Wednesday, April 2, 2025

asuchanti turi bajayi ଆସୁଛନ୍ତି ତୁରୀ ବଜାଇ



ଆସୁଛନ୍ତି ତୁରୀ ବଜାଇ
ପ୍ରଭୁ ଯୀଶୁ ହରଷ ହୋଇ
ବିଶ୍ଵାସୀକୁ ନେବା ପାଇଁ ପୁରସ୍କାର ଦେବା ପାଇଁ
ଆନନ୍ଦେ ଗାଅ ହେ ଭାଇ… (ଘୋଷା)

କଟି ବାନ୍ଧି ଦୀପ ଜାଳି ଜାଗ୍ରତରେ ରୁହ ଭାଇ
ନିଦ୍ରା ଭାଗି ଉଠିବାର ଶୁଭ ସମୟ ତ ଏହି
ନାହିଁ ଆଉ ବେଳ, ଗଲା ଦିନ କାଳ
କେତେ କାଳ ଥିବା ହେ ଶୋଇ… |୧|

ମୃତ୍ୟୁ ନାହିଁ ଦୁଃଖ ନାହିଁ ସ୍ଵର୍ଗରାଜ୍ୟ ଆହେ ଭାଇ
ସୁଖ ଶାନ୍ତି ଆନନ୍ଦରେ ଥିବା ଗୀତ ଗାଇ ଗାଇ
ମୁଖା ମୁଖି ହୋଇ ଯୀଶୁ ପାଶେ ରହି
କେଡ଼େ ଭାଗ୍ୟ ଆମରି ପାଇଁ .. |୨|

ରୂପାନ୍ତର ହୋଇଯିବ ଏ ମାଟି ଶରୀର ଭାଇ
ରକ୍ତମାଂସ ଶରୀରରେ ସ୍ୱର୍ଗ ପ୍ରବେଶିବା ନାହିଁ
ତୁରିର ଶବ୍ଦରେ ଏକ ମୁହୁର୍ଭରେ
ଭେଟିବା ହେ ଯୀଶୁଙ୍କୁ ଯାଇ … |୩|

ସୂଚୀମାଳାକୁ ଫେରନ୍ତୁ

asibe se mo priya jishu raja ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ


ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ ପ୍ରିୟଯୀଶୁ ରାଜା
ଚମକିବ ଧରା ହେବ ଭୀତି ଭରା …(ଘୋଷା)

ଆସିଥିଲେ ଦିନେ ଥରେ ଏହି ଧରା କୋଳେ
ଦୁଃଖୀର ଦୁଃଖରେ ପୁଣି ଦୁଃଖୀ ସେ ହୋଇଲେ
ଏଡ଼ାଇଲେ ପ୍ରତିବାଧା କଷଣ ସହିଲେ
ପାପର ଅନଳ ଝାସେ ଆହୁତୀ ସାଜିଲେ
କୁଶ ମଲେ ମୋ ପ୍ରିୟ ଯୀଶୁ ରାଜା…ମୋ ପ୍ରିୟ ଯୀଶୁ ରାଜା
ମେଘରଥେ ଚଢ଼ି ନଭ ଦେଶ ଚିରି…ଆସିବେ ସେ ମୋ … |୧|

ଶୁଭିବ ତୂରୀର ନାଦ ହଜିବ ଧରାର ନିଦ
ଭାଙ୍ଗିବ ପଥର ଛାତି ଦୁରେ ଯିବ ଦୁଃଖ ରାତି
କରିବେ ବିଚାର ଆମ ନ ଦେଶ ପରେ
ନେଇ ଯିବେ ମନୋନୀତ ଅମର ପୁରରେ
ଆସିବେ ସେ ମୋ ପ୍ରିୟ ଯୀଶୁ ରାଜା…ମୋ ପ୍ରିୟ ଯୀଶୁ ରାଜା
ବିଚାରର ଶେଷ ନେବେ ଗଉରବେ…ସ୍ଵର୍ଗପୁରେ
ମୋ ପ୍ରିୟଯୀଶୁ ରାଜା…ମୋ ପ୍ରିୟ ଯୀଶୁରାଜା … |୨|

