Sunday, March 30, 2025

ishwara jagadishwara poromeswara ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର

ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା ।
ତୁମେ କରୁଣା କରିଲେ ଊଣା    ହେବି ମୁଁ ଆଉ କାହାର ?
ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର  ା ୧ ।
 
ତୁମ୍ଭ ବିହୁନେ ଏହି ଭୂବନେ       ମୋ ମନ ସଦା ଅସ୍ଥିର,

ଗଗନେ ଯେହ୍ନେ ଧୂମ ପବନେ  କେବେ ନୁହଇ ସୁସ୍ଥିର   ା ୨ ।

ତୁମ୍ଭେ ସଙ୍ଗତେ ନ ଥିଲେ       ମୋତେ ଦିଶଇ ସବୁ ଅନ୍ଧାର,
ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର  ା ୩ ।

ସବୁ ଅସାରମିଥ୍ୟା ସଂସାର,      ନାହିଁ ବିଶ୍ରାମ ଆତ୍ମାର,
ତୁମ୍ଭ କରୁଣା କେବଳ ସିନା       ସୁଖ ଶାନ୍ତିର ନିଝର  ା ୪ ।

ହେ ପ୍ରଭୁ ଆସମୋ ହୃଦେ ବସ,              କର ତହିଁ ଅଧିକାର,
ସଙ୍ଗତେ ଥାଅଶାନ୍ତିରେ ନିଅ   ସ୍ୱର୍ଗୀୟ ପଥେ ତୁମ୍ଭର ା ୫ ।

ନିଦାନ କାଳ ହେଲେ ପ୍ରବଳ     ମନୁ ଭୟ ଦୂର କର,
ଶ୍ରୀଚରଣେ ସ୍ଥିର ଭାବରେ       ରଖହେ ଆତ୍ମା ମୋହର   ା ୬ ।

ishwara moro asaraya ଈଶ୍ଵର ମୋର ଆଶ୍ରୟ ନିକଟ ସହାୟ

ଈଶ୍ଵର ମୋର ଆଶ୍ରୟ ନିକଟ ସହାୟ
ନିର୍ଭୟ ମୋ ତାଙ୍କ ବଳେ ନାହିଁ ଆଉ ଭୟ …(ଘୋଷା)

ଦକ୍ଷିଣପାର୍ଶ୍ଵ ଛାୟା ସେ ଯେ ଜୀବନ ସାଥୀ ପ୍ରେମିକ
ଅଶେଷ ତାଙ୍କ କରୁଣା ଧାର ମଙ୍ଗଳ ଦାନ ଅନେକ
ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ନ କରିବ ଆଘାତ
ଦୃଢ଼ ଶଇଳ ତୁମ ପ୍ରତି ମୋ
ରହିଛି ଭକ୍ତି ଲୟ… |୧|

ବ୍ୟସ୍ତ କିମ୍ପା ମନ ହରିଣୀ ଘେରି ଆସେ ଯେବେ ବିପଦ
ହେଜିଲେ ତାଙ୍କ ମଧୁର ନାମ ଦୂର ହେବ ଯେତେ ସଙ୍କଟ
ପ୍ରଭୁ କେବଳ ମହୀୟାନ ଆମର ପରିତ୍ରାଣ
ଧନ୍ୟ ଲଭୁ ଏ ଛାର ଜୀବନ
ଗାଇ ତାଙ୍କରି ଜୟ… |୨|

ସୂଚୀମାଳାକୁ ଫେରନ୍ତୁ


ishwara prema chadi parena ଈଶ୍ଵର ପ୍ରେମ ଛାଡ଼ି ପାରେନା

ଈଶ୍ଵର ପ୍ରେମ ଛାଡ଼ି ପାରେନା
ଈଶ୍ଵର ପ୍ରେମ ଭୁଲି ହୁଏନା… (ଘୋଷା)

ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ଉଇଁପାରେ
ପଦ୍ମ ପଙ୍କ ଛାଡି ପର୍ବତେ ଫୁଟିପାରେ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବା
ତୁମରି ସଙ୍ଗେ ସର୍ବଦା ରହିବ … |୧|

ଛାଡ଼ିପାରନ୍ତି ପିତା ଓ ମାତା ନିଜର
ଛାଡ଼ିପାରନ୍ତି ଭଗ୍ନୀ ବା ସହୋଦର
ଛାଡ଼ିପାରନ୍ତି ଘନିଷ୍ଠ ବାନ୍ଧବ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବ |୨|

ହୋଇଛି ଯଦି ନଗନ୍ୟ ଏ ସମାଜରେ
ଭୂଷିତ ହୋଇ ନାହିଁ ଉଚ୍ଚ ପଦବୀରେ
ସମାଜ ଛାଡ଼ିପାରେ ଏ ମାନବ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବ… |୩|

