ଯୀଶୁ ତୁମ୍ଭେ ମୋର ପ୍ରାଣମୋର ମହା ପରିତ୍ରାଣ,
ତୁମ୍ଭେ ମୋର ଅନନ୍ତ ଜୀବନମୋର ଶୁକ୍ଳ ପରିଧାନ । ଘୋଷା ।

ତୁମେ ଦୀନ-ଦୟାସିନ୍ଧୁଉପକାରୀ ପ୍ରିୟ ବନ୍ଧୁ;
ପ୍ରେମେ ତୁମ୍ଭେ ମୋ ଲଗା ହୋଇଣକ୍ରୁଶେ ଦେଲ ନିଜ ପ୍ରାଣ । ୧ ।

ତୁମ୍ଭେ ମୋ ପରମ ଗୁରୁମୋ ରକ୍ଷା ଆଶ୍ରୟ ମେରୁ;
ତୁମ୍ଭେ ପଥ ସତ୍ୟତା ଜୀବନମହାମହିମ ରାଜନ । ୨ ।

ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନଜଗଜ୍ୟୋତିଃ ଜ୍ଞାନାଞ୍ଜନ;
ତୁମ୍ଭ ବିନା ଅନ୍ଧ ମୋ ନୟନବୃଥା ହେବ ଆତ୍ମା ପ୍ରାଣ । ୩ ।

ତୁମ୍ଭେ ସମସ୍ତରେ ସବୁଇହ ପରେ ମୋର ବିଭୁ;
ହୁଅ ପ୍ରଭୁ ମୋଠାରେ ପ୍ରସନ୍ନନେଲି ଶ୍ରୀପାଦେ ଶରଣ । ୪ ।