ଯୀଶୁ ପ୍ରିୟ ଗୁଣନିଧିତୁମ୍ଭେ ଅମର ଔଷଧ ହେ

ନରଗଣ ପାପ-ବ୍ୟାଧି ସବୁ ଆପେ କଲ ଶୁଦ୍ଧି ହେ । ଘୋଷା 

ଅସୀମ ଗୁଣ ଅନାଦି ରୂପ ଧରି ପ୍ରେମନିଧି

ପରଲାଗି ଆପେ ମରିଏପରି କେ ପାରେ ସାଧି ହେ । ୧ ।

ଅଭିଷିକ୍ତ ତ୍ରାଣନିଧିଅଛ ପୂବୁଁ ଅଦ୍ୟାବଧି,

ମୁକ୍ତିଦାନେ ସୁପ୍ରସିଦ୍ଧିହର ପାପ-ମହାବ୍ୟାଥି ହେ      ା ୨ । 

 

ଉତ୍ତମ ବୈଦ୍ୟ ସୁବୁଦ୍ଧିବିନା ମୂଲ୍ୟରେ ଔଷଧି

ଯାଚୁଅଛ ନିରବଧିନିଅ ଖାଅ ହୁଅ ଶୁଦ୍ଧି ହେ          ା ୩ । 

 

ଏସନ ଦିବ୍ୟ ଔଷଧି ଦେଇ ଗଲ ସ୍ୱର୍ଗ ଗାଦି,

ଦୂତଗଣେ ସେବାବିଧି କରୁଛନ୍ତି ନିରବଧି ହେ          ା ୪ ।

ସୂଚୀମାଳାକୁ ଫେରନ୍ତୁ