ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ  ା ଘୋଷା । 

 

ମୋ ଗମ୍ୟ ରହିତବର୍ଣ୍ଣନା ବର୍ଜିତଅଟେ ଉପମାରହିତ ହେ,

ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ   ା ୧ । 

 

ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ,

ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ ହେ । ୨ ।

 

ଅନ୍ୟେ ନାହିଁ ତୃପ୍ତିନାହିଁ ମନେ ତୁଷ୍ଟି ହେ ପ୍ରଭୁ ତୁମ୍ଭ ବିହୁନେ ହେ,

ତୁମ୍ଭେ ମୋର ବଳତୁମ୍ଭେ ମୋର ଢାଲତୁମ୍ଭେ ମୋର ପରିତ୍ରାଣ ହେ । ୩ । 

 

ହେ ପ୍ରେମ କିରଣଆସ ହେ ବହନଉଦେ ହୁଅ ମୋର ମନେ ହେ,

ଦୂର କରି ଶୋକ ମୋର ଭୟ ଦୁଃଖ ପ୍ରେମେ ତୃପ୍ତ କର ମନ ହେ        ା ୪ ।