ମୁଁ ଯେ ଏକା ଅବୁଝା ପୁଆଝିଅ ତୁମର
କ୍ଷମା ଦେଇ ବାରେ ମୋତେ କର ନିଜର (ଘୋଷା)

କେତେ ଥର ମୁଁ ତୁମକୁ କୃଶେ ଝୁଲାଇଛି,
ଶରୀରେ ତୁମରି କେତେ କ୍ଷତ କରି ଚାଲିଛି,
ନୁହେଁ ମୁଁ ତିଳେ ଯୋଗ୍ୟ ତୁମର ( ୨ ଥର)
କ୍ଷମା ଦେଇ ବାରେ ମୋତେ କର ନିଜର || ୧ ||

ଅପବ୍ୟୟୀ ପୁତ୍ର ନ୍ୟାୟ ଆଜି ଫେରି ଆସିଛି
ସବୁ ଦୋଷ ମୋର ତୁମ ଚରଣରେ ରଖୁଛି
ହୃଦୟ ତୁମ ଅତି ଉଦାର ( ୨ ଥର)
କ୍ଷମା ଦେଇ ବାରେ ମୋତେ କର ନିଜର || ୨ ||

ସୂଚୀମାଳାକୁ ଫେରନ୍ତୁ