ଛାଡ଼ିପାରେ ଜଳବାୟୁ ଏହି ମର୍ତ୍ତ୍ୟରେ
ଝଡ଼ ବର୍ଷା ଅବା ତୁମକୁ ଛାଡ଼ିପାରେ
ତୁମକୁ ଯଦି ସୃଷ୍ଟି ନ ଚିହ୍ନିବ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବା I୪I

ସୂଚୀମାଳାକୁ ଫେରନ୍ତୁ


iswara amaku ede prema kale ଈଶ୍ଵର ଆମକୁ ଏତେ ପ୍ରେମ କଲେ


ଈଶ୍ଵର ଆମକୁ ଏତେ ପ୍ରେମ କଲେ
ସେ ନିଜ ପ୍ରେମ ପ୍ରକାଶିଲେ,
ଆମକୁ ମୁକ୍ତ କରିବା ପାଇଁ
ଯୀଶୁ ଖ୍ରୀଷ୍ଟଙ୍କୁ ଦାନ କଲେ (୨ ଥର)
ସେ ନିଜ ପ୍ରେମ ପ୍ରକାଶିଲେ (୨ ଥର) …. (ଘୋଷା)

ଆମରି ପାଇଁ ସେ ଗଗଥାରେ
ନିଜ ପ୍ରାଣ ଦେଲେ କୃଶ ଉପରେ
କବର ଠାରୁ ସେ ନିଜ ଶକ୍ତି ବଳରେ
ଜୀବିତ ହୋଇ ପୁଣି ଉଠିଲେ….
ସେ ପଥର ଯାତ୍ରୀ ଆମେ
ଚାଲ ତାଙ୍କୁ ପୂଜିବା, ତାଙ୍କ ପ୍ରେମେ ମଜି ଆମେ ….|୧|

ପ୍ରଭୁଙ୍କ ମହିମା ସ୍ଵର୍ଗ ପୃଥିବୀରେ
ପ୍ରଶଂସା ଗୌରବ ହେଉ ସଦା ନିରନ୍ତର
ଆନନ୍ଦମୟ ସେ ଅନନ୍ତ କାଳ
ଯହିଁରେ ଆତ୍ମାର ହୁଏ ପ୍ରତିକାର
ଜୀବନର ଜ୍ୟୋତି ବୋଲି
ଋଲ ତାଙ୍କୁ ଡାକିବା ତାଙ୍କ ପ୍ରେମେ ମଜି ଆମେ ….. |୨|

ସୂଚୀମାଳାକୁ ଫେରନ୍ତୁ

ananta jibana pathe mate ଅନନ୍ତ ଜୀବନ ପଥେ ମୋତେ ନେଇଯାଅ


ଅନନ୍ତ ଜୀବନ ପଥେ ମୋତେ ନେଇଯାଅ
ଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା)

ଶୟତାନ ଆଣେ କେତେ ପରୀକ୍ଷା ଜୀବନେ
ଆଘାତ କରଇ ସେ ଯେ ଖାଲି ଅକାରଣେ
ଡରିବିନି ପ୍ରଭୁ କେବେ ସାହା ହୋଇଥାଅ …|୧|

ବିଶ୍ବାସ ନାବରେ ମୋର ଆସେ ଯେ ଭଉଁରୀ
ଧରିଥାଅ ମଙ୍ଗ ମୋର ହୋଇ ତ ନାଉରୀ
ବିଶ୍ବାସ ନଉକା ମୋର ପାରି କରି ନିଅ … |୨|

ସୂଚୀମାଳାକୁ ଫେରନ୍ତୁ


anitya sansare bhai khrista ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର


ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର
ଯାହା ଦେଖି ଯାହା କର ସବୁ ଅସାର …(ଘୋଷା)

ପିତାମାତା ବନ୍ଧୁ ଭ୍ରାତା
କେ ନୁହନ୍ତି ମୁକ୍ତିକର୍ତ୍ତା
ଖ୍ରୀଷ୍ଟ ଏକା ହଭା କତ୍ତା ଏ ଜଗତର …|୧|

ଧନମାନ ଏ ସମ୍ପତ୍ତି କେ ନୁହନ୍ତି ଆତ୍ମା ଗତି
ନ ଯିବେ ମରଣ କାଳେ ସଙ୍ଗେ କାହାର … |୨|

ଯାହା କର ଏ ସଂସାରେ ଲେଖା ହୁଏ ସ୍ଵର୍ଗପୁରେ
କରିବେ ଈଶ୍ୱର ଦିନେ ସବୁ ବିଚାର … |୩|

ଧାର୍ମିକ ଲୋକଙ୍କୁ ନେବେ ସ୍ଵର୍ଗପୁରେ ବାସ ଦେବେ
ପାପୀ ଲୋକଙ୍କୁ ରଖିବେ ନରକେ ଘୋର … |୪|

ସ୍ଵର୍ଗ ସୁଖ ନର୍କ ଦୁଃଖ ଭୋଗିବାକୁ ଅଛି ଦେଖ
ନ ହୁଅ ସଂସାରେ ରତ ଏ ଯେ ଅସାର … |୫|

ଏଣୁ ଖ୍ରୀଷ୍ଟ ଆଶ୍ରା ନେଇ ଚଳ ଏ ସଂସାରେ ଭାଇ
ଭୋଗିବ ସରଗ ସୁଖ ହେଲେ ବିଚାର … |୬|

ସୂଚୀମାଳାକୁ ଫେରନ୍ତୁ

anutapa nira nei ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର


ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର
ଭାଳେ ମୁହିଁ, ଦେଲ କିମ୍ପା ମୋ ଲାଗି ରୁଧିର … (ଘୋଷା)

