା ପ୍ରେମ ତ୍ରିଭୁବନ ମଧ୍ୟେ ଅଟଇ ନିରୁପମ;

ପ୍ରେମେ ହେଲେ ଦୀନହୀନ ପ୍ରେମେ କଲେ ପ୍ରାଣଦାନ,

ଶତ୍ରୁ ପାଇଁ ଏଡ଼େ ପ୍ରେମ ନୋହିଲା ନେତ୍ରଗୋଚର   ା ୨ ।

 

ଖ୍ରୀଷ୍ଟ ପ୍ରେମରସ ଘୁଞ୍ଚାଇ ମନ-ବିଷାଦ କରେ ଉଲ୍ଲାସ,

ଦାନ କରେ ସତ୍ୟ ଶାନ୍ତିଦୂର କରେ ପାପ ଭ୍ରାନ୍ତି,

ପ୍ରେମେ କରେ ମନ ପୂଣ ପାପ-ଗରଳ ସଂହାର   ା ୩ ।

 

ସେହି ପ୍ରେମରତ୍ନତାଙ୍କ ପ୍ରେମ ଗୁଣ ଚିତ୍ତେ କର ସୁଯତ୍ନ,

ପିଅ ପ୍ରେମାମୃତ ରସଧ୍ୱଂସ ଯିବ ପାପ-ବିଷ,

ଖ୍ରୀଷ୍ଟ ସଙ୍ଗେ ସ୍ୱର୍ଗପୁରେ ହୋଇବ ସଦା ଅମର        ା ୪ ।

ସୂଚୀମାଳାକୁ ଫେରନ୍ତୁ


aahe bhojomono khristo naamore hoibo ଆହେ ଭଜମନ ଖ୍ରୀଷ୍ଟ ନାମରେ ହୋଇବ

 

ଆହେ ଭଜମନ

ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ

ଚିତ୍ତେ ଭାବିଲେ ପାଇବ ଦରଶନ । ଘୋଷା । 

 

ଶୂନ୍ୟର ଉପରେ ମହାଶୂନ୍ୟ

ସେ ସର୍ବ ଉପରେ ତାଙ୍କ ସ୍ଥାନ,

ଜ୍ୟୋତିର୍ମୟ ସିଂହାସନର ଉପରେ ବିଜୟେ ବିରାଜ ଭଗବାନ । ୧ । 

 

ସିଂହାସନ ଆଗେ ବିଦ୍ୟମାନ ଖର୍ବ ଖର୍ବ ଧର୍ମ ଦୂତଗଣ,

ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ । ୨ ।

ଅଗଣ୍ୟ ଜନତା ସାଧୁମାନ ସେବା ଭଜନାରେ କରି ଧ୍ୟାନ,

ପ୍ରେମେ ପରିପୂର୍ଣ୍ଣ ଆନନ୍ଦ କରନ୍ତି

ବିଜୁଳିର ପରି ତେଜୋବାନ । ୩ ।

ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବ୍ରହ୍ମ

ଈଶ୍ୱର ଦକ୍ଷିଣେ ବିଦ୍ୟମାନବିଶ୍ୱାସୀଙ୍କ ପାଇଁ କରନ୍ତି ପ୍ରାର୍ଥନା

ଦିଅ ଧର୍ମ ଆତ୍ମା ଶାନ୍ତି ଦାନ । ୪ ।

ଆହେ ସର୍ବ ଭକ୍ତଜନ ଶୁଣ

ଈଶ୍ୱର ଦକ୍ଷିଣେ କର ଧ୍ୟାନ,

ମରଣ ପର୍ଯ୍ୟନ୍ତ ବିଶ୍ୱାସୀ ହୋଇଣ

ଅନ୍ତେ ଭୋଗ ସ୍ୱର୍ଗ ସୁଖମାନ । ୫ ।

khristo punyo re to papo hebo ଖ୍ରୀଷ୍ଟ ପୂଣ୍ୟରେ ତୋ ପାପ ହେବ ଦୂର ରେ

 


ମନ ମୋର

ଖ୍ରୀଷ୍ଟ ପୂଣ୍ୟରେ ତୋ ପାପ ହେବ ଦୂର ରେ । ଘୋଷା ।

କାହିଁକିରେ ମନ ଡରୁ ଆଉ ?