ସୂଚୀମାଳାକୁ ଫେରନ୍ତୁ

ahe dukha hari diya anande bhari ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି


ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି 

ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ ।  

 

ମୋର ହୃଦ ତୁମ ସିଂହାସନତୁମେ ମୋର ଚିତ୍ତ ବିନୋଦନ,

କରେ ନିତ୍ୟ ତୁମ ସ୍ତୁତିଗାନଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ । 

 

ତ୍ରାଣନାଥ ତୁମେ ମୋ ଜୀବନକର ହୃଦ ପ୍ରେମ ନିକେତନ,

ବାଧ୍ୟତା ହେଉ ମୋର ଭୂଷଣଥାଏ ତୁମଠାରେ ନିରନ୍ତର । ୨ ।

ନିରାଶେ ନୋହୁ ଚିତ୍ତ ମଗନବିଶ୍ୱାସ ବଳେ ହେଉ ବଳୀୟାନ,

ଦୁଃଖସୁଖଜୀବନମରଣ, (ମୋତେ) ନ କରୁ ତୁମଠୁ କେବେ ଦୂର । ୩ ।

aahe dino bandhu phedo kasta mohoro ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର


ଆହେ ଦୀନବନ୍ଧୁଫେଡ଼ କଷ୍ଟ ମୋହର । ଘୋଷା ।
 
ତୁମ୍ଭେ ସର୍ବଶକ୍ତିମାନଦୟାରେ ସିନ୍ଧୁ ସମାନ
ତ୍ରିପୁରେ ଅସାଧ୍ୟ କିଛି ନାହିଁ ତୁମ୍ଭର । ୧ ।
 

ଦୁଃଖ-ଶୋକ-ପଙ୍କୁ କେତେ ଉଦ୍ଧାରିଛ ନିଜ ହାତେ,
କି ବର୍ଣ୍ଣିବି ତାହା ଏହି ମୁଖେ ମୋହର । ୨ ।

ଆୟୁବକୁ କୃପା କଲଘୋର ବିପଦୁ ତାରିଲ,
ଦ୍ୱିଗୁଣ ସମ୍ପଦେ ଚିତ୍ତ ତୋଷିଲ ତାର । ୩ ।

ଯାକୁବ ଭୟେ ଭ୍ରାତାର ତ୍ୟଜନ୍ତେ ପିତୃ ଆଗାର
ତୁମ୍ଭେ ସଙ୍ଗେ ରହି ଦେଲ ମଙ୍ଗଳ ବର । ୪ ।

ନାଶକ-ରୋଗେ ଆକ୍ରାନ୍ତ ହିଜକୀୟର ଆରତ 
ଶୁଣି ମୃତ୍ୟୁ-ହସ୍ତୁଁ ତାକୁ କଲ ଉଦ୍ଧାର । ୫ । 

ତଦ୍ରୁପ ଦାନିୟେଲକୁ ତାରିଲ ସିଂହର ମୁଖୁଁ,
ରାଜନ ମଣିଲେ ତା’ ଅତି ଚମତ୍କାର । ୬ ।

ଯୁନୁସ ମତ୍ସ୍ୟ ଉଦରେ ଡାକନ୍ତେ ଅତି କାତରେ,
ତା ଶୁଣି ତ୍ୱରିତ ତାକୁ କଲ ଉଦ୍ଧାର । ୭ ।

କେଡ଼େ କେଡ଼େ ବିପତ୍ତିକୁ ନାଶି ରଖିଛ ଭକ୍ତଙ୍କୁ,
କେତେକ ମାତ୍ର ବା ଏ ମୋ ବିପତ୍ତି ଛାର । ୮ ।

କହଇ ଦୁଃଖୀ ଅଧୀନପ୍ରଭୁ କରୁଣାନିଧାନ,
 ଖ୍ରୀଷ୍ଟ ହେତୁ ଏ ଦୁର୍ଗତି ନାଶିବେ ମୋର । ୯ ।

aahe traanoro poti tumbhe pheraao ଆହେ ତ୍ରାଣର ପତି,


ଆହେ ତ୍ରାଣର ପତି,

ତୁମ୍ଭେ ଫେରାଅ ମୋହର ମତି,

ଦୟା କରି ଦିଅ ଧର୍ମ ଦୀପ୍ତି । ଘୋଷା ।

ପାପ-ଅନ୍ଧକାର ନାଶ କରି ପ୍ରଭୁ ପ୍ରକାଶ ଧର୍ମ ଝଟତି,

ମନରେ ଭରସା କରି ତ୍ରାଣ ଆଶା ଚାହିଁ ଅଛି ତୁମ୍ଭ ପ୍ରତି    ା ୧ । 

 

