ମୁହିଁ କି ଦେଇ କି ଧନ ନେଇ ଶୁଝିବି ଯୀଶୁ ପ୍ରେମ ?

ରତ୍ନ ସୁବର୍ଣ୍ଣ ନୁହେଁ ସମାନ ଦେବାକୁ ପ୍ରତିଦାନ            । ଘୋଷା ।

ଆହା ଏକି ପ୍ରେମ ମୋ ପ୍ରାଣ କାରଣ ଯୀଶୁ କଲେ ନିଜ ପ୍ରାଣଦାନ,

ସହିଲେ କଷଣ ନିନ୍ଦା ଦୂଷଣ କେତେ ଅପମାନ        ା ୧ ।

ହେବାକୁ ନିର୍ମଳ ପାପ ଦାଗ ମୋର ସେହି ଢାଳିଲେ ଆପଣା ରୁଧିର,

ପାପଭାର ବହି ଶୁଝିଛନ୍ତି ସେହି ମୋର ପାପ ଋଣ    ା ୨ । 

 

ମୋର ଶାନ୍ତି ପାଇଁ କେତେ ଶାସ୍ତି ସହି ସମର୍ପିଲେ ଯୀଶୁ ଦେହ ଜୀବନ 

ହୋଇଲେ ନିଧନ କରିବାକୁ ଦାନ ମହା ପରିତ୍ରାଣ  ା ୩ ।

ହେ ପ୍ରେମସାଗର ଈଶ୍ୱର କୁମରତୁମ୍ଭଙ୍କୁ ଦେବାକୁ କି ଅଛି ମୋର ?

ମୁହିଁ ଅଭାଜନ କରଇ ଅର୍ପଣ ଶ୍ରୀଚରଣେ ଦେହ ପ୍ରାଣ            ା ୪ ।