ଯୀଶୁ ଶରଣ ମୁଁ ଧରିବିକେବେ ହେଁ ମୁଁ ନ ଛାଡ଼ିବି,

ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା ।

ଯେତେ ରୂପେ ନିଜେ ଉପାୟ କରିଲିମନକୁ ସାଧି ନ ପାରିଲି,

ମନ୍ଦମତି ଦୁଃଖ ଦେଲା ନିତି ନିତିଆଉ ସହି ମୁଁ ନ ପାରିଲି । ୧ । 

 

ତୃଷାକୁ ଲବଣ ଅମ୍ବୁ ଯେଉଁମତେପୂଣ୍ୟକର୍ମ ହେଲା ସେମତେ,

ଅଶାନ୍ତ ମନ ତ ଶାନ୍ତି ନ ପାଇଲାକେତେ ନିତ୍ୟ ଦହି ହୋଇବି । ୨ ।

କୃତ ପାପ ଭାବି ଭୟ ନ କରିବିସ୍ୱ-ପୁଣ୍ୟ ଆଶା ନ ରଖିବି,

ତାଙ୍କୁ ମୋର ତ୍ରାଣ ମୋ ପୂଣ୍ୟନିଧାନତାଙ୍କୁ ମୋର ସବୁ ମଣିବି । ୩ ।

ପାପୀ ଦୀନହୀନ ଆରତକୁ କର୍ଣ୍ଣ ଡେରିଛନ୍ତି ସେ ଅନୁକ୍ଷଣ,

ନମ୍ର ହୋଇ ତାଙ୍କ ପାଦେ ପଡ଼ି ମୁହିଁ ଦୁଃଖ ମୋର ସବୁ କହିବି    ା ୪ । 

 

ଜାଣେ ମୁହିଁ ମହାପାପୀପରିତ୍ରାଣ ତାଙ୍କ ମୁକୁଟର ଭୂଷଣ,

ନିଶ୍ଚେ ମୁଁ ତାଙ୍କରି ପାଦ ଅନୁସରି କେବେ ହେଁ ନିରାଶ ନୋହିବି । ୫ ।