ଉଦ୍ଧାରିବା ପାଇଁ ଅବତୀର୍ଣ୍ଣ ହୋଇ ସହିଲ କେତେ ଦୁର୍ଗତି,

ମୋର ପାପଭାର ଭୋଗିଲ ଶରୀର ନେବାକୁ ତୁମ୍ଭର କତି   ା ୨ ।

ମାରିଆ ନାରୀ ଯେ ଶ୍ରୀଚରଣେ ବସି କଲା ତୁମ୍ଭଠାରେ ଭକ୍ତି,

ସେହି ଅନୁସାରେ ପାପେ ଖେଦ କରି ଯେମନ୍ତେ ପାଇବି ମୁକ୍ତି । ୩ ।

ସ୍ୱର୍ଗ ଭକ୍ଷ ଦେଇ ବିଶ୍ୱାସ ସବଳ କର ତୁମ୍ଭେ ମୋର ନିତି,

ଏହି ଏତେବେଳେ ଜଣାଣ କରୁଛି ଘେନ ମୋହର ବିନତି   ା ୪ ।

ନୂଆ ଜନ୍ମ ପାଇ ସ୍ୱର୍ଗ ପୁରେ ଯାଇ ଯେମନ୍ତେ କରିବି ସ୍ତୁତି,

ତୁମ୍ଭର ମହିମା ଦେଖି କରି ତହିଁ ଭୋଗିବି ଆନନ୍ଦ ଶାନ୍ତି    ା ୫ ।

 ସୂଚୀମାଳାକୁ ଫେରନ୍ତୁ


aahe krusho sainyagana aaso bohono ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ

 

ଆହେ କ୍ରୁଶ ସୈନ୍ୟଗଣଆସ ବହନ

ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।

ଧ ନ୍ୟ ଯୀଶୁ ତ୍ରାତାଦଶ ସହସ୍ରେ ଧନ୍ୟ,

କ୍ରୁଶ କାଷ୍ଠେମରି କଷ୍ଟ ସାଧିଲେ ତ୍ରାଣ । ୧ । 

 

ସତ୍ୟଶାନ୍ତିଦୟାକ୍ଷମା ସେ କ୍ରୁଶେ ପୂର୍ଣ୍ଣ,

ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ । 

 

ଉଠ କ୍ରୁଶ-ସୈନ୍ୟଗଣଦୟାର କର୍ମ

ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ ।

 

 ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ,

ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ । 

 

ଧର୍ମାତ୍ମା ପ୍ରଭାବେ ଉଠକରିବା କର୍ମ,

ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।

ପାପ ପଥୁଁ ଫେରାଇବା ଯେତେକ ଜନ,

ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।

ଆହେ ଯୀଶୁକ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 

କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।

aahe krusha sainya gana aaso ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ


ଆହେ କ୍ରୁଶ ସୈନ୍ୟଗଣଆସ ବହନ
ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।
 
ଧ ନ୍ୟ ଯୀଶୁ ତ୍ରାତାଦଶ ସହସ୍ରେ ଧନ୍ୟ,
କ୍ରୁଶ କାଷ୍ଠେମରି କଷ୍ଟ ସାଧିଲେ ତ୍ରାଣ । ୧ ।
 
ସତ୍ୟଶାନ୍ତିଦୟାକ୍ଷମା ସେ କ୍ରୁଶେ ପୂର୍ଣ୍ଣ,
ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ 
 
ଉଠ କ୍ରୁଶ-ସୈନ୍ୟଗଣଦୟାର କର୍ମ
ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ । 
 
ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ
ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ ।
 
ଧର୍ମାତ୍ମା ପ୍ରଭାବେ ଉଠକରିବା କର୍ମ
ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।
 