ସୃଷ୍ଟି ପାଇଁ ମନେ କିମ୍ପା ସରାଗ ଯେ ଭରିଲ
ତୁମେ କିମ୍ପା ନୀରବରେ କୃଶ ବହିଗଲ
କୁଶ ଝରା ବାଣୀ ତୁମ କେତେ ଯେ ମଧୁର … |୧|

ପାପ ପଥେ ହଜିଥିଲି ତୁମେ କିମ୍ପା ଖୋଜିଲ
ମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଲ
ପତିତ ମୁଁ ଯାଏ ଛୁଇଁ ତୁମରି ପୟର … |୨|

ସୂଚୀମାଳାକୁ ଫେରନ୍ତୁ


antaru mo jhare anutapa ଅନ୍ତରୁ ମୋ ଝରେ ଅନୁତାପ ନୀର

ଅନ୍ତରୁ ମୋ ଝରେ ଅନୁତାପ ନୀର
କ୍ଷମାକର ପ୍ରଭୁ (୩ଥର) ପାପ ମୋର …(ଘୋଷା)

ପ୍ରତିଜ୍ଞା କରି ମୁଁ ପାରି ନାହିଁ ରଖି
ନିଜ ପ୍ରାଣେ କରିପ୍ରେମ ତୁମକୁ ଉପେକ୍ଷି
ଗରବ ଗାରିମା…..ଆ…. ଦୁର କର ମୋର
ଏହି ମୋ ବିନତି (୩ଥର) ଶ୍ରୀ ପୟରେ …|୧|

କି କରିବି ଏହି ଜୀବନକୁ ନେଇ
ଅପରାଧୀ ମୁହି ପ୍ରଭୁ ମଥା ଯାଏ ନଇଁ
ଜାଣି ଶୁଣି ପ୍ରଭୁ….ଉ… କଲି ମୁଁ ଅସ୍ବୀକାର
ଥରେ ନୁହେଁ ପ୍ରଭୁ ୩ଥର) ଦୁଇ ଥର … |୨|

ସୂଚୀମାଳାକୁ ଫେରନ୍ତୁ

Abhula se drushya kalbari ra ଅଭୂଲା ସେହି ଦୃଶ୍ୟ କାଲବରୀର

ଅଭୂଲା ସେହି ଦୃଶ୍ୟ କାଲବରୀର
ଅଭୂଲା ସେହି ପ୍ରେମ ଯୀଶୁଙ୍କର (୨ଥର)
ବଳି ହେଲେ କୁଶ କାଠରେ ତ୍ରାଣକର୍ତା ନୀରବରେ (୨ଥର)
ତ୍ରାଣକର୍ତା ନୀରବରେ…

ପ୍ରହାରିତ ହେଲେ ଯୀଶୁ କୋରୋଡ଼ା ପ୍ରହାରେ
ଅପରାଧୀ ନ ହୋଇ ସେ, ଜୀବନ ଦେଲେ କୁଶରେ (୨ଥର)
ସହିଲେ ନୀରବରେ ତୋ ଉଦ୍ଧାର ପାଇଁରେ (୨ଥର)
ତୋ ଉଦ୍ଧାର ପାଇଁରେ…

ରକତ ବୁହାଇ ନିନ୍ଦା ସେ ସହି ପ୍ରେମରେ ଜୀବନ ଦେଲେ (୨ଥର)
ଧୋଇଦେଇ ଅପରାଧ ସେ ପରିତ୍ରାଣ ତୋତେ ଦେଲେ (୨ଥର)

ସୂଚୀମାଳାକୁ ଫେରନ୍ତୁ

Jishu Janamara SuAbhibadana ଯୀଶୁ ଜନମର ସୁଅଭିବାଦନ

ଯୀଶୁ ଜନମର ସୁଅଭିବାଦନ…
ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ

ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣ
ଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣ
ଅଭିନନ୍ଦନ ଘେନ ଅଭିନନ୍ଦନ

