ଯୀଶୁ ନାମେ ଯେ ଭାବ ଅଛିକେବଳ ବିଶ୍ୱାସୀ ସିନା ଜାଣୁଛି,

ଅମୃତ ନିର୍ଝର ବହେ ଝର ଝରତଟକା ମଧୁରୁ ମିଷ୍ଟ ଲାଗୁଛି । ଘୋଷା ।

ଯୀଶୁ ଖ୍ରୀଷ୍ଟ ସ୍ୱର୍ଗୀୟ ନାମସ୍ୱର୍ଗଦୂତ ଦ୍ୱାରା ପ୍ରଦାନ,

ଅଟଇ ସେ ନାମ କେଡେ ଼ମିଷ୍ଟତମଯେ ଚାଖେ ତା ଗୁଣ ସେହି ଜାଣୁଛି । ୧ । 

 

ଯୀଶୁ ନାମ ପାଇବା ପାଇଁସ୍ୱର୍ଗ ପୃଥ୍ୱୀରେ କେହି ନାହିଁ,

ପାପୀର ଜୀବନ ଅଟେ ଖ୍ରୀଷ୍ଟ ନାମମୋ ମନକୁ କେଡ଼େ ମିଷ୍ଟ ଲାଗୁଛି । ୨ ।

ଯୀଶୁ ତ୍ରାଣକର୍ତ୍ତା ଅଟନ୍ତିପାପୀ ପାଇଁ ସେ ମରିଛନ୍ତି,

ପାପୀଙ୍କର ପାପ ଆପେ କଲେ ଭୋଗଏମନ୍ତ କେହି କି ଜଗତେ ଅଛି । ୩ ।

ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତିମୃତ୍ୟୁ ନାହୁଡ଼ ଭାଙ୍ଗିଛନ୍ତି,

ତାଙ୍କ ସନ୍ନିଧାନ ଆସେ ଯେଉଁ ଜନପାପ ରୋଗୁଁ ସେହି ସୁସ୍ଥ ହେଉଛି । ୪ ।

 

ଯୀଶୁ ଖ୍ରୀଷ୍ଟ ଚରଣେ ଚିତ୍ତରହୁ ମୋହର ଅବିରତ,

ମୋର ସେହ ିନାମ ହେଉ ନିତ୍ୟ ଧ୍ୟାନଏହା ମୁଁ ଛାମୁରେ ନିବେଦୁ ଅଛି । ୫ ।