ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ । ଘୋଷା ।

ଆସଇ ଘୋର ତୋଫାନ ବେଗାନ୍ୱିତ ହୋଇ,

ଢେଉ ପରେ ଢେଉ ଯାଏ ମଥା ପରେ ଦେଇ ହେ । ୧ । 

 

ଶୟତାନ ମାୟାଜାଲ ପାତି ବସିଥାଇ,

ସାଂସାରିକ ଲୋଭ-ଥୋପେ ବଡ଼ଶୀ ପକାଇ ହେ । ୨ ।

ଦୁଃଖେ ପଡ଼ି ଡାକି ସଦା ଯୀଶୁ ତ୍ରାହି ତ୍ରାହି,

ତୁମ୍ଭ ବିନା ଅନ୍ୟ ଗତି ଏ ଜଗତେ ନାହିଁ ହେ । ୩ ।