ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ

ଚିର ମନୋହର ଏକ ସୁନ୍ଦର ଦେଶ

ଏ ଧରଣୀ ନୁହେଁ ତୁମ ଚିର ଆବାସ

ସେ ଦେଶ ଅଟେ ନିତ୍ୟ ନୂତନ

ସେ ଦେଶେ ନଥାଏ ଶୋକକ୍ରନ୍ଦନ

ଝରୁଥାଏ ମଧୁଭରା ସଂଗୀତ

ପ୍ରତି ପ୍ରାଣେ ତୋଳି ନବ ପୁଲକ

ସେ ପ୍ରିୟ ଦେଶଅମର ଦେଶ

ଆଲୋକ ଉଛୁଳା ସେହି ଅପୂର୍ବ ଦେଶ

ଯାତ୍ରୀ ତୁମ ଲକ୍ଷ୍ୟ ସେହି ଚିର ଆବାସ

ସେ ଦେଶର ନାମ ମଧୁ ସିୟାନ

ଜ୍ୟୋତି ତାର ହୁଏ ନାହିଁ ମଳିନ

ସାଧୁଗଣ ଯୁବାମେଷ ପୟରେ

ଗାଉଥାନ୍ତି ମହାନନ୍ଦେ ଅଧୀରେ

ସେ ପ୍ରିୟ ଦେଶ ଅଭୁଲା ଦେଶ,

ଆଲୋକ ଉଛୁଳା ସେହି ଅଭୁଲା ଦେଶ

ଯାତ୍ରୀ ତୁମ ଲକ୍ଷ୍ୟ ସେହି ସରଗ ଦେଶ