ପାପ ପଥୁଁ ଫେରାଇବା ଯେତେକ ଜନ
ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।
 
ଆହେ ଯୀଶୁକ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 
କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।

aahe krupaa sindhu tumbho ଆହେ କୃପାସିନ୍ଧୁ, ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି


ଆହେ କୃପାସିନ୍ଧୁ,

ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି । ଘୋଷା ।

କୁଳପାବନ ହେହୃଦ-ପଦ୍ମେ ରହି ବିନାଶ ଏ ଷଡ଼ରିପୁକୁ ସମୂଳେ ।

ହୃଦୟ ଦିଅ ଧୋଇ ତବ ଶୋଣିତ ଦେଇ,

ପାତି ପ୍ରେମ ଆସନ ବସି ଜୀବନ ସାଇଁପ୍ରେମ-ପୀୟୁଷ ଧାରା ବହୁ ହୃଦୟ ଛାଇ,

ଶରଣ ସମ୍ଭାଳ ଶ୍ରୀ ପାଦେ କିଣା ଜନକୁ । ୧ ।

ପାପ ଦାବାନଳ ହୃଦ-ବନେ ମୋର ଯେବେ ପ୍ରବଳ ଉଠଇ,

ଆହେ ପ୍ରେମ ଝରଦେଇ ପ୍ରେମ-ଜଳ

ଅନଳକୁ ଦଳ ସୁଦୟା ଚିତ୍ତରେ । ୨ ।

ଯେବେ ଜଞ୍ଜାଳର ଜାଲେ ଜଡ଼ି ମୁହିଁ ଭୁଲେଁ ମୋକ୍ଷଦ ପଦକୁ,

କ୍ରୁଶ କତୁରୀ ଦେଇ   କାଟି କର ତ୍ରାହି

ଏତିକି ମିନତି ଆହେ ପାପୀ-ବନ୍ଧୁ । ୩ ।

ଯେତେ ଦିନ ମୁହିଁ     ଭବେ ବଞ୍ôଚଥାଇ

ପୂଜିବି ପଦ ଯୁଗଳ,

ଭାବେ ତବ ଦାସ,

ପୂରାଅ ମାନସବାସ ଦିଅ ଶେଷେ ପାଦେ ଅଧମକୁ । ୪ ।

ସୂଚୀମାଳାକୁ ଫେରନ୍ତୁ

ahe amoro pita swargara ଆହେ ଆମର ପିତା ସ୍ଵର୍ଗର, କରୁ ତୁମରି



ଆହେ ଆମର ପିତା ସ୍ଵର୍ଗର, କରୁ ତୁମରି ନାମେ ପ୍ରଶଂସା
ତୁମେ ପବିତ୍ର କେଡ଼େ ମହାନ୍
କରୁ ତୁମରିଠାରେ ଭରସା (ଘୋଷା)

ହେଉ ସାତ ଇଚ୍ଛା ତୁମର, ଆମରି ଧରା ପରେ
ଯେପରି ସରଗ ପୁରେ |୧|

ଆଜି ଏ ଦିନେ କରୁ ବିନତି, ଦିଅ ଆମ ଆହାର
ଲୋଡ଼ା ଯାହା ଆମର . [୨]

ଯେପରି ଆମେ କରିଛୁ କ୍ଷମା, ଦୋଷ ସବୁ ପରର
କ୍ଷମ ଦୋଷ ଆମର … I୩I

ତୁମରି ପଦେ କରୁ ମିନତି, ମନ୍ଦରୁ ଉଦ୍ଧାର କର
କର ପରୀକ୍ଷା ଦୂର … I୪I

ସୂଚୀମାଳାକୁ ଫେରନ୍ତୁ

ahuta jeu awhane ଆହୁତ ଯେଉଁ ଆହ୍ଵାନେ କରୁ ଯୋଗ୍ୟ ଆଚରଣ


ଆହୁତ ଯେଉଁ ଆହ୍ଵାନେ କରୁ ଯୋଗ୍ୟ ଆଚରଣ
ସେ ମହା ଦିନରେ ମହା ଆନନ୍ଦରେ (୨ ଥର)
ପାଇବାକୁ ପରିତ୍ରାଣ… (ଘୋଷା)