ଖ୍ରୀଷ୍ଟ ପ୍ରେମ ତୁଲ୍ୟ ନାହିଁ ଆଉ ସତ୍ୟ ପ୍ରକାଶନେ ପାପୀ ଉଦ୍ଧାରଣେ

ଏ ମଞ୍ଚେ ଜନମି ଥିଲେ ସେହୁ ରେ । ୧ ।

ତାଙ୍କ ଆଜ୍ଞା ନାନା ଶସ୍ତ୍ର ପରିମନରେ ରଖ ତୁ ଯତ୍ନ କରି;

ପାପ ଦୁଷ୍ଟ ଶୟତାନ ଜଗଜ୍ଜନ

ନ ପାରିବେ ତୋତେ ଜୟ କରି ରେ । ୨ । 

 

ସତ୍ୟତା-କଟିବନ୍ଧନୀ ବାନ୍ଧ,

ଧର୍ମରୂପ ବୁକୁପଟା ପିନ୍ଧଶାନ୍ତି ସମାଚାର-କଠାଉ ପିନ୍ଧିଣ

ସର୍ବଦା ଅଟଳ ହୋଇ ରହରେ । ୩ । 

 

ଯେହ୍ନେ ଅଗ୍ନିବାଣ ପାପାତ୍ମାର ସମର୍ଥ ହୋଇ ନିଭାଇ ପାର,

ଏସନ ବିଶ୍ୱାସ ସ୍ୱରୂପର ଢାଲ ଘେନି ସ୍ଥିର ହୁଅ ନିରନ୍ତରରେ । ୪ । 

 

ମୁଣ୍ଡେ ପିନ୍ଧି ତ୍ରାଣର ଟୋପର,

ଈଶ୍ୱର ବାକ୍ୟ-ଖଣ୍ଡାକୁ ଧରସବୁ ନିବେଦନ ପୁଣି ମାଗିବାରେ

ଆତ୍ମା ଦେଇ ତୁ ପ୍ରାର୍ଥନା କର ରେ । ୫ ।

ସୂଚୀମାଳାକୁ ଫେରନ୍ତୁ


khristiyano sobhaa dekhi hue hrusto ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନ, ହୃଷ୍ଟ ହୁଏ ମନ,

 


ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନହୃଷ୍ଟ ହୁଏ ମନ,

ଏକକୁ ଆରେକ ଭାଇ ଭାଇ ସମ୍ବୋଧନ । ଘୋଷା । 

 

ମିଶନେରୀଗଣ ଆସି ସୁସମାଚାର ପ୍ରକାଶି,

ତାଙ୍କ ଶ୍ରମଫଳ ପ୍ରଭୁ କରାନ୍ତି ଦର୍ଶନ । ୧ ।

ଖ୍ରୀଷ୍ଟାଶ୍ରିତ ସଭା ଦେଖି          ମନ ହୁଏ ଅତି ସୁଖୀ,

ଏଣୁ ପିତା ପ୍ରଭୁଙ୍କର କର ହେ ଭଜନ । ୨ ।

ନାନା ଜାତି ନାନା ଭାଷୀ         ମିଳନ୍ତି ଏକତ୍ର ଆସି,

ଏକାବେଳେ ପାସୋରନ୍ତି         ଜାତିର ବନ୍ଧନ । ୩ ।

ଶୟତାନର ବନ୍ଧନ    କଲେ ପ୍ରଭୁ ବିମୋଚନ,

ତାଙ୍କ ସ୍ତୁତି କର ମନ ଯାବତ ଜୀବନ । ୪ ।

ଯେହ୍ନେ ମେଳ ପୃଥିବୀରେ       ତେହ୍ନେ ହେଉ ସ୍ୱର୍ଗପୁରେ,

ନ ହଜୁ ଗୋଟିଏ ପ୍ରାଣ           ମାଗି ଏ କଲ୍ୟାଣ । ୫ ।

ପ୍ରଭୁ ଯୀଶୁ ଖ୍ରୀଷ୍ଟାଶ୍ରିତ            ସର୍ବେ ହୁଅ ଆନନ୍ଦିତ,

ଓଡ଼ିଶା ଦେଶେ ଉଦିତ            ଧର୍ମର ତପନ । ୬ ।

ପୃଥିବୀରେ ଆଦ୍ୟ ପ୍ରାନ୍ତ          ସର୍ବେ ହୋନ୍ତୁ ଖ୍ରୀଷ୍ଟ ଭକ୍ତ,

ଥରହରେ ଶୟତାନ  କରୁ ପଳାୟନ । ୭ ।

ସୂଚୀମାଳାକୁ ଫେରନ୍ତୁ


ehi sesakale suni jao thare ଏହି ଶେଷକାଳେ ଶୁଣିଯାଅ ଥରେ

 

