ଯୀଶୁ ଖ୍ରୀଷ୍ଟ ନାମ ତରୀ

ତହିଁ ଚଢ଼ି ମନ ହୁଅ ପାରି ହେ । ଘୋଷା । 

 

ଦେଖିଣ ପ୍ରବଳ ପାପର କଲ୍ଲୋଳ ନ ହୁଅ ମନେ ବ୍ୟାକୁଳ,

ଯୀଶୁ ଦୟାମୟ ଅଟନ୍ତି ସହାୟଧରନ୍ତି ହସ୍ତ ବିସ୍ତାରି । ୧ । 

 

ତାହାଙ୍କ ନିକଟରେ ଯିବାର ନିମନ୍ତେ ନାହିଁଟି ସଙ୍କଟ ଭୟ,

ବିନା ମୂଲ୍ୟେ ତରୀ କରୁଛନ୍ତି ପାରିବସିଥାଇ ଭବ ଘାଟେ ହେ । ୨ । 

 

ଏହି ମାତ୍ରକ ପ୍ରୟୋଜନ ଅଟଇଲୋଡ଼ନ୍ତି ବିଶ୍ୱାସ ଭକ୍ତି,

ଯତ୍ନଶୀଳ ହୋଇ ସଙ୍ଗେ ଗଲେ ନେଇନ ମାଗିବେ ସେ କଉଡ଼ି ହେ । ୩ । 

 

ମୃତ୍ୟୁ ନଦୀ ପାରି ହୋଇ ଯିବାବେଳେ ମନେ ଦେବେ ସ୍ଥିର ଶାନ୍ତି,

ପାପର ଲହଡ଼ି ପକାଇବେ ଏଡ଼ିଲଗାଇବେ ସ୍ୱର୍ଗ-କୂଳେ ହେ । ୪ ।

ସୂଚୀମାଳାକୁ ଫେରନ୍ତୁ