ନମ୍ରତା, ମୃଦୁତା ଦୀର୍ଘ ସହିଷ୍ଣୁତା
ପ୍ରେମର ସହିତ କ୍ଷମା ଆଚରିବା
ଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କର
ଐକ୍ୟ ରକ୍ଷା ପାଇଁ ଯତ୍ନଶିଳ ହେବା
ଏକ ପିତା ପରମେଶ୍ବର ଆମର
ଆମେ ତାଙ୍କରି ସନ୍ତାନ… |୧|

ଧାର୍ମିକତା ସତ୍ୟ ପବିତ୍ରତା ସମ
ବସନ କରିବା ନିତି ପରିଧାନ
ସୂର୍ଯ୍ୟ ଅସ୍ତ ହେବା ଆଗରୁ ମନରୁ
ରାଗ, ହିଂସା, କ୍ରୋଧ ସବୁ ତ୍ୟାଗ କରୁ
ଶୟତାନ ପାଇଁ ଦେବା ନାହିଁ ସ୍ଥାନ
ଖ୍ରୀଷ୍ଟ ହେବେ ଅଧ୍ୟିଷ୍ଠାନ… |୨|

ସୂଚୀମାଳାକୁ ଫେରନ୍ତୁ


aahaa re potito mono ଆହାରେ ପତିତ ମନ


ଆହାରେ ପତିତ ମନ,

ନ କଲୁ ଦିନେ ଭାବନଅକାରଣେ ଗଲା ଦିନ । ଘୋଷା । 

 

ତୋ ଜୀବନର ପ୍ରଭାତ ଆସି ହେଲାଣି ସମାପ୍ତ,

ତ୍ରାଣକର୍ତ୍ତା ଅନୁଗ୍ରହ ନ କଲୁ ତୁ ଆସ୍ୱାଦନ । ୧ । 

 

ତୋ ଜୀବନ ଯାତ୍ରା ମଧ୍ୟେ ସରିଲାଣି ଆସି ଅଧେ,

ଏ ଯାଏଁ ନାହିଁ ଆରମ୍ଭ ପରିତ୍ରାଣର ସାଧନ । ୨ ।

 

 ତୋର ମଧ୍ୟାହ୍ନ ସମୟ ବୃଥାରେ ହୋଇଲା ବ୍ୟୟ,

ମୃତ୍ୟୁର ରଜନୀ ଧାଇଁ ଆସଇ ଏବେ ବହନ । ୩ । 

 

ତୋ ଜୀବନ-ବୃକ୍ଷ ମୂଳେ ଦିନକୁ ଦିନ ପାହାରେ,

ଦିବା ରାତ୍ରିର କୁହ୍ରାଡ଼ି ହାଣୁଥାଏ ନିଶି ଦିନ । ୪ ।

ଏମନ୍ତ କ୍ରମେ କ୍ରମଶେ ହାଣି ତାକୁ ଅବଶେଷେ,

ପୋତିବେ ନେଇ କବରେରହିବୁ ନାରବ ସ୍ଥାନ । ୫ ।

ଆହେ ପ୍ରଭୁମୁହିଁ ଯେହ୍ନେ ଲଗାଇବି ମନଧର୍ମେ 

ଏଣୁ ମୋତେ ଶିକ୍ଷା ଦିଅ ଗଣିବାକୁ ମାସ ଦିନ । ୬ ।

aahaare potito mono ki kolu tu ଆହାରେ ପତିତ ମନ, କି କଲୁ ତୁ ମହୀରେ

 

ଆହାରେ ପତିତ ମନକି କଲୁ ତୁ ମହୀରେ ?