ଏହି ଶେଷକାଳେ ଶୁଣିଯାଅ ଥରେ
ଫେରିବାକୁ କୁଶପଥେ…( ୨ ଥର)
ଘେରିଛି ଜୀବନେ ପାପର କାଳିମା
ଛପିଛି ଅନ୍ତରେ ଆଶା ( ୨ ଥର)
ଭରିଅଛି ପ୍ରାଣେ ସଂସାରର ମୋହ
ଅନୀତି ଜୀବନ ଭାଷା …(ଘୋଷା)

ଚାଲିଯାଏ ବେଳକାଳ ଦିନ
ସରିଆସେ ମାନ ଅଭିମାନ
ବିଚାର କରିବେ ଯେଉଁଦିନ
ହେବୁ ତୁହି ବାଳୁଙ୍ଗା ସମାନ
ଆଜିବି ରହିଛି, ଭାବିବାକୁ ମନେ ଅନୁତାପର ଏ ସମୟ … |୧|

ଗର୍ବଦମ୍ଭ, ମାନ, ଅଭିମାନ
ତେଜି ସବୁ ଜଗତର ମୋହ
ଯୀଶୁରେ ରଖ ବିଶ୍ବାସରେ ମନ
ପାଇବୁରେ ଅନନ୍ତ ଜୀବନ
ଆଜିବି ରହିଛି, ଭାବିବାକୁ ମନେ ଏହି ତୋର ଶେଷ ସମୟ … |୨|

ସୂଚୀମାଳାକୁ ଫେରନ୍ତୁ


ei dekha jishu bahi neuchanti ଏଇ ଦେଖ ଯୀଶୁ

 

ଏଇ ଦେଖ ଯୀଶୁ
ବହି ନେଉଛନ୍ତି କୁଶ ( ୨ ଥର)
ନିଜ ନିଜ କୃଶ ବହି ନେଇ ତୁମେ
ତାଙ୍କ ପଛେ ପଛେ ଆସ (ଘୋଷା)

କେତେ ଯେ କଷଣ କେତେ ଯେ ଯାତନା, ତଥାପି ସେ ଧୀର
ଦୁଇ ପାଖେ ଦେଖି କାନ୍ଦୁଛି ଜନତା ଆଖି ଲୁହ ଝର ଝର
କଣ୍ଟାର ମୁକୁଟ ସତେବା କହୁଛି ଦୁଃଖରେ ବି ତୁମେ ହସ … |୧|

ସେ ତ କହୁଛନ୍ତି ତୁମେ କାନ୍ଦ ନାହିଁ, ମୋ ପାଇଁ କାନ୍ଦ ନାହିଁ
ତୁମ ସନ୍ତାନ ପାଇଁ ଯଦି ପାର ଲୁହ ଦିଅ ତୁମେ ଢ଼ାଳି
କୁଶ ବିଦ୍ଧ ହେଲେ, ପାପ ଅଭିଯୋଗ ହୋଇଯିବ ସବୁନାଶ … |୨|

ସୂଚୀମାଳାକୁ ଫେରନ୍ତୁ


ei achi ei nahi manisha jibana ଏଇ ଅଛି ଏଇ ନାହିଁ ମଣିଷ ଜୀବନ

 

ଏଇ ଅଛି ଏଇ ନାହିଁ ମଣିଷ ଜୀବନ… ମଣିଷ ଜୀବନ…
ତଥାପି ଅସାର ଯେତେ, କାଲିର ସ୍ବପନ
ମଣିଷ ଜୀବନ…(ଘୋଷା)

