ଆରେ କଠିନ ମନ,

କରିଣ ପାପ ସ୍ୱୀକାର ଫେର ବହନ । ଘୋଷା ।

ଆହାମୋହର ପାପ ହେତୁ ସହିଛନ୍ତି ଯୀଶୁ କେତେ ସନ୍ତାପ ! 

ବୁହାଇ ସେ ଅଶ୍ରୁଜଳ   ହୋଇଛନ୍ତି କି ବ୍ୟାକୁଳ ! 

ମୁଁ କି ନ କରିବି ପାପ ପାଇଁ କ୍ରନ୍ଦନ ?    ା ୧ ।

ହାଁମୋ ପାପ କାରଣ ଭୋଗିଲେ ସେ କି କଷଣ ଦୁଃଖ ମରଣ !

ଆହାମୋ ଜୀବନପତି,

ପାଇଛନ୍ତି କି ଦୁର୍ଗତି ! ମୁଁ କି ନ କରିବି ତ୍ୟାଗ ମୋ ପାପମନ ?   ା ୨ ।

ମୋର ପ୍ରତ୍ୟେକ ପାପ ହୋଇ କଣ୍ଟକ ସ୍ୱରୂପ ଦେଲା ସନ୍ତାପ,

ଆଉ ମୋର ଅବିଶ୍ୱାସ ହୋଇ ବର୍ଚ୍ଛା ସଦୃଶ

ପାଶ୍ୱର୍ଦେଶେ ଦେଇଅଛି ଦୁଃଖ ଦାରୁଣ      ା ୩ ।

ଆହା ମୋ ପାପ ପାଇଁ ଯୀଶୁ ଦେଇଛନ୍ତି ରକ୍ତ ଜୀବନ ଦୁଇ,

ମୋତେ କରିବାକୁ ମୁକ୍ତ ପିନ୍ଧିଲେ କଣ୍ଟା-ମୁକୁଟ,

ତାହା ଭାବି ନ କରିବି ମୁଁ କି କ୍ରନ୍ଦନ ?  ା ୪ । 

 

ଆହାମୋ ପାପ ପାଇଁ ଯୀଶୁ ହୋଇଛନ୍ତି ପୁଣି କବରଶାୟୀ

ମୁଁ କି ନ ହେବି ତେସନ ଡୁବନେ ତାଙ୍କ ସମାନ ?

ମନଫେରଣ ଫଳ କରିବି ଧାରଣ    ା ୫ ।

ସୂଚୀମାଳାକୁ ଫେରନ୍ତୁ