ଯୀଶୁ ଯେଉଁ ଶବ୍ଦ କେମନ୍ତ ଆମୋଦ ! 

ଶ୍ରବଣେ ଲାଗେ କି ମନୋହର ! 

କରେ ଚିତ୍ତାହ୍ଲଦଖଣ୍ଡାଏ ପ୍ରମାଦମନକୁ ଲାଗଇ କି ମଧୁର !

ଯୀଶୁ ନାମ ପରିତ୍ରିଭୁବନେ ନାହିଁ ମନୋହାରୀ,

ଯୀଶୁ ନାମ ଚିତ୍ତେ ଗୁଣ ଅବିରତେନେବେ ସର୍ବ ପାପ ତାପ ହରି । ୧ ।

ଯୀଶୁ ଶବ୍ଦ ଭାବ ମୁକ୍ତିଦାତା ସିଦ୍ଧପାପୀଙ୍କି କରନ୍ତି ସେ ଉଦ୍ଧାର,

ଜନ୍ମ ପୂର୍ବେ ଏହି ନାମ ପ୍ରକାଶନ ଦୂତ ଦ୍ୱାରା ଯୁଷଫ ଛାମୁର;

ଖ୍ରୀଷ୍ଟ ଶବ୍ଦ ଅର୍ଥମୁକ୍ତି ପଦରେ ସେ ଅଭିଷିକ୍ତ,

ଯୀଶୁଖ୍ରୀଷ୍ଟ ନାମ କର ହେ ଭଜନସର୍ବ ପାପୀ ହେବ ପାପୁଁ ମୁକ୍ତ । ୨ । 

 

ସ୍ୱର୍ଗତଳେ ମନୁଷ୍ୟଗଣ ମଧ୍ୟରେ ଅନ୍ୟେ ଦିଆ ନାହିଁ ଏହି ନାମ

ଯୀଶୁ ବିନା ଆଉ ପରିତ୍ରାଣ ନାହିଁଯୀଶୁ ନାମ ମୁକ୍ତିଦାତା ଜାଣ;

ଯୀଶୁଖ୍ରୀଷ୍ଟ ବିନାଆଉ ନାହିଁ ପାପର ମାର୍ଜ୍ଜନା,

ଯୀଶୁଖ୍ରୀଷ୍ଟ ନାମ କର ହେ ଭଜନଯତ୍ନେ କର ତ୍ରାଣର ସାଧନ । ୩ ।