ମନ ଆଖି ଦେଖେ ଯାହା ଆଗାମୀର ପାଇଁ
ଜାଣେନା ସେ କାଲି ସତେ ଆସିବ କି ନାହିଁ
କେହି ତ ଭାବେନା ରହେ ଜୀବନେ ମରଣ
ମଣିଷ ଜୀବନ… |୧|

ମିଛ ଜୀବନରେ ସଦା ମାୟା ପ୍ରଲୋଭନ
ଖୋଜେ ନା ମଣିଷ କେବେ ମରଣେ ଜୀବନ
ଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣ
ମଣିଷ ଜୀବନ…|୨|

ସୂଚୀମାଳାକୁ ଫେରନ୍ତୁ


e pruthibi janu ame ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର

 

ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର
ଦେଖି ଆମ ପ୍ରେମ ଏ ଜଗତ ଜାଣୁ
ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା)

ଈଶ୍ଵରଙ୍କ ଠାରେ ଆମେ ସର୍ବେ ଏକ
ପ୍ରାର୍ଥନା ବିଶ୍ଵାସେ ସାଜି ( ସଇନିକ)
ଆମ କାମ ଦେଖି ଜଗତ ଚାଣିବ (ଆମେ ଯୀଶୁଙ୍କର) … |୧|

ଦେଖାଇଛୁ ପଥ ଆମେ ଅନ୍ଧକାରେ
କ୍ଷମି ଯିବୁ ଶତୁ ପୁଣି ପ୍ରେମଭରେ
ସେହି ପ୍ରେମ ଦେଖି ଜଗତ କହିବ (ଆମେ ଯୀଶୁଙ୍କର) … |୨|

ପ୍ରଶଂସା କରିବୁ ରାଜା ରାଜାଙ୍କର
ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କର
ଦେଖି ସେ ପ୍ରଶଂସା ସରବେ ଜାଣିବେ (ଆମେ ଯୀଶୁଙ୍କର) … |୩|

ସୂଚୀମାଳାକୁ ଫେରନ୍ତୁ


ei jibanare prabhu hebi ଏଇ ଜୀବନରେ ପ୍ରଭୁ ହେବି ଏକା ତୁମର

 

ଏଇ ଜୀବନରେ ପ୍ରଭୁ ହେବି ଏକା ତୁମର
ତୁମ ଗଉରବ ପାଇଁ
ଯେହ୍ନେ ହେବି ମୁହିଁ ସଦା ବ୍ୟବହାର … (ଘୋଷା)

କ୍ଷଣିକ ଏହି ଜଗତ ମୋହ ମାୟାରେ ପୂରିତ
ଟାଣେ ଏ ହୃଦୟ ମନ କରେ ତୁମଠୁ ଦୂରିତ
ଧର ହେ ପ୍ରଭୁ ତୁମରି ହସ୍ତେ
କରି ସଦା ନିଜର … |୧|

ସଂସାର ଜଞ୍ଜାଳ ଭାର ଭାଙ୍ଗ ବିଶ୍ୱାସ ମୋହର
ସନ୍ଦେହ ଉଠଇ ମନେ ଯିବାକୁ ସରଗପୁର
ତୁମ ଶକତି ଧୌର୍ଯ୍ୟରେ ଭରି
କରାଅ ଅଗ୍ରସର …. |୨|

ସମର୍ପିଛି ମୋ ଜୀବନ ତୁମରି ପୂତ ପୟରେ
ହଟିବିନି ଆଉ କେବେ ଯେହେତୁ ମୁଁ ତୁମ ହସ୍ତରେ
ଥୋଇଛି ପ୍ରଭୁ ପ୍ରତିଟି ଭାର
ସମ୍ଭାଳ ଆମ୍ବା ମୋର … |୩|

ସୂଚୀମାଳାକୁ ଫେରନ୍ତୁ

ei jibanara akasha dine ଏଇ ଜୀବନର ଆକାଶେ ଦିନେ

 

ଏଇ ଜୀବନର ଆକାଶେ ଦିନେ
ସଂଧ୍ୟା ଆସିବ ନଇଁ ନଇଁ … (୨ ଥର)
ବଂଧୁ ତୁମେ କି ପ୍ରସ୍ତୁତ ଥିବା
ସେହି ମହାଯାତ୍ରା ପାଇଁ ?… (ଘୋଷା)

କୁହ ଯାତ୍ରା ଶେଷ ଜୀବନ ମୁକୁଟ
ରହିଛି କି ତୁମ ପାଇଁ ?
ପାଇଛ କି ତୁମେ ଜୀବନେ-ଅଶେଷ
ପ୍ରଲୋଭନ ବାଧା ଡେଇଁ ?
ଆସ କୁଶ ତଳେ ଯଦି ତୁମ ପାଶେ
ତ୍ରାଣ ଅନୁଭୂତି ନାହିଁ…. |୧|

ଜଗତ ଅଟେ ଯେ ଦୁଇଦିନ ପାଇଁ
ଅଭିନୟ ମଞ୍ଚ ଏକ (୨ ଥର)
ଧନ ଯଉବନ ଆହୁରି କ୍ଷଣିକ
ଅନିତ୍ୟ ଅଟେ ସେ ସୁଖ
ହୁଅ ଯାତ୍ରୀ ତୁମେ ଭୁଲି ଜଗତକୁ
ଅନନ୍ତ ଜୀବନ ପାଇଁ…. |୨|

ସୂଚୀମାଳାକୁ ଫେରନ୍ତୁ

ei satabdhi ra awahana ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନ

 

ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନ
ଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା)

କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶ
ଏହା ଥିଲା ତୁମ ବିଦାୟ ବେଳାର ପ୍ରେମଭରା ଆଦେଶ
ପାଳନ କରିବୁ ଆଜ୍ଞା ତୁମରି ହୋଇ ସଦା ସଚେତନ… |୧|

ସୁସମାଚାରର କାର୍ଯ୍ୟ ସାଧକ ଉଠ ଜାଗ୍ରତ ହୋଇ
ଅନେକ ଆପ୍ ଆକୁଳ ଆତୁର ଜୀବନର ଜଳ ପାଇଁ
ପାପ ଅନ୍ଧାରେ ବାକ୍ୟ ଆଲୋକେ ଭରିଦିଅ ଉଦ୍ଦୀପନା… | ୨ |

ଯାଅ ଏ ଜଗତେ ସବୁ ଜାତି ପାଶେ କୁହ ପରିତ୍ରାଣ କଥା
ପ୍ରତି ଅନ୍ତରେ ଯୀଶୁ ନାମ ଝରୁ ଫୁଚିଯାଉ ଦୁଃଖ ବ୍ୟଥା
ପ୍ରାର୍ଥନା ବଳେ ହେ ବୀର ସାଧକ ହୁଅ ଆଜି ଆଗୁଆନ… ।୩।

ସୂଚୀମାଳାକୁ ଫେରନ୍ତୁ


e nutana jugare asara sangsara ଏ ନୂତନ ଯୁଗରେ ଆଶାର ସଂଚାର

 

ଏ ନୂତନ ଯୁଗରେ ଆଶାର ସଂଚାର
ଗଲଗଥା କୁଶଗାଥା ଅମର ସେ
ଜୟ ଜୟ ଯୁବାମେଷ…. ହୋ…. ହୋ….(ଘୋଷା)

ହିମାଚଳ ଗାଏ ଯାର ଜୟଗୀତି, ଆମେ ତାଙ୍କ ଅନୁଗାମୀ
ଶୁଣାଇବା ବିଶ୍ୱ ତାଙ୍କ ମହାପ୍ରେମ,
ହେଲେ ସେ ମାନବ ପ୍ରେମୀ
ଜାଗରେ ଭାରତ ଉଦ୍ଯୋଗୀ ଦଳ,
ଛୁଟାଅ ସଂଗୀତ ଧ୍ବନି…. |୧|

ସେହି ପ୍ରଭୁରାଜ ଅଧୁରାଜ, ସକଳ ଜୀବନ ସ୍ୱାମୀ
ଆକାଶର ତଳେ ଏକା ସେହି, ପାତକୀ ମୁକତି ଖଣି
ବିଚାରକ ହୋଇ ଆସୁଛନ୍ତି ଦିନେ, ମେଘରେ କିରୁବେ ଘେନି…. |୨|

