ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ
ଜାଲ ଧରିବୁ ନାହିଁ ଆଉ ଆମେ ବାକ୍ୟକୁ ଧରିବୁ
ହା… ହା…ହାଲେୟା (ଘୋଷା)

ଯୀଶୁଙ୍କ ଡାକ ଶୁଣିଯିବୁ, ଜାଲ, ନଉକା, ଛାଡ଼ିଦେବୁ
ଭବ ସମୁଦ୍ର ବୁଲି ବୁଲି ସୁସମାଗ୍ଧର କହିଯିବୁ
ହା… ହା…ହାଲିୟା || ୧ ||

ସଜାଡ଼ିବୁନି ଚୌକା ସବୁ, ଜନ ମନକୁ ସଜାଡ଼ିବୁ
ଭଙ୍ଗାଚୁନା ମନ ସବୁକୁ, ଯୀଶୁଙ୍କ କତିକୁ ଆଣିବୁ
ହା…ହା…ହାଲ୍ଲିଲୁୟା || ୨ ||

ଜନପୂର୍ଣ ଜାଲ ଟାଣିବୁ ସ୍ଵର୍ଗ ଖୋଳେଇରେ ସବୁ
ଏକଶ ତେପନ ବଡ଼ ମାଛ ଗୋଟି ଗୋଟି କରି ଗଣିନେବୁ
ହା…ହା…ହାଲ୍ଲିଲୁୟା || ୩ ||

ସୂଚୀମାଳାକୁ ଫେରନ୍ତୁ