Thursday, February 20, 2025

Juba mesa pabitra khrista jisu prabhu ଯୁବା ମେଷ ପବିତ୍ର ଖ୍ରୀଷ୍ଟ ଯୀଶୁ ପ୍ରଭୁ ଯୁଦ୍ଧରେ Odia Christian Lyrics

ଯୁବା ମେଷ ପବିତ୍ର ଖ୍ରୀଷ୍ଟ ଯୀଶୁ ପ୍ରଭୁ ଯୁଦ୍ଧରେ ବୀର ତୁମେ ସ୍ବୟମ୍ଭ

ତବ ଶ୍ରୀ ଛାମୁରେ ଆଶୁ ଦିଅ ବାରେ ଏ ଦୀନ ପାପୀ ଜନଙ୍କୁ (ଘୋଷା)


ଯୁବା ଜୀବନରେ ସମ୍ମୁଖ ଯୁଦ୍ଧରେ ଦାଉଦ ନାମ ରଖିଥିଲା

ପରମେଶ୍ଵରଙ୍କ ମନ ମୁତାବକ ଯୁଦ୍ଧରେ ଜୟୀ ହୋଇଥିଲା

ପରମେଶ୍ୱର ପକ୍ଷେ ଯୁଦ୍ଧ କରିବାକୁ ନିଜ କୌଶଳ ଦେଲ ତାଙ୍କୁ || ୧ ||


ଯୁବା ସିଂହ ସିଏ ଆମ ଖ୍ରୀଷ୍ଟ ସେ ତ ଅଟନ୍ତି ସଂଗ୍ରାମରେ ବୀର

ଭୟ ନାହିଁ ଆଉ ଜୟ କରିବାକୁ କଟି ବନ୍ଧନ ଦୃଢ଼ କର

ସପକ୍ଷେ ଅଛନ୍ତି ସାହାସ ଦିଅନ୍ତି ବିଶ୍ବାସରେ ଚାଲୁ ଆଗକୁ || ୨ ||


ସୂଚୀମାଳାକୁ ଫେରନ୍ତୁ

No comments: