ମିଳିବ କେଉଁଠି ଅମୃତ ଜଳ
ପାଇବି କେଉଁଠି ଆଶ୍ରୟ ସ୍ଥଳ
କ୍ଲାନ୍ତ ମୋର ତନୁ ମନ
ଭାରଗ୍ରସ୍ତ ଜୀବନ (ଘୋଷା)

କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳ
କାହିଁ ଗଲେ ସିଏ
କ୍ରୁଶ କାଠେ ଝୁଲି ପାପି ପାଇଁ ଯିଏ ଢାଳିଥିଲେ ପ୍ରାଣ
କାହିଁ ଗଲେ ସିଏ
ସେହି ଯୀଶୁ ମୋର ଦୃଢ ଆଶ୍ରୟ
ପଥିକ ମୁହିଁ ଯେ ସିଏ ଜଳାଶୟ (୧)

ଛୁଇଁ ଦେଲେ ଯିଏ ପଲକେ ବଦଳେ ପାପିର ଜୀବନ
ମୁହିଁ ତାଙ୍କୁ ଖୋଜେ
ହୃଦୟକୁ ମୋର ଚରଣେ ତାଙ୍କରି ଥୋଇଲେ ପାଇବି
ପାପ କ୍ଷମା ମୁହିଁ
ତାଙ୍କରି ଜୁଆଳି ବହି ମୁହିଁ କାନ୍ଧେ
ଚାଲିବି ସେ ପଥ ମହା ଆନନ୍ଦେ (୨)

ସୂଚୀମାଳାକୁ ଫେରନ୍ତୁ