ଭାବନା କିମ୍ବା ମନ ନିରତ ?

ପ୍ରଭୁ ଅଟନ୍ତି ତୋ ପ୍ରାଣ ନାଥ । ଘୋଷା ।

କିପାଇଁରେ ମନ ହେଉ ଛନଛନ ଅସାର ଚିନ୍ତାରେ ଅବିରତ ?

ତୋର ଜନ୍ମାବଧି ସେହି ଦୟାନିଧି ସଦା ଅନୁଗ୍ରହେ କଲେ ପରିତୃପ୍ତ । ୧ । 

 

କିପାଇଁ ନିରାଶଧର ହେ ସାହସଆଗ ବଢ଼ି ଚାଲ ଧର୍ମପଥ,

ଯାର ବାହୁବଳ ଅଟେ ତୋର ଢାଲ ତାଙ୍କ ଚରଣେ ସମର୍ପି ଦେହ ଚିତ୍ତ । ୨ା 

 

ବିପଦେ ସହାୟ ଅଟନ୍ତି ଆଶ୍ରୟଆଉ କିମ୍ବା ତୋର ଭୟଚିତ୍ତ ?

ପାପ ତାପ ସର୍ବ ହୋଇବ ବିନଷ୍ଟଶତ୍ରୁ ଗର୍ବବଳ ସବୁ ହେବ ନତ । ୩ । 

 

ରଖିବେ ସେ ଧରି କରୁଣା ଆବୋରିସବୁ ଶୋକ ଦୁଃଖ ଦୂର କରି,

ରାତ୍ର ଦିବସରେ ଚାହିଁ କଟାକ୍ଷରେ ପ୍ରହରୀ ରଖିବେ ସେ ଦିବ୍ୟଦୂତ । ୪ । 

 

ବିଷମ ଦୁର୍ଦ୍ଦଶା ସନ୍ନିକଟ କାଳେ ଦୟାରୂପ ଢାଲ ଦେବେ କରେ

ଜୀବନ ସରିକି ପାରିବେ କରି କି ପାପ ତାପ ଆଉ ଶୟତାନ ଭୂତ ?

ସୂଚୀମାଳାକୁ ଫେରନ୍ତୁ