ଆନଂଦ ଜନକ ଏହି ସୁସମାଚାର (ସୁସମାଚାର)
ଈଶ୍ୱରଙ୍କ ଦୂତ ମରତେ କଲେ ପ୍ରଚାରେ (କଲେ ପ୍ରଚାରେ)
ମୁକ୍ତି ସାଧିବାକୁ ସାରା ବିଶ୍ୱଜନର (ବିଶ୍ୱଜନର
ଆସିଲେ ଧାରାକୁ ଛାଡ଼ି ସରଗପୁର (ସରଗପୁର)
ବାକ୍ୟରୁପି ଇସସୁତ ଯୀଶୁରୂପେ ହେଲେ ଜାତ
ମାନବ କାରଣ…

ଅଭିନନ୍ଦନ ଘେନ ଅଭିନନ୍ଦନ

ଆସିଅଛି ବୋଲି ଯୀଶୁଙ୍କ ଜନ୍ମଦିନ (ଜନମଦିନ)
ଆନନ୍ଦେ ସଭିଙ୍କ ମନ ହୁଏ ଉତଛନ୍ନ (ହୁଏ ଉତଛନ୍ନ)
ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଗଣ (ବିଶ୍ୱାସୀ ଗଣ)
ମଧୁଗିତୀ ଗାଇ କରିବା ଜୟଗାନ (ଜୟଗାନ)
ପରସ୍ପର ମିଳିମିଶି ବାଣ୍ଟି ନେବା ହସଖୁସି (୨ଥର )
ହୋଇ ଏକ ମନ ….

ଅଭିନନ୍ଦନ ଘେନ ଅଭିନନ୍ଦନ

ସୂଚୀମାଳାକୁ ଫେରନ୍ତୁ

anhibadana ra kabita jhare ଅଭିବାଦନର କବିତା ଝରେରେ


ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେ
ସମୀର ନାଚଇ ଗହନ ବନରେ….
ସାଗରେ ଖେଳେ ତରଙ୍ଗରେ
ସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….
ନାଚି ନାଚିକା ଗାଇ ଗାଇକା
ଭାସି ଯାଉ…..(ଘୋଷା)

ପୁଲକେ ଧରଣୀ ରାଣୀ ଆକାଶେ ମିଶି
ଆକାଶ ବକ୍ଷେ ବଉଦ ଯାଉଛି ଭାସି
ଧରଣୀର ନବ ଗାନେ, କୋଇଲିର ମଧୁସ୍ମନେ ( ୨ ଥର)
ନାଚିଯିବା, ଗାଇଯିବା, କାନେ କାନେ କହିଯିବା
ମହାନନ୍ଦରେ…..|୧|

ପୂରୁବ ଦିଗେ ଜ୍ୟୋତିଷ ତାରକା ଦେଖି
ନିରୀକ୍ଷନ୍ତି ପୁସ୍ତକକୁ ଶୀଘ୍ର ତନଖି ( ୨ ଥର)
ସୁନା, କୁନ୍ଦୁରୁ, ଗନ୍ଧରସ, ଭେଟିନେଇଁ ତାଙ୍କ ପାଶ ( ୨ ଥର)
ଆପାତି ପ୍ରଣମିଲେ, ଆନନ୍ଦରେ
ବେଥିଲିହିମେ…..| ୨ |

ସୂଚୀମାଳାକୁ ଫେରନ୍ତୁ

Asimata kebe kalina tume ଅସିମତା କେବେ କଳିନ ତୁମେ

ଅସିମତା କେବେ କଳିନ ତୁମେ ମୋ ପାପ ନାମେ (୨ଥର)
ଗଭୀରତା ମୁହିଁ ପ୍ରେମର ତୁମ ମାପିନି କେବେ

ପରିଚୟ ଦେଲ ମୋର କହି ତୁମର ବୋଲି
କେହି ନୂହଁ ତୁମେ ମୋର କହି ପଥର ହେଲି (୨ଥର)
ଅଭିମାନ ତୁମେ କରିଲ ତଥାପି ଭୁଲିନ କେବେ…

ଲହୁଧାରେ ଦେଲ ପଥେ ମୋର କୁସୁମ ଭରି
ଝୁଣ୍ଢିବା ପାଇଁ ତୁମ ମୁଁ ଯେ ପଥର ହେଲି (୨ଥର)
ଅବୁଝା ଜାଣି ମୁଁ ଆଘାତ ତଥାପି ଦେଇ ନ କେବେ…

ସୂଚୀମାଳାକୁ ଫେରନ୍ତୁ

arpana karuchi mu dana ଅର୍ପଣ କରୁଛି ମୁଁ ଦାନ ତୁମରି


ଅର୍ପଣ କରୁଛି ମୁଁ ଦାନ ତୁମରି
ପ୍ରଭୁ ଗ୍ରହଣ କର ହ୍ମ ଆଦରି …(ଘୋଷା)

ପାଇନି ବୋଲି କିଛି ନାହିଁ ଆହୁରି
ଯାହା ମୋଠାରେ ଅଛି ସବୁ ତ ତୁମରି
ଶୂନ୍ୟରେ ଆସିଛି ଶୂନ୍ୟରେ ଯିବି ଫେରି
ରହିବନି ଆଉ କିଛି ଦାବି ମୋହରି, ପ୍ରଭୁ…
ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୧|