ନିରତେ ରତ ତୁ ହେଲୁ ଭବାର୍ଣ୍ଣବେ ରହି ରେ । ଘୋଷା । 

 

କେ ଗଢ଼ନ୍ତି କେ ଜନ୍ମାନ୍ତି କେ ପାଳନ୍ତି କହରେ,

କେ ଦେହୁଁ ଆତ୍ମାକୁ ନେଇ କାହିଁ ରଖେ କହରେ,

ତାହାଙ୍କୁ କ୍ଷଣେ ତୁ ମନେ ନ କଲୁ,

ତାହାଙ୍କ ଆଜ୍ଞା କିଛି ନ ପାଳିଲୁସଜୀବ ଛାଡ଼ି ଅଜୀବ ଭଜିଲୁ,

ନିଜ ଇଚ୍ଚାରେ ଈଶ୍ୱର ଛାଡ଼ିଲୁ । ୧ ।

ହେ ଦୟାସାଗର ପିତା ଆପଣା କୁମରକୁ

ପଠାଇଲେ ନରମେଧ ପ୍ରାୟଶ୍ଚିତ୍ତ ହେବାକୁ,

ମାରିଆ ନାମେ କୁମାରୀ ଗର୍ଭ

ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଉଦ୍ଭବ,

ମହିମାମୟ ଈଶ୍ୱର-ପ୍ରଭାବ

ପ୍ରକାଶ କରି ଗଲେ ସ୍ୱର୍ଗଠାବ । ୨ । 

 

ମୃତ୍ୟୁକୁ ନ ଡର ମନପାପ ଦୂର କର ରେ,

ସେ କହନ୍ତିମୋ ନିକଟେ ଆସିବ ଯେ ନର ରେ

ଆମ୍ଭର ରକ୍ତରେ ଶୁଚି କରିବା,

ଧ ର୍ମାତ୍ମା-ଅଗ୍ନିରେ ମନ ଶୋଧିବା,

ପବିତ୍ର କରି ସ୍ୱର୍ଗକୁ ଆଣିବା,

ଜୀବନରୂପ ମୁକୁଟକୁ ଦେବା । ୩ ।

କାଳ ଯାଉଅଛିମୃତ୍ୟୁ ଆସୁଛି ଘନାଇରେ,

ଧ ୂଳିରେ ଧୂଳି ହୋଇବୁ ମନେ କରୁ ନାହୁଁରେ,

ଏତେବେଳେ ମନ ସ୍ୱର୍ଗକୁ ଯାଅ,

ଲୋଟ ସ୍ତ୍ରୀ ପ୍ରାୟ ପଛକୁ ନ ଚାହଁ,

ଯାହା ଘଟିବ ତାହା ସବୁ ସହ,

ଘୋର ନରକେ ଆତ୍ମା ନ ବୁଡ଼ାଅ । ୪ ।

aahe prabhu suno mo nibedono ଆହେ ପ୍ରଭୁ, ଶୁଣ ମୋ ନିବେଦନ



ଆହେ ପ୍ରଭୁଶୁଣ ମୋ ନିବେଦନ । ଘୋଷା ।
 

ମୋ ହୃଦେ ତୁମ୍ଭ ପ୍ରତି ବଢ଼ାଅ ପ୍ରେମ ଭକ୍ତି,
ନାଶ କର ମୋହର ପାପ ତମ । ୧ ।

ତୁମ୍ଭ ସେବାରେ ନିତି ରଖ ହେ ସ୍ଥିର ମତି,
ସଦା କର ହେ ମୋରେ କୃପା ଦାନ । ୨ ।

ତୁମ୍ଭ ଧର୍ମାତ୍ମା ଗୁଣ କର ମୋ ହୃଦେ ଦାନ,
ସଦା ରଖ ହେ ହୃଦେ ତୁମ୍ଭ ପ୍ରେମ । ୩ ।

ଶୟତାନର ନାନା ପରୀକ୍ଷା କୁକଳ୍ପନା
ତୁମ୍ଭ ବଳରେ କର ହେ ଦମନ । ୪ ।

ତୁମ୍ଭ କୃପାରେ ନିତି ଦିଅ ହେ ପ୍ରାଣେ ତୃପ୍ତି,
ନୋହୁ ଅଭାବ ମୋରେ କୃପା ଦାନ । ୫ ।

ପ୍ରଭୁ ହେଏହି ମତ ମୋ ଜୀବନ ପର୍ଯ୍ୟନ୍ତ
ପୂର୍ଣ୍ଣ କର ହେ ମନ ବାଞ୍ଛନ । ୬ ।

ମୋତେ ଜୀବନ ଶେଷେ ନିଅ ତୁମ୍ଭ ନିବାସେ,
ସମର୍ପି ତୁମ୍ଭ ପାଦେ ଦେହ ପ୍ରାଣ । ୭ ।

aahe priyo probhu tumbho chhaamuru ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ,

 

ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ,

କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ?

