ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ

ଯାହା ବିରହେ କ୍ଷଣେ ଫାଟିଯାଏ ବୁକ । ଘୋଷା ।

ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ

ଅନ୍ଧାର ଦିଶୁଥାଏ ତ୍ରିଭୁବନ,

(ଆହା) ସେହି ମୋ ଚାରୁମୁଖହରେ ଗୋ ସବୁ ଦୁଃଖ,

ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ । ୧ । 

 

ସଂସାରେ ପଡ଼ିଯାଏ ମୁଁ ଘୂର୍ଣ୍ଣିବାତେ,

ଉଠାନ୍ତି କି ସୁହାଗେ ଧରି ହାତେ,

ଆହା) ଭୁଲିଯାଏ କଷଣନାଚେ ମୋ ପ୍ରାଣ ମନ,

ଆନନ୍ଦେ ପାସୋରଇ ସବୁ ଦୁଃଖ । ୨ 

ସୂଚୀମାଳାକୁ ଫେରନ୍ତୁ