ଦେଇଛି ଉଛୁଲାଇ ଆହୁରି ଯାଚି
ମାଗିବାକୁ ଆଉ ମୋର ବାକି କି ଅଛି ?
ତୁମଠୁ ହେ ପିତା ଯୀଶୁକୁ ପାଇଛି
ତାଙ୍କ ବଳି କି ଆଉ ଲୋଡ଼ିବା ଅଛି ? ପ୍ରଭୁ…
ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୨|

ସୂଚୀମାଳାକୁ ଫେରନ୍ତୁ

Asara duniya tire bhasuthila ଅସାର ଦୁନିଆ ତିରେ ଭାସୁଥୂଲା

ଅସାର ଦୁନିଆ ତିରେ ଭାସୁଥୂଲା ମୋ ଜୀବନ
ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ

ଦେଖିଲି ପ୍ରେମିକ ସେ ଅପରିଚିତ
ହାତ ପାଦେ ତାଙ୍କ କଣ୍ଟାର ଆଘାତ (୨ଥର)
କହିଲେ ସେ ତୋର ପାଇଁ
ସହୁଛି ହେ ମୁଁ କଷଣ (୨ଥର)
ସହୁଛି ମୁଁ ଏ କଷଣ

କାତର ଅନ୍ତରେ ପଡ଼ିଲି ଚରଣେ
ଦେଖୁଲି କରୁଣା ତାଙ୍କରି ବଦନେ (୨ଥର)
ପ୍ରେମ ଭରେ ତୋଳି ନେଇ
ଦେଲେ ଅନନ୍ତ ଜୀବନ (୨ଥର)
ଦେଲେ ଅନନ୍ତ ଜୀବନ

ସୂଚୀମାଳାକୁ ଫେରନ୍ତୁ


asagada hrudaya ku sajadila ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ


ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ
ଉଜୁଡ଼ା ଏ ଜୀବନକୁ ଗଢ଼ି ଦେଲ ତୁମେ
ତୁମରି ପ୍ରେମର ପରଶେ … (ଘୋଷା)

ପଡ଼ିଥିଲି ଅପରାଧେ ଏ ଜଗତେ ଯେବେ
ଯୀଶୁ ତୁମେ ଅତି ପ୍ରେମେ ଆସିଲ ମୋ ପାଶେ
ଜାଳିଲ ଆଲୋକ ଅନ୍ତରେ ତୁମରି ସ୍ବର୍ଗୀୟ ଦୟାରେ
ପରିତ୍ରାଣ ଦେଲ ମୋତେ ତୁମ ଅନୁଗ୍ରହେ
ତୁମରି ସନ୍ତାନ ହୋଇ ନୂତନ ଜନମେ
ଶାନ୍ତି ପାଇଲି ମାନସେ … |୧|

ଆପଦରେ ବିପଦରେ ସାହା ଏକା ତୁମେ
ମୋ ଦୁଃଖରେ ମୋ ସୁଖରେ ବନ୍ଧୁ ଏକା ତୁମେ
ତୁମରି ପ୍ରେମରୁ କେ ମୋତେ-ଚ୍ଛିନ୍ନ ନ କରିବ ଜଗତେ
ଏତିକି ଭରସା ପ୍ରଭୁ ଦେଉଛ ମୋ ମନେ
ଭୟ ନାହିଁ ମୋତେ ଆଉ, ତୁମେ ଅଛ ସାଥେ
ବଞ୍ଚିବି ମୁଁ ଏହି ବିଶ୍ୱାସେ … |୨|

ସୂଚୀମାଳାକୁ ଫେରନ୍ତୁ

atula sehi premara jhara ଅତୁଳ ସେହି ପ୍ରେମର ଝର

ଅତୁଳ ସେହି ପ୍ରେମର ଝର
ଦେଖ ଝରିଯାଏ ।
କାଲବରୀଠାରେ …ହୋ … (୨ଥର) … (ଘୋଷା)

କେହି ପାରେ ନି ଜୀବନ ଦେଇ
ଏହି ଜଗତରେ
ପାପର ଦାଗ ଲିଭାଇ ଦେଇ ନିଜ ରକତରେ
ରୁର ସେହି ପାପୀ ପାଇଁ ( ୨ ଥର)
ଦେଖ ଝରି ଯାଏ
କାଲବରୀ ପରେ …ହୋ … (୨ ଥର) … |୧|

ସେ ମହା ପ୍ରେମ ପାଇବା ପାଇ
ଯାହାକୁ ସେ ଥରେ
ଜୀବନ ପାପ ଧୋଇବା ପାଇଁ
କ୍ଷମା ଲହୁ ଧାରେ
ଅସୀମ ସେହି ତ୍ୟାଗର କଥା
କୁଶ କହି ଯାଏ …
କାଲବରୀ ପରେ …ହୋ… (୨ଥର) … |୨|