ତେଜମୟ ସେହି ପ୍ରଭୁ ପୂତ ପଦ ବନ୍ଦି ଯାଅ ଭେଟି ନେଇ
ଦେଇ ତୋଷ ତାଙ୍କୁ ଭଙ୍ଗାଚୂନା ମନ, ଆମ ବଳ ଗାନ ସେହି
‘ଶାଲେ ମର ରାଜା’ ଜୀବନର ପଥ, ମାନବ ମଙ୍ଗଳକାମୀ…. |୩|

ସୂଚୀମାଳାକୁ ଫେରନ୍ତୁ

eto tumo premo prabhu ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ

 

ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ
ଜାଣିଛି ବୁଝିଛି ମୁଁ ତ, ତୁମେ ଦୟାମୟ (ଘୋଷା)

ନାମ ବହିଅଛି ତୁମେ ଦୁଃଖହରା ବୋଲି
ମୋ ଦୁଃଖ ହରି ନେଇଛି ଦୟାମୟ ବୋଲି
ତୁମ ନାମ ଜାଣେ ପ୍ରଭୁ ପତିତପାବନ [୧]

ଉଦ୍ଧାରିଲ ମୋତେ ତୁମେ ପାପର ସାଗରୁ
ଧରିଣ ଗୋ ନିଜ ହାତେ ଶାନ୍ତିମୟ ପ୍ରଭୁ
ସେହି ଦିନୁ ଜାଣିଛି ମୁଁ ତୁମେ ଯେ ମହାନ୍ .. |୨|

ଶେଷେ ରଖ ମୋ ମିନତି ମୋ ପାଶେ ରୁହ ଗୋ ନିତି
ଚାଲିବି ମୁଁ ସଦା ତବ ପଦ ଚିହ୍ନ ଦେଖି ଦେଖି |୩|

ସମପିଲି ଦେହ ପ୍ରାଣ ମୋ ଆତ୍ମା ଜୀବନ ..
ବିଶ୍ଵାସୀର ସତ୍ୟ ତୁମେ, ଦେଖାଅ ସତ୍ୟଲୋକ
ସତ୍ୟ କହି ଲଭିବୁ ଆମେ ଚିରନ୍ତନ ଜୀବନ |୪|

ସୂଚୀମାଳାକୁ ଫେରନ୍ତୁ

ehi subha sandhyara kole ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ

 

ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟ
ଜାଳିଛୁ ଆମେ ଭକତି ଦୀପାଳି
ଅରଚନା ତୁମେ ନିଆ ( ଘୋଷା)

ଉଦଯୋଗୀ ପ୍ରାଣର ମୂର୍ଜନା ଆଜି ତୁମେ
ମଉଳା ମନର ପ୍ରେରଣା ପ୍ରଭୁ ତୁମେ
ତୁମରି ଇଙ୍ଗିତେ ଚାଲିବୁ ଆମେ
ପଥ ଦେଖାଅ ହେ ଜ୍ୟୋତିର୍ମୟ | ୧|


ରକତ ଝରାଇ ମୁକ୍ତି ସାଧିଲ ତୁମେ
କଳୁଷିତ ଆମ ଆତ୍ମା ଧୋଇଲ ପ୍ରେମେ
ଗାଇବୁ ତୁମରି ବିଜୟୀ ଗୀତି
ଖୋଲି ଦିଅ ପଥ ହେ ପ୍ରେମମୟ … (୨)

ସୂଚୀମାଳାକୁ ଫେରନ୍ତୁ


E duniara andhara pathe ଏ ଦୁନିଆର ଅନ୍ଧାର ପଥେ

 

ଏ ଦୁନିଆର ଅନ୍ଧାର ପଥେ
ଆଲୋକ ଜାଳିଦିଅ ପ୍ରଭୁ
ଏ ଦୁନିଆର ନୀଳ ପାରାବାରେ
ଭାବନା ମୋତେ ଦିଅ ପ୍ରଭୁ (ଘୋଷା)


ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେ
କୋରଡ଼ା ପ୍ରହାର ଦେହେ ବହିଲ ଶ୍ରୀ ଅଙ୍ଗରେ
ଝରଝର ରକ୍ତ ସୂଅ କୁହାଇଲ କୁଶରେ
ଲଲାଟେ କଣ୍ଟା ମୁକୁଟ ପିନ୍ଧିଲେ ଆନନ୍ଦରେ
ସେ ସୁନ୍ଦର ମନ ଭାବିବାକୁ ମନେ ଭାବନା ମୋତେ ଦିଅ ପ୍ରଭୁ ।୧|