 

ମୋର ଦୁର୍ବଳ ପାପୀଷ୍ଠ ଚରଣ,

କେଉଁଠାକୁ ବା କରିବି ଗମନ ?

ନାହିଁ ଅନ୍ୟ ପଥ,

ତୁମ୍ଭେ ମୋ ଜୀବନ ମୋ ପ୍ରାଣନାଥ । ୧ । 

 

ଯେତେବେଳେ ପାପ ହୋଇ ପ୍ରବଳଉଠିବ ପ୍ରଚଣ୍ଡ ଢେଉ ଆକାର,

ଘୋର ଭୟ କରିବ ଆଚ୍ଛାଦନଆକାଶେ ଯେହ୍ନେ ମେଘ କୃଷ୍ଣବର୍ଣ୍ଣ,

ସେହିକାଳେ ମୋତେକେହୁ ନେବ ଶାନ୍ତି ନଦୀର ତଟେ । ୨ । 

 

କେଉଁଠାକୁ ମୁଁ କରିବି ଗମନନ ଦିଶେ ଅମୃତ ନିର୍ଝର ଅନ୍ୟ,

ତୁମ୍ଭଠୁଁ ଦୂରକୁ କଲେ ଭ୍ରମଣକେ ଦେବ ମୋତେ ସ୍ୱର୍ଗୀୟ କିରଣ ?

ମୁହିଁ ଦୀନହୀନଘୋର ବିପିନେ ହେବି ପଥଭ୍ରମ । ୩ 

କେଉଁଠାକୁ ମୁଁ କରିବି ଗମନଶତ୍ରୁ ମୋର କରେ ଘୋର ଗର୍ଜ୍ଜନ,

ଗ୍ରାସିବାକୁ ତା’ର ଆକାଂକ୍ଷା ଭାରୀନିଶ୍ଚେ ଦୁର୍ବଳ ପ୍ରାଣ ଦେବ ସାରି,

ହେ ଦୁର୍ବଳ ବଳତୁମ୍ଭ ବିନା କେହୁ ହେବ ମୋ ଢାଲ । ୪ ।

କ୍ଷୁଧିତ ମୁଁ ଜୀବନ-ରୁଟି ଚାହେଁତୃଷିତ ମୁଁ ତୁମ୍ଭ ପାଇଁ ଧକାଏ,

ଉଲଙ୍ଗଦୁର୍ବଳମୁଁ ଦୀନହୀନଖୋଜିବି କେଉଁଠାରେ ପରିତ୍ରାଣ ?

ହେ ଜୀବନାକାରମୁଁ କି ତୁମ୍ଭଠାରୁ ହେବି ଅନ୍ତର । ୫ । 

 

ତୁମ୍ଭେ ମୋର ଅନନ୍ତ ଜୀବନଧନକେଉଁଠାକୁ ମୁଁ କରିବି ଗମନ ?

ତୁମ୍ଭ ବିନା ପାଇଲେ କ୍ଷୟ-ଧନତୃପ୍ତ ନୋହିବ ମୋ ଅନ୍ତଃକରଣ,

ତୁମ୍ଭଠାରୁ ଭିନ୍ନ ହେଲେ ମୁଁ ନିତାନ୍ତ ଦୁର୍ଭାଗ୍ୟ ଜନ । ୬ । 

 

ଯଦ୍ୟପି ମୁଁ ମୁଢ଼ ପାପୀ ଅଧମତୁମ୍ଭଠୁଁ ଦୂରକୁ କରେ ଗମନ,

ଟାଣ ତୁମ୍ଭର ପ୍ରେମ-ରଜ୍ଜୁ ଧରିତୁମ୍ଭ ଚରଣକୁ ଆଣ ଓଟାରି,

ଆହେ ପ୍ରାଣପତିକେଉଁ ସ୍ଥାନକୁ ମୁଁ କରିବି ଗତି । ୭ । 

 

ମୃତ୍ୟୁ ଯେଉଁକାଳେ ଆସିବ ମୋରତୁମ୍ଭ ବିନା କେ ହେବ ଆଶ୍ରା ମୋର ?