ସୂଚୀମାଳାକୁ ଫେରନ୍ତୁ

Anadi ananta he parameswara ଅନାଦି ଅନନ୍ତ ହେ ପରମେଶ୍ବର

ଅନାଦି ଅନନ୍ତ ହେ ପରମେଶ୍ବର
ତୁମେ ମୋର ଦୁର୍ଗ ଆଶ୍ରୟ ମୋହର

ଦୁର୍ଦନ କି ବାତ୍ୟା ଘନ ଅନ୍ଧକାରେ
ଶରଣ ନିଏ ମୁଁ ତାଙ୍କ ପକ୍ଷ ତଳେ
ପଥ ପ୍ରାନ୍ତେ କଣ୍ଟା ପ୍ରସ୍ତର ଯେତେ
ନ ବାଯିବ ପାଦେ ଯାତ୍ରାର ପଥେ
ରକ୍ଷା କରୁଥିବେ ଦୁତ ସଦାପ୍ରଭୁଙ୍କର

ବ୍ୟାଧର ଫାନ୍ଦରୁ ମହାମାରୀଠାରୁ
ରକ୍ଷା କରି ମୋତେ ନେବେ ନିଜ ପଥେ
ସିଂହ କାଳ ସର୍ପ କରେ ପଦଚାରି
ମହା ସଙ୍କଟରୁ ଯିବି ମୁଁ ଉଦ୍ଦାରି
ପ୍ରଭୁଙ୍କର ନାମ ନେଇ ଅଧରେ ମୋହର

ଅନ୍ଧକାର ଆଉ ବିପଦ ସଂହାର
ପତ଼ୁ ବିଶ୍ବାସୀକୁ ନାହିଁ କେବେ ଡ଼ର
କାହିଁରେ ସହସ୍ର ମୃତ୍ୟୁ ଲଭିଲେ
ତୁମକୁ ଛୁଇଁବ ନାହିଁ ସେ ପାରେ
ଦୀର୍ଘାୟୁ ଦେଇ ସେ ଦେବେ ପ୍ରାର୍ଥନା ଉତ୍ତର

ସୂଚୀମାଳାକୁ ଫେରନ୍ତୁ


anao thare krusha upare ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର

ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର
ମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା)

ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗ
ମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧|

ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେ
ହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨|

ସୂଚୀମାଳାକୁ ଫେରନ୍ତୁ

atulaniya prema jishu dekhaila ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ


ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦|

ଦେଖାଇଲ ପ୍ରଭୁ ମୁକତିର ପଥ
କାଲବରୀ ଚୂଳେ ହୋଇଲା ହତ
ଝରିଗଲା ପ୍ରଭୁ ଝର ଝର ହୋଇ
ତୁମ ତପିତ ରୁଧୁର ଧାର,
ଆହାର ଦେଲ ପ୍ରଭୁ ଗୋ ଏ ଜୀବନରେ (୨ଥର)
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ …. |୧|

ତ୍ୟାଗକଲ ପ୍ରାଣ ହେ ବିଶ୍ଵନାଥ
ଜଗତେ ଖୋଲିଦେଲ ମୁକତିର ପଥ
ମୃତ୍ୟୁ ନାହୁଡ଼ ଭାଙ୍ଗି ଦେଇ ପ୍ରଭୁ
ହୋଇଥୁଲ ତୁମେ ପୁନରଥିତ,
ସ୍ଵର୍ଗଦ୍ଵାର ଖୋଲିଲ ପ୍ରଭୁ ଅନୁଗ୍ରହରେ (୨ଥର)
ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ … |୨|

ସୂଚୀମାଳାକୁ ଫେରନ୍ତୁ


Ananta jibana paibaku chahen ଅନନ୍ତ ଜୀବନ ପାଇବାକୁ ଚାହେଁ

ଅନନ୍ତ ଜୀବନ ପାଇବାକୁ ଚାହେଁ
କଣ କରିବି ମୁହିଁ (୪ଥର)
ପଚାରିଲେ ଜଣେ ଧନମାନ ବ୍ୟକ୍ତି…ଯୀଶୁଙ୍କ ଆଗ୍ରହୀ ହୋଇ -0-

ନୈତିକ ଜୀବନ କାଟୁଅଛି ନୀତି ବ୍ୟବସ୍ଥା ପାଳନ କରି ହୋ…(୨ଥର)
ଯୌବନ କାଳର ବିଧ୍ଵ ବିଧାନକୁ ନେଇଛି ମୁଁ ଆଦରି
କୁହ ଏବେ ମୋତେ କର୍ତବ୍ୟ ମୋହର (୨ଥର)
କରିବାକୁ ଚାହେଁ ମୁହିଁ (୨ଥର)
ଅନନ୍ତ ଜୀବନ…