ଏ ମହୀମଣ୍ଡଳେ ପ୍ରଭୁ ହୁଅ ତୁମେ ସାଥୀ
ଜଗତର ଚଲାପଥେ ହୁଅ ତୁମେ ଦୀପ୍ତି
ଏ ଦୁନିଆର ଘନ ଅନ୍ଧାରେ ଆଲୋକ ଜାଳିଦିଅ ପ୍ରଭୁ |9|

ସୂଚୀମାଳାକୁ ଫେରନ୍ତୁ


emiti pape budi thibu kete dino ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ

 

ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ
କେବେ ଛାଡ଼ିବୁ ମନ୍ଦ ଗୁଣ
କେବେ ହେବୁ ପରିବର୍ତ୍ତନ
କେବେ ଭଜିବୁ ଯୀଶୁ ନାମ
କେବେ କରିବୁ ତାଙ୍କ ଧ୍ୟାନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦=

ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳା
ଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳା
ବଦଳାଇ ଦେ ନିଜକୁ ଥାଉ ଥାଉ ବେଳା
ନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳା
ଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)
କେବେ ସଜାଡିବୁ ମନ
କେବେ ହେବୁ ସଂଶୋଧନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୧=

ମାୟା ମରିଚିକା ପଛେ କେତେ ଧାଉଁଥିବୁ
ରଙ୍ଗ ରସ ମତ୍ତତାରେ କେତେ ମାତିଥିବୁ
ଛଳ କୂଟ କପଟରେ କେତେ ବୁଡିଥିବୁ
ଅସାର ପଥରେ କେତେ ବାଟ ଚାଲୁଥିବୁ
ଛାଡ଼ି ଏ ମିଛ ଦୁନିଆ ଯୀଶୁ ପାଶେ ତୁ ଫେରିଆ (୨ଥର)
ଦେବେ ତୋତେ ପରିତ୍ରାଣ
ଧନ୍ୟ ହେବ ତୋ ଜୀବନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
କଣ୍ଠଦାନ – ବାବୁନ୍ ପାଣି

ସୂଚୀମାଳାକୁ ଫେରନ୍ତୁ

ey groohe aasho he prabhu posi aaso ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ,

 

(ସ୍ୱର : ଦୁଆରେ ଉଭା ନ ହୋଇ)

ଏ ଗୃହେ ଆସ ହେ ପ୍ରଭୁପଶି ଆସ ଭିତରେ,

ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ ।

 

 ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି,

କାଢ଼ି ଦିଅ ବନ୍ଧୁ ମୋରତୁମ ଶକ୍ତି ବଳରେ । ୧ ।

ଯଦି ଅସାର ଏ ଧରା କରିଥାଏ ପଥହରା,

ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ ।

ଏହି ବିଶ୍ୱ ଖେଳ ଶେଷେ ନିଅ ପ୍ରଭୁ ତବ ଦେଶେ,

ଏହି ପରିବାର ସଦା ରହୁ ତବ ପାଶରେ । ୩ ।

ey nobo joubono bayasa ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ

 

ଏ ନବ ଯୌବନ ବୟସଦିନୁଁ ଦିନ ତାର ହୁଅଇ ହ୍ରାସ,

ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,

ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

 

ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,

ଦନ୍ତ ହେବ କ୍ଷୀଣଶକ୍ତି ହେବ ହୀନ,

ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

ଥ ର ହର ହେବ ଶରୀରଭୟ ହେବ ଉଚ୍ଚ ସ୍ଥାନର,

ଆଉ ବାଟେ  ଘାଟେ କରତେ ଯାଆସ,

ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

ଏହି କି ସୁନ୍ଦର ବଦନଧୂଳି ଦେହ ପୂର୍ବ ସମାନ,

ଆତ୍ମାଦାତାଠାରେ ଆତ୍ମା ଫେରିଯିବ

ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

 

ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 

ବୋଲିବ ଏଥିରେ ନାହିଁ ହରଷ । ୪ ।