ଯୀଶୁ ବିନା କିଏ ଜୀବନ ଦେଇଛି,
ଶତ୍ରୁକୁ କ୍ଷମା ଦେଇ
ଯୀଶୁ ବିନା କିଏ ଉଠାଇ ପାରିଛି,
ମୃତିକୁ ଜୀବନ ଦେଇ (ଘୋଷା)


ପକ୍ଷାଘାତ, କୁଷ୍ଠି, ଅନ୍ଧ, ଛୋଟା, କାଲ
ନିମିଷକେ ଛୁଇଁ ଯୀଶୁ କଲେ ଭଲ ।
ଚାରି ଦିନ ମଢ଼ା ଯୀଶୁଙ୍କ ଡାକରେ,
ଉଠିଲା ଜୀବନ ପାଇ (ଭାଇ)ଯୀଶୁ ବି
। ବିନା କିଏ ସତ୍ୟ, ଧର୍ମ ପଥ ଦେଇଅଛି ଦେଖାଇ ।୧।


ପାପୀ ପାପ ବହି କୁଶେ ବଳି ହେଲେ
ପ୍ରେମରେ ପାପୀଙ୍କୁ ମୁକ୍ତି ଦାନ କଲେ ।
ତିନି ଦିନ ପରେ କବର ଫିଟାଇ
ଉଠିଲେ ଜୀବନ ପାଇ (ଭାଇ)
ଯୀଶୁ ବିନା କିଏ ବଂଚି ଉଠିଅଛି ମରଣକୁ ହଟାଇ |9|

ଏ ନୁହେଁ କାହାଣୀ ଅବା କଳନା
ଇତିହାସ କହେ ଏ ସତ୍ୟ ଘଟଣା।
ବିଜ୍ଞାନ ମୁଣ୍ଡ ନୁଆଁଇ ଦେଇଛି,
ଯୀଶୁଙ୍କ ସତ୍ୟତା ପାଇଁ (ଭାଇ)
ଯୀଶୁ ବିନା କିଏ ପ୍ରଭୁ ହୋଇପାରେ ମାନବର ପୂଜା ପାଇଁ ।୩।

ସୂଚୀମାଳାକୁ ଫେରନ୍ତୁ