ଯାଉଛି ଦିନ ବହି ମନ ଜାଣୁ ନାହିଁ କି । ଘୋଷା । 

 

ହୁଏ ଉଛୁର ପଥ ଅଛି ଅପାର,

ଅଳସରେ ବସି ରହିଅଛୁ କାହିଁକି । ୧ । 

 

ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ,

ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି । ୨ । 

 

କରିଣ ପଣ ନ କଲେ ପ୍ରାଣପଣ,

ମୁକୁଟକୁ ଅନ୍ୟ ହରି ନେବ ନାହିଁ କି । ୩ । 

 

କରୁ ବିଚାରକାଳ ଅଛି ଅପାର,

ଦେଖ ଧାଇଁ ଆସୁଅଛି କାଳ କତିକି । ୪ । 

 

ଧାଅଁ ବହନ ଧରି ଦଳ ନୂତନ,

ନୁହଁ ସ୍ଥଗିତ ମୁକୁଟ ପ୍ରାପ୍ତି ସରିକି । ୫ ।