ଯୀଶୁ ତାଙ୍କୁ ଚାହିଁ କହିଲେ ପ୍ରେମରେ ଉଣା ଗୋଟିଏ ବିଷୟ ହୋ…(୨ଥର)
କର ବିତର ଦରିଦ୍ର ମାନଙ୍କୁ ସର୍ବସ୍ବ କରି ବିକ୍ରୟ
ଅନୁଗାମୀ ହୁଅ ଅନନ୍ତ ଜୀବନ (୨ଥର)
ପାଇବାକୁ ଚାହଁ ଯଦି (୨ଥର)
ଅନନ୍ତ ଜୀବନ…

ସୂଚୀମାଳାକୁ ଫେରନ୍ତୁ

Anadi ananta he prabhu moro asima ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ


(ସ୍ବର- କେମିତି କହିବି ହେ ପ୍ରଭୁ ମୋର ଭଲ ମୁଁ ପାଉନି ବୋଲି)

ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)
ଏଡ଼େ ପ୍ରେମ କଲ ! ନିଜ ପ୍ରାଣ ଦେଲ
କରିବାକୁ ଆପଣାର

ପାପ ରୋଗେ ରୋଗି ପ୍ରତିଫଳ ଭୋଗି ସଢ଼ୁଥୁଲି ମୁଁ ଜଗତେ
ନିରାଶ ଜୀବନେ ନିରୁପାୟ ପ୍ରାଣେ ନ ଥୁଲେ କେହି ମରତେ ହୋ…(୨ଥର)
ଆସିଲ ନିକଟେ ନେଲ ନିଜ ହସ୍ତେ
ବଞ୍ଚାଇଲ ଦେଇ ନିଜ ରକ୍ତେ
ସରଗର ସୁଖ ତେଜି ମୋ କାରଣେ ମାନବ ରୂପେ ଆଇଲ
ମୋ ତ୍ରାଣ କାରଣେ ନିଜ ବଳି ଦାନେ ମୋ ପରିତ୍ରାଣ ସାଜିଲ ହୋ…(୨ଥର)
ହଜି ଯାଇଥୁଲି ଖୋଜି ଆବୋରିଲ
ପାପ କ୍ଷମି କୋଳେ ସ୍ଥାନ ଦେଲ

ସୂଚୀମାଳାକୁ ଫେରନ୍ତୁ

Ananta jibana jhare jibanta ଅନନ୍ତ ଜୀବନ ଝରେ ଜୀବନ୍ତ

ଅନନ୍ତ… ଜୀବନ ଝରେ ଜୀବନ୍ତ ପଥରଠାରେ
ଯୀଶୁ ହିଁ ତାଙ୍କରି ନାମ ଜୀବନ୍ତ ପଥର ଆମ
ତାଙ୍କରି ଚରଣେ ନିଅ ଚରଣ ଥରେ…

ଝଞ୍ଜା ବିପଦ ଆସିଲେ କେବେ ବି ସେ ଆଶା ଟଳିବ ନାହିଁ
ଶକତିରେ ଭରା ସେହି ପଥରକୁ ମରଣ ବି ଜିତି ନାହିଁ
ବୁଝିନି ମଣିଷ ହେଲେ ସେ ତା ଲାଗି ପ୍ରାଣ ଦେଲେ ସେ ମୋହରେ

କୋଣର ପଥର ଯୀଶୁ ରାଜା ହେବେ ତାଙ୍କଠାରେ ଆମେ ରହି
ଏକ ହୋଇ ଚାଲ ଗଢିବା ମନ୍ଦିର ନିଜ ମନ ପ୍ରାଣ ଦେଇ
ମନ୍ଦୀରେ ସେହି ପୂଜିବା ଯୀଶୁଙ୍କୁ ସଦା ରହି ତାଙ୍କ ଠାରେ

ସୂଚୀମାଳାକୁ ଫେରନ୍ତୁ


ananta jibana rahichi jishunka krusha ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ


ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ
ଚାଲିଯିବା ସେ ପଛେ ଚାଲିବା (ଘୋଷା)

ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)
ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)
ଆସ ଯିବା ସାନ୍ବନା ଲଭିବା .. |୧|

ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)
ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)
ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨|

ସୂଚୀମାଳାକୁ ଫେରନ୍ତୁ

antara ma kandhuchi pape padi ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର


ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର
ଅପରାଧ ମୁଁ ଅବିବେକି (୨ ଥର)
ଫେରି ମୁଁ ଆସିଛି ଅନୁତାପ କରି (୨ଥର)
କରିଛି ସତ ଅନେକ ଦୋଷ କ୍ଷମାକର ଜଗଦୀଶ …|୦|

ମନଆତ୍ମା ଭାବନା ମୋ ପାପରେ ହଜିଛି।
ଅନ୍ଧକାରେ ଏ ଜଗତେ ପାପରେ ଲୁଚୁଛି
ସାହା ହୁଅ ଏ ସହାୟ ଦୟାରେ କ୍ଷମାକର … |୧|

