Saturday, February 22, 2025

mono dubere khristonko premo saagore ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା Odia Christian Lyrics


ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା ।

ସେ ପ୍ରେମ-ସାଗରେ ମତି       ବୁଡ଼ାଇଲେ ଅତି ତୃପ୍ତି,

ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ ।

ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ,

ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ ।

ତହିଁରେ ସୁଖ ଅଶେଷ,              ନାହିଁ ପାପ ତାପ ତ୍ରାସ,

ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ ।

ସେ ପ୍ରେମ-ସାଗର ଜଳ         ନିଭାଏ ପାପ-ଅନଳ,

ତହିଁ ବୁଡ଼ି ବୁଡ଼ି ରହ ମନ ଶାନ୍ତିରେ । ୪ ।

mohaa prabhu, moha-premo bhobe prokaashilo ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ; Odia Christian Lyrics

 

ମହାପ୍ରଭୁମହାପ୍ରେମ ଭବେ ପ୍ରକାଶିଲ;

ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା ।

ତୁମ ପ୍ରେମ ସୂତ୍ରେଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ ।

ଅମା ଅନ୍ଧକାରେଯୀଶୁ ହେ ମୋର ପ୍ରିୟ ଯୀଶୁ,

ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ ।

ତୁମ ପ୍ରେମ ଗୁଣେଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମ ପ୍ରେମ ଗୁଣେ ମୃତ ଜନେ ଜୀବନ ବିହିଲ । ୩ ।

ତୁମେ ପ୍ରେମଭରେଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମେ ପ୍ରେମ ଭରେ କ୍ରୁଶୋପରେ ଅଧମେ ତାରିଲ । ୪ 

ସୂଚୀମାଳାକୁ ଫେରନ୍ତୁ

muktidaataa jishu naamo jaao re bhaayi sehi naamo ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ Odia Christian Lyrics


ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ,

ଯୀଶୁ ନାମ            ଯୀଶୁ ନାମ

ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା ।

ଶାନ୍ତିଧାମ ସୁଧା ନାମ

ଯୀଶୁ ନାମ ଭାଇ ଯୀଶୁ ନାମ । ୧ ।

ଦିବ୍ୟ ନାମ            ଯୀଶୁ ନାମ

ଯୀଶୁ ନାମ ଭାଇ ଯୀଶୁ ନାମ । ୨ । 

 

ଶ୍ରେଷ୍ଠ ନାମ ଯୀଶୁ ନାମ

ଯୀଶୁ ନାମ ଭାଇ ଯୀଶୁ ନାମ । ୩ । 

 

ମୋକ୍ଷ ନାମ ଯୀଶୁ ନାମ

ଯୀଶୁ ନାମେ ପରିତ୍ରାଣ । ୪ 

ସୂଚୀମାଳାକୁ ଫେରନ୍ତୁ

marana bijayi marana bijayi ମରଣ ବିଜୟୀ ମରଣ ବିଜୟୀ Odia Christian Lyrics

 

ମରଣ ବିଜୟୀ ମରଣ ବିଜୟୀ

ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ

ମୃତ୍ୟୁଞ୍ଜୟୀ            । ଘୋଷା ।

ଯୀଶୁ ରାଜା ଆମର ସର୍ବ ବଳେ ବଳୀୟାର

ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ଼ 

ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ

ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ 

ମରଣ ବିଜୟୀ । ୧ ।

ଉଡ଼େ ଜୟ ପତାକା ବାଜି ଉଠେ ମଧୁ ଗୀତିକା

ପୁଲକିତ ହୁଏ ଚିତ୍ତ ଫୁଟି ଉଠେ କଳିକା ଆଲୋକ ବିତରୀ 

ଜୀବନ ସଞ୍ଚାରି ଶୟତାନ ବନ୍ଧନ ସେ ଦେଲେ ଯେ ଖୋଲି    

ମରଣ ବିଜୟୀ        । ୨ ।

ଯେବେ ଦୁଃଖ ଅଳନ କରେ ଦାହ ହୃଦ ମୋହର

ଯୀଶୁ ମୁଖ ଚାହିଁ ସୁଖ ଶାନ୍ତି ପାଏ ଅପାର ଉଠିଛନ୍ତି ସେହି କବର ଫିଟାଇ

ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ

ମରଣ ବିଜୟୀ        । ୩ ।

ସୂଚୀମାଳାକୁ ଫେରନ୍ତୁ


mangala mangala dhari anande bhari ମଙ୍ଗଳ ମଙ୍ଗଧାରୀ ଆନନ୍ଦେ ଭରି, Odia Christian Lyrics



