ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି

ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି

(ତାଙ୍କ) ସିଂହାସନ ଯିବ ଟଳି  । ୦ ।

 

ଯଦି ଅନ୍ଧକାର ହୁଏ ଗାଢ଼ତର

ପଥ ଯାଉ ତୁହି ଭୁଲି 

ଆକୁଳ ଅନ୍ତରେ ଡାକଟାଏ ଦେଲେ

ଦୁଇ ହାତେ ନେବେ ତୋଳି  । ୧ ।


ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ

ଆସେ ଯେବେ ତୋର ତରୀ ଆକୁଳ ଅନ୍ତରେ ଡାକଟାଏ ଦେଲେ 

ଢେଉ ଯିବ ଅପସରି   । ୨ ।

 

କଳା ମେଘ ଯେବେ ଘୋଟେରେ ଆକାଶେ

ଘଡ଼ଘଡ଼ି ଦିଏ ମାରି ଆକୁଳ ଅନ୍ତରେ ଡାକଟାଏ ଦେଲେ          

ଧରିବେ ହସ୍ତ ବିସ୍ତାରି   । ୩ 

 

ମାଡ଼ି ଆସେ ଯେବେ ଝଡ଼ ତୋଫାନରେ

ଆଶ୍ରା ଯାଏ ତୋର ଭାଜି

ଆକୁଳ ଅନ୍ତରେ ଡାକଟାଏ ଦେଲେ 

ଯୀଶୁ ତୋ ଆଶ୍ରୟ ଗିରି          । ୪ ।

ସୂଚୀମାଳାକୁ ଫେରନ୍ତୁ