ଭ୍ରାତା ଭଗ୍ନି ଓ ତୋ ବିରୁଦ୍ଧ କରିଛି ପାପ ମୁଁ
ସାଧୁ ସ୍ଵାଧୀ ଓ ଯୀଶୁ ପାଶେ
ମିନତି କରେମୁଁ, କ୍ଷମାକର ପାପ ମୋର
କ୍ଷମା ର ତୁମେ ମହା ସାଗର … |୨|

ସୂଚୀମାଳାକୁ ଫେରନ୍ତୁ


Anantara jhuruchi mo galgatha ra prema ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ


ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁ
ହୃଦୟ ଜଳୁଛି ମୋ କୁଶେ ଭରା ସ୍ନେହ ପାଇଁ (୨ଥର)
କି ଯାତନା କି ଯନ୍ତ୍ରଣା ନିଜ ଅଙ୍ଗେ ନେଲ ବୋହି ହୋ…
ସେ ପ୍ରେମର ସୀମା ନାହିଁ

ବନ୍ଧୁ ବୋଲି ପ୍ରେମ କରି ଜୀବନ ଦିଏ କିଏ କାହା ପାଇଁ
ବିରଳ ସେ ପ୍ରେମର ଛବି ଆଙ୍କି ଦେଲେ ସେ ମୋ ପାଇଁ ହୋ… (୨ଥର)
ମୋ ପାପର ଜ୍ଜଳା କଣ୍ଟକ ସାଜିଲା
ବହିଗଲା ରକ୍ତ ନଇ ହୋ…
ମୋ ପାପର କ୍ଷମା ପାଇଁ

କୁଶ ପରେ କହି ଗଲେ କ୍ଷମାମୟଙ୍କର କ୍ଷମା ବାଣୀ
ପ୍ରେମରେ ସେ କିଣିଲେ ମୋତେ ଆପଣାର ପ୍ରାଣ ଦେଇ ହୋ…(୨ଥର)
ସେ ପ୍ରେମ ପାତିତ ବୁକୁର ରକତ
ବହିଥ୍ବଲା ମୋର ପାଇଁ ହୋ…
ବର୍ଣ୍ଣିବାକୁ ଭାଷା ନାହିଁ
ଆ…ଆ…ଆ…ଆ…

ସୂଚୀମାଳାକୁ ଫେରନ୍ତୁ

antara dekhanti antarjami ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି


ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି
ବୁଝନ୍ତି ମନର ବେଦନା
ଅଶାନ୍ତି ହୃଦୟ ତାଙ୍କ ବିନା
କିଏ ଦେଇପାରେ ଶାନ୍ତି ସାନ୍ତନା … |୦|

ଲୋତକର ଭାଷା ବୁଝି ସେ ପାରନ୍ତି।
ଲୋତକର ଧାରା ସେ ପୋଛି ଦିଅନ୍ତି
କ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତି
ଦିଅନ୍ତି ଅନ୍ତରରେ ସାନ୍ବନା |୧|

ମନର ଭାବନା ସେ ଜାଣି ପାରନ୍ତି।
କଳପନା ଯେତେ ସେ ବୁଝିପାରନ୍ତି
କିଛି ହିଁ ନୁହେଁ ତାଙ୍କ ଅଗୋଚର
ମଣିଷ ତା ବୁଝି ପାରେନା
ତଥାପି ସେ ଫେରି ଆସେନା |୧|

ସୂଚୀମାଳାକୁ ଫେରନ୍ତୁ


Antara mora kahe ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ


ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ
ତୋ ପାଇଁ ଜଣେ ବେଦନା ସହେ (ଘୋଷା)

ଦୋଷ ପାପ ତାପ ମିଛ ଅଭିମାନ
ବୃଥା ଗୌରବ ଆଣେ ଅପମାନ
ସେଇ ପାପ ଧୋଇ କ୍ଷମିବାର ପାଇଁ
କ୍ରୁଶ ପୁଣି ସେ ଯେ ବହେ (୧)

ଭରି ଦିଏ ମୁହିଁ ସତ ଲାଞ୍ଚନା
ଯୀଶୁ ରାଜ ପାଇଁ ଖାଲି ପ୍ରତାରଣା
ସବୁ ସାହି ଯାଇ ମୋର ମୁକ୍ତି ପାଇଁ
କ୍ଷମା ପୁଣି ସେ ଯେ ଦିଏ (୨)

ତଥାପି ସେ ସତେ ନିରିମମ ଏତେ
ଫେରିନି ଥରଟେ ତାଙ୍କରି ପଥେ
ମନ ଚାହେଁ ମୋର ହେବାକୁ ତାଙ୍କର
ଅନୁତପି ଭରା ଲୁହେ (୩)

ସୂଚୀମାଳାକୁ ଫେରନ୍ତୁ