ମଙ୍ଗଳ ମଙ୍ଗଧାରୀ

ଆନନ୍ଦେ ଭରିମୋ ଜୀବନ ତରୀ;

(ଏବେ) ଭାସିଯାଉ ଅନନ୍ତ ସ୍ରୋତେହେ ଭବକାଣ୍ଡାରୀ ।

ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି,

କର ରିଷ୍ଟ ପାରିଆହେ ବିପଦହାରୀ । ୧ ।

ହେଲା ଲକ୍ଷ୍ୟଚ୍ୟୁତି    ଭଗନ ପ୍ରତୀତି,

ପାଏନା ଶକତି ମୁହିଁ ମନ୍ଦମତି,

ନିଅ ମୋର ତରୀଆହେ ମଙ୍ଗଧାରୀ । ୨ ।

ଉତ୍ତାଳ ତରଙ୍ଗ        କରାଳର ବ୍ୟଙ୍ଗ ମୋହ ରସ ରଙ୍ଗ ତୁଟୁ ସବୁ ସଙ୍ଗ,

ପ୍ରୀତି ଶାନ୍ତି ଭରି କର ସାଗର ପାରି । ୩ ।

ସୂଚୀମାଳାକୁ ଫେରନ୍ତୁ

mono chintaa ki pain ମନ ଚିନ୍ତା କିପାଇଁ Odia Christian Lyrics


ମନ ଚିନ୍ତା କିପାଇଁ,

ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । 
ଯେ ମୋତେ କରିଲେ ସୃଷ୍ଟିରଖିଛନ୍ତି ଦୟା ଦୃଷ୍ଟି

ଦିବା-ନିଶି ମୋର ପ୍ରତିଜାଣଇ ମୁହିଁ । ୧ ।
ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ

ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ । 

ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ 
ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ । 

ତାଙ୍କଠାରେ ଆଶ୍ରା ନେଇ ନୋହିଛି ନିରାଶ କେହି,
ତେବେ ବ୍ୟର୍ଥରେ କିପାଇଁ ଚିନ୍ତିତ ମୁହିଁ । ୪ 

ଚିନ୍ତା କରି ସବୁ ଭାର ନ ଦେଇ ପ୍ରଭୁ ପୟର,

ପାଇଛି କେହି ମଙ୍ଗଳ ଜାଣୁ କି ତୁହି । ୫ 

ସର୍ବ ଚିନ୍ତା ପରିହରି ପ୍ରଭୁରେ ନିର୍ଭର କରି,

ସେବିବି ପଦ ତାଙ୍କରି ନିଶ୍ଚିନ୍ତ ହୋଇ । ୬ ।
 

mono kara probhu stobo gaano pujaa ମନ, କର ପ୍ରଭୁ ସ୍ତବ ଗାନ ପୂଜା Odia Christian Lyrics

 

ମନକର ପ୍ରଭୁ ସ୍ତବ ଗାନ ପୂଜା;
ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା ।
 
ପ୍ରଭୁ ସ୍ତବ କରଆରେ ମନ ମୋରକରନ୍ତି ସର୍ବ ଶାସନ,
କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ ।
 
ପ୍ରଭୁ ସ୍ତବ କର ଆରେ ମନ ମୋରସେ କଲେ ତବ ସୃଜନ,
ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ । ୨ ।
 
ପ୍ରଭୁ ସ୍ତବ କରଆରେ ମନ ମୋରସେ କରି କରୁଣା ଦାନ,
ବୃଷ୍ଟିରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ । ୩ । 
 