କାହାର ବଳେ ମୁଁ ଜୟ କରିବିମୃତ୍ୟୁ ନାହୁଡ଼ ଭାଙ୍ଗି ପକାବି ?

ଅନନ୍ତ ଜୀବନକେଉଁଠାକୁ ମୁଁ କରିବି ଗମନ । ୮ ।

 

ତୁମ୍ଭକୁ ପୁନରାଗମନ ଦିନେ କରିବି ଦର୍ଶନ ବ୍ୟୋମ-ବିମାନେ,

ସେଦିନ ତୁମ୍ଭର କୃପାରୁ ମୁହିଁମହାନନ୍ଦେ ରଥେ ଯିବି ପଳାଇ,

ତୁମ୍ଭ ବାକ୍ୟ ଦେଖ ଅଟେ ଅନନ୍ତ ଜୀବନଦାୟକ । ୯ ।

ahe prabhu tuma karunare ଆହେ ପ୍ରଭୁ ତୁମ କରୁଣାରେ ମୋତେ


ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟାକର
ତୁମ କୃପା ବାହୁଲ୍ୟାନୁସାରେ
ଅଧର୍ମ ମାର୍ଜନା କର ||o||
ମୋ ଅପରାଧର ପ୍ରକ୍ଷାଳନ କର
ମୋତେ ପାପୁ ଶୁଚି କର ।

ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟା କର
ତୁମ କୃପା ବାହୁଲ୍ୟନୁସାରେ, ଅଧର୍ମ ମାର୍ଜନା କର… (ଘୋଷା)

ମୋ ଅପରାଧର ପ୍ରକ୍ଷାଳନ କର
ମୋର ପପୁ ଶୁଚି କର
କରୁଛି ସ୍ଵୀକାର ଅଧର୍ମ ମୋହର
ପାପ କରେ ନିରନ୍ତର
ପାପ କରେ ମୁହ ନିରନ୍ତର ( ୨ ଥର)
ଧୋଇଦିଅ ପାପ ମୋର… |୧|

ଦେଖ ଅପରାଧେ ନିରିମିତ ହେଲି।
ମାତା ଗରଭେ ରହିଲି
ଧନ୍ୟ ପ୍ରଭୁ ତୁମେ ସତ୍ୟତା ଲୋଡ଼ିଲ
ଜ୍ଞାନ, ଶିକ୍ଷା ଦେବା ପାଇଁ
ଭରିଯାଉ ଜ୍ଞାନେ ମୋ ଅନ୍ତର (୨ ଥର)
ଏତିକି ମନତି ମୋର… |୨|

ଏଶୋବ ଦେଇ ନିରିମଳ କର, ତହିଁରେ ମୁଁ ଶୁଚି ହେବି
ପ୍ରକ୍ଷାଳନ କର ହୀମଠାରୁ ଶୁକ୍ଳ, ତହିଁରେ ପବିତ୍ର ହେବି
ଶରଣ ନେଉ ତୁମ ପୟରେ (୨ ଥର)
ଏ ମିନତି ଘେନ ମୋର…. |୩|

ସୂଚୀମାଳାକୁ ଫେରନ୍ତୁ

aahe pitaa ishwara boro konyaanka ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ


ଆହେ ପିତା ଈଶ୍ୱରବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା ।

କର କରୁଣା ଦାନଯେସନ ହୋଇବ ଏକ ଏ ଦୁଇଜଣ,

ଜୀବନଯାଏ ପାଳନ କରିଣ ଏହି ବିଧାନ,

କାଟିବେ ଜୀବନ କରି ପ୍ରେମ ଆଚାର । ୧ । 

 

ଯେହ୍ନେ ଏ ଦୁଇ ଲୋକଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ,

ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ ।

ସୂଚୀମାଳାକୁ ଫେରନ୍ତୁ