ଆରେ ପାପୀଭାବି ରହନା ଚାଲ ତୁ ଆଉ,

ଅନନ୍ତ ନରକ ଫନ୍ଦେ କିମ୍ପାଖେଳୁଥାଉ ?

ପ୍ରଭୁ ପରି ବଳିଷ୍ଠ କିଏଣୁ ପାପ କରୁ ?   ା ୧ ।

ଯେ ଦଣ୍ଡେ ପାପୀ ମାରନ୍ତି ତାଙ୍କୁ କି ନ ଡରୁ ?    ା ୨ ।

ତୋର କପାଳ ପିତ୍ତଳଚିତ୍ତ ଲୁହା ଯେବେ,

ମହା ଶତ୍ରୁ ଶୟତାନ ନ କରୁ ବୀଜ ହରଣ,

ଶେଷେ ପ୍ରଭୁ ଭାଙ୍ଗିଦେବେ ନ ଛାଡ଼ିବେ କେବେ        ା ୩ ।

ତୋତେ ଘେନି ଯିବ ଦିନେ ଦାରୁଣ ମରଣ,

ହତାଶ ନୋହିବୁ ତୁ କି ଦଣ୍ଡାଜ୍ଞା ଶୁଣିଣ ?

ମୃତ୍ୟୁ ନ ଆସୁଣୁ ଛାଡ଼ ଦୁଷ୍ଟପଣ ସବୁ,      ା ୪ ।

ଆରେ ପାପୀଏହିକ୍ଷଣି ଫେରିଲେ ବଞ୍ôଚବୁ 

ପାପେ ନଷ୍ଟ ନୋହି ଖ୍ରୀଷ୍ଟେ ନିଅରେ ଶରଣ,           ା ୫ ।

ପୂର୍ଣ୍ଣ ହୃଦେ ଭକ୍ତି କର ତାଙ୍କ ଶ୍ରୀଚରଣ ଆରେ ପାପୀ,

ରହ ରହନ କର ଗମନ,              ା ୬ ।

ନୋହିଲେ ନରକାନଳେ ହୋଇବ ପତନ

ସୂଚୀମାଳାକୁ ଫେରନ୍ତୁ