ପ୍ରଭୁ ସ୍ତବ କର ଆରେ ମନ ମୋରନ ପାସୋର ତାଙ୍କ ପ୍ରେମ,
ଆହେ ସର୍ବପ୍ରାଣୀକରି ଜୟଧ୍ୱନି ଗାନ କର ପ୍ରଭୁ ନାମ । ୪ ।

mana hejire prabhu krupa ମନ, ହେଜିରେ ପ୍ରଭୁ କୃପା ସଦା ଭାବ, Odia Christian Lyrics


ମନ, ହେଜିରେ ପ୍ରଭୁ କୃପା ସଦା ଭାବ,
କରି ଧନ୍ୟବାଦ ହୋଇ ଆହ୍ଲାଦିତ
ନିରବ ତାଙ୍କୁ ସେବା … (ଘୋଷା)

ସେ ତୋହର ପାପ କରନ୍ତି ମାର୍ଜନା,
ନାଶନ୍ତି ତୋ ରୋଗ ନାନା
ଘୋର ବିପଦରୁ ବଂଚାଇଣ ପ୍ରାଣ
ନ କରନ୍ତି ଦୟା ଉଣା … |୧|

ଉତ୍ତମ ବସ୍ତୁରେ ସଦା ତୃପ୍ତ କରି
ଦିଅନ୍ତି ମଙ୍ଗଳଦାନ
ଉକ୍ରୋଶ ପକ୍ଷୀର ପରାଏ କରି
ଦିଅନ୍ତି ନୂଆ ଯୌବନ … |୨|

ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର,
ନ କରନ୍ତି ସଦା କ୍ରୋଧ,
ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ,
ଅଟନ୍ତି ପର୍ବତ ଗଡ଼ … |୩|

ଭକ୍ତ ଜନ ପ୍ରତି ତାହାଙ୍କ କରୁଣା
ସବିଦା ଥାଏ ସମାନ,
ପିତୃ ଭାବ ବହି କଟାକ୍ଷ ପକାଇ
କରୁଥାନ୍ତି ସ୍ନେହ ପ୍ରେମ … |୪|

କହଇ ଅଧମ, ଆରେ ମନ ମୋର,
ନ ପାଶୋର ତାଙ୍କ କୃପା,
ନାଶିବେ ସଙ୍କଟ, ହୋଇବ ନିକଟ,
ସଦା ଥୁବ ଅନୁକମ୍ପା .. |୫|

ସୂଚୀମାଳାକୁ ଫେରନ୍ତୁ


mu je kiye prabhu mate kahinki ete ମୁଁ ଯେ କିଏ ପ୍ରଭୁ, ମୋତେ କାହିଁକି ଏତେ ପ୍ରେମ Odia Christian Lyrics

 

ମୁଁ ଯେ କିଏ ପ୍ରଭୁ, ମୋତେ କାହିଁକି ଏତେ ପ୍ରେମ କର
ମୁଁ ନଗଣ୍ୟ ଧୂଳିରୁ ହୀନ,
କାହିଁକି ତୁମେ ମୋତେ କୋଳେ ଧର (ଘୋଷା)

ହୋଇଛି ମୁଁ ନିର୍ମିତ ଅପରାଧେ ପାପରେ ମୋର ଜନମ
ନାହିଁ ତ ମୋର କିଛି ଧାର୍ମିକତା
ମୁଁ ଯେ ନିତାନ୍ତ ଅଧମ ( ୨ ଥର)
କରି ଚିନ୍ତା ନିତ୍ୟ ତୁମେ ମୋ ପାଇଁ
ଦେଉଛି ମଙ୍ଗଳ ଦାନ ପ୍ରଚୁର || ୧ ||

ମୋର ଭାବନା ସଂକ ସବୁ, ତୁମେ ତ ଦୂରରୁ ଜାଣ
ତୁମଠୁ ଲୁଚିପାରେ କାହିଁ,
ନାହିଁ କେଉଁଠି ସେ ସ୍ଥାନ ( ୨ ଥର)
ତୁମେ ତ ପ୍ରଭୁ ଗୋ ସବୁଠି ଅଛ,
କରୁଛି ରକ୍ଷା ନିତି ମୋ ପ୍ରାଣର || ୨ ||

ସୂଚୀମାଳାକୁ ଫେରନ୍ତୁ