ମୋ ପାପର କ୍ଷମା ପାଇଁ ଯୀଶୁଙ୍କୁ ମୁଁ ପାଇଛି।
ଯେତେ ମୋର ପାପ ଦାଗ ତାଙ୍କ ରକ୍ତ ଧୋଇଛି… (ଘୋଷା)

ଗୋଟି ଗୋଟି ପାପ ମୋର ହେଲା ପରବତ ସମ
ଚାପିଗଲି ଯେବେ ମୁହିଁ ପାପେ ପରାଜିତ ହୋଇ
ଉଦ୍ଧାରିଲେ ଯୀଶୁ ମୋତେ ନିଜର ଶୋଣିତ ଦେଇ… |୧|

ମୃତ୍ୟୁଛାୟା ପାରିନି ମୋତେ ବାନ୍ଧିବାକୁ ତାର ସୁତେ
ବନ୍ଧା ଯାଇଅଛି ମୁହଁ ଯୀଶୁଙ୍କ ରକତ ଦେଇ
ବସିଅଛି ତାଙ୍କ ପାଦେ ନୂତନ ଜୀବନ ପାଇ… |୨|

ସୂଚୀମାଳାକୁ ଫେରନ୍ତୁ